ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୬୦ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ.ଆଇ. ଆକ୍ଟ କେସ ୨ଟି ଏବଂ ବିବାହଜନିତ ୨ଟି ମାମଲା ଫଇସଲା କରାଯାଇଥିଲା। ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୩୬ଜଣ ଋଣ ଗ୍ରହିତାଙ୍କଠାରୁ ୪୮,୦୧, ୩୯୭ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୮୩ଟି ମାମଲା ଫଇସଲା କରାଯାଇ…
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ ଜିଲ୍ଲାର ଚାରି ନିର୍ବାଚନ ମଣ୍ଡଳୀର କିଏ କାହାର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ର ୬ଷ୍ଠ ପର୍ଯ୍ୟାୟ ନିମନ୍ତେ ଆଜି ନୟାଗଡ଼ ଜିଲ୍ଲାର ୧୧୯-ରଣପୁର, ୧୨୦-ଖଣ୍ଡପଡ଼ା ଓ ୧୨୨-ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ରପ୍ରତ୍ୟାହାର ତାରିଖ ଧାର୍ଯ୍ୟ କରାଯାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୧୧୯- ରଣପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଯୋଗ୍ୟ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନେ ହେଲେ- ୧) ସରୋଜ କୁମାର ନାୟକ (ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି), ୨) ସୁରମା ପାଢ଼ୀ (ଭାରତୀୟ ଜନତା ପାର୍ଟି), ୩) ସତ୍ୟନାରାୟଣ ପ୍ରଧାନ (ବିଜୁଜନତା ଦଳ), ୪) ବିଭୁପ୍ରସାଦ ମିଶ୍ର (ଭାରତୀୟ ଜାତୀୟ କଂଗ୍ରେସ), ୫) କୃଷ୍ଣଚନ୍ଦ୍ର ମହାପାତ୍ର (ସୋସାଲିଷ୍ଟ କମ୍ୟୁନିଷ୍ଟ ପାର୍ଟି), ୬) ସୁଧିର କୁମାର ଦାସ (ଆମ ଆଦ୍ ପାର୍ଟି), ୭) ହୁଲାସ ବାରିକ (ସ୍ୱାଧୀନ) ଓ ୮) ସନ୍ତୋଷ କୁମାର ସାହୁ (ସ୍ଵାଧୀନ)। ୧୨୦-ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ବନ୍ଦୀ ପ୍ରାର୍ଥୀମାନେ ହେଲେ ୧) ବୈଜୟନ୍ତିମାଳା…
Read Moreତୈଳଦର, ଗ୍ୟାସକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ଅରୁଣ
ନୟାଗଡ଼ : ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ନୟାଗଡ଼ ବିଧାୟକ ମଞ୍ଚ ଉପରୁ ସିଧା ସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ପ୍ରେଟୋଲ ଓ ଡିଜେଲ୍ ଦରବୃଦ୍ଧି, ଉଜ୍ୱଳା ଗ୍ୟାସ ଯୋଜନା, ଦରଦାମ ବୃଦ୍ଧିକୁ ନେଇ ବିଜେପିର ଅସଲ ମୁଖା ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରନ୍ତି ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଡ. ସାହୁ। ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଯୋଡ଼ି ଶଙ୍ଖରେ ମତଦାନ କରିବାକୁ ଆହ୍ୱାନ ଦେଇଛନ୍ତି । ମିଛ କହୁଥିବା ଲୋକଙ୍କୁ ବିଶ୍ୱାସକୁ ନିଅନ୍ତୁ ନାହିଁ ବୋଲି କହିଛନ୍ତି । ଅପରାହ୍ନରେ ନୟାଗଡ଼ ବ୍ଲକର ନାଟୁଗାଁ, ଚମ୍ପତ୍ତିପୁର, ଗଦାଧରପ୍ରସାଦ, ଶରଧାପୁର,…
Read Moreବିଜେଡିର ବିରାଟ ମିଶ୍ରଣ ପର୍ବ, ଦୁଇ ହଜାରରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ
ଦିଗହରା ହେଲାଣି ବିରୋଧୀ, ପୁଣି ୭୪ ନେତା ବିଜେଡିରେ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୦୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ସାରିଲେଣି ନେତା ମାନେ । ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ.…
Read Moreବିଜେଡିରେ ଯୋଗ ଦେଲେ ପୁର୍ବତନ ସରପଞ୍ଚଙ୍କ ପୁଅ ପୁରୁଷୋତ୍ତମ ମହାପାତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୦୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ସାରିଲେଣି ନେତା ମାନେ । ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ…
Read Moreନୟାଗଡ଼ରେ ବିଜେଡିର ମିଶ୍ରଣ ପର୍ବ, ବିରୋଧୀ ହେଉଛି ଦୁର୍ବଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି। ଏଇ କିଛି ଦିନ ଭିତରେ ବିରୋଧୀ ଦଳର ୧୯୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି ନେତା ମାନେ। ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି। ବିରୋଧୀ ଦଳର ବହୁ ପୁରୁଖା କର୍ମୀମାନେ ବିଜେଡିରେ ଯୋଗ ଦେଉଛନ୍ତି। ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା…
Read Moreନୟାଗଡ଼, ଖଣ୍ଡପଡ଼ା ଓ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ଦାଖଲ ଶେଷ ହୋଇ ଆଜି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନୟାଗଡ଼, ରଣପୁର ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି । ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ଜଣ ପ୍ରାର୍ଥୀ ରହିଥିବା ବେଳେ ରଣପୁର ପାଇଁ ୯ଜଣ ପ୍ରାର୍ଥୀ, ଖଣ୍ଡପଡ଼ା ପାଇଁ ୧୦ ଜଣ ପ୍ରାର୍ଥୀ ରହିଥିଲେ । ଯାଞ୍ଚ ପରେ ନୟାଗଡ଼ ବିଧାନସଭା ଆସନରୁ ଜଣେ ଏବଂ ରଣପୁରରୁ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇଛି । ନୟାଗଡ଼ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଡ. ଅରୁଣ କୁମାର ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ପ୍ରତ୍ୟୁଷା ରାଜେଶ୍ବରୀ…
Read Moreଓଡ଼ଗାଁରେ ବିଜେଡି ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ଏନଏସି ଅନ୍ତର୍ଗତ ରଘୁନାଥ ମନ୍ଦିର ରାସ୍ତା ରାଧାକାନ୍ତ ମଠ ସମ୍ମୁଖରେ ବିଜୁ ଜନତା ଦଳର ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଏହାର ଉଦଘାଟନ କରିଥିଲେ।ଦଳୀୟ ନେତୃବୃନ୍ଦଙ୍କ ସମେତ ଶତାଧିକ କର୍ମୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଥିବାବେଳେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ମେ ୨୫ରେ ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା କ୍ଷେତ୍ର ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ନବୀନଙ୍କ ବିକାଶ ରଥକୁ ଆଗେଇ ନେବା ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଅରୁଣ ସାହୁଙ୍କ ସହ ସାଂସଦ ପ୍ରାର୍ଥ ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ…
Read Moreପ୍ରାର୍ଥୀପତ୍ର ଦାଖଲ କଲେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ଛାନିଆ
ନୟାଗଡ଼:(ନୟାଗଡ଼ ଦର୍ପଣ): ମୁଣ୍ଡ ଉପରେ ନିର୍ବାଚନ। ନୟାଗଡ଼ରେ ପୁଣି ଶକ୍ତି ପ୍ରଦର୍ଶନ କଲେ ଅରୁଣ ସାହୁ। ଆଜି ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଅରୁଣ ସାହୁ। ପ୍ରତ୍ୟେକ ଦିନ ନୂଆ ନୂଆ ରଣନିତୀ ପ୍ରସ୍ତୁତ କରୁଛି ବିଜେଡି। ଯେଉଁଥିପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଶକ୍ତିଶାଳୀ ହେବାରେ ଲାଗିଛି। ଆଜିର ବିଶାଳ ଶୋଭାଯାତ୍ରା ହିଁ ଏହା ବୟାନ କରୁଛି। ବିଜେଡିରୁ ବିଧାନସଭା ଆସନରେ ଲଢ଼ୁଥିବା ନୟାଗଡ଼ର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଆଜି ନୟାଗଡ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରୁ ନୟାଗଡ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପ୍ରାୟ ୨କିମି ବ୍ୟାପି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ୨୦ହଜାରରୁ ଉର୍ଦ୍ଧ୍ବ ମହିଳା, ଛାତ୍ର, ଯୁବ ବିଜେଡିର ବରିଷ୍ଠ କର୍ମକର୍ତାମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ମୁହଁରୁ ଗୋଟିଏ…
Read Moreଇଲେକସନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ, ୧୦ ବର୍ଷ ଭିତରେ ଓଡ଼ିଶାର ୮୦ ଲକ୍ଷ ଚାକିରୀ ଗଲା କୁଆଡେ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ଠାରେ ପ୍ରଚାର କରିଛନ୍ତି। ଓଡ଼ଗାଁ ମହୋତ୍ସବ ପଡିଆରେ ଜନସମାବେତକୁ ସମ୍ବୋଧନ କରି ପାଣ୍ଡିଆନ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ବାସ କରନ୍ତି। ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି। ମୁଖ୍ୟମନ୍ତ୍ରୀ ଭୋଟ ପାଇଁ ନୁହେଁ ବରଂ ଲୋକଙ୍କ ପାଇଁ କାମ କରନ୍ତି। କିନ୍ତୁ ବିରୋଧୀ ଦଳ ନିର୍ବାଚନ ଆସିଲେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି। ମିଠା ମିଠା ପ୍ରତିଶୃତି ଦିଅନ୍ତି। ନିର୍ବାଚନ ସରିଗଲେ ଆଉ ମିଳନ୍ତି…
Read More