ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଚାଲିଥିବା ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗରେ ସ୍ୱୟଂ ପ୍ରକାଶ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜାଗୃତି ଘଡେ଼ଇ, ତୃତୀୟରେ ଧର୍ମେଶ ରାୱଲ,ଚତୁର୍ଥରେ ରାଜା ପ୍ରଧାନ ଏବଂ ପଞ୍ଚମ ସ୍ଥାନରେ କ୍ରୀଷ୍ଣ ରାଓ ଦୋରା ପ୍ରମୁଖ କୃତିତ୍ବ ହାସଲ କରି ପୁରସ୍କୃତ ହୋଇଛନ୍ତି। ସେହିପରି କନିଷ୍ଠ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ କୁଇନ କନସାଇନ ହରିଚନ୍ଦନ, ତୃତୀୟରେ…
Read MoreCategory: ନୟାଗଡ଼ ବ୍ଲକ
ସଙ୍ଗୀତଧାରା’ ଏବଂ ‘ନୟାଗଡ଼ ନାରିକ ମଞ୍ଚ’ର ସ୍ୱତନ୍ତ୍ର ବୈଠକ
ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା: ଶ୍ରେଷ୍ଠ ବିଜେତାଙ୍କୁ ୧୧ ହଜାର ଟଙ୍କା ଏବଂ ‘ନୟାଗଡ଼ ସଙ୍ଗୀତ କଲୋଳ’ ଉପାଧି ପ୍ରଦାନ ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ପ୍ରମୁଖ ସଙ୍ଗୀତ ଅନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ‘ନୟାଗଡ଼ ନାରିକ ମଞ୍ଚ’ ମିଳିତ ଅନୁକୁଲ୍ୟରେ ରବିବାର ସନ୍ଧ୍ୟାରେ ପୁରୁଣା ସହରସ୍ଥିତ ବଡ଼ମଠ ପରିସରରେ ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଧାରରେ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତାର ଆୟୋଜନ କରାଯିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳକୁ ନେଇ ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ୧୪ରୁ ୨୪ବର୍ଷ ପର୍ଯ୍ୟନ୍ତ…
Read Moreପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି ଭାରତରତ୍ନ ଡ.ଅବଦୁଲ କାଲାମଙ୍କ ୯୨ତମ ଜନ୍ମବାର୍ଷିକ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ, ପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତ ଡ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୨ତମ ଜନ୍ମବାର୍ଷିକୀ ନୟାଗଡ଼ ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିକମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଦାମୋଦର ସାହୁ, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ ଏବଂ ଧନେଶ୍ୱର ସେଠୀ, ଓଷ୍ଟା ରାଜ୍ୟ ସଂପାଦକ ମାଣିକେଶ୍ୱର ସ୍ୱାଇଁ, ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ର…
Read Moreଲାଉସେଣା ଦିବ୍ୟରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜେମାଦେଇପୁର ପାଟଣା ସରପଞ୍ଚଙ୍କ ଗିରଫ ଦାବୀ କଲା କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସଦର ଥାନା ଅନ୍ତର୍ଗତ ଜେମାଦେଇପୁର ପାଟଣା ପଞ୍ଚାୟତ ଲାଉସେଣା ଗ୍ରାମର ଯୁବ ବ୍ୟବସାୟୀ ଦିବ୍ୟରଞ୍ଜନଙ୍କୁ ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜେମାଦେଇପୁର ପାଟଣା ସରପଞ୍ଚ ସଦାଶିବ ନାୟକଙ୍କ ସମେତ ଅନ୍ୟମାନଙ୍କ ନାମରେ ୩୦୭ ଦଫାରେ ସଦର ଥାନାରେ ମୋକଦ୍ଦମା ହୋଇଥିଲା ବେଳେ ପୋଲିସ ସରପଞ୍ଚଙ୍କୁ କାହିଁକି ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ। ମୁଣ୍ଡରେ ଗୁରୁତର ଆଘାତ ପ୍ରାପ୍ତ ହୋଇ ଦିବ୍ୟରଞ୍ଜନ ପ୍ରଥମେ ନୟାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହେବାପରେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଏମ୍ସ ଏବଂ ପରେ ଏକ ଘରୋଇ ଚିକିତ୍ସାଳୟରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି କିନ୍ତୁ ପୋଲିସ ଏଭଳି ସମ୍ବେଦନଶୀଳ ଘଟଣାରେ ସରପଞ୍ଚଙ୍କୁ ଗିରଫ…
Read Moreଡିଜିଟାଲ ଯୁଗରେ ବିପଦ ସୃଷ୍ଟି କରିଛି ସାଇବର ଠକେଇ
ନୟାଗଡ଼, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଜନ ସାଧାରଣଙ୍କର କଷ୍ଟ ଉପାର୍ଜିତ ସମ୍ପତ୍ତି ଓ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ସାଇବର ଠକ। ସାମାନ୍ୟ ଅସାବଧାନତା ହେଲେ ସବୁ କିଛି ଲୁଟ ହୋଇଯାଉଛି ଅନଲାଇନ ମାଧ୍ୟମରେ । ଅତ୍ୟଧିକ ଲୋଭ, ମାଗଣା ପାଇବା ଆଶା, ଭୟ ଯୋଗୁଁ ଆମେ ସାଇବର ଠକେଇର ଶିକାର ହେଉଛେ।ତେଣୁ ଫୋନ କରି ଲୋଭ କିମ୍ବା ଭୟ ଦେଖାଇ ଆଧାର ନମ୍ବର, ବ୍ୟାଙ୍କ ପାସବୁକ ଖାତା ନମ୍ବର, ଏଟିଏମ୍ ନମ୍ବର ମାଗିଲେ ଆମେ ଏଥିପ୍ରତି ସଚେତନ ହୋବା ସହ କିଛି ବି କାଗଜାତ ଦେବା ନାହିଁ। ସାଇବର ଠକେଇକୁ ଲକ୍ଷ କରି ଅକ୍ଟୋବର ମାସ ୨ତାରିଖରୁ ତମାମ ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ…
Read Moreନୟାଗଡ଼ରେ ଚଳିତ ବର୍ଷର ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନୟାଗଡ ପକ୍ଷରୁ ଚଳିତ ବର୍ଷର ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୨୭୧୧ ଗୋଟି ମାମଲାର ଆପୋଷ ସମାଧାନଦ୍ଵାରା ଫଇସଲା ହୋଇ ପାରିଛି । ଏଥିରେ ବିବାହଜନିତ ୦୩ ଗୋଟି ମାମଲା ଫଇସଲା କରାଯାଇଥିଲା । ୨୬୯୪ ଗୋଟି ରାଜସ୍ୱଜନିତ ମାମଲାର ଫଇସଲା କରାଯାଇ ସର୍ବମୋଟ ଟ. ୮,୭୬,୨୯୯ ଙ୍କା ଆଦାୟ କରାଯାଇଅଛି । ଅନ୍ଯାନ୍ଯ ୧୪ ଗୋଟି ମାମଲାର ଫଇସଲା କରାଯାଇ ଟ.୧,୦୮,୮୬୦.୧୭ ଙ୍କା ଆଦାୟ କରାଯାଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର…
Read Moreନୟାଗଡ଼ରେ ଏପିଏମ ଆପ ଦ୍ୱାରା ୫କୋଟିରୁ ଉର୍ଦ୍ଧ ଟଙ୍କା ଲୁଟ, ଟାଉନ ପୋଲିସ ଦ୍ୱାରା ଦୁଇ ଭାଇ ଗିରଫ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ କିଛିଦିନ ଧରି ଏପିଏମ ଆପ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଆପ ଜରିଆରେ ଅନେକ ଲୋକ ଶିକାର ହୋଇଥିଲେ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ଓକିଲ, ଶିକ୍ଷକ, ସରକାରୀ ବାବୁ ଓ ରାଜନେତାମାନେ ଠକେଇର ଶିକାର ହୋଇଥିଲେ। କିଛି ବ୍ୟକ୍ତି ଲୋକଲଜ୍ୟାକୁ ଡରି କଳାଧନ ଗୁମର ଖୋଲିବ ବୋଲି ପୋଲିସ ପାଖକୁ ଆସିବାକୁ ସାହସ କରୁନଥିଲେ। ଏହି ଆପ ଦ୍ୱାରା ନୟାଗଡ଼ ଜିଲ୍ଲାର ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ଲୋକ ଶିକାର ହୋଇଥିବା ବେଳେ ଜିଲ୍ଲାରେ 5କୋଟି ରୁ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ପୋଲିସ ପ୍ରଶାସନ ତଥା ଶିକ୍ଷା ଭଳି ବିଭାଗର ଅନେକ କର୍ମଚାରୀ ଭରସା କରି ଏହି ଆପ ଜରିଆରେ ଟଙ୍କା ଜମା କରିଥିଲେ। ଜିଲ୍ଲାରେ ପ୍ରଥମେ ଏହି ଆପକୁ…
Read Moreଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୭କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜ୍ୟର ବିକାଶକୁ ଯଥେଷ୍ଟ ଗୁରୁତ୍ଵ ଦେଉଥିବା ବେଳେ ଗ୍ରାମାଞ୍ଚଳର କିପରି ବିକାଶ ଘଟିବ ସେଥିପ୍ରତି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ପ୍ରତି ପଞ୍ଚାୟତ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ମୋଟ ୨ହଜାର ୯୨୪ଟି ପ୍ରକଳ୍ପ ପାଇଁ ୯୭କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ସହିତ ୫ଟି ସଚିବ ଭି.କେ ପାଣ୍ଡିଆନ ପୂର୍ବରୁ କରିଥିବା ଜନଶୁଣାଣି କାର୍ଯ୍ୟକ୍ରମ ତଥା ଜିଲ୍ଲା ଗସ୍ତ ଅନୁସାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ…
Read Moreରେଡକ୍ରସର ଆବଶ୍ୟକତା ସମ୍ପର୍କିତ ଆଲୋଚନା ଚକ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ନୂତନ କରି ଯୋଗଦାନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ରେଡକ୍ରସର ଉପାଦେୟତା ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ଏକ ଅଧିଷ୍ଠାନ ଉତ୍ସବର ଆୟୋଜନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡକ୍ଟର ଆଦିତ୍ୟ କୁମାର ମିଶ୍ର ମହାଶୟ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ରେଡକ୍ରସର ଆଭିମୁଖ୍ୟ ଓ ପରୋପକାରିତା ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଅବତାରଣା କରିଥିଲେ। ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ଡକ୍ଟର ଜୟରାମ ସିଂ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଜୟିନୀ ଶୁଭଦର୍ଶିନୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
Read Moreନୟାଗଡ଼ ଜିଲ୍ଲାରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଶିକ୍ଷା, ନୟାଗଡ଼ ଆନୁକୂଲ୍ୟରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ପାଳିତ ହୋଇଅଛି । ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଜିଲ୍ଲା ସୂଚନା ଓ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଆଶିଷ ଅଗ୍ରଓାଲ, ସମାଜସେବୀ ଶ୍ରୀ ଅରୁଣ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ବାନାମ୍ବର ପୃଷ୍ଟି ଅଂଶ ଗ୍ରହଣ କରି ବାଳିକା ଶିକ୍ଷା, ସ୍ୱାସ୍ଥ୍ୟ ତଥା…
Read More