ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସମାଜ ଆନୁକୁଲ୍ୟ ତଥା ଉତ୍କଳ ସ୍ୱାଭିମାନ ମଞ୍ଚର ସହଯୋଗରେ ପ୍ରତିଷ୍ଠିତ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉଚ୍ଚଶିକ୍ଷା ତଥା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଉପରେ ଉପସ୍ଥିତ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ଉତ୍କଳ ସ୍ୱାଭିମାନ ମଞ୍ଚ ରାଜ୍ୟ ସଭାପତି ରାଧାକାନ୍ତ ଦାଶ, ପୁରୀ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ହୋତା, ଅତିରିକ୍ତ…
Read MoreCategory: ଶିକ୍ଷା
ଆସନ୍ତାକାଲି ବନ୍ଦ ରହିବ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ
ନୟାଗଡ଼,(୨୬/୦୯): ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସ୍ଥିତି ନେଇ ଆଜି ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଅବସରରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦେଇଥିଲେ ଏହି ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମଙ୍ଗଳବାର ଦିନ ସ୍ଥିତିକୁ…
Read Moreଏନ.ଏ.ସି ହାଇସ୍କୁଲରେ ଶିକ୍ଷକ ଅଭିଭାବକ ବୈଠକ
ନୟାଗଡ଼,(୨୨/୦୯): ନୟାଗଡ଼ ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ କେବଳ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକମାନେ ଯୋଗଦାନ କରିଥିଲେ । କୋଭିଡ ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଦେଶନାମା କଡ଼ାକଡ଼ିଭାବେ ପାଳନ ପୂର୍ବକ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଶିକ୍ଷାଦାନ ପ୍ରକ୍ରିୟା ଚାଲୁ ରହିଛି । ଏହି ସମୟରେ ଯେପରି ବିଦ୍ୟାର୍ଥିମାନେ ଶତପ୍ରତିଶତ ବିଦ୍ୟାଳୟରେ ଉପସ୍ଥିତ ରହି ଶିକ୍ଷାଲାଭ କରି ପାରିବେ ତାହା ଉପରେ ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିବା ବେଳେ ପ୍ରଧାନଶିକ୍ଷକ ଶ୍ରୀଯକ୍ତ କର ଆଗାମୀ ମାଟ୍ରିକ ପରୀକ୍ଷା ଏବଂ ମୂଲ୍ୟାୟନ ପଦ୍ଧତି ସଂପର୍କରେ…
Read Moreୟୁନିସେଫ୍ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ
ନୟାଗଡ଼,(୧୭/୦୯): ଉଚ୍ଚ ବିଦ୍ୟାଳୟର ଉଚ୍ଚାକାଂକ୍ଷୀ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ଇଟାମାଟିକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର ପ୍ରଭୂତି ସ୍ଥାପନା ଏବଂ ବିଦ୍ୟାଳୟ ପ୍ରକୋଷ୍ଠ, ସାଇକେଲ ଷ୍ଟାଣ୍ଡ, ଟଏଲେଟ୍ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅବସରରେ ୟୁନିସେଫର ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ ସହ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିଲେ। ୟୁନିସେଫ୍ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଫିଲଡ୍ ଅଫିସର ମୋନିକା ଓଲେଡ଼ଜ଼କା ନିଲସେନ, ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ, ଡି.ଆଇ.ଇ.ଟି ନୟାଗଡ଼ର ବରିଷ୍ଠ ଶିକ୍ଷା ପ୍ରଶିକ୍ଷକ ଡ.ସନ୍ତୋଷ କୁମାର ପରିଡ଼ା, ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ପ୍ରମୁଖ ବିଦ୍ୟାଳୟର ନିର୍ମାଣାଧୀନ ସମସ୍ତ କାର୍ଯ୍ୟ ପରିଦର୍ଶନ…
Read Moreଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟତ୍ରୀ ସଂଘ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ
ଇଟାମାଟି,(୧୫/୦୯): ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟତ୍ରୀ ସଂଘ ଇଟାମାଟି ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ ଅନୁଷ୍ଠାନର ଉପ ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ସଂଯୋଜନାରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ଶାନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ସୋନାଲିକା ମନ୍ଥନ, ସମତି ସଭ୍ୟା ବବିତାରଣୀ ଜେନା, ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇଥିଲେ । ଇଟାମାଟି ପଞ୍ଚାୟତ ସ୍ତରରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୧ରେ ସର୍ବୋଚ୍ଚ ନମ୍ବର ରଖିଥିବା ୬ଜଣ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଣି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରସନ୍ନ କୁମାର ଦାଶଙ୍କ ଅଭିଭାଷଣ ପରେ ସହ ସମ୍ପାଦକ ଶ୍ୟାମ ସୁନ୍ଦର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Read Moreହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ହିନ୍ଦୀ ଦିବସ ପାଳିତ
ନୟାଗଡ,(୧୪/୦୯): ହିନ୍ଦୀ ଭାରତର ରାଜଭାଷା ଭାବେ ସ୍ଵୀକୃତ। ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ରେ ସମ୍ବିଧାନ ସଭାର ସହମତିକ୍ରମେ ହିନ୍ଦୀକୁ ରାଜଭାଷା ଭାବେ ଗ୍ରହଣ କରାଯାଇଥିଲା ଏବଂ ୧୯୫୩ ମସିହା ସେପ୍ଟେମ୍ବର ୧୪ ତାରିଖ ଠାରୁ ସମଗ୍ର ଦେଶରେ ହିନ୍ଦୀ ଦିବସ ପାଳିତ ହୋଇଆସୁଛି। ଏବେ ସମଗ୍ର ବିଶ୍ୱରେ ପ୍ରାୟ ୨୦୦ ରୁ ଅଧିକ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମରେ ହିନ୍ଦୀ ସ୍ଥାନିତ ହୋଇଥିବାବେଳେ ଭାରତୀୟମାନଙ୍କୁ ପରସ୍ପର ସହ ଯୋଡିବାର ମାଧ୍ୟମ ରୂପେ ହିନ୍ଦୀ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ନୟାଗଡ଼ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହିନ୍ଦୀ ଦିବସ ପାଳନ ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମତପ୍ରକାଶ କରିଥିଲେ। ଜିଲ୍ଲା ସଂଘର ସଭାପତି ଜୟକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ସାହିତ୍ୟିକ ତଥା ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି…
Read Moreପ୍ରକାଶ ପାଇଲା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ପରୀକ୍ଷାଫଳ
ନୟାଗଡ଼,(୧୪/୦୯): ନୟାଗଡ଼ ସ୍ୱାଶାସିତ ମହାବିଦ୍ୟାଳୟ +୩ ଶେଷବର୍ଷ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । +୩ କଳାରେ ୨୧୫ଜଣ ପରୀକ୍ଷାର୍ଥୀଙ୍କ ୨୧୨ଜଣ (୯୮.୬%) ପାସ କରିଥିବାବେଳେ ପ୍ରଥମ ଶ୍ରେଣୀ ସମ୍ମାନରେ ୧୭୧ଜଣ, ପ୍ରଥମ ଶ୍ରେଣୀରେ ୨୭ଜଣ, ଦ୍ୱିତୀୟ ଶ୍ରେଣୀ ସମ୍ମାନରେ ୭ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୭ଜଣ ପାସ କରିଛନ୍ତି । +୩ କଳା ସଂସ୍କୃତ ସମ୍ମାନର ଐଶ୍ୱର୍ଯ୍ୟା ମହାନ୍ତି- ୮୪.୬୯% ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି । +୩ ବାଣିଜ୍ୟରେ ୧୧୯ଜଣ ପରୀକ୍ଷାର୍ôଥଙ୍କ ମଧ୍ୟରୁ ୧୧୦ଜଣ(୯୨%) ପାସ କରିଥିବାବେଳେ ପ୍ରଥମ ଶ୍ରେଣୀ ସମ୍ମାନରେ ୫୬ଜଣ, ପ୍ରଥମ ଶ୍ରେଣୀରେ ୨୩ଜଣ, ଦ୍ୱିତୀୟ ଶ୍ରେଣୀ ସମ୍ମାନରେ ୯ଜଣ, ଦ୍ୱିତୀୟ ଶ୍ରେଣୀ ୨୨ଜଣ ପାସ କରିଛନ୍ତି । +୩ ବାଣିଜ୍ୟରେ ଚିନ୍ମୟୀ ସ୍ୱାଇଁ ୮୦.୯୬% ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି । +୩ ବିଜ୍ଞାନରେ ୨୯୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୮୦ଜଣ…
Read Moreସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଯୁବ ସ୍ବେଛାସେବୀ
ନୟାଗଡ଼,(୧୧/୦୯): ସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଶତାଧିକ ଯୁବ ସ୍ବେଛାସେବୀ । ନୟାଗଡ଼ ସହର ର ରାଜରାସ୍ତାରେ ସୁସ୍ଥତା ପାଇଁ ବାର୍ତ୍ତା ବାଣ୍ଟିଲେ ଯୁବ ସ୍ବେଛାସେବୀ ଙ୍କ ସହ ଛାତ୍ରଛାତ୍ରୀ। ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ଼ ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ର ସ୍ବେଛାସେବୀମାନେ ଯୋଗ ଦେଇଥିଲେ। ନୟାଗଡ଼ ମହାବିଦ୍ୟାଳୟ ଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ମାରାଥନ ଦୌଡ଼ିଥିଲେ ସ୍ବେଛାସେବୀ। ଏହି ଅବସର ରେ ଅନୁଷ୍ଠିତ ସାଧାରଣ ସଭାରେ ଅନନ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଆଶୁତୋଷ ଦାଶ ନୟାଗଡ଼ ଜିଲ୍ଲା ଏନ.ୱାଇ. କେ.ଏସ.ର ସଂଯୋଜକ ଅନୁରାଗ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁସ୍ଥତାର ମନ୍ତ୍ର ଦେଇଥିଲେ। ଏହି ଅବସରରେ…
Read Moreଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା
ଓଡ଼ଗାଁ,(୦୯/୦୯):- ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ଠାରେ ବ୍ଳକ୍ ସ୍ତରୀୟ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସ ୧୨ତାରିଖରେ ପ୍ରତି ବିଦ୍ୟାଳୟରେ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଭାଷା, ଗଣିତ, ପରିବେଶରେ କେତେ ଦକ୍ଷତା ହାସଲ କରିଛନ୍ତି ତା’ର ସ୍ତର ଜାଣିବା ପାଇଁ ସର୍ବ ଭାରତୀୟ ସ୍ତରରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହେବ। ଓଡ଼ଗାଁ ବ୍ଳକର ଛାତ୍ରଛାତ୍ରୀମାନେ କିପରି ଭଲ ସ୍ତରରେ ରହିବେ ସେଥିପାଇଁ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ବଛାବଛା ୩୮ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରତ୍ୟେକ ଶ୍ରେଣୀର ୧୫ଟି ଲେଖାଏଁ ପ୍ରଶ୍ନପତ୍ର ସେଟ୍ ପ୍ରସ୍ତୁତ କରାଯାଇଛି। ଉକ୍ତ ନମୁନା ପ୍ରଶ୍ନକୁ ନେଇ ପିଲାମାନଙ୍କ ନିକଟରେ ପହଞ୍ଚି ପାରିଲେ ସେମାନଙ୍କ ଶିକ୍ଷଣ ସ୍ତର…
Read Moreମାଟ୍ରିକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ପ୍ରଦାନ
ନୟାଗଡ଼,(୦୯/୦୯): ନୟାଗଡ଼ ପୈାରାଞ୍ଚଳ ଏବଂ ବ୍ଲକରୁ ମାଟ୍ରିକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଜୁମ୍ ଆପ୍ ମାଧ୍ୟମରେ ମେଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭଟ୍ଟକିଶୋର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ, ବ୍ଲକ ଶିକ୍ଷା ଅଧିକାରୀ ନୀଲାମ୍ବର ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ ଜିଲ୍ଲାପାଳ ‘ଜୀବନକୁ ବୁଝିବା ହେଉଛି ଶିକ୍ଷା’ ବୋଲି କହିବା ସହ କୋଭିଡ୍ ସମୟରେ ବୈଷୟିକ ଉପାୟରେ…
Read More