ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଓଡିଶା ରାଜ୍ଯ ଘରୋଇ ବିଦ୍ୟାଳୟ ମହାସଂଘ ଡାକରାରେ ନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ଆଜି ବନ୍ଦ ରହିଛି। ଘରୋଇ ବିଦ୍ଯାଳୟ ପ୍ରତି ରାଜ୍ଯ ସରକାରଙ୍କର ବୈମାତୃକ ମନୋଭାବ, ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ଯାଳୟ ମାରଣ ନୀତି ବିରୁଦ୍ଧରେ ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ ତରଫରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ରାଜ୍ଯ ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଘରୋଇ ବିଦ୍ଯାଳୟର ୦୪ ଦଫା ସମ୍ବଳିତ ଏକ ଦାବିପତ୍ର ନେଇ ନୟାଗଡ଼ ଜିଲ୍ଲାର ଘରୋଇ ବିଦ୍ଯାଳୟ ମହାସଂଘର କାର୍ଯ୍ଯକର୍ତ୍ତା ମାନେ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ଦେବା ସହିତ ଭୁବନେଶ୍ୱର ଲୋୟର ପି ଏମ ଜି ରେ ଅନୁଷ୍ଠିତ ସାମୁହିକ ଧାରଣା ରେ ଭାଗ ନେଇଛନ୍ତି। ଚାରି ଦଫା ଦାବି ଗୁଡିକ ହେଲା……
Read MoreCategory: ଶିକ୍ଷା
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଭାରତୀ ଗଠନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶିଶୁ ଭାରତୀ ଗଠନ ହୋଇଯାଇଅଛି। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିଶୁ ଭାରତୀ ପ୍ରମୁଖ ଶ୍ରୀ କୃଷ୍ଣଚନ୍ଦ୍ର ସ୍ବାଇଁ, ସହ ପ୍ରମୁଖ ଶୁଭଲକ୍ଷ୍ମୀ ମିଶ୍ର ଏବଂ ପର୍ଯ୍ୟାୟ ପ୍ରମୁଖ ସୁନିତା ମିଶ୍ର ଙ୍କ ତତ୍ତ୍ଵାବଧାନରେ ତୃତୀୟ ରୁ ଦଶମ ଶ୍ରେଣୀ ଶିଶୁ ଙ୍କୁ ନେଇ ଏହା ଗଠନ କରାଯାଇଥିଲା। ଆଚାର୍ଯ୍ୟ ମାନେ ଶିଶୁ ଭାରତୀ ଓ କର୍ତ୍ତବ୍ୟ ବିଷୟ ରେ ଅଲୋକପାତ କରିବା ସହ ଶିଶୁ ଭାରତୀ ପଦାଧିକାରୀ ଏବଂ ବିଭାଗୀୟ ପ୍ରମୁଖ ଶପଥ ପାଠ କରିଥିଲେ।
Read Moreଓଡ଼ଗାଁ ବ୍ଲକର ବିଭିନ୍ନ କ୍ଲଷ୍ଟରରେ ମାସିକ ବୈଠକ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆଜି ପ୍ରତ୍ୟେକ ବ୍ଲକରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଉକ୍ତ ବୈଠକ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କରାଯାଇଥିଲା।ଏ ଅବସରରେ କୋମଣ୍ଡ କ୍ଲଷ୍ଟର ଅନ୍ତର୍ଗତ ଧନୁର୍ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ସେଣ୍ଟ୍ରାଲ୍ ସ୍କୋୟାର୍ ଫାଉଣ୍ଡେସନ ତରଫରୁ ରାଜ୍ୟ ଏଫ୍.ଏଲ୍.ଏନ୍ ମୁଖ୍ୟ ପ୍ରତିନିଧି ମିସ୍ ଶ୍ୱେତା ଡୋଭାଲ୍।ପ୍ରାଥମିକ ବିଦ୍ୟାଳୟରେ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମର ତଦାରଖ କରିବା ସହ ସେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷଣକାର୍ଯ୍ୟ ସମ୍ବନ୍ଧରେ ବିଭିନ୍ନ ପରାମର୍ଶ ଦେଇଥିଲେ।ଏହା ବ୍ୟତୀତ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଯୋଗଦେଇ ଚଳିତ ଶିକ୍ଷାବର୍ଷ ଠାରୁ ଆରମ୍ଭ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କ ନୂତନ ୟୁନିଫର୍ମବଣ୍ଟନ ଓ ୟୁଡାଇସ୍ ପ୍ଲସ୍ ପୂରଣ ଉପରେ…
Read Moreପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ବିପୁଳ ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ ହାରରେ ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲାପ୍ରଥମ ସ୍ଥାନ ଅଧିକାର କରିଛି। ନୟାଗଡ଼ ସହର ମଧ୍ୟରେ ଥିବା ପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀମାନେ ବିପୁଳ ସଫଳତା ପାଇଥିବା ଜଣା ପଡ଼ିଛି। ବିଜ୍ଞାନ ବିଭାଗରେ ଜିଲ୍ଲା ଟପ୍ପର ହୋଇଥିବା ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖିଥିବା ବେଳେ ସେ ପାଢ଼ୀ ଟ୍ୟୁଟୋରିଆଲ ଛାତ୍ର ଅଟନ୍ତି । ଏଥିସହିତ ପପୁନ ବରାଡ଼ ୫୫୭, ତନୁଶ୍ରୀ ପ୍ରିୟଦର୍ଶିନୀ ଦାଶ ୫୪୮, ଅର୍ପଣ କୁମାର ସାହୁ ୫୪୬ ମାର୍କ ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୭ଜଣ ୫ଶହରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ୧୮୯ଜଣ ପ୍ରଥମ ଶ୍ରେଣୀରେ ଓ ୩୨ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି…
Read Moreଜିଲ୍ଲା ଶିକ୍ଷା ସମୂହ ସଂଗଠନ ଦ୍ବାରା ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ସମୂହ ସଂଗଠନ ଦ୍ବାରା ମେଧା ସମ୍ମାନ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ବିଡିଓ ପଦ୍ମଲୋଚନ ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ଆଶିଷ ଅଗ୍ରୱାଲ, ସୁବାଷ କଅଁର ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ, ପାଠ ବହି ସହ ଅନ୍ୟ ବହି ପଢ଼ିବା ପାଇଁ ଉପଦେଶ…
Read Moreପ୍ରକାଶ ପାଇଲା ଚଳିତ ବର୍ଷ +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ
ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଲକରେ ଥିବା ଏକମାତ୍ର ସଂସ୍କୃତ ମହାବିଦ୍ୟାଳୟ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ। ଆଜି ପ୍ରକାଶ ପାଇଲା ଉପଶାସ୍ତ୍ରୀ ପରୀକ୍ଷା ଫଳ। ଯେଉଁଥିରେ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ୯୯.୯୯% ଉତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ସମୁଦାୟ ୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫ଜଣ, ଦ୍ୱିତୀୟ ଶ୍ରେଣୀରେ ୨୧ଏବଂ ତୃତୀୟ ଶ୍ରେଣୀରେ ଜଣେ କୃତକାର୍ଯ୍ୟ ହୋଇଥିବା ବେଳେ ଜଣେ ଫେଲ ହୋଇଥିବା ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଭାରତୀ ଯାନୀ ୪୬୦ ନମ୍ବର ରଖି ପ୍ରଥମ ରଶ୍ମିତା ପ୍ରଧାନ ୪୫୬ ନମ୍ବର ରଖି ଦ୍ଵିତୀୟ ଏବଂ ତୁଳସି ନାୟକ ୪୫୧ ନମ୍ବର ରଖି କଲେଜ ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।
Read Moreଭାରତ ବିକାଶ ପରିଷଦ ତରଫରୁ ବାଳିକାଙ୍କୁ ପୁସ୍ତକ ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ‘ତପସ୍ୟା’ ଶିଶୁ ଗୃହ ରେ ପ୍ରଥମ କରି କଲେଜ କୁ ଯାଇଥିବା ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା ଓ ଚଳିତ ବର୍ଷ ମାଟ୍ରିକ ପାସ କରିଥିବା ପିଲାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଚିବ ଘନଶ୍ୟାମ ସାହୁ, ପିଲାମାନଙ୍କୁ ସହାୟତା କରିଥିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ଦୁର୍ୟୋଧନ ସାହୁ, ଉଦୟ ନାଥ ନାୟକ, ଗୋବିନ୍ଦ ସାହୁ ଓ ପ୍ରଫୁଲ୍ଲ ନାୟକ ଆଦି ଉପସ୍ଥିତ ଥିଲେ । ଏଥି ସହିତ ଓଡିଶୀ ନୃତ୍ୟ ରେ ରୁଚି ଥିବା ତିନି ଜଣ ବାଳିକାଙ୍କୁ ଶିକ୍ଷାଦାନ ନିମନ୍ତେ ସହାୟତା ଯୋଗାଇ ଦେବା ପାଇଁ ପ୍ରମୋଦ ପଟ୍ଟନାୟକ ଓ ଗୋବିନ୍ଦ ସାହୁ ପ୍ରତିଶୃତି ଦେଲେ।
Read Moreନୂଆଗାଁ ବ୍ଲକରେ ୯୮ ପ୍ରତିଶତ ମାଟ୍ରିକ ପାସ ହାର
ନୂଆଗାଁ,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ୧୦୮୭ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି । ନୂଆଗାଁ ବ୍ଲକ୍ ବାହାଡାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଧାଂଶୁ ବାଳା ସାହୁ ୫୫୫ନଂ ରଖି A1 ଗ୍ରେଡରେ ନୂଆଗାଁ ବ୍ଲକ୍ ଟପ୍ପର ହୋଇଛନ୍ତି। ସୋମନାଥ ବିଦ୍ୟାପୀଠ ହରିପୁରର ଛାତ୍ର ରାଜେଶ କୁମାର ପ୍ରଧାନ ୫୪୯ ନଂ ରଖି ଦ୍ଵିତୀୟ ସ୍ର୍ତାନ ଅଧିକାର କରିଛନ୍ତି। ବାହାଡ ଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶୋଭ୍ଲାଲିନ ସାହୁ ୫୪୭ ଏବଂ ବକଳ ବନ୍ଧ ହାଇସ୍କୁଲ ର ଓମ୍ ପ୍ରକାଶ ବେହେରା ୫୪୭ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସୋମନାଥ ବିଦ୍ୟାପୀଠ ହରିପୁର ର ଛାତ୍ର ରୁଦ୍ର ନାରାୟଣ ମିଶ୍ର ୫୪୪ ନଂ ରଖି…
Read Moreଚଳିତ ମାଟ୍ରିକ ପରୀକ୍ଷାରେ କେଶବ ହେଲେ ନୟାଗଡ଼ ଜିଲ୍ଲା ଟପ୍ପର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ, ଶିଖରପୁରର ଛାତ୍ର କେଶବ ଚନ୍ଦ୍ର ପରିଡ଼ା ନୟାଗଡ଼ ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ସମୁଦାୟ ୬୦୦ ନମ୍ବରରୁ ୫୭୮ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ୯୬.୪୦% ପାସ ହାର ହୋଇଥିବାବେଳେ ନୟାଗଡ଼ରେ ୯୬.୯୨ ପାସ ହାର ହୋଇଛି । ନୟାଗଡ଼ ଜିଲ୍ଲାର ମୋଟ ୨୩୧ ଗୋଟି ହାଇସ୍କୁଲରେ ପରୀକ୍ଷା କରାଯାଇଥିଲା । ଜିଲ୍ଲାରେ ସମୁଦାୟ ୧୨୧୮୯ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେଥି ମଧ୍ୟରୁ ୧୬୦ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ଉପରେ ୧୧୮୧୩ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୩ ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ଏ-୧ ରେ ୧୪୦ ଜଣ ଛାତ୍ରଛାତ୍ରୀ ପାସ ହୋଇଥିବାବେଳେ…
Read Moreମାଟ୍ରିକ୍ ପରୀକ୍ଷାରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ବାଜିମାତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଯାହା ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଉପଲକ୍ଷେ ଆଜି ଅପରାହ୍ନ ୦୩ଟା ସମୟରେ ବିଦ୍ଯାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ହରିହର ପାତ୍ର ,ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆ , ସାମ୍ବାଦିକ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଓ ବିଦ୍ଯାଳୟର ଟ୍ରଷ୍ଟି ଗାୟତ୍ରୀ ମହାପାତ୍ର ଯୋଗଦେଇ କୃତୀ…
Read More