ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ମିଶାଇଲ ମ୍ୟାନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଶିକ୍ଷାବିତ, ଲେଖକ ଏବଂ ଭାରତରତ୍ନ ସ୍ୱର୍ଗତ ଡଃ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକୀ ଅବସରରେ ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶିକ୍ଷକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ତ୍ରିପାଠୀ ଯୋଗଦାନ କରି ଶିକ୍ଷକ ସମାଜ ଦ୍ୱାରା ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଭିଡ ନିୟମାନୁଯାୟୀ ପାଳିତ ଏହି ଉତ୍ସବରେ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତା ତଥା ଶିକ୍ଷକନେତା ଭକ୍ତବଲ୍ଲବ ବଟକୃଷ୍ଣ ମିଶ୍ର, ବିପିନ ବିହାରୀ ଦାସ, ଲକ୍ଷ୍ମୀଧର…
Read MoreCategory: ଶିକ୍ଷା
ପୋଷାକ ବିତରଣ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ଆଜି ଓଡ଼ଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋର ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୋଷାକ, ଜୋତା, ମୋଜା ବିତରଣ ସହିତ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜନିତ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅତିରିକ୍ତ ଶିକ୍ଷାଧିକାରୀ ବନବିହାରୀ ପାତ୍ର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଶିକ୍ଷାବିତ, ଗବେଷକ ତଥା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଧିବାସ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋଭିଡ୍ କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ବଦଳରେ ସେମାନଙ୍କ ପିତାମାତାମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ପଣ୍ଡା, ଉପସଭାପତି ଜଲି ପାଣିଗ୍ରାହୀଙ୍କ ସମେତ ସମସ୍ତ ସଭ୍ୟସଭ୍ୟାଙ୍କୁ ବିଦ୍ୟାଳୟ ତରଫରୁ…
Read Moreପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶରଣକୁଳ ଅଡିଟୋରିୟମ ଗୃହରେ ସମସ୍ତ ପୁରାତନ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଏମ. ଦିନବନ୍ଧୁ ମହାପାତ୍ର, ରାମକୃଷ୍ଣ ପରିଡ଼ା ଅତିଥି ଭାବେ ଯୋଗଦେଇଥିବା ବେଳେ ଆଠଟି ବ୍ଳକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧି ଏବଂ ଓଡ଼ଗାଁ ବ୍ଳକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ସମନ୍ୱୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାୟକ, ଏକ୍ସ କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ଜଗନ୍ନାଥ ବାରିକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାଶ ଏବଂ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର…
Read Moreତିନିଦିନିଆ ଶିକ୍ଷକ ତାଲିମ ଶିବିର ଉଦଯାପିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ଓଡ଼ଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିନିଦିନ ଧରି ଚାଲୁରହିଥିବା ଏକ ଶିକ୍ଷକ ତାଲିମ ଶିବିର ଆଜି ଉଦଯାପିତ ହୋଇଛି। ଗତ ୫ତାରିଖ ଠାରୁ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ ସମେତ ଶରଣକୁଳ, ନନ୍ଦିଘୋର, ଗୌଡ଼ପୁଟ, ମଶାବାରୀ, କୋମଣ୍ଡ, କୁରାଳ, ବାଉଁଶଗାଡ଼ିଆ ଓ ସୁନାମୁହିଁ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କ ସହ ଜଣେ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ମିଶାଇ ପ୍ରାୟ ୧୮୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବାବେଳେ ରାଜ୍ୟ ସାଧନକର୍ମୀ ସୌଦାମିନୀ ମହାପାତ୍ର, ଜିଲ୍ଲା ସାଧନକର୍ମୀ ମନୋଜ କୁମାର ନାୟକ, ବୁଦ୍ଧିଆ ପାତ୍ର ଓ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏ ଅବସରରେ ଜାତୀୟ ଶିକ୍ଷାନୀତି ଆଧାରରେ ୨୦୨୫ ମସିହା ସୁଦ୍ଧା ପ୍ରାଥମିକ…
Read Moreସୋଲପଟାରେ ଶିକ୍ଷକ ତାଲିମ ଶିବିର ଉଦଯାପିତ
ଶରଣକୁଳ,(ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ଅନ୍ତର୍ଗତ ସୋଲପଟା ହାଇସ୍କୁଲ ପରିସରରେ ଗତ ୫ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷକ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଥିବାବେଳେ ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଏବିଇଓ ଭାଗ୍ୟଲତା ଦାଶ ଯୋଗଦେଇ ପ୍ରଥମଶ୍ରେଣୀରୁ ତୄତୀୟ ଶ୍ରେଣୀ ମଧ୍ୟରେ ପିଲାମାନଙ୍କର ତୄଣମୂଳ ସ୍ତରରେ ସର୍ବନିମ୍ନ ଭାଷାଜ୍ଞାନ ଓ ଗଣିତଜ୍ଞାନକୁ କିପରି ସୁଦୄଢ଼ କରାଯାଇପାରିବ ତାହା ହିଁ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏ ଅବସରରେ ରାଜ୍ୟ ସାଧନକର୍ମୀ ନୀଳମାଧବ ମହାରଣା, ଜିଲ୍ଲା ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକ, ରଘୁନାଥ ଦାଶ, ତ୍ରିନାଥ ପ୍ରଧାନ ଯୋଗଦେଇ ଗୋଡିପଡା, ବଡ଼କୁଟୁଣି, ଭାଲିଆଡିହି, ଆଙ୍ଗିସିଙ୍ଗି, କଲ୍ୟାଣପୁର ଓ ସୋଲପଟା କ୍ଲଷ୍ଟରର ପ୍ରାୟ ୧୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ…
Read Moreଗଣିଆରେ ‘ମୋ ସ୍କୁଲ ଅଭିଯାନ’ର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ
ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପହଁଞ୍ଚି ‘ମୋ ସ୍କୁଲ ଅଭିଯାନ’ର ସମୀକ୍ଷା କଲେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ । ଗଣିଆ ଅଞ୍ଚଳର ଗର୍ବ ଓ ଗୌରବ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା । ଏହା କେବଳ ଅର୍ଥର କଥା ନୁହେଁ, ଏହା ସହଭାଗିତାର କଥା । ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତ୍ତିଭୂମିକୁ କେମିତି ସୁଦୃଢ଼ କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କେମିତି ଗୁଣାତ୍ମକ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା…
Read Moreୟୁନିଟେକ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ସବମ୍
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ୟୁନିଟେକ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ସବମ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗ ଦେବା ସହ ୟୁନିଟେକ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ଏବଂ ବାଉରୀ ବନ୍ଧୁ ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ସମାଜସେବୀ ପ୍ରମୋଦ ଚନ୍ଦ୍ର ପୃଷ୍ଟି ଓ ଚେୟାରମ୍ୟାନ ପ୍ରଦୀପ କୁମାର ପୃଷ୍ଟି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତ୍ତକ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ ସହ ଡିପାର୍ଟମେଣ୍ଟଟପ୍ପର ମାନଙ୍କୁ ଉପଢୌକନ ଦେଇ ପୁରସ୍କୃତ କରଯାଇଥିଲା। ମୁଖ୍ୟ ଅତିଥି ଅଧ୍ୟକ୍ଷ ସୁରେଶ ପ୍ରଧାନ ପିଲାମାନଙ୍କୁ ଆଶୀର୍ବାଦ ଦେବା ସହ ସ୍ନାତ୍ତକ ପରେ କିଭଳି ନୂତନ ଜୀବନ ଅୟମାରମ୍ଭ କରିହେବ ତାହା ଉପରେ ଦିଗଦର୍ଶନ ଦେଇଥିଲେ । କଲେଜର ବିଭିନ୍ନ ବିଭାଗର ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଯଥା…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ବ ଭବନ ପରିସରରେ ପାଳିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧ୍ଯକ୍ଷ ସମାଜସେବୀ ଶ୍ରୀଧର ସାହୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ସାହୁ ଉପସ୍ଥିତ ହଷ୍ଟେଲ ଅନ୍ତେବାସୀ ଛାତ୍ରଛାତ୍ରୀ ଓ ଗୁରୁଜୀଗୁରୁମା ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ, ଅହିଂସା ଓ ଶାନ୍ତିର ଦେବଦୂତ ସାଜି ଭାରତ ମାତାର ସନ୍ତାନ ରୂପେ ଆବିର୍ଭାବ ହୋଇଥିଲେ। ଗାନ୍ଧୀଜୀଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଅହିଂସା ନିଷ୍ଠା ବଳରେ ଦେଶ ଆଜି ସ୍ବାଧୀନ। ଦେଶର ପ୍ରାକ୍ତନ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅନୁଭବ କରିଥିଲେ…
Read Moreବନମାଳୀ ବାରିକ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାଅନୁଷ୍ଠାନ ମାନଙ୍କରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଡ଼କଟା ସ୍ଥିତ ବନମାଳୀ ବାରିକି ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ତଥା ପରିବେଶବିତ ବାମନ ଚରଣ ବାରିକି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସରୋଜ କୁମାର ପଣ୍ଡା ଅବସରପ୍ରାପ୍ତ ସେନା ଅଧିକାରୀ ଦଶପଲ୍ଲା, ସଂମାନିତ ଅତିଥି ଭାବେ ମହାବିଦ୍ୟାଳୟର ଇଂରାଜି ବିଭାଗର ଅଧ୍ୟାପକ ଦୁର୍ଯୋଧନ ପରିଡା, ତର୍କଶାସ୍ତ୍ର ବିଭାଗର ଅଧ୍ୟାପକ ଭାଗିରଥି ପ୍ରଧାନ, ଇତିହାସ ବିଭାଗର ଅଧ୍ୟାପିକା ପ୍ରଜ୍ଞା ପରମିତା ରଥ ମଞ୍ଚାସିନ ଥିଲେ ।…
Read Moreପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସମାଜ ଆନୁକୁଲ୍ୟ ତଥା ଉତ୍କଳ ସ୍ୱାଭିମାନ ମଞ୍ଚର ସହଯୋଗରେ ପ୍ରତିଷ୍ଠିତ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉଚ୍ଚଶିକ୍ଷା ତଥା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଉପରେ ଉପସ୍ଥିତ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ଉତ୍କଳ ସ୍ୱାଭିମାନ ମଞ୍ଚ ରାଜ୍ୟ ସଭାପତି ରାଧାକାନ୍ତ ଦାଶ, ପୁରୀ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ହୋତା, ଅତିରିକ୍ତ…
Read More