ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଶ୍ରୀମଦ୍ଭାଗତ ଗୀତା ହିଁ ବିଶ୍ୱର ଏକ ବିସ୍ମୟ ଗ୍ରନ୍ଥ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀମଦ୍ଭାଗବତ ଗୀତା ବିଦ୍ୟାଳୟ,ଓଡ଼ିଶା ଦ୍ବାରା ପ୍ରାୟୋଜିତ ତଥା ନୟାଗଡ଼ ଜିଲ୍ଲା ଗୀତାଗୋଷ୍ଠୀ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଚତୁର୍ଥ ସମ୍ମିଳନୀ ଏବଂ ଅଧିବେଶନ ନୟାଗଡ଼ ପୁରୁଣା ସହରସ୍ଥିତ ‘ଖାଙ୍କୀ ମଠ’ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ଆନ୍ଦୋଳନ ଓ ଜନ ଜାଗରଣ କାର୍ଯ୍ୟକ୍ରମରେ ସ୍ବାମୀ ଅଖଣ୍ଡାନନ୍ଦ ମୁଖ୍ଯ ଅତିଥି, ରାଜ୍ଯ ସଂଗଠନର ସମ୍ପାଦକ ବାସୁଦେବ ଭଟ୍ଟ, ପଣ୍ଡିତ ବ୍ରଜକିଶୋର ମହାନ୍ତି ଓ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଏବଂ ପଣ୍ଡିତ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ମୁଖ୍ଯ ବକ୍ତା ରୂପେ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଶ୍ରୀମଦ୍ଭାଗବତ ଗୀତା ହିଁ ବିଶ୍ବର ଏକ ବିସ୍ମୟ ଗ୍ରନ୍ଥ; ଯାହାର ପଠନ, ଉଚ୍ଚାରଣ, ମନନ ପ୍ରତ୍ୟହ ପ୍ରତିଟି ଗୃହ ଓ ବିଦ୍ୟାଳୟରେ ଆରମ୍ଭ ହେବା ସର୍ବାଦୌ ଆବଶ୍ୟକ। ଏହା ଫଳରେ ଆଜିର ମନୁଷ୍ଯ ଭୌତିକ…

Read More

ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତିର ସଂଶୋଧନ ଓ ପ୍ରତିମୂର୍ତ୍ତି ଉପରେ ଏକ ଛତା ନିର୍ମାଣ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତି ବିଭାଗ ପକ୍ଷରୁ ଓଡିଶାର ପ୍ରବାଦ ପୁରୁଷ ବିସ୍ମୟ ସାଧକ ଦାସିଆ ଅଜାଙ୍କର ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖ ରେ ନୟାଗଡ଼ କଚେରୀ ବଜାର ଛକରେ ସ୍ଥାପନ କରାଯାଇଛି। ମାତ୍ର ପ୍ରତିମୂର୍ତ୍ତିର ନିର୍ମାଣ ସମୟର ଗଢଣ ଓ ସ୍ଥାପନ ସମୟରେ ଅସାବଧାନତା ଯୋଗୁଁ ପ୍ରତିମୂର୍ତ୍ତିର ମୁହଁ ତଳମୁହାଁ ହୋଇ ରହିଛି। ଏହାଦ୍ବାରା ପ୍ରତିମୂର୍ତ୍ତିଟି ଆକର୍ଷଣୀୟ ହୋଇ ନାହିଁ। ଏ ସମ୍ପର୍କରେ ପ୍ରତିମୂର୍ତ୍ତିର ଅନାବରଣ ଦିନ ମାନ୍ଯବର ସଂସ୍କୃତି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା। ସେମାନେ ଏହାକୁ ସଂଶୋଧନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ମାତ୍ର ଏହାରି ଭିତରେ ଦୀର୍ଘ ସାତବର୍ଷ ବିତିଯାଇଥିଲେ ମଧ୍ଯ ପ୍ରତିମୂର୍ତ୍ତିର ସଂଶୋଧନ କାର୍ଯ୍ୟ କରାଯାଇ ନାହିଁ। ଜନ ମାନସରେ ଏବଂ ବୁଦ୍ଧିଜୀବୀ ମହଲରେ ଏହା ସମସ୍ତଙ୍କୁ ମର୍ମାହତ…

Read More

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ବର୍ଷା କବିତା ଆସର ଏବଂ ପୁସ୍ତକ ଉନ୍ମୋଚନ

ନୟାଗଡ଼,(ନୟାଗଡ଼ ଦର୍ପଣ): କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଏକ ବର୍ଷା କବିତା ଆସର ଆଜି ପୂର୍ବାହ୍ନରେ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କବିତା ଆସର ଏବଂ ସାହିତ୍ୟ ସଭାରେ ପରିଷଦ ସଭାପତି ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତାକରିଥିବା ବେଳେ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ,ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ଗୀତିକାର, କବି, ଉଦ୍‌ଘୋଷକ ତଥା ନାଟ୍ୟକାର ବିରଞ୍ଚି ନାରାୟଣ ତ୍ରିପାଠି ଏବଂ ରାଜ୍ୟର ସୁନାମଧନ୍ୟ ପାଲା ଗାୟକ ତଥା ରାଜ୍ୟ ପାଲା ଗାୟକ ପରିଷଦର ସଂଗଠନ ସମ୍ପାଦକ ଗାୟକ କଳାନିଧି ମନୋଜ କୁମାର ମିଶ୍ର ଅତିଥିଭାବେ ଯୋଗଦାନ କରି ବର୍ଷା ସମ୍ପର୍କିତ ବିଭିନ୍ନ କାବ୍ୟ କବିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ…

Read More

ଡ. ସୁରେଶ ବରାଡ଼ଙ୍କ ‘ଜଗ ଜଗ ନାରୀ’ ଉପନ୍ୟାସ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନାସିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଜଗ ଜଗ ନାରୀ’ ଉପନ୍ୟାସ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଙ୍କ ପୌରୋହିତ୍ୟରେ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ନୟାଗଡ଼ ଦ୍ଵାରା କେ ସିଂ କ୍ଳବ ସଭା ଗୃହରେ ଆୟୋଜିତ ବର୍ଷା କାଳୀନ ସାହିତ୍ୟ ଆସର ‘ବର୍ଷା କବିତା ଆସର’ କାର୍ଯ୍ୟକ୍ରମରେ ଆଜି ଅତିଥି ମାନଙ୍କ କରକମଳରେ ଏହି ଉପନ୍ୟାସ ପୁସ୍ତକର ଲୋକାର୍ପଣ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଟ୍ୟ ଭୂଷଣ ଡ.ବିଜୟ କୁମାର ଚୈ।ଧୂରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ପ.ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗ ଦେଇଥିଲେ। ଏହି ଆସରରେ କଳାନିଧି ମନୋଜ କୁମାର ମିଶ୍ର ଓ…

Read More

ନୟାଗଡ଼ ଜିଲ୍ଲା ବିକାଶ ପରିଷଦ ତରଫରୁ ଛାତ୍ରଛାତ୍ରୀଙ୍କୁ ଫଳରସ ପ୍ରଦାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନୟାଗଡ଼ ଜିଲ୍ଲା ବିକାଶ ପରିଷଦର କର୍ମକର୍ତ୍ତା ଆଜି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫଳରସ ବଣ୍ଟନ କରିଥିଲେ। ପରିଷଦର ବରିଷ୍ଠ କର୍ମକର୍ତ୍ତା ତଥା ଶିକ୍ଷାବିତ୍ ଅନାଦି ଚରଣ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଯଜ୍ଞଦତ୍ତ ମହାପାତ୍ର ଓ ମୈତ୍ରୀ ଯୁବ ସଂସଦର ସଂପାଦକ ପ୍ରଦୀପ ସାହୁ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଶ୍ରେଣୀୱାରୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ କରକମଳରେ ଫଳରସ ପିଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲା ବିକାଶ ପରିଷଦର ଉତ୍ସାହପ୍ରଦ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜିଲ୍ଲା ବିକାଶ ପରିଷଦର କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

Read More

ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ଠାରେ ବିଭାଗ ସମ୍ଭାଗ ଜ୍ଞାନବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ନିମାଇଁ ଚରଣ ପ୍ରଧାନ ମହୋଦୟ ମା ଶାରଦା ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମହୋଦୟ ସାର ଆଇଯାକ ନିଉଟନ ଙ୍କ ଜୀବନୀ ଉଦାହରଣ ମାଧ୍ୟମରେ ଅଦମ୍ୟ ଚେଷ୍ଟା ଆବଶ୍ୟକ ବୋଲି କହିଥିଲେ। ରାମାୟଣ କାଳିନ ରାବଣର ପୁଷ୍ପକ ବୀମାନ ନିର୍ମାଣ ଶୈଳୀ ବିଷୟରେ ଆଜିର ବୈଜ୍ଞାନିକ ମାନେ କରି ପାରିନାହାନ୍ତି। ଆବଶ୍ୟକତା ହିଁ ନୂଆବାଟ କଢାଏ। ଆଜିର ଶିଶୁ ଭବିଷ୍ୟତର ସୁନାଗରିକ। ବୈଜ୍ଞାନିକ ସମ୍ବନ୍ଧିୟ ଅସାଧ୍ୟ ସାଧନ୍ୟ ର ସମ୍ଭାବନା ରହିଛି। ଜିଲ୍ଲା ପ୍ରମୁଖ…

Read More

ବିଭିନ୍ନ ସମସ୍ୟା ସମାଧାନ ପାଇଁ ରେଳ ବିଭାଗ ଏବଂ ନାଗରିକ ମଞ୍ଚର ମିଳିତ ଆଲୋଚନା, ଯାତ୍ରୀଙ୍କ କଲ୍ୟାଣ ପାଇଁ ରେଳ ବିଭାଗର ଦୃଢ଼ ପ୍ରତିଶୃତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧାରୋଡ଼ ରେଳ ଡିଭିଜନର ମୁଖ୍ୟ ପରିଚାଳକ ଏଚ.ଏସ. ବାଜ୍‌ୱାଙ୍କ ଆମନ୍ତ୍ରଣ କ୍ରମେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ଜଟଣୀସ୍ଥିତ କାର୍ଯ୍ୟାଳୟ ଠାରେ ଭେଟି ନୟାଗଡ଼ ଜିଲ୍ଲା ରେଳ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିରେ ନୟାଗଡ଼ ନାଗରିକ ମଞ୍ଚର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଚାରିଜଣିଆ ପ୍ରତିନିଧି ମଣ୍ଡଳି ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଆଲୋଚନା ସକରାତ୍ମକ ହୋଇଥିବା ବେଳେ ରେଳ ବିଭାଗ ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାରେ ରେଳ ସେବାରେ ବ୍ୟାପକ ସୁଧାର ଆଣିବ ବୋଲି ସୂଚନା ମିଳିଛି । ଖୁବ୍ କମଦିନ ମଧ୍ୟରେ ଖୋର୍ଦ୍ଧା ରେଳ ଡିଭିଜନ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବାଜ୍‌ୱା ନିଜେ ନୟାଗଡ଼ ଜିଲ୍ଲା ଗସ୍ତରେ…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନୟାଗଡ଼ ଜବାହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଜବାହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ନିଜସ୍ବ ବ୍ୟାଣ୍ଡ ସହିତ ସଚିବ ଏବଂ ସବଜଜ ଶ୍ରୀ ସତ୍ୟବ୍ରତ ରଣାଙ୍କୁ ସ୍ବାଗତ କରିବା ସହିତ ଉଭୟ ଚାରାରୋପଣ କରି ସବୁଜତାର ବାର୍ତ୍ତା ପ୍ରଦାନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହିତ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ କୁମାର ଦାସ ସ୍ବାଗତ ପ୍ରଦାନ କରିଥିଲେ। ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ବିଦ୍ୟାଳୟ ସ୍ତରରେ ମୌଳିକ ଆଇନ ଜ୍ଞାନର ଆବଶ୍ୟକତା, ପରିଚ୍ଛନତା, ଶୃଙ୍ଖଳା, ସହଯୋଗ ଏବଂ ଆତ୍ମସମ୍ମାନ ସହକାରେ ଜ୍ଞାନ ଆହରଣ ଉପକାରିତା ବୁଝାଇଥିଲେ । ସବଜଜ ଶ୍ରୀ ସତ୍ୟବ୍ରତ ରଣା…

Read More

ଉଚ୍ଚଶିକ୍ଷା ପରବର୍ତ୍ତୀ କର୍ମକ୍ଷେତ୍ରରେ ଆତ୍ମନିଯୁକ୍ତି ତଥା ଦକ୍ଷତା ପ୍ରତିପାଦନ ଉପରେ କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉଚ୍ଚଶିକ୍ଷା ପରବର୍ତ୍ତୀ କର୍ମକ୍ଷେତ୍ରରେ ଆତ୍ମନିଯୁକ୍ତି ତଥା ଦକ୍ଷତା ପ୍ରତିପାଦନ ଉପରେ ଗୁରୁତ୍ବାରୋପ କରାଯିବା ଉଦ୍ଦେଶ୍ୟ ନେଇ ନୟାଗଡ଼ ମଡେଲ ଡିଗ୍ରୀ କଲେଜଠାରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ନୟାଗଡ଼ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀ ଶ୍ରୀଯୁକ୍ତ ରାହୁଲ୍ ଜୈନ୍ ମହାଶୟ ଯୋଗଦାନ କରି କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଉପାୟ ସହ ଛାତ୍ରଛାତ୍ରୀମାନେ କିପରି ଜୀବନର ସଂଘର୍ଷ କ୍ଷେତ୍ରରେ ଆଗେଇ ନିଜକୁ ପ୍ରତିଷ୍ଠିତ କରିପାରିବେ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସହ ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ସେମାନଙ୍କ ମନରେ ଉଠୁଥିବା ବିଭିନ୍ନ ପ୍ରଶ୍ନର ସମାଧାନ ଅତି ସରଳ ଭାବେ କରିଥିଲେ। ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଜୟେନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ…

Read More

ନୟାଗଡ଼ ପୌର ପରିଷଦ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ନୟାଗଡ଼ ପୌର ପରିଷଦ ପକ୍ଷରୁ ଏନ୍‌ଏସି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଙ୍ଗୀତ, ଓଡ଼ିଆ ବତ୍କୃତା, ଚିତ୍ରାଙ୍କନ ଓ ସାଧାରଣଜ୍ଞାନ ପ୍ରମୁଖ ପ୍ରତିଯୋଗିତା ହୋଇଥିଲା। ସଙ୍ଗୀତ ପ୍ରତିଯୋଗିିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ନବ କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ଯୁବ ସାମ୍ବାଦିକ ଉଦିତ ନାରାୟଣ ଦାଶ ଏବଂ କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ଯୋଗଦେଇଥିଲେ। ସେହିଭଳି ବତ୍କୃତା ପ୍ରତିଯୋଗିତା‌େ‌ର ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଏବଂ ଅଶୋକ ମଲ୍ଲ ଯୋଗଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ନିର୍ମଳଚନ୍ଦ୍ର ଶୂରଦେଓ, ସନ୍ତୋଷ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତାରେ କାଉନସିଲର କିଷାନ କୁମାର ଦାଶ, ଜାନକୀ ବଲ୍ଲଭ…

Read More