ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ବିକାଶରେ କ୍ରୀଡା ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ଦୌଡ଼, ଆଳୁ ଚାମଚ, ଗୀତ,ଚିତ୍ରାଙ୍କନ, ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗିତା ରେ ୧୨୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୩୦ ଜଣ ଛାତ୍ର ଛାତ୍ରୀ କୃତିତ୍ୱ ଅର୍ଜନ କରିଥିଲେ।କୃତିତ୍ୱ ଅର୍ଜନ କରିଥିବା ଛାତ୍ର…
Read MoreCategory: ନୂଆଗାଁ ବ୍ଲକ
ନୂଆଗାଁ ବ୍ଲକ୍ ବିଜୁ ଜନତା ଦଳର ବିଶାଳ ଜନ ସମ୍ପର୍କ ପଦଯାତ୍ରା
ନୂଆଗାଁ,(ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ଯୁବ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ନୂଆଗାଁ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି।ଏହି ବାଇକ ରାଲି ନୂଆଗାଁ ବ୍ଲକ୍ କିରିଆ ଲାଞ୍ଜି ଠାରୁ ବାହାରି ଦଶପଲ୍ଲା ମେଳିଆ ତୋଟା ରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ବିଜେଡ଼ି ସଭାପତି ସନାତନ ସାମଲ,ଉପ…
Read More୮୨ ତମ ଶହୀଦ ସ୍ମାରକୀ ସମାରୋହରେ ଯୋଗଦେଇ ଶହୀଦମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କଲେ ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସ୍ଵାଧୀନତା ସଂଗ୍ରାମୀ ଗ୍ରାମ ଗୌଡ଼ ଥିଆବାରୀ ଠାରେ ଶହୀଦ ଶ୍ରାଦ୍ଧ ଦିବସ ତଥା ପ୍ରଜାମଣ୍ଡଳ ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ା, ବୁଦ୍ଧି ପରିଡ଼ା ଓ ଦୟା ବେହେରା ଙ୍କ ସ୍ମୃତି ଏବଂ ଜାକେଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସ୍ଵାଧୀନତା ସଂଗ୍ରାମୀ ଆଦର୍ଶ ଗ୍ରାମ କୁଶବିଡା ଠାରେ ଶହୀଦ୍ କଷ୍ଟୀ ଡାକୁଆ ଙ୍କ ଶ୍ରାଦ୍ଧ ଦିବସରେ ଶହୀଦ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶହୀଦ ମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ପରିଷଦ…
Read Moreନୂଆଗାଁ କଷ୍ଟି ଡାକୁଆ ସହିଦ ପୀଠରେ ସହିଦ ଦିବସ ପାଳିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ୧୯୪୨ମସିହା ଅକ୍ଟୋବର ୧୦ତାରିଖରେ ଭାରତଛାଡ ଆନ୍ଦୋଳନ ଅବସରରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍ ହୋଇ ନୂଆଗାଁ ବ୍ଲକ କୁସବିଡାର ଆଦିବାସୀ ନେତା କଷ୍ଟୀ ଡାକୁଆ ନୂଆଗାଁ ଥାନା ପାଖରେ ବ୍ରିଟିଶ ପୋଲିସ ଗୁଳିରେ ସହିଦ ହୋଇଥିଲେ।ଏହି ମହାନ ବଳିଦାନର ସ୍ମୃତିରେ ସହିଦ ଦିବସରେ ସ୍ମୃତି କମିଟିର ମୁଖ୍ୟ ଶ୍ରମିକ ନେତା ଶରତ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୂଆଗାଁ ସହିଦ ପୀଠରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସହିଦ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର କଷ୍ଟି ଡାକୁଆଙ୍କ ବଳିଦାନର ଇତିହାସଉପରେ ଆଲୋକପାତ କରି ସମବେତ ସଭ୍ୟ ମାନଙ୍କୁ ନିର୍ଭୀକ ଭାବରେ ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଥିଲେ। ସ୍ମୃତି କମିଟିର ସଦସ୍ୟ ନବଘନ ଡାକୁଆ,ଗଗନ ବିହାରୀ ପ୍ରଧାନ, ବିରେନ୍ଦ୍ର…
Read Moreନୂଆଗାଁ ବ୍ଲକ୍ ସଭାଗୃହରେ ବାଲ୍ୟ ବିବାହ ମୁକ୍ତ କର୍ମଶାଳା ଅନୁଷ୍ଠିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭାଗୃହରେ ବାଲ୍ୟବିବାହ ମୁକ୍ତ ଭାରତ ଗଠନ ପାଇଁ କର୍ମଶାଳା ବାଲ୍ୟ ବିବାହ ମୁକ୍ତ ଭାରତ ଓ ନୟାଗଡ଼ ପାଇଁ ଏକ ସମିଳନୀ ସଭା ଆୟୋଜିତ ହୋଇଯାଇଅଛି।ଏହି କାର୍ଯ୍ୟ କ୍ରମ ରୁଚିକା ସମାଜ ମଙ୍ଗଳ ଅନୁଷ୍ଠାନ ଭୁବନେଶ୍ୱର ଦ୍ୱାରା ଆୟୋଜନ କରା ଯାଇଥିଲା। ନୂଆଗାଁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ କ୍ରମରେ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିଷେଧ, ଶିଶୁ ସୁରକ୍ଷା, ଶିଶୁ ଶିକ୍ଷା ଉପରେ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ଉପରେ ଚର୍ଚ୍ଚା କରା ଯାଇଥିଲା, ଶିଶୁ ମାନଙ୍କ ପାଇଁ ଶିକ୍ଷା ହିଁ ମୂଳ ବଳ ଯାହା ଦ୍ୱାରା ବାଲ୍ୟବିବାହ ଭଳି କୁ ପ୍ରଥା ଦୂର କରା ଯାଇ ପାରିବା ସଙ୍ଗେ ସଙ୍ଗେ ଶିଶୁ…
Read Moreନୟାଗଡ଼ରେ ଅକ୍ଟୋବର ୧୬ ଏବଂ ୧୭ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ନେଇ ସୂଚନା
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ୍ ଆସୋଶିଏସନ ଏବଂ କେ.ସି. କ୍ଲବ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏ ନେଇ ଆଜି ନୟାଗଡ଼ କେ.ସି. କ୍ଲବ ପରିସରସ୍ଥ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଥମ ଦଶ ଜଣକୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯିବ| ନୟାଗଡ଼ ଚେସ୍ ଆଶୋସିଏସନ୍ର ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ କୁମାର ରଥ, କେ.ସି. କ୍ଲବର ସଭାପତି ଭାଗିରଥ ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ ଓ ବରଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମ୍ପୂର୍ଣ୍ଣ ବିବରଣୀ ରଖୁଛନ୍ତି । ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ…
Read Moreପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ପ୍ରତିନିଧିଙ୍କ ପରଲୋକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର ବିଜୁ ଜନତା ଦଳର ଜଣେ ଦକ୍ଷ ସଂଗଠକ ତଥା କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଏବଂ ନୂଆଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷା ପରିଚାଳନା କମିଟିର ସଭାପତି ବିଜୟ କୁମାର ଶାସମଲଙ୍କ ଦେହ ଅସୁସ୍ଥ ଥିବାରୁ ଗତ ଚାରିଦିନ ଧରି ଭୁବନେଶ୍ଵର ଆପୋଲ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥିବା ବେଳେ ରାତ୍ର ୮ଘଟିକା ସମୟରେ ପରଲୋକ ହୋଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା । ତାଙ୍କ ରାଜନୈତିକ ଜୀବନରେ ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷ , ବ୍ଲକ ଉପାଧ୍ୟକ୍ଷ, ବ୍ଲକ ବିଜେଡ଼ି ସଭାପତି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ସ୍ବର୍ଗତ ଶାସମଲ , ପ୍ରମେୟ ର ନୂଆଗାଁ ବ୍ଲକ ସାମ୍ୱାଦିକ ହୃଦୟାନନ୍ଦ ଶାସମଲ ଙ୍କ ବଡ଼ଭାଇ । ସେ ଜଣେ ମେଳାପି, ପରୋଉପକାରି, କର୍ତ୍ତବ୍ୟନିଷ୍ଟ ବ୍ୟକ୍ତି ଥିଲେ। ତାଙ୍କ ଶବାଧାରକୁ ଦଶପଲ୍ଲା ବିଧାୟକ…
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦିଆଗଲା ଦାବିପତ୍ର, ଦଶହରା ପୂର୍ବରୁ ଦଶପଲ୍ଲାକୁ ଟ୍ରେନ ନଗଡ଼ିଲେ ତୀବ୍ର ହେବ ଆନ୍ଦୋଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ନିର୍ମିତ ନୂତନ ରେଳ ଷ୍ଟେସନର ସମସ୍ତ କାର୍ଯ୍ୟ ଗତ ଏକମାସ ପୂର୍ବରୁ ସମ୍ପୁର୍ଣ୍ଣ ହୋଇ ସାରିଥିବା ବେଳେ ଏଠାକୁ ରେଳ ଚଳାଚଳ ନେଇ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ଟ୍ରେନ ଚଳାଚଳର ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ କରି ଗତ ଦୁଇମାସ ତଳୁ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରି ସାରିଛନ୍ତି । ଷ୍ଟେସନର ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ବିଭାଗ ଟ୍ରେନ ଚଳାଚଳର ନାମଗନ୍ଧ ଧରୁନାହିଁ । ଏପରିକି କେବେଠାରୁ ରେଳଗାଡ଼ି ଚାଲିବ ଏ ଉତ୍ତର ମଧ୍ୟ କାହା ପାଖରେ ନାହିଁ । ଟ୍ରେନ ଚଳାଚଳ ପାଇଁ ଅଞ୍ଚଳବାସୀ ଉତ୍ସୁକତାର ସହିତ ଚାହିଁ ବସିଥିବା…
Read Moreନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ଗୁରୁତ୍ବପୁର୍ଣ୍ଣ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର କଡା ପଦକ୍ଷେପ । ୬ଶହ ଟଙ୍କାରେ ଘର ଭଡା ନେଇ ମାଲିକ ୭ରୁ ୮ହଜାର ଟଙ୍କାରେ ଅନ୍ୟକୁ ଭଡା ଦେଉଛନ୍ତି । ମୁଳ ପଇସା ଛଅ ଶହ ଟଙ୍କା ଦେବାକୁ ଖାତିର କରୁନାହାନ୍ତି । ବାରମ୍ବାର ମାଗିଲେ ମଧ୍ୟ ଟଙ୍କା ଠିକ ସମୟରେ ଦେଉ ନାହାନ୍ତି । ଏଥିପାଇଁ ଆଜି ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ପରିଚାଳନା ବୈଠକ କରାଯାଇ ୨୦ନଂ ଘରକୁ ସିଲ କରାଯାଇଛି । ଅପରାହ୍ନ ଦୁଇ ଘଟିକା ସମୟରେ ପରିଚାଳନା ପରିଷଦର ସଭ୍ୟ ସଭ୍ୟାମାନଙ୍କୁ ନେଇ ଗୁରୁତ୍ବପୁର୍ଣ୍ଣ ବୈଠକ ବସିଥିଲା । ଆଜିଠାରୁ ଉକ୍ତ ଦୋକାନୀର ମାଲିକଙ୍କୁ ୩୦ଦିନର ମହଲତ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ମାଲିକ ଟଙ୍କା ନଦେଲେ ସମିତି ଦଖଲକୁ ନେବ ବୋଲି ନିଷ୍ପତି ନିଆଯାଇଛି…
Read Moreଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ସକାଳୁ ରାମଧୁନ ସହ ତ୍ରିନାଥ ଛକଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟବକ୍ତା ଭାବେ ନାଟ୍ୟକାର ଡ଼ଃ. ବିଜୟ କୁମାର ଚୌଧୁରୀ ଯୋଗଦେଇ ଗାନ୍ଧୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ମହମ୍ମଦ ଓମାର ମଲ୍ଲିକ ଗାନ୍ଧୀ…
Read More