ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ତା ୩/୭/୨୨ ରିଖ ଦିନ ରାଜ୍ୟ ସ୍ତରୀୟ ଆଭାସୀ ଆଲୋଚନା ଓ କବିତା ପାଠୋତ୍ସବ ଶୀର୍ଷକ “ପରିବେଶ ସୁରକ୍ଷା ଓ ଆସନ୍ତା ପିଢ଼ି”ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଓ କବିତା ପାଠୋତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ କବି, ଲେଖକ, ସାମାଜିକ କର୍ମୀ ଓ ପରିବେଶବିତ୍ ଯୋଗଦାନ କରି ସ୍ବରଚିତ କବିତା ପାଠ କରିବା ସହିତ ଏହି ପ୍ରସଙ୍ଗ ଭିତ୍ତିକ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ଡଃ ଲକ୍ଷ୍ମୀପ୍ରିୟା ଦେଇ,ପ୍ରଫେସର କୁଳମଣି ବାରିକ, ଶ୍ରୀଯୁକ୍ତ ନଟବର ପ୍ରଧାନ, ସସ୍ମିତା ଦାଶ, ବି. ସତ୍ଯମ୍ ଆଚାରୀ, ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ରୋହିତ ଜେନା, ପ୍ରେମସାଗର ଦେହେରିଆ,ଜୀତେନ୍ଦ୍ର କୁମାର ମହାରଣା, କୁମାରୀ ଅନନ୍ଯା ଦାଶ, ଶ୍ରୀକାନ୍ତ ପଣ୍ଡା, ନାରାୟଣ ସାହୁ, ସୁଶ୍ରୀ ଶୁଭସ୍ମିତା…
Read MoreCategory: ଭାପୁର ବ୍ଲକ
ନୟାଗଡ଼ରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ନୟାଗଡ଼ରେ ଶଷ୍ଠ ବାର୍ଷିକୀ ଜିଲ୍ଲାବ୍ୟାପି ସେବାଉତ୍ସବ ଉଦଘାଟିତ ହୋଇଯାଇଛି l ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ନୟାଗଡ଼ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏହି ଉଦ୍ଘାଟନୀ ଉତ୍ସବ ରଥରୁଡ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସମର୍ପଣ କରି ପଥପ୍ରାନ୍ତ ସଚେତନତା ସଭା ମାଧ୍ୟମରେ ଶୁଭାରମ୍ଭ କରାଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ ଓ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି l ଦାନ ଓ ସେବାର ମହାନ ବାର୍ତାଦେଇ ବିଗତ ପଞ୍ଚବର୍ଷ ଧରି ଜିଲ୍ଲାର ବିଭିର୍ଣ୍ଣ ଆଦିବାସୀ ଅଧ୍ୟୁଶିତ ଓ ଦୁର୍ଗମ ଅଂଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହା…
Read Moreଆନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଏନ.ସି.ସି ଏବଂ ଏନ.ଏସ.ଏସ ର ଛାତ୍ରଛାତ୍ରୀ ଜିଲ୍ଲା ଅବକାରୀ ବିଭାଗର କର୍ମକର୍ତ୍ତା (ସେବା) ନିଶା ପରିତ୍ୟାଗ ଓ ପୁନର୍ବାସ କେନ୍ଦ୍ରର ଅନ୍ତେବାସୀ ଓ କର୍ମକର୍ତ୍ତା ମାନଙ୍କଦ୍ବାରା ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ପଠାଣି ସାମନ୍ତ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ଜନ ସଚେତନତା ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା । ଅଡିଟୋରିୟମ ଠାରେ ଦିବା ୧୦ ଘଟିକା ସମୟରେ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ସଚେତନତା ଉପରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥୁ ରୂପେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ତାଙ୍କ ଅଭିଭାଷଣ ଦ୍ବାରା…
Read Moreକେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆସୋସିଏସନର ନିଜର କାର୍ଯ୍ୟାଳୟରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସଭାପତି ପ୍ରହଲ୍ଲାଦ ସାହୁ ଓ ସମ୍ପାଦକ ସନ୍ତୋଷ ନାୟକଙ୍କ ସମେତ ଅନୁଷ୍ଠାନର…
Read Moreନୟାଗଡ଼ ଜିଲ୍ଲା ପୁଲିସରେ ଅଦଳ ବଦଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସି ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ସୂଚନା ମିଳିଛି।ବିଗତ ଦିନରେ କିଛି ଏସ.ଆଇ ଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ବିଭିନ୍ନ ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ସୂଚନାନୁସାରେ ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନାକୁ ବଦଳି କରାଯାଇଥିବା ବେଳେ ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିପରି ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ବେଳେ ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନାକୁ ବଦଳି କରାଯାଇଛି। ସେହିପରି ନୂତନ ଭାବେ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଆସିଥିବା ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନା ଦାୟିତ୍ଵ ଦିଆଯାଇଥିବା ବେଳେ ନୂଆଗାଁ ଥାନା…
Read More‘ଅଗ୍ନିପଥ’ ବିରୁଦ୍ଧରେ ବିକ୍ଷୋଭ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଅଗ୍ନୀପଥ ଯୋଜନା ବାତିଲ ଦାବିରେ ଆନ୍ଦୋଳନ ପରିପ୍ରେକ୍ଷୀରେ ଦଶପଲ୍ଲାରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାବାଜି କରାଯିବା ସହିତ ବ୍ଲକ ଛକ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶା କୃଷକ ସଭାର ଓଡ଼ିଶା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ନୟାଗଡ଼ ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ବ୍ଲକ ସମ୍ପାଦକ ଗଣେଶ୍ୱର ନାୟକ, ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନ ଓ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ଏବଂ ଡିୱାଇଏଫ୍ଆଇର ବ୍ଲକ ସଭାପତି ସୁଶାନ୍ତ ନାୟକ ଓ ସମ୍ପାଦକ ବିପିନ୍ ବିହାରୀ ବାଜୁ ପ୍ରମୁଖ ନେତୃତ୍ୱ ନେଇଥିଲେ। ଦେଶର ସାର୍ବଭୌମତ୍ୱ ସୁରକ୍ଷା ଦୃଷ୍ଟିରୁ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା।
Read Moreଶିକ୍ଷା ଷ୍ଟାଣ୍ଡିଂ କମିଟିର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନ ଠାରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ନଂ-୭ର ଏକ ବୈଠକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ 5T ଅଧିନରେ ନବୀକରଣ ହେଉଥିବା ବିଦ୍ୟାଳୟ ଉପରେ ସମୀକ୍ଷା କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଶ୍ରୀ ଅକ୍ରୂର ବାରିକ କହିଥିଲେ ଯେ, ଆମ ଜିଲ୍ଲାରେ 5T ପ୍ରକଳ୍ପ ଅଧୀନରେ ୨୨୦ଟି ବିଦ୍ୟାଳୟକୁ ନବୀକରଣ କରାଯିବାକୁ ଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ଦଫାରେ ୮ଗୋଟି, ଦ୍ବିତୀୟ ଦଫାରେ ୮୪ ଗୋଟି ସ୍କୁଲ ମଧ୍ୟରୁ ୬୦ଗୋଟି ସ୍କୁଲକୁ ଗତ ଜୁନ ମାସ ୮ତାରିଖରେ ଲୋକାର୍ପଣ କରାଯାଇଛି । ଦ୍ଵିତୀୟ ଦଫାର ଆଉ ୨୪ଗୋଟି ବିଦ୍ୟାଳୟର ନବୀକରଣ କାର୍ଯ୍ୟ ଚାଲୁରହିଛି । ଅବଶିଷ୍ଟ…
Read Moreଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ
ନୂଆଗାଁ,(ନୟାଗଡ଼ ଦର୍ପଣ): ରାସ୍ତା ନିର୍ମାଣକୁ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବହୁ ଚର୍ଚ୍ଚିତ ଗୁଡୁପାଙ୍ଗି ଓ ୧୭ ଖଣ୍ତ ମୌଜା ମଧ୍ୟରେ ବିବାଦ ଲାଗିରହିଛି । ତେବେ ବର୍ତମାନ ଏହି ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହୋଇଥିବାରୁ ଖୁବଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପ୍ରଶାସନ ଏବେ ଗୁଡୁପାଙ୍ଗି ଓ ୧୭ ଖଣ୍ତ ମୌଜା ବିବାଦର ମଧ୍ୟ ଅନ୍ତ ଘଟାଇବାକୁ ଯାଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବଳଭଦ୍ରପୁର-ଢିପାମାଳ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରାୟ ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହେଲେ ପ୍ରାୟ ୪ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ବିବାଦକୁ ନେଇ ବାକି ୪୦ ପ୍ରତିଶତ କାର୍ଯ୍ୟ ହୋଇପାରୁନାହିଁ । ଏଭଳି ପରିସ୍ଥିତିରେ…
Read Moreନୟାଗଡ଼ ପୋଷ୍ଟାଲ ଡିଭିଜନ ପ୍ରାଙ୍ଗଣରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜନୈତିକ ଆକ୍ରୋଶ, ଅସହିଷ୍ଣୁତା ଏବଂ ପ୍ରତିଶୋଧ ପରାୟଣତା ହୋଇ ବିରୋଧି ନେତାଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୀନ ରାଜନିତୀ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାସ ଆଜିର ବିକ୍ଷୋଭ ସଭାରେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏକ ସ୍ୱୟଂଶାସିତ ତଦନ୍ତକାରୀ ସଂସ୍ଥାକୁ ଅପବ୍ଯବହାର କରି ନ୍ୟାସନାଲ ହେରାଲ୍ଡ୍ ଭଳି ଏକ ଘରୋଇ ସମ୍ପତ୍ତିର ମାଲିକାନାକୁ କେନ୍ଦ୍ର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ଅଧିକାରୀ ମାନେ ତିନିଦିନ ବ୍ୟାପି ଘଣ୍ଟାଘଣ୍ଟା ଘଣ୍ଟା ଜେରା ସାରା ଦେଶବାସୀଙ୍କ ସାମ୍ନାରେ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀଙ୍କୁ ବଦନାମ କରିବା ପାଇଁ ଅପପ୍ରୟାସ ପ୍ରତିବାଦ ରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ…
Read Moreସେବା ପରିସରରେ “ରଜ ଉତ୍ସବ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” ଦ୍ଵାରା ପରିଚାଳିତ ସେବା ସ୍ଵଧାର ଗୃହରେ “ରଜ ଉତ୍ସବ” ପାଳିତ ହୋଇଯାଇଛି। ଏହି ଉତ୍ସବରେ ସେବା ସ୍ୱଧାର ଗୃହ ତରଫରୁ ରଜ ପାଇଁ ଓଡ଼ିଶାର ପାରମ୍ପରିକ ପିଠା ଓ ମିଠା ବଣ୍ଟନ କରାଯାଇଥିଲା। ସ୍ୱଧାର ଗୃହ ଅନ୍ତେବାସୀନିମାନଙ୍କୁ ନେଇ ଏକ ଝୋଟି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସେବା ସ୍ୱଧାର ଗୃହର ତତ୍ତ୍ଵାବଧାରିକା ବନିତା ମଲ୍ଲିକ, ପରାମର୍ଶ ଦାତ୍ରୀ ସରିତା ଆଚାର୍ଯ୍ୟ ଓ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଯୋଗଦେଇଥିଲେ। ‘ସେବା’ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ସମସ୍ତ ଅନ୍ତେବାସିନୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଥିଲେ । ସେବାରେ ଆୟୋଜିତ ରଜ ଉତ୍ସବକୁ ସେବାର ସାଧାରଣ…
Read More