କମ୍ରେଡ ଅଧିକାରୀ ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଲାଠିପଡା ଜୟପ୍ରକାଶ ଯୁବସଙ୍ଘ ପରିସରରେ ଦିବଂଗତ କମ୍ୟୁନିଷ୍ଟ ନେତା ଅଧିକାରୀ ବେହେରାଙ୍କ ଦ୍ଵାଦଶାହ ଅବସରରେ ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏକ ଶୋଭାଯାତ୍ରାରେ ଲାଠିପଡା ଗ୍ରାମ ପରିକ୍ରମା ପରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଅଧିକାରୀ ବେହେରା ଥିଲେ କୃଷକ ଶ୍ରମିକ ଶ୍ରେଣୀର ପ୍ରିୟ ସାଥୀ, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସାଲିସହୀନ ସଂଗ୍ରାମୀ, ଲାଠିପଡା ଆଞ୍ଚଳିକ ବିକାଶର ସ୍ଵପ୍ନ ଦ୍ରଷ୍ଟା ପୁରୁଷ। ତାଙ୍କର ବିୟୋଗରେ ଅଞ୍ଚଳ ତାର ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶୋକ ବାର୍ତ୍ତାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କୈଶୋରରୁ କଟକରେ ରାଜମିସ୍ତ୍ରୀ ଭାବେ କାମକରି ମାଳତୀ ଦେବୀ, ବିଶ୍ଵନାଥ ପଣ୍ଡିତଙ୍କ ଭଳି ସଂସ୍କାରବାଦୀ ବିପ୍ଳବୀମାନଙ୍କ ସହିତ ମିଶି ସମାଜବାଦୀ ଆଦର୍ଶରେ ଅନୁପ୍ରାଣୀତ ହେବା, ଏହାପରେ ନିଜ ଜନ୍ମସ୍ଥାନ…

Read More

ନୟାଗଡ଼ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ  କର୍ଣ୍ଣଦେବ ସମାଦ୍ଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଏବଂ ଏସ.ଡି.ପି.ଓ. ଜ୍ୟୋତିରଂଜନ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ଉପଜିଲ୍ଲାପାଳ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ପରେ ପରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରଥଯାତ୍ରା ଦିନଠାରୁ ପଲିଥିନ୍ ଓ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରାଯିବ। ଏଥିରେ ସମସ୍ତେ ସମ୍ମତି ଜଣାଇଥିଲେ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଦନୁରୂପେ ତାଙ୍କ ଭାଷଣ ରଖିଥିଲେ ।…

Read More

ଅବସରଦିନ ପୂର୍ଣ୍ଣାଙ୍ଗ ପେନସନ୍ ସହ ଅନ୍ୟାନ୍ୟ ଦେୟ ପାଇଲେ ଶିକ୍ଷା ବିଭାଗର କର୍ମଚାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ଅବସର ନେଉଥିବା ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ  ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଙ୍କ ସଭାପତିତ୍ବରେ  ଅବସରକାଳୀନ ବିଦାୟୀ ସଭା ଅନୁଷ୍ଠିତ ହୋଇଥିଲା।  ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ରେ ଥିବା ବିଭିନ୍ନ ବିଦ୍ୟାଳୟର ପାଞ୍ଚ ଜଣ ଶିକ୍ଷକ ତଥା ଶିକ୍ଷା କର୍ମଚାରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା   ସହ ପୂର୍ଣ୍ଣାଙ୍ଗ ପେନସନ୍, କମ୍ୟୁଟେସନ, ଗ୍ରାଚୁଇଟି ଆଦି  ପ୍ରଦାନ କରିଛନ୍ତି। ଅବସର ଗ୍ରହଣ କରିଥିବା…

Read More

ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ନୟାଗଡ଼ ବ୍ଲକ ଅନ୍ତର୍ଗତ ସାନ ପଣ୍ଡୁସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବନମାଳୀ ପରିଡ଼ାଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି ।  ସାନ ପଣ୍ଡୁସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବନିତା ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ, ଧନେଶ୍ୱର ସେଠି, ବ୍ଲକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନ, ସମ୍ପାଦକ ସୁରେଶ ସେଠି, ସନ୍ତୋଷ ସାହୁ,ପ୍ରଫୁଲ୍ଲ ଜେନା, ଚିତ୍ତରଞ୍ଜନ ଦାଶ,ଶରତ ପାଳ, ବିଦ୍ୟାଳୟ କମିଟି ସଭାପତି ଗୋପବନ୍ଧୁ ଭୂୟାଁ ପ୍ରମୁଖ ଯୋଗଦାନ…

Read More

କବିସମ୍ରାଟଙ୍କ ସାଧନା ପୀଠରେ ଭଞ୍ଜଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠତମ କବି। ଉପମା, ଅଳଙ୍କାର,ଶ୍ଳେଷ, ଶବ୍ଦ, ଅର୍ଥ,ସାଙ୍ଗୀତିକତାର ପ୍ରୟୋଗାତ୍ମକ ଶୈଳୀରେ ସେ ଥିଲେ କାଳଜୟୀ, ଅନତିକ୍ରମଣୀୟ ମୂର୍ଦ୍ଧନ୍ୟ ସାରସ୍ବତ ସ୍ରଷ୍ଟା ବୋଲି କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଭଞ୍ଜଜୟନ୍ତୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ଣ୍ଣନା କରିଛନ୍ତି ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ମଇ ୩୦ ସନ୍ଧ୍ୟାରେ ମାଳିସାହି ଗତୀଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ମାଳିସାହି ଗତୀଶ୍ଵର ମହାଦେବ ଓ ଢେଙ୍କଣା ରଘୁନାଥଙ୍କର ଆଶୀର୍ବାଦରେ କିଭଳି ଘୁମୁସର ରାଜପୁତ୍ର ଉପେନ୍ଦ୍ର କବିସମ୍ରାଟରେ ପରିଣତ ହୋଇ ବୈଦେହୀଶ ବିଳାସ,…

Read More

ୟାଟ୍‌ସ ବିଜୟୀ ଏନଏସି ହାଇସ୍କୁଲ ଛାତ୍ରଙ୍କ ଇସ୍ରୋ ପରିଭ୍ରମଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନ ବା ୟାଟ୍‌ସରେ ବିଜୟୀ ହୋଇଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟ ରଞ୍ଜନ ମିଶ୍ର ଏବଂ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଚର୍ଚ୍ଚିତ ଆହ୍ୱାନ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ଆଜିଠାରୁ ୫ଦିନିଆ ଇସ୍ରୋପରଦର୍ଶନରେ ବେଙ୍ଗାଲୁର ଗସ୍ତ କରିଛନ୍ତି । ତାଙ୍କ ସହିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଗାଇଡ ଶିକ୍ଷୟିତ୍ରୀ ଭାବେ ଯୋଗଦାନ କରିଛନ୍ତି । ସୂଚନା ଯୋଗ୍ୟ ଗତ ଫେବୃଆରୀ ମାସରେ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ସମଗ୍ର ରାଜ୍ୟରେ ଅନୁଷ୍ଠିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନରେ ସମୁଦାୟ ୩୦ଜଣ ଛାତ୍ରଛାତ୍ରୀ ବିଜୟ ହାସଲ କରି ଇସ୍ରୋ ପରିଦର୍ଶନ ପାଇଁ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ଛାତ୍ର ମନୋନୀତ ହୋଇ…

Read More

ମଇ ୩୦ରେ ଭଞ୍ଜପୀଠରେ ଭଞ୍ଜଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ) ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବକାଳ ଧରି ଭଞ୍ଜଜୟନ୍ତୀ ଉତ୍ସବ ପାଳିତ ହୋଇଆସୁଥିବା କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଆସନ୍ତା ମଇ ୩୦ତାରିଖ ସନ୍ଧ୍ୟାରେ ଚଳିତବର୍ଷର ସାମ୍ବତ୍ସରିକ ଉତ୍ସବ ପାଳନ କରାଯିବ ବୋଲି ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର କାର୍ଯ୍ୟନିର୍ବାହୀ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଭଞ୍ଜଜୟନ୍ତୀ ଉତ୍ସବରେ ସାହିତ୍ୟିକ ତଥା ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ବିଶିଷ୍ଟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ମୁଖ୍ୟଵକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ପାରମ୍ପରିକ ଭାବେ ସମ୍ବର୍ଦ୍ଧନା କ୍ରମେ ଓଡ଼ିଆ ଭାଷା ସାହିତ୍ୟର କୃତବିଦ୍ୟ ସାଧକ ତଥା ଜନ୍ମମାଟି ମାଳିସାହିର ଗୌରବ ଡ.ପ୍ରେମାନନ୍ଦ ମହାପାତ୍ର,…

Read More

ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ନିର୍ବାଚନ, ପ୍ରମୋଦ ସଭାପତି, କିଷାନ ସମ୍ପାଦକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପରିସରରେ ଗଠିତ ହୋଇଯାଇଛି। ଏଥିରେ ସର୍ବସାମ୍ମତି କ୍ରମେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ଦାଶରଥି ସାହୁ ଏବଂ ଲକ୍ଷ୍ମୀଧର ମହାପାତ୍ର ଉପ ସଭାପତି,କିଷାନ କୁମାର ଦାସ ସମ୍ପାଦକ,ନଳିନୀକାନ୍ତ ମିଶ୍ର ଏବଂ ଭାଗିରଥି ଦାସ ଯୁଗ୍ମ ସମ୍ପାଦକ,କମଳ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଇନଜୀବୀ ପ୍ରଦୋଷ ପଟ୍ଟନାୟକ,ଶିଭାଶିଷ ପଟ୍ଟନାୟକ ଆଇନ ପରାମର୍ଶ ଦାତା ଭାବେ ମନୋନୀତ ହୋଇଥିଲେ। ତୁରନ୍ତ କାର୍ଯ୍ୟକାରୀ କମିଟିର ବୈଠକ ବସି ମନ୍ଦିର ପରିଚାଳନା କମିଟିର ଏକ ବାଇଲ ଏବଂ ୧୮୬୦ ଆକ୍ଟ ଅନୁଯାୟୀ ପଞ୍ଜିକରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।  ବରିଷ୍ଠ ସଦସ୍ୟ ଆଶୁତୋଷ ପଟ୍ଟନାୟକ ବୈଠକରେ ସଭାପତିତ୍ୱ କରିଥିଲେ।

Read More

ମଦର ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ କମିଟି ଗଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପାଣିପୋଇଲା ସ୍ଥିତ ମଦର ଆବାସିକ ବିଦ୍ୟାଳୟର ପରିସରରେ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ଉପସ୍ଥିତିରେ ମନୋନୀତ ଦ୍ୱାରା କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ନୂତନ କାର୍ଯ୍ୟକାରୀ କମିଟିରେ ସଭାପତିଭାବେ ଚକ୍ରଧର ମାହାଳି, ଉପସଭାପତିଭାବେ ବିଦ୍ୟାଧର ଆଚାର୍ଯ୍ୟ ସେହିଭଳି ସମ୍ପାଦିକା ପ୍ରଭାସିନୀ ନନ୍ଦ, ସହ ସମ୍ପାଦିକାଭାବେ ଡ଼.ଜୁଲିଏଟ ତତସହିତ କମିଟି ସଭ୍ୟସଭ୍ୟାମାନେ ହେଲେ ଅମିତ କୁମାର ସାହୁ, ବିଜୟ ସାହୁ, ପ୍ରମୋଦ କୁମାର ନନ୍ଦ, ସାଗର ପ୍ରଧାନ, ନନ୍ଦିନୀ ଜୁଝାରସିଂ, ଅଶ୍ୱିନୀ ଜୁମର ପଣ୍ଡା, ପ୍ରକାଶ ପରିଡା। ନୂତନ କାର୍ଯ୍ୟକାରୀ କମିଟି ଗଠନ ସରିବା ପରେ ସଭାପତି ଶ୍ରୀଯୁକ୍ତ ମାହାଳି ଅନୁଷ୍ଠାନର କିଭଳି ଉର୍ନତି ହେବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟ ସଭ୍ୟମାନେ ତାଙ୍କ କଥାରେ ସମ୍ନତି ପ୍ରଦାନ କରିଥିଲେ। ଗରିବ ଅନୁସୂଚିତ ଜାତି, ଜନଜାତି ଏବଂ ଅନାଥ ଓ ପଛୁଆ…

Read More

ଭାରତ ମାତାକି ଜୟ ଓ ପାକିସ୍ଥାନ ମୁର୍ଦାବାଦ୍ ଧ୍ବନିରେ ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇଲେ ସିନ୍ଦୁରିଆ ୭୮୬ କ୍ଳବର ସଦସ୍ୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନ ସମର୍ଥିତ ଆତଙ୍କବାଦୀଙ୍କ ନରସଂହାର ପରେ ଭାରତୀୟ ସୈନ୍ୟବାହିନୀ ପାକିସ୍ଥାନକୁ ଉପଯୁକ୍ତ ଜବାବ୍ ଦେବା ସହ ପାକିସ୍ଥାନରେ ଥିବା ଆତଙ୍କବାଦୀ ଶିବିର ଗୁଡ଼ିକୁ ଧ୍ବଂସ କରିଥିଲେ। ଯାହାଦ୍ଵାରା କି ଚାରିଦିନରେ ପାକିସ୍ଥାନ ଅସ୍ତ୍ରବିରତି ପାଇଁ ବିଭିନ୍ନ ଦେଶକୁ ଅନୁରୋଧ କରିଥିଲା। ଏହି ଚାରିଦିନ ଭିତରେ ଭାରତୀୟ ସୈନ୍ୟବାହିନୀ ଯେଉଁ ପ୍ରକାର ପରାକ୍ରମ ଦେଖାଇଥିଲେ ସେଥିପାଇଁ ସବୁ ଭାରତୀୟ ଗର୍ବିତ। ଭାରତୀୟ ସୈନ୍ୟବାହିନୀର ମନୋବଳ ବୃଦ୍ଧି ଓ ପରାକ୍ରମକୁ ସମ୍ନାନ ଜଣାଇ ସିନ୍ଦୁରିଆ ୭୮୬ ୟୁଥ୍ କ୍ଳବ୍ ସଦସ୍ୟମାନେ ସିନ୍ଦୁରିଆ ଖେଳପଡ଼ିଆରେ ଏକତ୍ର ହୋଇ ଭାରତ ମାତା କି ଜୟ, ପାକିସ୍ଥାନ ମୁର୍ଦାବାଦ୍ ଓ ଭାରତୀୟ ସୈନ୍ୟବାହିନୀ ଜିନ୍ଦାବାଦ୍ ଧ୍ଵନିରେ ପରିବେଶକୁ ପ୍ରକମ୍ପିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ଶିକ୍ଷାବିତ୍ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା…

Read More