ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଖଣ୍ଡପଡ଼ା ବ୍ଲକ ଅଡିସନ ଆସନ୍ତା ୧୭ ତାରିଖ ରବିବାର ଦିନ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଶିକ୍ଷାକେନ୍ଦ୍ର ପରିସରରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ରଥ,ସଙ୍ଗୀତଧାରାର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ ସାହୁ, ଦେବାଶିଷ ରଥ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗଦାନ…
Read MoreCategory: ଖଣ୍ଡପଡ଼ା ବ୍ଲକ
ଭକ୍ତି ସଙ୍ଗୀତ ପ୍ରତିଯୋଗିତା,୧୦ରେ ଭାପୁର ବ୍ଲକ ଅଡିସନ
ଭାପୁର, (ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଭାପୁର ବ୍ଲକ ଅଡିସନ ଆସନ୍ତା ୧୦ ତାରିଖ ରବିବାର ଦିନ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଭାପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ ମନୋଜ ଶତପଥୀ, ଶିକ୍ଷାବିତ ତଥା କବି ନିରଞ୍ଜନ ଦଳବେହେରା, ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସାହୁ, ସିନେ କଳାକାର ତଥା ସିଆରସିସି ପଞ୍ଚାନନ ମହାପାତ୍ର, ଶିକ୍ଷକ ନେତା ପ୍ରସନ୍ନ…
Read Moreଖଣ୍ଡପଡ଼ା ପାଇଁ ଗୌରବ ଆଣିଲେ ସୌମେଶ ଆଚାର୍ଯ୍ୟ
ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ନିକଟବର୍ତ୍ତୀ ଗଡିଆ ସାହି ଗ୍ରାମପଞ୍ଚାୟତର ନଟବରପୁର ଶାସନ ଗ୍ରାମର ସୌମେଶ ଆଚାର୍ଯ୍ୟ ୨୦୨୨ ମସିହାର ଓଡ଼ିଶା ସରକାରଙ୍କର ପ୍ରଶାସନିକ ସେବା (ଓ.ଏ.ଏସ୍.) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପଶ୍ଚିମବଙ୍ଗ ସ୍ଥିତ ବିଶ୍ଵଭାରତୀ (କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ) ଶାନ୍ତି ନିକେତନରେ କୃଷି ସମ୍ପ୍ରସାରଣ ବିଷୟରେ ୩ୟ ବର୍ଷରେ ଗବେଷଣାରତ ଶ୍ରୀମାନ୍ ଆଚାର୍ଯ୍ୟ ଏହି ସଫଳତାର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ସମସ୍ତ ଗୁରୁଜନଙ୍କୁ ପ୍ରଦାନ କରିଛନ୍ତି। ତାଙ୍କ ମାତା ସୁଗୃହିଣୀ ଡଃ ସୌଦାମିନୀ ତ୍ରିପାଠୀ, ପିତା ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ପ୍ରେରଣାରେ ଦିନକୁ ଅଠର ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ସେ କୁହନ୍ତି। ତାଙ୍କର ଏହି ସଫଳତା ଖଣ୍ଡପଡ଼ା ବାସୀଙ୍କ ପାଇଁ ତଥା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଭୂତ ପ୍ରେରଣା ଯୋଗାଇଛି। ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ ସ୍ବାଇଁ ଓ…
Read Moreବିଭିନ୍ନ ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ନିର୍ଦ୍ଦେଶରେ ଆଜି ବିଭିନ୍ନ ବ୍ଲକରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଶାଖା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭିନ୍ନ ବ୍ଲକକୁ ଯାଇ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଭାପୁର ବ୍ଲକରେ ଭାପୁର ପ୍ରେସ କ୍ଲବ ଶିଶିର କୁମାର ସାହୁ, ରଞ୍ଜନ କୁମାର ମହାପାତ୍ରଙ୍କ ସହ ଅନେକ ସାମ୍ବାଦିକ ଉପସ୍ଥିତ ରହି ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଆଲୋଚନା କରିଥିଲେ । ସେହିଭଳି ଭାବେ ଭାପୁର ଆଞ୍ଚଳିକ ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକଙ୍କ ସମେତ ଅନେକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସାମ୍ବାଦିକତା ଆରମ୍ଭରୁ ଆମେ ଉତ୍କଳ ସାମ୍ବାଦିକ…
Read Moreନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚିସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଲକ ଯଥା-ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨, ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩, ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦…
Read Moreମହିଳା ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା ଆରମ୍ଭର କାର୍ଯ୍ୟ ଖସଡ଼ା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଜିଲ୍ଲା ଓଶ୍ୱାନ୍ ସଭା କକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବ୍ଲକ ଓଶ୍ୱାନ୍ ସଭା କକ୍ଷକୁ ସଂଯୋଗ କରି ସମସ୍ତ ବିଭାଗର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ବୁଝାଇଥିଲେ । ଏହି ଯୋଜନାରେ ମହିଳାମାନଙ୍କୁ ଆଗାମୀ ୫ବର୍ଷରେ ଟ.୫୦,୦୦୦/- ଦେଇ ଆତ୍ମ ନିର୍ଭରଶୀଳ କରିବାର କାର୍ଯ୍ୟକ୍ରମ ରହିଅଛି । ଦୁଇଟି କିସ୍ତିରେ(ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସ) ଟ.୫,୦୦୦/-ଲେଖାଏଁ ମୋଟ ଟ.୧୦,୦୦୦/- ବାର୍ଷିକ ୫ବର୍ଷରେ ଟ.୫୦,୦୦୦/- ପ୍ରଦାନ କରାଯିବ । ୨୧ ରୁ ୬୦ବର୍ଷ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁ ମହିଳାମାନେ ମାସିକ ୧୫୦୦ଟଙ୍କା ଭତ୍ତା ପାଉଥିବେ,ସାଂସଦ କିମ୍ବା ବିଧାୟକ ପରିବାରର ମହିଳା ହୋଇଥିବେ,ନିର୍ବାଚିତ ପ୍ରତିନିଧି ହୋଇଥିବେ,…
Read Moreନୟାଗଡ଼ ଜିଲ୍ଲାରୁ ୩ଜଣଙ୍କୁ ମିଳିଲା ରାଜ୍ୟ ସ୍ତରୀୟ ପୁରସ୍କାର
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜୀବ ଗାନ୍ଧୀ ଛାତ୍ର ଫୋରମ ଏବଂ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ମିଳିତ ଆନୁକୁଲ୍ୟରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍, ସ୍କାଉଟ ଭଳି ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀଙ୍କ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ରାଜ୍ୟରୁ ୩୩ଜଣ ଏନ୍.ଏସ୍.ଏସ୍ ସ୍ୱଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏଥିମଧ୍ୟରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ନେହାରାଣୀ ସାହୁ, ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ଓ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ଛାତ୍ର ବୃନ୍ଦାବନ ପ୍ରଧାନ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପୁରସ୍କାର…
Read Moreନୟାଗଡ଼ ପୋଲିସରେ ବଡ଼ଧରଣର ଅଦଳବଦଳ କଲେ ଏସପି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ବାଣିଗୋଚ୍ଛା ଥାନାକୁ ବଦଳି କରାଯାଇଥିବା ବେଳେ ବାଣିଗୋଚ୍ଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କୁ ଗଣିଆ, ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କୁ ଚାନ୍ଦପୁର ବଦଳି କରାଯାଇଥିବା ବେଳେ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କରଙ୍କୁ ଇଟାମାଟି ଥାନା, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ରଣପୁର, ରଣପୁର ଥାନା ନିହାର ରଞ୍ଜନ ମହାନ୍ତିଙ୍କୁ ଖଣ୍ଡପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁଙ୍କୁ ଶରଣକୁଳ, ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କୁ ହେଡକ୍ଵାର୍ଟରକୁ କରାଯାଇଥିବା ବେଳେ ରିଜର୍ଭରେ ଥିବା ଇନ୍ସିପେକ୍ଟର ବିଜୟା ସାହୁଙ୍କୁ ସଦରଥାନାଅଧିକାରୀ ଭାବେ ବଦଳି କରାଯାଇଛି । ସେହିଭଳି ଏସଆଇ ଓ ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ନୟାଗଡ଼ ଟାଉନଥାନାରେ…
Read Moreଭାପୁର ବନବିଭାଗ ପକ୍ଷରୁ ୭୫ତମ ବନ ମହୋତ୍ସବରେ ବୃକ୍ଷ ରୋପଣ
ଭାପୁର, (ନୟାଗଡ଼ ଦର୍ପଣ): ୭୫ ତମ ବନ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ବ୍ୟକ୍ତି ଗତ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅବସରରେ ଭାପୁର ଶ୍ରୀରାମ ମନ୍ଦିର ପରିସରରେ ଗୁରୁବାର ଦିନ ଖଣ୍ଡପଡା ଏବଂ ଭାପୁର ବନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏପରି ଏକ ମହନୀୟ କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଆହ୍ୱାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କଟକ ସଂସଦୀୟ କ୍ଷେତ୍ରରୁ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ ଏବଂ ବିଜୟ କୁମାର ସାମନ୍ତରାୟ, ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ…
Read Moreବୃତ୍ତଙ୍ଗ ବୃହତ୍ ଜଳସେଚନ ପ୍ରକଳ୍ପକୁ ମିଳିଲା ପରିବେଶ ମଞ୍ଜୁରୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ନୟାଗଡ଼ ଜିଲ୍ଲାବାସୀଙ୍କ ପ୍ରାୟ ଦୀର୍ଘ ପାଞ୍ଚ ଦଶନ୍ଧିର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ଦ୍ଵିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ମିଳିଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁମନ୍ତ୍ରାଳୟର ମଞ୍ଜୁରି ପରେ ଏହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଥିବାରୁ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମୁହଁରେ ଉତ୍ସାହ ଦେଖାଦେଇଛି । ଏହି ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଖଣ୍ଡପଡ଼ା, ନୂଆଗାଁ ଓ ଓଡ଼ଗାଁ ବ୍ଲକର ୨୩ହଜାର ୩ଶହ ହେକ୍ଟର ଜମି ଜଳସେଚିତ ହେବାସହ ପାନୀୟ ଜଳର ମଧ୍ୟ ସୁବନ୍ଦୋବସ୍ତ ହୋଇପାରିବ। ଟାକରା ପଞ୍ଚାୟତର ମଞ୍ଜାରୀ ନିକଟରେ ଥିବା ମାଇ ଓ ତାବଲଦେଈ ପାହାଡ଼ର ସଂଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ସମୁଦାୟ ୩,୫୫୨ ହେକ୍ଟରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ…
Read More