ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଆରଡିଏ ପରିସରରେ ଥିବା ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମକରନ୍ଦ ବେଉରା, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟନାରାୟଣ…
Read MoreCategory: ଭାପୁର ବ୍ଲକ
ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ୧୯୮୮ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଗୌଡ଼ପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ୧୯୮୮ମସିହା ମାଟ୍ରିକ ଵ୍ୟାଚ ଛାତ୍ରଛାତ୍ରୀଙ୍କ ଏକ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୪ବର୍ଷ ପରେ ଏହି ବନ୍ଧୁ ମିଳନ ପର୍ବଟି ଓଡ଼ଗାଁ ପିମିଟ କଲେଜ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି। ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଅଶୋକ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଦୀର୍ଘ ୩୪ବର୍ଷ ପରେ ୮୮ମସିହା ବ୍ୟାଚର ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରିୟ ବନ୍ଧୁଙ୍କୁ ପାଖରେ ପାଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଛୋଟ ଛୋଟ ଛୁଆମାନଙ୍କୁ ନେଇ ଏକ ଡ୍ରଇଂ ପ୍ରତିଯୋଗିତା କରାଯାଇଥିବା ବେଳେ ବନ୍ଧୁମାନଙ୍କ ମଧ୍ୟରେ ଅନ୍ୟ ଏକ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂଜ୍ୟ ଗୁରୁଜୀ…
Read Moreଆସନ୍ତା ୧୪ରେ ନୟାଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧ୍ୟାକରଣଙ୍କ ପକ୍ଷରୁ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୪.୦୫.୨୦୨୨ରିଖ (ଶନିବାର ଦିନ) ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ମାମଲା ଯଥା ଫୌଜଦାରୀ ମାମଲା, ଚେକ୍ ବାଉନ୍ମ ମାମଲା, ବ୍ୟାଙ୍କ ଋଣ, ଗାଡ଼ିମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ୍ ଓ ଜଳ, ବୈବାହିକ(ଛାଡ଼ପତ୍ର ବ୍ୟତୀତ), ଜମି ଅଧଗ୍ରହଣ, ଭରଣ ପୋଷଣ ଜନିତ ମାମଲା ଏବଂ ଜମିଜମା ତଦ୍ଜନିତ ମାମଲା ଗୁଡ଼ିକର ଆପୋଷ ସହମତିରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ ହୋଇପାରିବ । ଏଥିପାଇଁ ଜନସାଧାରଣଙ୍କୁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ ବୋଲି ପ୍ରାଧିକରଣଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Read Moreପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚେଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ସଂଘ ର ରାଜ୍ୟ ସ୍ତରୀୟ ବୈଠକ ଆଜି ଭୁବନେଶ୍ୱର ର ଆଚ଼ାର୍ଯ୍ୟବିହାର ଛକ ସ୍ଥିତ ମା’ ଭୁବନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମ୍ପାଦକ ଜୀବନ କୁମାର ବେହେରା, ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ, ସହ-କୋଷାଧ୍ୟକ୍ଷ ରାକେଶ ସାହୁ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ୱତନ୍ତ୍ର ଶିକ୍ଷକ ନିମନ୍ତେ ସରକାର ଦୃଷ୍ଟି ଦେବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ମାନେ ଭଲ ଭାବରେ ଶିକ୍ଷା ଗ୍ରହଣ କରିବା ସହ…
Read Moreଦଶପଲ୍ଲା ବ୍ଲକ୍ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ଼ା, ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୭୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୬୮ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୬ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୮ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୭୬୦୦୦/- ଆର୍ଥିକ ଅନୁଦାନ ଏହି ଜନଶୁଣାଣି ଶିବିରରେ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୨୨ଗୋଟି କେସକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଡା. ଟୁଡ଼ୁ ଅତୀତ ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ମାମଲାଗୁଡ଼ିକ ଆସନ୍ତା ଜନଶୁଣାଣି ଶିବିର…
Read Moreବୃଦ୍ଧାଶ୍ରମରେ ବିଶ୍ବ ମାତୃ ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଆନୁକୂଲ୍ୟରେ ଆଜି ବିଶ୍ବ ମାତୃ ଦିବସ ସ୍ଥାନୀୟ ବୃଦ୍ଧାଶ୍ରମ ସମର୍ପଣରେ ପାଳିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରିୟାନ ସୁବୋଧ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ରୋଟାରିଆନ ପ୍ରସନ୍ନ ବସନ୍ତିଆ ବୃଦ୍ଧାଶ୍ରମ ର ମହିଳା ଅନ୍ତେବାସୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଏହି ସଭାରେ ଉପସ୍ଥିତ ଅତିଥିମାନେ ସମାଜ ପାଇଁ ‘ମା’ ର ଅବଦାନ ଉପରେ ଆଲୋଚନା କରିଥିଲେ ଏବଂ ଅନ୍ତେବାସୀ ମାନଙ୍କୁ କେକ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଉତ୍ସବ ପାଳନ କରିବାରେ ରୋଟାରୀ କ୍ଲବ ସଦସ୍ୟ ରୋଟାରିଆନ ପ୍ରକାଶ ପଟ୍ଟନାୟକ, ମଦନ ମୋହନ ମହାପାତ୍ର, ପ୍ରବୀର ପୃଷ୍ଟି ଏବଂ ବୃଦ୍ଧାଶ୍ରମ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଅରୁଣ ମହାନ୍ତି ସହାୟତା…
Read Moreସଂସ୍କୃତି ଓ ସାହିତ୍ୟର ବିକାଶ ଦିଗରେ ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ହେଉଛି ଦୁଇଧାରୁଆ ଖଣ୍ଡା ସଦୃଶ ତେଣୁ ଅନୁବାଦ କାର୍ଯ୍ୟ କଲାବେଳେ ଅନୁବାଦକଙ୍କୁ ବେଶ୍ ସତର୍କ ଓ ସଜାଗ ରହିବାକୁ ପଡେ। ଯଥାର୍ଥ ଅନୁବାଦ ପାଇଁ ମୂଳଭାଷା ଓ ସ୍ରୋତ ଭାଷା ଉପରେ ଦକ୍ଷତା ଥିବା ଆବଶ୍ୟକ। ଅନୁବାଦକ ଜଣେ ସର୍ଜନଶୀଳ ବ୍ୟକ୍ତି ଏବଂ ସଂସ୍କୃତି ତଥା ସାହିତ୍ୟର ବିସ୍ତାର ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜାତୀୟସ୍ତରର ଖ୍ୟାତିପ୍ରାପ୍ତ ଅନୁବାଦକ ଦିନେଶ ମାଳୀ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଅନୁବାଦକ ରାଧୁ ମିଶ୍ରଙ୍କ ସଂଯୋଜନା ରେ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିବା ଅନୁବାଦକମାନଙ୍କର ସାରସ୍ୱତ ସମ୍ମିଳନୀର ” ଅନୁଭବରେ ଅନୁବାଦକ” କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସେ। ଭାରତୀୟ ଅନୁବାଦ ସାହିତ୍ୟ ର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବାସହ ଅନୁଷ୍ଠାନ…
Read Moreଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ପୂର୍ବାହ୍ନ ଘ.୦୭.୩୦ମି. ସମୟରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ନୟାଗଡ଼ କୃଷି ବିଭାଗର ଡାଲି ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ସକାଳ ଘ.୦୮.୪୦ ସମୟରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଯୋଗଦାନ କରି ମାଟି ମାଆକୁ ପୂଜା ଅର୍ଚନା ପରେ ଅଖି ଅନୁକୂଳ ସହ ହଳ କରିଥିଲେ । ସମ୍ମାନିତ ଅତିଥ ଭାବେ ମାନନୀୟା ଜିଲ୍ଲାପାଳ ଡା. ପୋମା ଟୁଡୁ, ନୟାଗଡ଼ ପଂଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ସାହୁ, ଉପାଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ମୁଠି ଅନୁକୂଳ କରି ହଳ କରିଥିଲେ । ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାକୁ ଜିଲ୍ଲା…
Read Moreଜିଲ୍ଲାସ୍ତରୀୟ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ଭକ୍ତକବି ଶ୍ରୀ ଶ୍ରୀ ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ଶ୍ରୀ ପ୍ରଦିପ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ଯୋଗଦେଇ ଜୟଦେବଙ୍କର ଇତିହାସ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯୋଗଦେଇ ଜୟଦେବଙ୍କ ଦଶମ ସର୍ଗରେ…
Read Moreନୟାଗଡ଼ରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶ୍ରମ ଦିବସ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ ମହାନ୍ତି ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ମୁଖ୍ୟବକ୍ତାଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ତହସିଲଦାର ରାଜା ସ୍ୱାଇଁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ମନୋରଞ୍ଜନ ମହାରଣା ପ୍ରମୁଖ ଯୋଗଦେଇ ଶ୍ରମିକ କଲ୍ୟାଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ମଂଚାସୀନ ଅତିଥିମାନେ ଶ୍ରମିକ କଲ୍ୟାଣ ଯୋଜନାରେ ବିଭିନ୍ନ ହିତାଧିକାରୀଙ୍କୁ ଶ୍ରମ ବିଭଗ ତରଫରୁ ପ୍ରଦତ୍ତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରମିକ ସଂଗଠନ ସମେତ ଶ୍ରମିକ…
Read More