ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ରାଜ୍ୟରେ ବିଭିନ୍ନ ଐତିହ୍ୟସ୍ଥଳ, ମନ୍ଦିର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମପୀଠର ରୂପାନ୍ତରଣ କାର୍ଯ୍ୟ ଚାଲିଥିବାବେଳେ ଏବେ ମନୋଜ ଦାସଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ହେଉଛି। ଏଭଳି ପଦକ୍ଷେପ ନିଶ୍ଜିତ ଭାବରେ ସ୍ବାଗତଯୋଗ୍ୟ। ତେବେ କେବଳ ଭାରତରେ ନୁହେଁ, ବିଶ୍ବସ୍ତରରେ ଓଡ଼ିଶା ପାଇଁ ପରିଚୟ ନିର୍ମାଣ କରିଥିବା ବିସ୍ମୟ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମପୀଠ ଅବହେଳିତ ହୋଇ ପଡ଼ିରହିବା ଦୁଃଖଦାୟକ ବୋଲି କହିଛନ୍ତି ବିଶିଷ୍ଠ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର। ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା ନୟାଗଡ଼ ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଖଣ୍ଡପଡ଼ାରେ ଥିବା ପଠାଣି ସାମନ୍ତଙ୍କ ଜନ୍ମପୀଠର ରୂପାନ୍ତରଣ ଦାବି କରିଛନ୍ତି ଶ୍ରୀ ବେନହୁର। ସାମନ୍ତଙ୍କ ମୃତ୍ୟୁର ୧୨୦ ବର୍ଷ ବିତି ଯାଇଥିବାବେଳେ ତାଙ୍କ ବାସସ୍ଥାନ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।…
Read MoreCategory: ନୂଆଗାଁ ବ୍ଲକ
ନୟାଗଡ଼ରେ ୮୮ତମ ଉତ୍କଳ ଦିବସ ମହା ସମାରୋହରେ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୮୮ତମ ଉତ୍କଳ ଦିବସ ମହା ସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାକୁ ନୟାଗଡ଼ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ପଦ୍ମଚରଣ ସାହୁ ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭରେ ଅତିଥିଭାବେ ପ୍ରଦୀପ ପ୍ରଜ୍ଵଳନ କରି…
Read Moreପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୋଳାହାଣ୍ଡିର ହିନ୍ଦୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁରେଶ କୁମାର ସାହୁ ଆଜି ଶିକ୍ଷା ସେବାରୁ ଅବସର ନେଇଛନ୍ତି। ଏହିବସରରେ ବିଦ୍ଯାଳୟ ପରିସରରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ତଥା ସମବାୟ ବ୍ୟାଙ୍କ ଡାଇରେକ୍ଟର ଉପେନ୍ଦ୍ର କୁମାର ସାହୁ, ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଆଡଭୋକେଟ ଶରତଚନ୍ଦ୍ର ବେହେରା, ଘୋଳାହାଣ୍ଡି ସରପଞ୍ଚ ଅରୁଣ କୁମାର ସ୍ୱାଇଁ, ଓଷ୍ଟାର ଜିଲ୍ଲା ସମ୍ପାଦକ ମାଣିକେଶ୍ଵର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ଯ ଗୋଲକ ବିହାରୀ ସାହୁ, ବ୍ଳକ ସମ୍ପାଦକ ଅକ୍ରୁର ପରିଡା, ଅବସରପ୍ରାପ୍ତ ଆଇପିଇ ତ୍ରିନାଥ ସାହୁ, ସିଆରସିସି ଭଗବାନ ଦେହୁରୀ, ଅବସରପ୍ରାପ୍ତ ପ୍ରଧାନ…
Read Moreନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଆଜି ସଚିବାଳୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କରି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ଆବଶ୍ୟକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ତାରିଖରେ ବିଧାୟକ ଡ ସାହୁ ଚିଠି ନଂ-୧୦୬/ଏମଏଲଏଏନ ରେ ଛେନାପୋଡ଼କୁ ଭୌଗଳିକ ମାନ୍ୟତା ପାଇଁ ଚିଠି ଲେଖିଥିଲେ।ଏହା ପରେ ନୟାଗଡ଼ ଜିଲାପାଳ ଗତ ୨୦ ତାରିଖରେ ଚିଠି ନଂ-୬୩୭/୨୦.୦୩.୨୦୨୩ ମାଧ୍ୟମରେ ନିବନ୍ଧକ, ଭୌଗଳିକ ସଂକେତ ରେଜିଷ୍ଟ୍ରି ଅଫିସ, ଚେନ୍ନାଇଙ୍କୁ ଆବଶ୍ୟକ ଦସ୍ତାବିଜ ସହିତ ଛେନାପୋଡ଼ର ଜିଆଇ ଟ୍ୟାଗ ନିମନ୍ତେ ଆବେଦନ କରିଥିଲେ। ତେବେ ନୟାଗଡ଼ ଜିଲ୍ଲା ତଥା ରାଜ୍ୟର ଗର୍ଵ ଓ ଗୌରବ ବୃଦ୍ଧି ତଥା ସ୍ୱାଦିଷ୍ଟ ଛେନାପୋଡ଼ର ଜିଆଇ ଟ୍ୟାଗ ଭୌଗଳିକ ପରିଚୟ ମିଳି…
Read Moreଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ବାଇପାସ ନିର୍ମାଣ ପାଇଁ ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ସଂଲଗ୍ନ ନୟାଗଡ଼ ବାଇପାସ ନିର୍ମାଣ ସମ୍ବନ୍ଧୀୟ ସମୀକ୍ଷା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ବୈଠକ ନୟାଗଡ଼ ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଜାତୀୟ ରାଜପଥ ବିଭାଗ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ମହାନ୍ତି, ସହକାରୀ ବନସଂରକ୍ଷକ ହିମାଂଶ ମଲ୍ଲିକ, ତହସିଲଦାର ଭିକାରୀ ସାହୁଙ୍କ ସମେତ ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ । ଆବଶ୍ୟକୀୟ ଅନୁମତି ପରେ ବାଇପାସ ନିର୍ମାଣ ପାଇଁ ଆବଶ୍ୟକ ଥିବା ଜମି ଅଧିଗ୍ରହଣ କରାଯିବା ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ।…
Read Moreନୟାଗଡ଼ ପୁରୁଣା ରାଜବାଟି ନିକଟରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଲୋକଙ୍କ ହାତ ପାହାନ୍ତାରେ ଉଚ୍ଚ ଗୁଣବତ୍ତା ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦେଶ୍ୟରେ ନୟାଗଡ ମ୍ୟୁନିସିପାଲିଟିର ଆଠ ନମ୍ବର ୱାର୍ଡ ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ । ଏହି ଅବସରରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରା, ନୟାଗଡ ମ୍ୟୁନିସିପାଲିଟି ଅଧ୍ୟକ୍ଷ୍ୟା ଶ୍ରୀମତୀ ନିରୁପମ ଖଟେଇ, ଉପାଧ୍ୟକ୍ଷ୍ୟ ଗୁରୁପ୍ରସାଦ ଜେନା, କାଉନସେଲର କିଶାନ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରଗୋଟି ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । ସେଗୁଡିକ ମଧ୍ୟରେ ଗର୍ଭଧାରଣ ଏବଂ ଶିଶୁ-ଜନ୍ମରେ ଯତ୍ନ, ନବଜାତକ…
Read Moreରାମଚରିତ ମାନସର କେତେକ ରୋଚକ ତଥ୍ୟ ପଢନ୍ତୁ
🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹 ୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।୧୪: ସେତୁ ନିର୍ମାଣ=…
Read Moreରୋଟାରୀ କ୍ଳବର “ସେବା ହିଁ ପରମ ଧର୍ମ” ୩୨୬୨ ରୋଟାରୀ ଜିଲ୍ଲା ଗଭର୍ଣ୍ଣର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡ ସ୍ଥିତ ରୋଟାରୀ କ୍ଲବରେ ୩୨୬୨ ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ରୋଟାରୀ କ୍ଳବରେ ପହଞ୍ଚିବା ମାତ୍ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ଥିଲା। ତାପରେ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ତାପରେ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରେ ରୋଟାରୀ କ୍ଲବ୍ ତରଫରୁ ସ୍ଥାପନ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କୁ ଦେଖିବା ସହିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସ୍ଥାପନ ହୋଇଥିବା ଗରମ ଜଳ ବିତରଣ ପ୍ରକଳ୍ପକୁ ବୁଲି ଦେଖିଥିଲେ। କ୍ଳବର ସମସ୍ତ ସଦସ୍ଯ ଏବଂ ନୟାଗଡ଼ର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ବହୁ ବୁଦ୍ଧିଜିବୀ ମାନଙ୍କୁ ନେଇ କ୍ଳବର ସଭାପତି ରୋଟାରିଆନ ପ୍ରବୀର ପ୍ରୁଷ୍ଟିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।…
Read Moreନୟାଗଡ଼ରୁ ଭଦ୍ରକ ୩୧ରୁ ଗଡ଼ିବ ପାସେଞ୍ଜର ମେମୁ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୩୦ ତାରିଖ ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଡ଼ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୫ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି କଟକରେ ୮ଟା ୪୨ରେ ପହଞ୍ଚିବ। ସେଠାରୁ ୮ଟା ୪୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ ଟା ୩୨ରେ ପହଞ୍ଚି ୯ଟା ୩୭ରେ ନୟାଗଡ଼ ଟାଉନ ଅଭିମୁଖେ ଯାତ୍ରା କରିବ । ନୟାଗଡ଼ ଟାଉନରେ ଏହି ସ୍ୱତନ୍ତ୍ର ଟ୍ରେନ…
Read Moreପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ପୁଣି ବସିବ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗୁଡୁପାଙ୍ଗି ବନାମ ୧୭ଖଣ୍ଡ ମୌଜାବାସୀଙ୍କ ମଧ୍ୟରେ ବଳଭଦ୍ରପୁର ଓ ଢିପାମାଳ ରାସ୍ତା ନିର୍ମାଣ ପାଇଁ ଲାଗିଥିବା ବିବାଦର କେବେ ହେବ ଅନ୍ତ। ଉପଜିଲ୍ଲାପାଳଙ୍କୁ ଭେଟିଲେ ୧୭ଖଣ୍ଡ ମୌଜାବାସିନ୍ଦା। ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ୧୭ଖଣ୍ଡ ମୌଜା ଓ ଗୁଡୁପାଙ୍ଗୀ ମଧ୍ୟରେ ବିବାଦକୁ ବହୁ ବର୍ଷ ବିତିଯାଇଥିବା ବେଳେ ଏବେସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନି । କିଛିଦିନ ତଳେ ୧୭ଖଣ୍ଡ ମୌଜାବାସୀ ବଳଭଦ୍ରପୁର ଓ ଢିପାମାଳ ରାସ୍ତା ନିର୍ମାଣ ପାଇଁ ଦାବିରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ ୧୫ଦିନ ମଧ୍ୟରେ ପ୍ରଶାସନ ରାସ୍ତା କାର୍ଯ୍ୟ କରିବ ବୋଲି ପ୍ରତିଶୃତି ଦେଇଥିଲା । ଏହା ମଧ୍ୟରେ ୧୫ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରି ଆଜି ପୁଣି ୧୭ଖଣ୍ଡ ମୌଜା ବାସିନ୍ଦା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କୁ ଭେଟିଛନ୍ତି…
Read More