ନୟାଗଡ଼, (ନୟାଗଡ଼ ଦର୍ପଣ): ଜୟଦୁର୍ଗା କ୍ଳବର ୨୪ତମ ବାର୍ଷିକ ଉତ୍ସବରେ ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେଡି ମୁଖପାତ୍ର ଇରାନି ରାୟ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଉଦଯାପନୀ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ନାମେଣ୍ଟରେ ରାଜ୍ୟସ୍ତରୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ଖେଳାଳିମାନେ ଯୋଗ ଦେଇଥିଲେ । ଯାହାକି ଖେଳକୁ ଆକର୍ଷଣୀୟସହ ରୋମାଞ୍ଚକର କରିଥିଲା । ଏଥିରେ ୪ଗୋଟି ଦଳ ଭାଗ ନେଇଥିଲେ । ଯଥା – କିଟ୍ କୟୁନିଭରସିଟି, ଭୁବନେଶ୍ୱର ସ୍ପ୍ରୋଟସ ହଷ୍ଟେଲ ଭୁବନେଶ୍ୱର, ପୁରୀ କ୍ଳବ୍ (ପୁରୀ), ସୂର୍ଯ୍ୟଶିଖା ଭଦ୍ରକ। ଫାଇନାଲରେ ଭୁବନେଶ୍ୱର ସ୍ପ୍ରୋଟସ ହଷ୍ଟେଲ ଏବଂ ସୂର୍ଯ୍ୟଶିଖା ଭଦ୍ରକକୁ ହରାଇ ୨-୧ ବ୍ୟବଧାନରେ ସେଟ୍ ଜିତି ଚାମ୍ପିଅନ ହୋଇଥିଲା। ନୟାଗଡ ବ୍ଲକ…
Read MoreCategory: ନୟାଗଡ଼ ବ୍ଲକ
ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ,ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଏକ୍ସ-କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ପ୍ରତିନିଧି ମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଯୋଗଦାନ କରିଥିବା ଶିକ୍ଷାଧିକାରୀଙ୍କୁ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରାଥମିକ ସଂଘ ପକ୍ଷରୁ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ, ଭକ୍ତ ରଞ୍ଜନ ମିଶ୍ର, ଶେଖ ଅବଦୁଲ ଖାଲିକ,ବିଭୁତି ଭୂଷଣ ସାହୁ,ସୁରେଶ ଚନ୍ଦ୍ର ସେଠି, ଲକ୍ଷ୍ମୀଧର ସାହୁ, ସଂଗ୍ରାମ କେଶରୀ ସାହୁ, ସଲିମ ଇବ୍ରାହିମ,ଉମେଶ ସ୍ୱାଇଁ, ରବୀନ୍ଦ୍ର ସାହୁ, ଭଗବାନ ପଣ୍ଡା ପ୍ରମୁଖ ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ।ସୂଚନାଯୋଗ୍ୟ ଯେ ଏଠାରେ ଜିଲ୍ଲା ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା ରାଜଶ୍ରୀ…
Read Moreକବିସୂର୍ଯ୍ୟ ସଦାନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ
ନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟଯୁଗୀୟ ଓଡ଼ିଆ ତଥା ବୈଷ୍ଣବ ସାହିତ୍ୟର ମହାନ କବି, ଓଡ଼ିଶା ଆକାଶର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ମହାକବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୭ତମ ଜୟନ୍ତୀ ପାଳନ ସହିତ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ଅନାଦି ଚରଣ ମହାନ୍ତି, ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ, ବରିଷ୍ଠ ନାଗରିକ ଦୁର୍ଯ୍ୟୋଧନ ସାହୁ, ପୂର୍ଣଚନ୍ଦ୍ର ଶତପଥୀ, ପ୍ରଫୁଲ୍ଲ କୁମାର ନାୟକ, ଲକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ସୁଦର୍ଶନ ସାହୁ, ଅଶୋକ ମଲ୍ଲ, ଶରତ ନାୟକ ପ୍ରମୁଖ ଯୋଗଦାନ କରି କବିସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ…
Read Moreଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ଜୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ କ୍ରିଷ୍ଣା କୁମାର ଅଗ୍ରୱାଲ। ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଢୌକନ ପ୍ରଦାନ କରାଯିବା ସହିତ ରାମଚନ୍ଦ୍ର ସାହୁ (ଚକ୍ଷୁ ବିଶେଷଜ୍ଞ)ଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ଅଭିଜ୍ଞ…
Read Moreସମର୍ପଣ(ବୃଦ୍ଧାଶ୍ରମ)ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ। ରଣପୁରର ମାନ୍ଯବର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ଆଶ୍ରମ ଅନ୍ତେବାସୀ ଓ ସଦସ୍ଯମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ଯ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ରାଧେଶ୍ଯାମ ମୋହତା, ଦୁର୍ଯ୍ଯୋଧନ ସାହୁ ସମେତ ପ୍ଳେସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
Read Moreନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମିହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷାକର୍ମୀ ଏବଂ ବହୁ ପୁରାତନ ଛାତ୍ର ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲେ. ଗୋଲୋକ ବିହାରୀ ନାୟକ, ଲେ. ବିନ୍ଦୁଲତା ଷଣ୍ଢ, ଲେ. କମଳ କୁମାର ବର୍ମା। ଉଲ୍ଲେଖଯୋଗ୍ୟ ଯେ ସମର ଶିକ୍ଷାର୍ଥୀ ବାହନୀର ନୌବାହିନୀ ବର୍ଗ ଜିଲ୍ଳାସ୍ତରୀୟ ପରେଡ୍ ରେ ଅଂଶ ଗ୍ରହଣକରି ‘ବେଷ୍ଟ୍ କଣ୍ଟିଜେଣ୍ଟ’ ପୁରସ୍କାର ପ୍ରାପ୍ତହୋଇ ମହାବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି। ଅଧ୍ୟକ୍ଷ ଡ. ପଟ୍ଟନାୟକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପତାକା ଉତ୍ତୋଳନ କଲେ ରଣପୁରର ପ୍ରାକ୍ତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀ ଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସାଧାରଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ଆଜିର ଛାତ୍ର କାଲିର ନାଗରିକ। ତେଣୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। …
Read Moreପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସର ଐତିହାସିକ ପରମ୍ପରାକୁ ସ୍ମରଣ କରି ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଆବାସିକ) ନୟାଗଡ଼ ଅନୁଷ୍ଠାନର ପରିସର ମଧ୍ୟରେ ମହାସମାରୋହରେ ପାଳନ କରାଯାଇଛି। ବିଦ୍ୟାଳୟ ର ସମ୍ପାଦିକା ମିସ୍ ତନୁଜା ମିଶ୍ର “ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପରିଡ଼ା, ନିର୍ଦ୍ଦେଶକ ଦେବାଶିଷ ମିଶ୍ର, ଅଧ୍ୟାପକ ଗଣ ଯଥା ମନୋଜ କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବିପିନ ପ୍ରଧାନ, ଦେବାଶିଷ ମିଶ୍ର, କେଦାର ଚନ୍ଦ୍ର ନାୟକ, ଦିଲ୍ଲୀପ କୁମାର ଵରାଡ, ସହକର୍ମ ଚାରି ଗ୍ୟାନରନ୍ଜନ ମହାପାତ୍ର, ରବିନ୍ଦ୍ର ସାଥୁଆ, ରବିନ୍ଦ୍ର ସେଠୀ,ସତ୍ୟଭାମା ପୃଷ୍ଟି, ସୁଭାଶିଷ ମହାନ୍ତି, ଏବଂ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ସୈ!ମ୍ୟରଞ୍ଜନ ପରିଡ଼ା ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଅନ୍ୟାନ୍ୟ ଅଧ୍ୟାପକମାନେ ବକ୍ତବ୍ୟ ମାଧ୍ୟମରେ…
Read Moreସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି ସାମ୍ବାଦିକ ଭବନ ପରିସରରେ ଆଲୋଚନା କରାଯାଇ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରାଯିବାକୁ ଦାବି କରାଯାଇଛି । ନୟାଗଡ଼ ସହରର ବିଭିନ୍ନ ରାସ୍ତା ପାଶ୍ୱର୍କୁ ଜବରଦଖଲ କରି ଉଠା ବ୍ୟବସାୟୀ, ପରିବା ଦୋକାନ, ଜଳଖିଆ ଦୋକାନ ଖୋଲ ଯାଉଛି । ଫଳରେ ରାସ୍ତା ପାଶ୍ୱର୍ରେ ଯାନବାହନ ରଖିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ରାସ୍ତା ଉପରେ ଯାନ ବାହାନ ରଖାଯିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜୁଛି । ତୁରନ୍ତ ନୟାଗଡ଼ ସହର…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳନ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ । ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ ଅନୁଷ୍ଠାନ ନିସ୍ବାର୍ଥର ସଂପାଦକ ତଥା ବରିଷ୍ଠ ସମାଜସେବୀ ଅରୁଣ କୁମାର ମହାନ୍ତି ଓ ମୁଥାଗାଡିଆ ଗ୍ରାମ ପଞ୍ଚାୟତ ସରପଂଚ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପ୍ରାଙ୍ଗଣରେ ସ୍ଥାପିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ଓ ଅତିଥିମାନେ ଦୁଇ ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ।…
Read More