ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱଚ୍ଛତା ହିଁ ସେବା ଅଭିଯାନ-୨୦୨୪ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ପ୍ରତି ଅଧିକ ଦାୟିତ୍ୱବାନ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳର ୬୪ ଜଣ କୃତି ଛାତ୍ରଛାତ୍ରୀମାନେ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ, ସ୍ଲୋଗାନ ଲିଖନ ଏବଂ କବିତା ଲିଖନ ବିଷୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ପ୍ରଶାନ୍ତ ପଟ୍ଟନାୟକ, ପ୍ରଦ୍ୟୁମ୍ନ ନନ୍ଦ, ଗିରିଜା ଶଙ୍କର ମହାପାତ୍ର, ଯୋଗେନ୍ଦ୍ର ନାୟକ,ଗୋପବନ୍ଧୁ ଦାସ,ଶରତ ଆଚାର୍ଯ୍ୟ,ମାଣିକେଶ୍ୱର ସ୍ବାଇଁ,ସୌଦାମିନୀ ସ୍ବାଇଁ,ବେଲାରସେନ ପାତ୍ର ପ୍ରମୁଖ ଉପସ୍ଥିତ…
Read MoreCategory: ନୟାଗଡ଼ ବ୍ଲକ
ଗାନ୍ଧୀ ବିଚାର, ପ୍ରଚାର-ପ୍ରସାର ମଞ୍ଚ ବୈଠକ
ଗାନ୍ଧୀ ବିଚାର ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ମଞ୍ଚ ଆବାହକ ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଆବାହକତ୍ବରେ ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ସହ ବିଚାର ମଞ୍ଚ ଗଠନ କରାଯାଇ ବିପଦରେ ଥିବା ଦେଶର ସମ୍ବିଧାନ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରକ୍ଷା ଦେବା କ୍ଷେତ୍ରରେ ଏହି ବିଚାର ମଞ୍ଚ କାର୍ଯ୍ୟ କରିବ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ନୟାଗଡ ସଂଗ୍ରାମୀ ଭବନ ଠାରେ ଗାନ୍ଧୀ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଗବେଷକ ଡ଼ ବିଜୟ ଚୌଧୁରୀ ଗାନ୍ଧୀ ବିଚାର ଆଦର୍ଶ ଉପରେ ଆଲୋକପାତ କରି ଗାନ୍ଧୀ ବିଚାରଧାରା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଗାନ୍ଧୀ ଦର୍ଶନ ବିଭିନ୍ନ ଦିଗ ଆଗାମୀ ପିଢ଼ି ଯୁବ ବର୍ଗଙ୍କୁ ସଚେତନ କରାଇବା ଉପରେ ତାତ୍ୱିକ…
Read Moreନୟାଗଡ଼ରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତି ଯୋଗିତା ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ (ଫଲ୍କ ଡ୍ୟାନ୍ସ) ପ୍ରତିଯୋଗିତା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାର ୮ଟି ବ୍ଲକରେ ଥିବା ବିଦ୍ୟାଳୟର ୪୭ ଜଣ ପ୍ରତି ଯୋଗୀ ଯୋଗ ଦେଇଥିଲେ। ବ୍ରଜେନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ବରିଷ୍ଠ ଶିକ୍ଷକ ବଟ କିଶୋର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ ଚନ୍ଦ୍ର ସାହୁ ଆଗେଇ ନେଥିବାବେଳେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସଂଗୀତ ସଂଯୋଜକ ଗୋପୀନାଥ ସେଠୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ନୟାଗଡ଼ ବ୍ଲକର ଲାଠିପଡ଼ା ହାଇସ୍କୁଲ ପ୍ରଥମ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ…
Read Moreସ୍ଵଚ୍ଛତା ହିଁ ସେବା ୧୬୦ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୌରପରିଷଦ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଆଜି ୧୬୦ଜଣ ସଫେଇ କର୍ମଚାରୀ ଓ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପଣ୍ଡୁସର, ଶରଣକୁଳ, ମହୀପୁର, ନୟାଗଡ ଡାକ୍ତରଖାନାରୁ ଡାକ୍ତରମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରମାକାନ୍ତ ପଣ୍ଡା, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅଜୟ କୁମାର ବାହିନୀପତି, ପୌରଉପାଧ୍ୟାକ୍ଷ ଗୁରୁପ୍ରସାଦ ଜେନା ଅତିଥିଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। କାଉନସିଲର ଲଷ୍ମୀଧର ମହାପାତ୍ର, ଜାନକୀବଲ୍ଲଭ ଜେନା, ଦୀନବନ୍ଧୁ ଗୁରୁ, ସ୍ଵଂୟପ୍ରଭା ମିଶ୍ର, ଶର୍ମିଲା ପ୍ରଧାନ, ଅଖିଳ କୁମାର ସ୍ୱାଇଁ, ଗଦାଧର ଜେନା, ରୁଦ୍ରପ୍ରସନ୍ନ ରଥ ଉପସ୍ଥିତ ରହି ଶିବିରକୁ ସମ୍ପୂର୍ଣ ସହଯୋଗ କରିଥିଲେ। କାଯ୍ୟକ୍ରମକୁ ନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ପରିଚାଳନା କରିଥିଲେ। ସେ ତାଙ୍କ ବକ୍ତବ୍ୟ ରଖିଥିଲେ…
Read Moreଜାତୀୟ ସେବା ଯୋଜନା ସ୍ଥାପନା ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏହାର ସ୍ଥାପନା ଦିବସ ଓ ନୂତନ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କର ଅଭିମୁଖୀକରଣ ଉତ୍ସବ ଏକତ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାମନିଷୀମାନଙ୍କର ଉଦ୍ଧୃତି ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀକୁ ପ୍ରଥମେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଉଦଘାଟନ କରି ସଭାରେ ପୌରୋହିତ୍ୟ କରିଥିବା ବେଳେ ଜାତୀୟ ସେବା ଯୋଜନା ନୟାଗଡ ଜିଲ୍ଲା ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ସଭାରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସମାଜସେବା ସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଉତ୍ସବରେ କଲେଜର ପ୍ରୋଗ୍ରାମ ଅଫିସର ସୁନୀଲ କୁମାର ମଲ୍ଲିକ ଓ ଦୀପିକା ରାଣୀ ଟୁରୁକ ଶିକ୍ଷାର୍ଥୀମାନଙ୍କ ଭିତରେ ସ୍ବେଚ୍ଛାକୃତ ସେବା ମନୋବୃତ୍ତି ଜାଗ୍ରତ ହେବା ଅତ୍ୟନ୍ତ ଯୁଗପୋଯୋଗୀ ଦର୍ଶାଇଥିଲେ।ଏହି ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ…
Read Moreରାଜ୍ଯ ସ୍ତରୀୟ ବିଜ୍ଞାନ ମେଳାରେ ସୁନାମ ଅର୍ଜିଲେ ବିଶ୍ବ ବିଜିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଷଷ୍ଠ ଶ୍ରେଣୀ ର ଛାତ୍ରୀ ବିଶ୍ବ ବିଜିତା ମହାନ୍ତି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ତରଫରୁ ଆୟୋଜିତ ପ୍ରାଦେଶିକ ବିଜ୍ଞାନ ମେଳା ରେ ଭାଗନେଇ ଉପ ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଶ୍ବ ବିଜିତା ଅଧ୍ଯୟନ କରୁଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ ଆୟୋଜିତ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ଯ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇଥିଲେ। ପରିବେଶ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରକଳ୍ପ ନର୍ମାଣ କରିଥିଲେ ଯାହାର ନାମ ଦେଇଥିଲେ ”…
Read Moreକେସି କ୍ଲବର ସାଧାରଣ ପରିଷଦ ବୈଠକ, ଆୟୋଜିତ ହେବ ମାଗଣା ସ୍ୱାସ୍ଥ୍ୟ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବ ପୂରାତନ ତଥା ଅଗ୍ରଣୀ ଅନୁଷ୍ଠାନ କେସି କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ କ୍ଲବର ବାର୍ଷିକ ଆୟ ବ୍ୟୟ ଉପସ୍ଥାପନ କରାଯିବା ସହିତ ଏହା ଉପରେ ସଦସ୍ୟ ମାନେ ଆଲୋଚନା କରି ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ। କ୍ଲବର ପଶ୍ଚିମ ପାର୍ଶ୍ଵରେ ସିଡ଼ିଘର ନିର୍ମାଣ ସହିତ ଉପରେ ଏକ ଡର୍ମୀଟୋରି ନିର୍ମାଣ ପାଇଁ ଏକ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା। ଏହା ସହିତ ଆଗାମୀ ଦିନରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କ୍ଳବ ପକ୍ଷରୁ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି କ୍ଲବର ଉନ୍ନତି ପାଇଁ ଉପସ୍ଥିତ ସଦସ୍ୟ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ବୈଠକରେ ଉପ ସଭାପତି…
Read Moreଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ନିଷ୍ପତ୍ତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ନୂଆ ବସଷ୍ଟାଣ୍ଡ ସ୍ଥିତ ଟେଷ୍ଟି ଟେଷ୍ଟି ହୋଟେଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସ୍ଥାନୀୟ ପୋଷ୍ଟ ଅଫିସରେ କଲ୍ୟାଣ ପାଣ୍ଠି ପାଇଁ ୫୦ ହଜାର ଟଙ୍କା ଜମା ରାଶି ସହିତ ଏକ ଯୁଗ୍ମ ଆକାଉଣ୍ଟ ଖୋଲାଯିବ। କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ଏହି କଲ୍ୟାଣ ପାଣ୍ଠିରୁ ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୩ ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ସଂଘ କାର୍ଯ୍ୟାଳୟ ପାଇଁ ଏକ ଗୃହର ଆବଶ୍ୟକ ହେଉଥିବାରୁ ଭଡ଼ାସୂତ୍ରରେ ଏକ ଘର ନେବା ପାଇଁ ପ୍ରସ୍ତାବ…
Read More+୩ ଛାତ୍ରୀମାନଙ୍କୁ ନେଇ ବାଳିକା ଆତ୍ମରକ୍ଷା ତାଲିମ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରୀମାନଙ୍କୁ ନେଇ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ଏହି ଶିବିରକୁ ଗତ ୧୦ ତାରିଖରେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ଟ୍ରେନର ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଶିବିର ଦୀର୍ଘ ୭ଦିନ ଧରି ଚାଲିଥିଲା । ସେପ୍ଟେମ୍ବର ୧୬ ତାରିଖରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଆତ୍ମରକ୍ଷା କୌଶଳର ସଂଯୋଜିକା ଅଧ୍ୟାପିକା ସସ୍ମିତା ନାୟକ, ସଭ୍ୟା ଅଧ୍ୟାପିକା ସ୍ମିତା ସ୍ବାଇଁ ଓ ଅଧ୍ୟାପିକା ନିବେଦିତା ସାହୁଙ୍କ ଉପସ୍ଥିତିରେ ଉଦ୍ଯାପନୀ ହୋଇଥିଲା । ଏହି ଶିବିରରେ ଛାତ୍ରୀମାନେ ସାମ୍ପ୍ରତିକ ପ୍ରତିକୁଳ ପରିସ୍ଥିତିରେ କିପରି ନିଜର ସୁରକ୍ଷା କରିପାରିବେ ସେଥିପାଇଁ ବିଭିନ୍ନ ଆତ୍ମରକ୍ଷା କୌଶଳ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା।
Read Moreମଡେଲ ଡିଗ୍ରୀ କଲେଜରେ ଇଂରାଜୀ ସମ୍ମାନ ଖୋଲିବା ଓ ଖେଳପଡ଼ିଆ ନିର୍ମାଣ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଭାବେ ମଡେଲ ଡିଗ୍ରୀ କଲେଜ ୨୦୧୬ ମସିହାରେ ସ୍ଥାପିତ ହୋଇ ବିଜ୍ଞାନ ଓ କଳା ଶ୍ରେଣୀରେ ଶିକ୍ଷାଦାନ ଅବ୍ୟାହତ ରଖିଥିବାବେଳେ ଏଠାରେ ଇଂରାଜୀ ବିଷୟରେ ସମ୍ମାନ ନଖୋଲିବା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବହୁ ଆବଶ୍ୟକୀୟ ଇଂରାଜୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ସରକାର ଇତି ମଧ୍ୟରେ ଦୁଇଜଣ ଉଚ୍ଚଶିକ୍ଷିତ ଓଡ଼ିଆ ଲୋକସେବା ଆୟୋଗ ଦ୍ବାରା ମନୋନୀତ ଇଂରାଜୀ ଭାଷା ଅଧ୍ୟାପକ କଲେଜରେ ନିଯୁକ୍ତି ଦେଇସାରିଛନ୍ତି। ଇଂରାଜୀ ସମ୍ମାନ ଯୁକ୍ତ ତିନି ଶ୍ରେଣୀରେ ଖୋଲିବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମାନସ ରଞ୍ଜନ ଶତପଥୀ ଗତ ଶିକ୍ଷା ବର୍ଷଠାରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ମିଳେ। ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ପୂର୍ବତନ…
Read More