ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାଶପୁରକୁ ନୟାଗଡ଼ ରୋଟାରୀ କ୍ଲବ୍ ପକ୍ଷରୁ ଏକ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି। ରୋଟାରୀ କ୍ଲବ୍ ସଭାପତି ଶ୍ରୀ ବାସୁଦେବ ସାହୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅନ୍ତର୍ଯ୍ୟାମୀ ପତିଙ୍କୁ ଆକ୍ୱାଗାର୍ଡ ହସ୍ତାନ୍ତର କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍ର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ସମ୍ପାଦକ ଶ୍ରୀ ଅବିନାଶ ସାହୁ ଏବଂ ବିଦ୍ୟାଳୟ ପକ୍ଷରୁ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଓ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଦିଗରେ ରୋଟାରୀ କ୍ଲବ୍ର ଏହି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯିବା ସହ କ୍ଲବ୍ର ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
Read MoreCategory: ନୟାଗଡ଼ ବ୍ଲକ
ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ କଲେ ମାଇଁ ଭାରତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି। ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଓ ସେବା ଉତ୍ସବ ସମିତି, ନୟାଗଡ଼ ଆନୁକୁଲ୍ୟରେ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ମୁଖ୍ଯ ଅତିଥି ଭାବେ ମେରା ଯୁବ ଭାରତ ନୟାଗଡ଼ ର ଅଧିକାରୀ ସାହିଲ କୁମାର କୁଣ୍ଡୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପ୍ରଧାନ ଓ ସେବା ଉତ୍ସବ ସମିତି ର ଅଧ୍ଯକ୍ଷ ଶିବରାମ ମହାପାତ୍ର ଯୋଗଦେଇ…
Read Moreନୟାଗଡ଼ ପୌର ପରିଷଦ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
୧୪୨ ଜଣ ସଫେଇ କର୍ମଚାରୀ ଓ ପରିବାର ସଦସ୍ୟ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୪୨ ଜଣ ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହା ମାଧ୍ୟମରେ ସଫେଇ କର୍ମଚାରୀମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଥିଲେ। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ପୌରାଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ସନ୍ତୋଷ କୁମାର ଭୁଜବଳ ଓ ଡା. ଅଭିପ୍ସା ପଟ୍ଟନାୟକ ଯୋଗଦେଇ ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ମୁଖ୍ୟ…
Read Moreଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ: ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ପିଟିଏସ ରୋଡ଼ସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଏକ ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏବଂ ଚିନ୍ମୟ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ସ୍ୱାମୀ ଚିତଘନାନନ୍ଦ ସରସ୍ୱତୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଥମେ ଜିଲ୍ଲାପାଳଙ୍କୁ ମିଶନ ପକ୍ଷରୁ ସଭାପତିଙ୍କ ନେତୃତ୍ୱରେ ବେଦମନ୍ତ୍ର ପାଠ ସହିତ ଏକ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ କରାଯାଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।ଜିଲ୍ଲାପାଳ ଆଜିର ଯାନ୍ତ୍ରିକ ଯୁଗରେ ମାନବ ଜୀବନରେ ଶ୍ରୀମଦ୍ ଭାଗବତ ଗୀତାର ଶିକ୍ଷା ଓ ଆବଶ୍ୟକତା…
Read Moreବିଦ୍ୟାଳୟ ରେ ପାଳିତ ହେଲା ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ରେ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା, ବିଶିଷ୍ଟ ସଂଗ୍ରାହକ, ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ରେ ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକ। କାର୍ଯ୍ୟକ୍ରମ ଆରମ୍ଭ ରୁ ସଂସ୍କୃତ ଶିକ୍ଷକ ଶ୍ରୀହର୍ଷ ମହାପାତ୍ର ବେଦମନ୍ତ୍ର ପାଠ କରିଥିବା ବେଳେ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା,ଶରତ ଚନ୍ଦ୍ର ଆଚାର୍ଯ୍ୟ,ଶିକ୍ଷୟିତ୍ରୀ ହରପ୍ରିୟା ଦ୍ୱିବେଦୀ, ପ୍ରମୁଖ ଦାସିଆ ଅଜାଙ୍କ ତ୍ୟାଗ, ନିଷ୍ଠା, ସମର୍ପଣ ସହ ତାଙ୍କ ଜୀବନର କୃତି ଓ କିର୍ତ୍ତୀ ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାସିଆ ଅଜାଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ
୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା ନୟାଗଡ଼, (ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ, ଅନୁସନ୍ଧାନମନସ୍କତା ଓ ସୃଜନଶୀଳ ଚିନ୍ତାଧାରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ବିହାରସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ୟାଳୟର ବାର୍ଷିକ ବିଜ୍ଞାନମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନମେଳାରେ ୧୨୦ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ୪୦ଜଣ ପୂର୍ବ ପ୍ରାଥମିକ କୁନି କୁନି ଶିଶୁ ମାନଙ୍କର କଣ୍ଢେଇ ମେଳା ସ୍ଥାନ ପାଇଥିଲା। କୁନି କୁନି ଶିଶୁ ବୈଜ୍ଞାନିକଙ୍କ ସୃଜନଶୀଳତା ଓ ପ୍ରତିଭା ଉପସ୍ଥିତ ଅଭିଭାବକ ଓ ଅତିଥିମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ସମାଜସେବୀ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଏହି ବିଜ୍ଞାନମେଳା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବିଜ୍ଞାନମେଳା…
Read Moreନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ
ମଗରବନ୍ଧ ବାଲିସାହି ପ୍ରାଥମିକ ବିଦ୍ୟାଳୟ ନଗ୍ନ ଦୃଷ୍ଟାନ୍ତ : କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ବାଲିସାହି ପ୍ରାଥମିକ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ନିଜ ପିତାମାତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ଘଟଣାକୁ ନେଇ କଂଗ୍ରେସ ଚିନ୍ତା ପ୍ରକଟ କରିଛି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀମାନେ ‘ଆମକୁ ଶିକ୍ଷକ ଦିଅ, ଆମେ ପାଠ ପଢ଼ିବୁ’ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ଘଟଣା ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି। ଆଗାମୀ ଦିନରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପୁନରାବୃତ୍ତି ଯେପରି ନହୁଏ,…
Read Moreବିଦ୍ୟାଳୟରେ ସଂସ୍କୃତ ଭାଷା ଆଲୋଚନା ଓ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆ ପରିସରରେ ସଂସ୍କୃତ ଭାଷାର ମହତ୍ତ୍ୱ ଓ ଆମ ସଂସ୍କୃତିରେ ଏହାର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପୁରାତନ ସଂସ୍କୃତିରେ ସଂସ୍କୃତ ଭାଷାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। କାଳକ୍ରମେ ଅନ୍ୟାନ୍ୟ ଭାଷାର ପ୍ରଚଳନ ବୃଦ୍ଧି ପାଇଥିଲେ ମଧ୍ୟ ଆଜି ମଧ୍ୟ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ସଂସ୍କୃତ ଭାଷା ଓ ଶ୍ଳୋକର ବ୍ୟବହାର ଦେଖିବାକୁ ମିଳେ। ପୂଜାପାଠଠାରୁ ଆରମ୍ଭ କରି ବିବାହ ଓ ବିଭିନ୍ନ ଧାର୍ମିକ-ସାଂସ୍କୃତିକ ଅନୁଷ୍ଠାନରେ ସଂସ୍କୃତ ଶ୍ଳୋକର ଉଚ୍ଚାରଣର ବିଶେଷ ଗୁରୁତ୍ୱ ରହିଛି। ମହାଭାରତ, ରାମାୟଣ ସମେତ ଅନେକ ପ୍ରାଚୀନ ଓ ଉପାଦେୟ ଗ୍ରନ୍ଥର ମୂଳ ରଚନା ମଧ୍ୟ ସଂସ୍କୃତ ଭାଷାରେ ହୋଇଛି। ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ବିଦ୍ୟାଳୟରେ ସଂସ୍କୃତ ଭାଷା…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍, ନୟାଗଡ଼
ଉତ୍ତମ କର୍ମର ଉତ୍ତମ ଫଳ କହିଲେ ମୁଖ୍ଯ ଅତିଥି ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଶିଷ୍ଟ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ର ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ର ପ୍ରାକ୍ତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଉତ୍ତମ କର୍ମର ଉତ୍ତମ ଫଳ…
Read Moreଇଟାମାଟି ‘ଗିଭ୍ ବ୍ଲଡ଼ ସେଭ୍ ଲାଇଫ’ ତରଫରୁ ଗୁରୁ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଗୁରୁଦିବସ ଉପଲକ୍ଷ୍ୟେ “ଗିଭ ବ୍ଲଡ ସେଭ୍ ଲାଇଫ “ତରଫରୁ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ଇଟାମାଟି ଠାରେ ଗୁରୁ ଦିଵସ ପାଳନ କରାଯାଇଥିଲା। ଏଥିରେ ବାଳିକା ଉଚ୍ଚ ବିଦ୍ୟାଳୟ, ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଓ ଶ୍ରୀ ଅରବିନ୍ଦପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସମେତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ ମିଶି ପ୍ରାୟ ୧୫୦ ଜଣରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାର ପ୍ରାରମ୍ଭରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କୁମାର ସାହୁ ସୁଲଳିତ ସ୍ୱରରେ ଗୁରୁ ବନ୍ଦନା ଗାନ କରି ଥିଲେ। ଅତିଥି ମାନେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଧୂପ ଦୀପ ଦେଇ ସଭା କାର୍ଯ୍ୟ…
Read More