ଜମି ଦର ପ୍ରତି ଲକ୍ଷେ ମୂଲ୍ୟରେ ଆଦାୟ ହେଉଛି ଲାଞ୍ଚ ୩୫୦ଟଙ୍କା ଅଭିଯୋଗ ଆଣିଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବ୍ୟାପି ଦୁର୍ନୀତିର ଗନ୍ତାଘର ପାଲଟିଛି ଜମିବାଡ଼ି କବଲା ରେଜେଷ୍ଟ୍ରି ହେଉଥିବା ସବରେଜିଷ୍ଟର କାର୍ଯ୍ୟାଳୟ। ଦିନଦ୍ବିପହରେ 5T ଆଖିରେ ଆଙ୍ଗୁଠି ଗେଂଜି ଜିଲ୍ଲାର ରାଜସ୍ବ ଅଧିକାରୀମାନେ ପ୍ରତ୍ୟେକ ଦିନ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା। ଆଶ୍ଚର୍ଯ୍ୟ ହେଲେବି ସତ୍ୟ, ପ୍ରତି ଏକ ଲକ୍ଷ ଟଙ୍କା ଜମି ଦର ପାଇଁ ନୟାଗଡ ସମେତ ଜିଲ୍ଲାର ସମସ୍ତ ସବରେଜିଷ୍ଟର କାର୍ଯ୍ୟାଳୟରେ ଖୁଲମଖୁଲା ଆଦାୟ ହେଉଛି ଲାଞ୍ଚ ୩୫୦ଟଙ୍କା, ଟ୍ରଷ୍ଟ ଡିଡ଼ ଏବଂ ବିବାହ ପଞ୍ଜିକରଣ ପାଇଁ ୬୦୦ଟଙ୍କା, ସତେ କି ଏହା ଅଘୋଷିତ ଯୁଜର୍ସ ଫି। ତେବେ ଜିଲ୍ଲାରେ ପ୍ରତ୍ୟହ କୋଟିକୋଟି ଟଙ୍କା ମୂଲ୍ୟାଙ୍କନର ଜମିବାଡ଼ି କବଲା ରେଜିଷ୍ଟ୍ରେସନ ହେଉଥିବା ବେଳେ ଲକ୍ଷେ ଟଙ୍କାରେ ଯଦି ଉପୁରି…
Read MoreCategory: ନୂଆଗାଁ ବ୍ଲକ
ଆଦିବାସୀ ଆନ୍ଦୋଳନର ବିଜୟ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ଵାନରେ କାଜୁ ପଦର ଉପରେ ପାରମ୍ପରିକ ଓ ନୀତିଗତ ଅଧିକାର ପାଇଁ ଚାଲିଥିବା ନୀତିଗତ ଆନ୍ଦୋଳନ ସଫଳତାର ସୋପାନ ଅତିକ୍ରମ କରିଛି। ଆଜି ଓଡଗାଁ ବ୍ଳକର ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ଓ ରୋହିବାଙ୍କ ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ନୟାଗଡ଼ କଲେଜ ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ପଟୁଆରରେ ଆସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକ ନେତା ପବିତ୍ର ଇନ୍ଦ୍ରଜିତ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପଦର ଜମିରେ ହୋଇଥିବା ୧୧୦ହେକ୍ଟର କାଜୁ ଫଳନ୍ତି ଫସଲକୁ ବନ ଉନ୍ନୟନ ନିଗମ ମାତ୍ର ୧୦ହଜାର ଟଙ୍କାରେ ତିନିବର୍ଷ ପାଇଁ ବାହାର ଜିଲ୍ଲାର ମାଫିଆ ବେପାରୀଙ୍କୁ ନିଲାମ ଦେବା ଏବଂ ଗ୍ରାମବାସୀଙ୍କ…
Read More୨୮ତମ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବାହାଡ଼ା ଝୋଲା ସରକାରୀ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ୨୮ ତମ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜ୍ଞାନ ମେଳା ଅନୁଷ୍ଠିତ ହେବା ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କିପରି ବୈଜ୍ଞାନିକ ମନୋବୃତି ଅନୁଷ୍ଠିତ ହୋଇଥାଏ ସେ ଉପରେ କହିଥିଲେ।ତତ୍ ସହିତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ଦେଖିବା ସହ ଜିଲ୍ଲା ସ୍ତରକୁ କୃତିତ୍ୱ ଅର୍ଜନ କରିଥିବା ପ୍ରକଳ୍ପର କୁନି ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବିଡ଼ିଓ…
Read Moreଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ନୟାଗଡ, (ନୟାଗଡ଼ ଦର୍ପଣ):ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇଛି। ଏହି ମେଳା ୫ଦିନ ବ୍ୟାପି ଅନୁଷ୍ଠିତ ହେବ। ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଭାଗର ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ସଂମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ବ୍ଳକ ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ, ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଯୋଗ ଦେଇଥିଲେ। ସରକାର ଦେଉଥିବା ପ୍ରୋତ୍ସାହନକୁ ସତ…
Read Moreନୂଆଗାଁ ବ୍ଲକ୍ ରେ ମାଣ୍ଡିଆ ଦିବସ ଉପଲକ୍ଷେ କର୍ମଶାଳା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ ଥିବା ସଦଭାବନା ଗୃହରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହରିଜନ ଆଦିବାସୀ ମଙ୍ଗଳ ଏବଂ ନୟାଗଡ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ ମିଳିତ ସହଯୋଗରେ ମାଣ୍ଡିଆ ଦିବସ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁପର ଭାଇଜର ମଞ୍ଜୁଶ୍ରୀ ପଣ୍ଡା,ପ୍ରକଳ୍ପ ସଂଯୋଜିକା ସସ୍ମିତା ପରିଡ଼ା,ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ନାୟକ, ହାମସ ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ପ୍ରକଳ୍ପ ସଂଯୋଜିକା କୁମାରୀ ସୁନୀତା ଦାସଗୁପ୍ତା ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି କାର୍ଯ୍ୟକ୍ରମ କୁ ଆଗେଇ ନେବା ସହ ଏହି ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ ଦିବସ ରୂପେ ଘୋଷଣା କରାଯାଇଥିବା କହିଥିଲେ।ମାଣ୍ଡିଆ ର ଉପକାରିତା ଓ ଗୁଣବତ୍ତା…
Read Moreଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ବାଲଣ୍ଡା ଗ୍ରାମରେ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ସମାଜ ସେବୀ ଦାଶରଥି ପ୍ରଧାନଙ୍କ ସହ ଗ୍ରାମ ପଞ୍ଚାୟତର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।
Read Moreଭିଜିଲାନ୍ସ ସପ୍ତାହ ଓ କଳା ଉତ୍ସବ ପ୍ରତିଯୋଗୀତା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଭାଗ ନେଇଥିଲେ। ସେହି ପରି ବ୍ଲକର ୭ଟି ବିଦ୍ୟାଳୟର ୧୪ ଜଣ ଛାତ୍ର ଛାତ୍ରୀ ଜଣ ଭାଗ ନେଇଥିଲେ ସେଥି ମଧ୍ୟରୁ ସୁଚିଶ୍ମିତା ପରିଡ଼ା, ସତ୍ୟ କୁମାର ସାହୁ,ଦୀପାଞ୍ଜଳୀ ପରିଡ଼ା, ରୁଦ୍ର ନାରାୟଣ ଦାସ, ଲକ୍ଷ୍ମୀଧର ସାହୁ, ମୋନାଲିସା ରାଉତ, ସଙ୍ଗୀତା ପ୍ରଧାନ, ରଶ୍ମିତା ପରିଡ଼ା ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତାରେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ସେହି ପରି ସୁଚିତ୍ରା ବେହେରା, ପ୍ରତୀକ୍ଷା ପ୍ରିୟଦର୍ଶନି, ସ୍ଵଂୟପ୍ରଭା ସାହୁ, ଚିତ୍ତରଞ୍ଜନ ସେଠି, ଶିବାନୀ ପ୍ରଧାନ ପ୍ରମୁଖ କଳା ଉତ୍ସବରେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ପ୍ରତିଯୋଗୀତାରେ ବିଚାରପତି…
Read Moreଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ନୀଳାଦ୍ରିପୁର କ୍ଲଷ୍ଟର ସି ଆର ସି ସି ସି ବିଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସିମାଞ୍ଚଳ ସେନାପତି,ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ସି ଆର ସି ସି ଧୀରେନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ବେହେରା,ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା, ନବକ୍ରିଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ନୀଳାଦ୍ରି ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରତିମା ଦାସ ଙ୍କୁ ଉତ୍ତରୀୟ,ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା…
Read Moreଭୀମଭୋଇ ସାମର୍ଥ୍ୟ ଶିବିର ଉଦଘାଟନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକର ୨୨ ଟି ପଞ୍ଚାୟତ ରୁ ୩୧୪ ଜଣ ନାମ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ଅସ୍ଥିଶଲ୍ୟ ବିଭାଗରେ ୧୪୧ ଜଣ , କର୍ଣ୍ଣ ବିଭାଗରେ ୮୭ ଜଣ, ବସ୍ ପାସ ୭ ଜଣ, ଆଖି ବିଭାଗରେ ୪୩ ଜଣ, ବିକୃତ ମସ୍ତିଷ୍କ ଓ ଶିକଲିନ ୩୦ ଜଣ, କୃତିମ ଅଙ୍ଗ ୦୬ ଜଣ ନାମ ପଞ୍ଜିକରଣ କରିଥିଲେ।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ବାସୁଦେବ ନାୟକ, ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ଆଦିପତି କଅର,ଏ ବିଡ଼ିଓ…
Read Moreଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଚାଲିଥିବା ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗରେ ସ୍ୱୟଂ ପ୍ରକାଶ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜାଗୃତି ଘଡେ଼ଇ, ତୃତୀୟରେ ଧର୍ମେଶ ରାୱଲ,ଚତୁର୍ଥରେ ରାଜା ପ୍ରଧାନ ଏବଂ ପଞ୍ଚମ ସ୍ଥାନରେ କ୍ରୀଷ୍ଣ ରାଓ ଦୋରା ପ୍ରମୁଖ କୃତିତ୍ବ ହାସଲ କରି ପୁରସ୍କୃତ ହୋଇଛନ୍ତି। ସେହିପରି କନିଷ୍ଠ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ କୁଇନ କନସାଇନ ହରିଚନ୍ଦନ, ତୃତୀୟରେ…
Read More