ଜିଲ୍ଲାର ବିଭିନ୍ନ ବ୍ଲକର ପଞ୍ଚାୟତରେ କୃଷକମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ପ୍ରଚାର ପ୍ରସାର କରିବ ସଚେତନତା ରଥ

ନୟାଗଡ଼, (ନୟାଗଡ଼ ଦର୍ପଣ): କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଡ଼ିଶା ମିଲେଟ୍ସ ମିଶନ ଆନୁକୁଲ୍ୟରେ କୃଷକମାନଙ୍କ ମଧ୍ୟରେ ମାଣ୍ଡିଆ ବିକ୍ରୟ କରିବା ନିମନ୍ତେ ସଚେତନତା ରଥକୁ ଉଦଘାଟନ କଲେ ଜିଲ୍ଲାପାଳ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ରଥକୁ ଉଦ୍ଘାଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସମ୍ମାନନୀୟ ଜିଲ୍ଲାପାଳ, ନୟାଗଡ଼ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବା ସଂଗେ ସଂଗେ ଏହାର ସୁପ୍ରଚାର ଓ ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକରୀ, ସହକାରୀ କୃଷି ନିର୍ଦ୍ଦେଶକ ତଥା ଯୋଜନା ଅଧିକାରୀ, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଏବଂ ଅନ୍ୟାନ୍ୟ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ୨୦୨୩-୨୪ ବର୍ଷ ପାଇଁ ମାଣ୍ଡିଆ MSP କୁଇଣ୍ଟାଲ ପିଛା ୧୩,୮୪୬/- ଧାର୍ଯ୍ୟ କରାଯାଇଛି । ଉକ୍ତ ୫ଗୋଟି…

Read More

ନୟାଗଡ଼ରୁ ୪ଜଣ ସାଇକେଲ ଚୋର ଗିରଫ, ୨୬ସାଇକେଲ ଜବତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଟାଉନ ପୁଲିସ ୨୬ଟି ଚୋରା ସାଇକେଲ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଅଲେଖ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସଠାରୁ ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଡିମିରିପାଟଣା ଗ୍ରାମର କୁମର ସାହୁ, ପ୍ରଶାନ୍ତ କୁମାର ନାୟକ, ବାଲୁଗାଁ ପଞ୍ଚାୟତ ନୂଆକଣ୍ଟାବଣିଆ ଗ୍ରାମର ହରେଶ ସ୍ବାଇଁ ଓରଫ ମନୁଆ ବୋଲି ସୂଚନା ମିଳିଛି। ଗତ ୧୧ ତାରିଖ ନୟାଗଡ଼ ସହର ଓଡଗାଁ ଛକ ଜିନିୟସ ସୋରୁମ ସାମ୍ନାରୁ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରୀ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ…

Read More

ଦଶପଲ୍ଲାକୁ ୭ ଦିନ ଭିତରେ ରେଳ ଚଲାଅ, କଂଗ୍ରେସର ଆନ୍ଦୋଳନ ଧମକ

ରେଲୱେ ଡିଆରଏମଙ୍କୁ ସ୍ମାରକପତ୍ର ଦେଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ଦଶପଲ୍ଲାକୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି। ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୭ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି। ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ କାର୍ଯ୍ୟକର୍ତା ମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ…

Read More

ଓ.ଏସ.ଇ.ଏଫ.ଡ଼ି ନୟାଗଡ଼ ଶାଖା ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ନୟାଗଡ଼ ଶାଖା ପକ୍ଷରୁ ରାଜସୁନାଖଳା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଏକତ୍ରିତ କରି ତାଙ୍କ ସହ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା କିଛି ସମୟ ବିତାଇବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଖୁସି ପ୍ରକଟ କରିଥିଲେ। ଏହି ଦିବସକୁ ଓଡ଼ିଶା ସରକାର ରାଜ୍ୟସାରା ବହୁ ଆଡ଼ମ୍ବରରେ ପାଳନ କରୁଛନ୍ତି, କିନ୍ତୁ ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ତାଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବାହାର କଲେ ନାହିଁ। ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ…

Read More

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଡିସେମ୍ବର ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉପଲକ୍ଷ୍ୟେ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସୁରଗନ୍ଧର୍ବ ନବକିଶୋର ମିଶ୍ର,ଗୁରୁ ପ୍ରଭାତ ଦାଶ,ରଜନୀକାନ୍ତ ମହାପାତ୍ର,ନିର୍ମଳ ଶୂରଦେଓ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ସାହୁ,ପ୍ରଦୀପ୍ତ ରଥ,ଡ.ଆଶୁତୋଷ ମହାପାତ୍ର,ସ୍ୱପ୍ନେଶ୍ୱର ଜେନା,ବିଜୟାନନ୍ଦ ମହାପାତ୍ର,ଗୋପୀନାଥ ସେଠୀ,ଲକ୍ଷ୍ମୀଧର ମହାପାତ୍ର,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ନିଷ୍ପତ୍ତି ମୁତାବକ ଏହି ପ୍ରତିଯୋଗୀତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ…

Read More

ନୟାଗଡ଼ରେ ବିଜେଡି ଯୁବ ଓ ଛାତ୍ର କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ବିଜୁ ଯୁବ ଓ ଛାତ୍ର ସଂଗଠନକୁ ନେଇ ଏକ କର୍ମଶାଳା ତଥା ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନ ତଥା ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଜେଡି ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ନବୀନ ଓଡ଼ିଶାର ସାରଥି ହେବା ପାଇଁ ଛାତ୍ର ଓ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବ ବିଜେଡି ରାଜ୍ୟ ସଭାପତି ତଥା ଚାନ୍ଦବାଲି…

Read More

ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲା ବ୍ୟାପି ସବରେଜିଷ୍ଟର କାର୍ଯ୍ୟାଳୟ

ଜମି ଦର ପ୍ରତି ଲକ୍ଷେ ମୂଲ୍ୟରେ ଆଦାୟ ହେଉଛି ଲାଞ୍ଚ ୩୫୦ଟଙ୍କା ଅଭିଯୋଗ ଆଣିଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବ୍ୟାପି ଦୁର୍ନୀତିର ଗନ୍ତାଘର ପାଲଟିଛି ଜମିବାଡ଼ି କବଲା ରେଜେଷ୍ଟ୍ରି ହେଉଥିବା ସବରେଜିଷ୍ଟର କାର୍ଯ୍ୟାଳୟ। ଦିନଦ୍ବିପହରେ 5T ଆଖିରେ ଆଙ୍ଗୁଠି ଗେଂଜି ଜିଲ୍ଲାର ରାଜସ୍ବ ଅଧିକାରୀମାନେ ପ୍ରତ୍ୟେକ ଦିନ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା। ଆଶ୍ଚର୍ଯ୍ୟ ହେଲେବି ସତ୍ୟ, ପ୍ରତି ଏକ ଲକ୍ଷ ଟଙ୍କା ଜମି ଦର ପାଇଁ ନୟାଗଡ ସମେତ ଜିଲ୍ଲାର ସମସ୍ତ ସବରେଜିଷ୍ଟର କାର୍ଯ୍ୟାଳୟରେ ଖୁଲମଖୁଲା ଆଦାୟ ହେଉଛି ଲାଞ୍ଚ ୩୫୦ଟଙ୍କା, ଟ୍ରଷ୍ଟ ଡିଡ଼ ଏବଂ ବିବାହ ପଞ୍ଜିକରଣ ପାଇଁ ୬୦୦ଟଙ୍କା, ସତେ କି ଏହା ଅଘୋଷିତ ଯୁଜର୍ସ ଫି। ତେବେ ଜିଲ୍ଲାରେ ପ୍ରତ୍ୟହ କୋଟିକୋଟି ଟଙ୍କା ମୂଲ୍ୟାଙ୍କନର ଜମିବାଡ଼ି କବଲା ରେଜିଷ୍ଟ୍ରେସନ ହେଉଥିବା ବେଳେ ଲକ୍ଷେ ଟଙ୍କାରେ ଯଦି ଉପୁରି…

Read More

ଆଦିବାସୀ ଆନ୍ଦୋଳନର ବିଜୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ଵାନରେ କାଜୁ ପଦର ଉପରେ ପାରମ୍ପରିକ ଓ ନୀତିଗତ ଅଧିକାର ପାଇଁ ଚାଲିଥିବା ନୀତିଗତ ଆନ୍ଦୋଳନ ସଫଳତାର ସୋପାନ ଅତିକ୍ରମ କରିଛି। ଆଜି ଓଡଗାଁ ବ୍ଳକର ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ଓ ରୋହିବାଙ୍କ ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ନୟାଗଡ଼ କଲେଜ ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ପଟୁଆରରେ ଆସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକ ନେତା ପବିତ୍ର ଇନ୍ଦ୍ରଜିତ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପଦର ଜମିରେ ହୋଇଥିବା ୧୧୦ହେକ୍ଟର କାଜୁ ଫଳନ୍ତି ଫସଲକୁ ବନ ଉନ୍ନୟନ ନିଗମ ମାତ୍ର ୧୦ହଜାର ଟଙ୍କାରେ ତିନିବର୍ଷ ପାଇଁ ବାହାର ଜିଲ୍ଲାର ମାଫିଆ ବେପାରୀଙ୍କୁ ନିଲାମ ଦେବା ଏବଂ ଗ୍ରାମବାସୀଙ୍କ…

Read More

୨୮ତମ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବାହାଡ଼ା ଝୋଲା ସରକାରୀ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ୨୮ ତମ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜ୍ଞାନ ମେଳା ଅନୁଷ୍ଠିତ ହେବା ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କିପରି ବୈଜ୍ଞାନିକ ମନୋବୃତି ଅନୁଷ୍ଠିତ ହୋଇଥାଏ ସେ ଉପରେ କହିଥିଲେ।ତତ୍ ସହିତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ଦେଖିବା ସହ ଜିଲ୍ଲା ସ୍ତରକୁ କୃତିତ୍ୱ ଅର୍ଜନ କରିଥିବା ପ୍ରକଳ୍ପର କୁନି ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବିଡ଼ିଓ…

Read More

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ନୟାଗଡ, (ନୟାଗଡ଼ ଦର୍ପଣ):ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇଛି। ଏହି ମେଳା ୫ଦିନ ବ୍ୟାପି ଅନୁଷ୍ଠିତ ହେବ। ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଭାଗର ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ସଂମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ବ୍ଳକ ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ, ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଯୋଗ ଦେଇଥିଲେ। ସରକାର ଦେଉଥିବା ପ୍ରୋତ୍ସାହନକୁ ସତ…

Read More