ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ସାଙ୍ଗଠନିକ ପଦ ପଦବୀରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ (ବନୁ ଭାଇ) । ଶ୍ରୀଯୁକ୍ତ ପଟ୍ଟନାୟକ ବିଦେଶ ଗସ୍ତ ପୂର୍ବରୁ ଇସ୍ତଫା ସମ୍ପର୍କରେ ମେ’ମାସ ୨୨ ତାରିଖରେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ନୟାଗଡ଼ ଡ଼ଃ. ଅରୁଣ କୁମାର ସାହୁଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । ଗତ ତିନି ମାସ ଧରି ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଏବେ ନୟାଗଡ଼ରେ ପହଞ୍ଚିବା ପରେ ଆଜି ଆନୁଷ୍ଠାନିକ ଭାବେ “ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ”, ମୋ ସ୍କୁଲ ଯୋଜନା ସଂଯୋଜକ, ମୋ କଲେଜ ଷ୍ଟିଅରିଂ କମିଟି ସଭ୍ୟ , ନୟାଗଡ଼ କ୍ଲବ୍ ସଭାପତି ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଏପ୍ରିଲ ୩୦…
Read MoreCategory: ଖଣ୍ଡପଡ଼ା ବ୍ଲକ
ନାବାଳିକାକୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଆସାମୀକୁ ୫ବର୍ଷ ଜେଲ ଓ ୧୦ହଜାର ଜୋରିମାନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଳ୍ଲା ଫାଷ୍ଟ ଟ୍ରାକ ପୋକ୍ସ କୋର୍ଟର ବିଚାରପତି ବିରଞ୍ଚି କୁମାର ରଥ ଏକ ୫ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ବିଚାର କରି ଆସାମୀ ପ୍ରମୋଦ ଦେହୁରୀକୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ମାମଲା ପରିଚାଳନା କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪.୪.୨୦୧୮ରେ ଫତେଗଡ଼ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ କେଶ ନଂ-୮୫/୧୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଫତେଗଡ଼ ଥାନା ଅଞ୍ଚଳରେ ଜନୈକ ୫ବର୍ଷର ନାବାଳିକା ଦିନ ଦ୍ୱିପ୍ରହରେ ଗାଁ ଦାଣ୍ଡରେ ତାଙ୍କ ସାଥି ମାନଙ୍କ ସହିତ ଖେଳୁଥିବା ବେଳେ ଆସାମୀ ପ୍ରମୋଦ ତାକୁ ଚକୋଲେଟ ଓ ମିକ୍ଚର କିଣିବା ପାଇଁ ଟଙ୍କା ଦେଇ ପାଖ ଦୋକାନକୁ…
Read Moreଜିଲ୍ଲାରେ ପ୍ରଥମ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ୟଙ୍ଗକାର ରବୀନ୍ଦ୍ର ରାଉତଙ୍କ ଦ୍ୱାରା ସମ୍ପାଦିତ ଜିଲ୍ଲାର ସର୍ବପ୍ରଥମ ବ୍ୟଙ୍ଗ ପତ୍ରିକା ଆଜି ଅପରାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସାମନାରେ ଥିବା ଉତ୍କଳ ଘଣ୍ଟ ଯଦୁମଣିଙ୍କ ପ୍ରତିମୂତ୍ତିୀ ସାମନାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେଲା ସମାଲୋଚନା ଧର୍ମୀ ତଥା ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ । ଉନ୍ମୋଚନ ପୂର୍ବରୁ ପ୍ରଥମେ ପତ୍ରିକାକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଉନ୍ମୋଚନ କାର୍ଯ୍ୟକ୍ରମରକୁ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ନାଟ୍ୟକାର ଡ.ବିଜୟ ଚୌଧୁରୀ, ବରିଷ୍ଠ ଅଧିବକ୍ତା ମନୋରଂଜନ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ କୁମାର ନାୟକ, କବି ନିର୍ମଳ ଶୂରଦେଓ, କୈଳାସ ବାଣ୍ଠ, ପ୍ରଶାନ୍ତ ଦାଶ, ସମାଜସେବୀ ମନୋଜ ସାହୁ,…
Read Moreଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣା ଦେଲେ ଅଂଶିକା ସର୍ଭିସେସର ଲଣ୍ଡ୍ରୀ କର୍ମଚାରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା ଦେଲେ ଅଂଶିକା ସର୍ଭିସେସର ଲଣ୍ଡ୍ରୀ କର୍ମଚାରୀ । ଅଂଶିକା ସର୍ଭିସେସ ମାଧ୍ୟମରେ ଦିର୍ଘ ତିନି ବର୍ଷ ଧରି ମେଡିକାଲ ରେ ଲଣ୍ଡ୍ରୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ସଂସ୍ଥା ମାଲିକ୍ ଚିତ୍ତରଞ୍ଜନ ଦାସ କର୍ମଚାରୀ ମାନଙ୍କୁ ଦରମା ଦେଉନଥିବା ଅଭିଯୋଗ କରିଛନ୍ତି । ଦରମା ମାଗିଲେ ସଂସ୍ଥା ର ସୁପରଭାଇଜର ଅନୁରାଗ ଖଟେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ଏପରିକି ଦରମା, ସେକେଣ୍ଡ ସିପ୍ଟି , କୋଭିଡ ଇନସେଟିଭ ଦିଆଯାଇ ନଥିବା ବେଳେ ଇ.ପି.ଏଫ.ଓ , ଇଏଓ.ଆଇ ମାସିକ ପାରିଶ୍ରମିକ ରୁ କଟାଯାଇସିଛି . ଯାହାକୁ ପରେ ଆକାଉଣ୍ଟ ରେ ପରିଶୋଧ କରାଯାଇ ନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । କର୍ମଚାରୀ…
Read Moreବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ଜିଲ୍ଲାପାଳ, ସାଂସଦ, ବିଧାୟକଙ୍କ ସମେତ ବହୁ ଲୋକ ପ୍ରତିନିଧି
ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଳକର ଦୁଇ ପଞ୍ଚାୟତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଆଜି ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ, ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଜିଲ୍ଲା ପରିଷଦ, ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୧୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥି ଏବଂ ଭାପୁର ପଞ୍ଚାୟତ ସମିତିର ବହୁ ଜନପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ। କରବର ଓ ଫତେଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ପ୍ରପୀଡିତ ପରିବାରଙ୍କୁ ଭେଟିବା ସହ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି।…
Read Moreପୁଣିଥରେ ବିଜେଡି ରାଜ୍ୟ ସମ୍ପାଦକ ହେଲେ ଅନୱର ଅଲ୍ଲୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ରାଜନୀତି ଠାରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ବହୁ ଉଚ୍ଚ ପଦବୀରେ ସାମ୍ବାଦିକ ମାନେ ବିଭିନ୍ନ ଆସନ ଅଳଙ୍କୃତ କରିଥିବା ନଜିର ରହିଛି । ଓଡ଼ିଶା ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳ ପ୍ରମୁଖ ଦଳ ଭାବେ ଏକ ନମ୍ବର ସ୍ଥାନରେ ରହିଛି । ଏହି କ୍ରମରେ ନିକଟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲାରୁ ରାଜ୍ୟ ସମ୍ପାଦକ ଭାବେ ପୁଣି ଥରେ ସାମ୍ବାଦିକ ଅନଓ୍ବର ଅଲ୍ଲୀଙ୍କୁ ଦାୟିତ୍ଵ ଦେଇଛନ୍ତି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଦଳର ନୀତି ନିୟମ ଅନୁସାରେ କାର୍ଯ୍ୟ କରିବା ସହ ସଙ୍ଗଠନକୁ ସୁଦୃଢ କରିବା ଏବଂ ସମାଜସେବାରେ ନିଜକୁ ନିୟୋଜିତ ରଖିବେ ବୋଲି ପ୍ରକାଶ କରିଛନ୍ତି ନବ ନିଯୁକ୍ତ ରାଜ୍ୟ…
Read Moreନୟାଗଡ଼ ଜିଲ୍ଲାରେ ବନ୍ୟା ପାଇଁ ୩୦ଟି ସ୍କୁଲକୁ ଛୁଟି ଘୋଷଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୩୦ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ୧୨ଟି ସ୍କୁଲ, ଗଣିଆ ବ୍ଲକର ୯ଟି ସ୍କୁଲ ଓ ଖଣ୍ଡପଡ଼ା ବ୍ଲକର ୯ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ଫତେଗଡ଼, କରବର, ସାଶନ, ପଦ୍ମାବତୀ, କେନ୍ଦୁପଲ୍ଲୀ ପଞ୍ଚାୟତର ସ୍କୁଲ ଗୁଡିକ ଛୁଟି କରାଯାଇଛି । ସେହିପରି ଗଣିଆ ବ୍ଳକର କିଶୋର ପ୍ରସାଦ, ବେଲପଡ଼ା, ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତ ଗୁଡ଼ିକର ସ୍କୁଲ ଗୁଡ଼ିକୁ ଛୁଟି କରାଯାଇଛି। ସେହିପରି ଭାବେ ଖଣ୍ଡପଡ଼ା ବ୍ଲକର ବେଣାଗାଡ଼ିଆ, ସିଧାମୁଳା, କଣ୍ଟିଲୋ, କୁମ୍ଭାରପଡ଼ା ଓ ଶିଖରପୁର ପଞ୍ଚାୟତର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Read Moreକଣ୍ଟ୍ରାକ୍ଟରଙ୍କ ମନମାନି ଦୁଇବର୍ଷ ଧରି ନିର୍ମାଣ ହୋଇନି ପୋଲ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ଠାରୁ ବଡ଼ପୁଟ ଛକ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବେୟରେ ନିର୍ମାଣ ହୋଇଛି ପିଚୁ ରାସ୍ତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାଣ୍ଠପୁର ପଞ୍ଚାୟତର ଧବଳେଇ ଗ୍ରାମ ନିକଟସ୍ଥ କେନାଲ ଉପରେ ନିର୍ମାଣ ହୋଇଛି ଏକ ପୋଲ। ଦୀର୍ଘ ଦୁଇବର୍ଷ ହେଲା ଏହି ପୋଲ ନିର୍ମାଣ ହୋଇ ରାସ୍ତା ସଂଯୋଗ ପାଇଁ ମାଟି ପଡିନଥିବାରୁ କେନାଲ ଉପରେ ଡାଇଭର୍ଶନ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଗାଡିମୋଟର ଯାତାୟତ କରୁଛି। ଏଥିଯୋଗୁଁ ଦୁଇ ବର୍ଷ ଭିତରେ ଅନେକ ଥର ଛୋଟବଡ଼ ଦୁର୍ଘଟଣାମାନ ଘଟିଛି। ଗତ କିଛିଦିନ ପୂର୍ବେ ଏହି ଡାଇଭର୍ଶନରେ ଏକ କାର କେନାଲ ମଧ୍ୟକୁ ଖସି ପଡ଼ିଥିବା ବେଳେ ଆଜି ସକାଳେ ଏକ ୧୬ଚକିଆ ଆନ୍ଧ୍ର ଟ୍ରକ କେନାଲ ମଧ୍ୟକୁ ଖସିଯାଇଛି। ଏଥିରେ ବସିଥିବା ୧୦ଜଣ ଶ୍ରମିକ ଶ୍ରେଣୀର…
Read More“ମୋ ମାଟି ମୋ ମା” ଭିଡିଓ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଉପଲକ୍ଷ୍ୟେ ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ” (କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ‘ସେବା ଅନୁଷ୍ଠାନ’ ନୟାଗଡରେ ଏକ ହୃଦୟ ଛୁଆଁ ଦେଶାତ୍ମବୋଧକ ସଙ୍ଗୀତ, ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି।ସଙ୍ଗୀତର ରଚୟିତା ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ସ୍ବର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ।ଉନ୍ମୋଚନ ସମୟରେ ସଞ୍ଜୟ ସାହୁ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ମହାପାତ୍ର, ଅଶୋକ ମଲ୍ଲ, ଦିଲ୍ଲୀପ ସାହୁ, କିଶୋର ମହାପାତ୍ର, ଚିତ୍ତରଞ୍ଜନ ନାୟକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ସୃଜନ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହିତ ସହଯୋଗୀ ଅନୁଷ୍ଠାନ ଚମତ୍କାର, ନାଟ୍ୟଧାରାର ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ…
Read More‘ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ’ ଏବଂ ‘ସତ୍ୟମ କମ୍ପ୍ୟୁଟର’ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଅବସରରେ ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ସତ୍ୟମ କମ୍ପ୍ୟୁଟର ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସତ୍ୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ୧୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପରାମର୍ଶଦାତା ବିଭୁତି ଭୁଷଣ ପଟ୍ଟନାୟକ ଏବଂ ସତ୍ୟମର ନିର୍ଦେଶକ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ପବିତ୍ର ସାହୁ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ ଏବଂ କାଜଲ ଡାକୁଆ ।
Read More