ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସର୍କିଟ ହାଉସ ନିକଟ ଭାରତ ବିକାଶ ପରିଷଦ କାର୍ଯ୍ଯାଳୟ ତଥା ପରିଷଦର ଶ୍ରୀକମଳାଦେବୀନ୍ଯାସ ପରିସରରେ ଶାଖା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଶାଖା ଅଧ୍ଯକ୍ଷ ପ୍ରାଧ୍ୟାପକ ହରେକୃଷ୍ଣ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ସର୍ବପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥ, ଭାରତ ମାତା,ସ୍ବାମୀ ବିବେକାନନ୍ଦ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିଛବିରେ ପୁଷ୍ପ ଧୂପ ଓ ଦୀପ ଅର୍ପଣ କରାଯାଇ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା।ଶାଖା ସଦସ୍ଯା ସୌଦାମିନୀ ସ୍ବାଇଁ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲା ବେଳେ ଶାଖା ସଚିବ ଅନାଦି ଚରଣ ମହାନ୍ତି ଶାଖାର ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖ୍ଯ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷ ସୁରେଶ କୁମାର ପ୍ରଧାନ,ମୁଖ୍ଯବକ୍ତା ଭାବେ ବିଶିଷ୍ଟ ବୈଦିକ ପ୍ରବକ୍ତା ବିରେନ୍ଦ୍ର କୁମାର…
Read MoreCategory: ନୟାଗଡ଼ ବ୍ଲକ
ଗାନ୍ଧିବାଦୀ ପଦ୍ମଶ୍ରୀ ଏସ. ଏନ ସୁବାରାଓଙ୍କ ଉଦେଶ୍ୟରେ ସ୍ମୃତିସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଏସ, ଏନ ସୁବାରାଓଙ୍କ ସ୍ମୃତିରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀମୂର୍ତ୍ତି ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପଦ୍ମଶ୍ରୀ ସୁବାରାଓଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମାଜସେବୀ ଦାମୋଦର ସାହୁ, ଅରୁଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ସମାଜ ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାଶ, ୟୁଥଫର ଆକ୍ସନ ଜିଲ୍ଲା ସଭାପତି ପରମେଶ୍ୱର ସାହୁ, ସମଜସେବୀ ସଞ୍ଜୟ ନାୟକ, ତାପସ ରଞ୍ଜନ ମାର୍ଥା, ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର, ଅନନ୍ୟା ଫାଉଣ୍ଡେସନ ଅଧକ୍ଷ ଆଶୁତୋଷ ଦାସ , ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି…
Read Moreସ୍ବୟଂଶାସିତ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଅଛି। ଯୁବରେଡ଼କ୍ରସର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ସଂସ୍ଥା। ଏହି ସଭାରେ ଅଧକ୍ଷତା କରିଥିଲେ ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଶିବ ପ୍ରସାଦ ଦାଶ। ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ ମିଶ୍ର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସର ମୁଖ୍ୟବକ୍ତା ଭାବେ ଯୋଗଦେଇ ସମସ୍ତ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ରେଡ଼କ୍ରସର ପରାମର୍ଶଦାତା ଦୀପାନିତା କର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏଲ.ଟି ଗୋଲୋକ ବିହାରୀ ନାୟକ, ଏଲ.ଟି ବିନ୍ଦୁଲତା ଷଣ୍ଢ, କମଲ କୁମାର ବର୍ମା, ଜାତୀୟ ସେବା ଯୋଜନା ଅଧିକାରୀ ସସ୍ମିତା ନାୟକ, ଆଶ୍ଚର୍ଯ୍ୟ କର, ଜ୍ୟୋତିଭୂଷଣ ନାୟକ, ଲଷ୍ମୀକାନ୍ତ ମହାପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉତ୍ସାହିତ କରିଥିଲେ।…
Read Moreବାଲ୍ୟ ବିବାହ ରୋକିବାରେ ସହାୟକ ହେବ ଉପଯୁକ୍ତ ଶିକ୍ଷା
ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଅଧିବେଶନ ନୟାଗଡ଼,(ନୟାଗଡ଼ ଦର୍ପଣ): ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ଯୁନିସେଫ ର ମିଳିତ ସହଯୋଗରେ କିଶୋରକିଶୋରୀ ମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି ଅଧିବେଶନରେ ଜିଲ୍ଲାପାଳ ଡାଃ।ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ। ବାଲ୍ୟ ବିବାହ ର କାରଣ, ଏହାର କୁପରିଣାମ ବିଷୟରେ କିଶୋର କିଶୋରୀ ମାନଙ୍କୁ ଜିଲ୍ଲାପାଳ ବୁଝାଇଥିଲେ। ଶିକ୍ଷା ଗ୍ରହଣ ବାଲ୍ୟ ବିବାହ ରୋକିବାରେ କିପରି ସହାୟକ ହୋଇପାରିବ ଏ ବିଷୟରେ ଜଣାଇଥିଲେ।ଶିକ୍ଷା ସହ ଅଧାରୁ ପାଠ ଛାଡିଥିବା ତଥା ବାଲ୍ୟ ବିବାହ ଭଳି କୁ ପ୍ରଥାର ଶିକାର ହେଉଥିବା ପିଲାମାନଙ୍କର ଥଇଥାନ କରିବା ଦିଗରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରରେ…
Read Moreନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଚଳିତ ବର୍ଷର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡା. ପୋମା ଟୁଡୁ କହିଲେ ଯେ, ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ବେଳେ ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ପ୍ରସଙ୍ଗ ଗୁରୁତ୍ୱ ବହନ କରେ । ଯେଉଁ ସତ୍ୟ, ଅହିଂସା ବଳରେ ଆମେ ସ୍ୱାଧୀନତା ଲାଭ କଲେ ଓ ପ୍ରଗତି ପଥରେ ଅଗ୍ରସର ହେଉଛେ, ସେହି ସତ୍ୟନିଷ୍ଠ ଓ ଆତ୍ମନିର୍ଭରତା ଆଦର୍ଶ ଆମକୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଦେବ । କିନ୍ତୁ ପ୍ରଗତି ସାମନାରେ ଦୁର୍ନୀତି ଏକ ପ୍ରତିରୋଧକ ଅଟେ । ଦୁର୍ନୀତି ଭଳି ପଥରୋଧକକୁ ହଟାଇବା ସହ ମୂଳୋତ୍ପାଟନ କରିପାରିଲେ ରାଜ୍ୟ ତଥା ଦେଶର…
Read Moreଇକିରି ପଞ୍ଚାୟତରେ ବିଜେଡି ପକ୍ଷରୁ ଡିଜିଟାଲ କର୍ମଶାଳା
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ବ୍ଲକ ଇକିରି ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଯୁବକ ମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ସଚେତନତା କରାଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ପ୍ରତ୍ୟେକ ପଞ୍ଚାୟତରେ କିପରି ଯୁବକମାନେ ଏଥିରେ ସକ୍ରିୟ ରହିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଇକିରି ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କର୍ମଶାଳାରେ ନୟାଗଡ଼ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଯୁଧିଷ୍ଠିର ବେହେରା, ବିଜୁ ଯୁବ ସମ୍ପାଦକ ମନୋଜ କୁମାର ନାୟକ ଓ ବ୍ଲକ ଡିଜିଟାଲ ସମ୍ପାଦକ ଆଶୁତୋଷ ଦାସ ଯୋଗ ଦେଇଥିଲେ । ଇକିରି ପଞ୍ଚାୟତର ବିଜୁ…
Read Moreଦୁର୍ଦ୍ଦାନ୍ତ ଅପରାଧୀକୁ ଧରି ଛେଚିଲେ ଏବଂ ପୁଲିସ ଜିମା ଦେଲେ ଗ୍ରାମବାସୀ
ବିକାଶକୁ ଖୋଜିବାର ଅଭିନୟ କରୁଥିଲା ଦଶପଲ୍ଲା ପୋଲିସ ଦଶପଲ୍ଲା/ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସର ମୋଷ୍ଟ ୱାଣ୍ଟେଡ ଡକାୟତ ବିକାଶ ବେହେରାକୁ ମଧ୍ୟଖଣ୍ଡ ଗ୍ରାମବାସୀ ଧରି ଦଶପଲ୍ଲା ପୁଲିସକୁ ଜିମା ଦେଇଛନ୍ତି । ଦଶପଲ୍ଲା ଥାନା ଅଧିନସ୍ତ ମଧ୍ୟଖଣ୍ଡ ମହାନ୍ତିପଲ୍ଲୀ ଗ୍ରାମର ବିକାଶ ବେହେରାକୁ ଗତକାଲି ପୁଲିସ ଧରିବାରେ ସଫଳ ହୋଇଛି । ବିକାଶ ତା ଅପରାଧିକ କାର୍ଯ୍ୟକ୍ରମ ମଧ୍ୟଖଣ୍ଡରୁ ଆରମ୍ଭ କରି ବିଭିନ୍ନ ଜିଳ୍ଲାରେ ସେ କାୟା ବିସ୍ତାର କରିଥିଲା ଏପରିକି କନ୍ଧମାଳ, ଖୋର୍ଦ୍ଧା, ପୁରୀ, ତମାଣ୍ଡୋ, ଜଙ୍କିଆ ଓ ଅନୁଗୁଳ ଆଦି ଅଞ୍ଚଳରେ ତା ନେଟୱର୍କ କାମ କରୁଥିଲା। ୨୦୧୯ ମସିହା ଅଗଷ୍ଟ ୩୦ ତାରିଖ ଦିନ ମହାନ୍ତିପଲ୍ଲୀ ଗ୍ରାମରେ ପଞ୍ଚାୟତ ତରଫରୁ ଅନୁଷ୍ଠିତ ପଲ୍ଲୀସଭାରେ ଭିଏଲଡବ୍ଲ୍ୟୁ ମୁରଲିଧର ବାରିକ ଉପରକୁ ୨ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲା ।…
Read More‘ସେବା’ ଦ୍ଵାରା ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ରେଡ଼ିଓ ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କ ଶିକ୍ଷା ପୁନର୍ବାସ ଓ ସଶକ୍ତି କାରଣ ଦିଗରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ ସେବା ଦ୍ଵାରା ଦୃଷ୍ଟିହୀନ ଛାତ୍ର ଛାତ୍ରୀ ମାନଙ୍କୁ ରେଡ଼ିଓ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ନୟାଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକରେ ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ, ମୁମ୍ବାଇ ଙ୍କ ଆର୍ଥିକ ଓ ବୈଷୟିକ ସହାୟତାରେ ସେବା ଦ୍ଵାରା ପରିଚାଳିତ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସମନ୍ଵିତ ଶିକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ୩୦ ଜଣ ଦୃଷ୍ଟି ହୀନ ଛାତ୍ର ଛାତ୍ରୀ ମାନେ ଏହା ଦ୍ଵାରା” ରେଡ଼ିଓ ପାଠଶାଳା” ଓ “ଶିକ୍ଷା ସୁରଭି” କାର୍ଯକ୍ରମ ମାଧ୍ୟମରେ ରେଡ଼ିଓ ଦ୍ଵାରା ଘରେ ଶିକ୍ଷା ଗ୍ରହଣ କରି ପାରିବେ। ଏହି ଅବସରରେ ‘ସେବା’ର ଉପ ସଭାପତି ସଞ୍ଜୟ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସ୍ଛବରେ ଜିଲ୍ଲା ସାମାଜିକ ସୁରକ୍ଷା…
Read Moreଇଟାମାଟିରେ ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ଅବସରରେ ଇଟାମାଟି ଶିକ୍ଷା ଓ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ପୁନର୍ବାସ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଟାମାଟି ଗ୍ରାମ ପଞ୍ଚାୟତ, ସର୍ବ ଭାରତୀୟ ମାନବିକ ଅଧିକାର ସଂଘ ଏବଂ ପ୍ରିୟଦିନୀ ରିହାବ କେୟାରର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ଆଜି ଦୁଇଶହରୁ ଅଧିକ ରୋଗୀଙ୍କୁ ପରାମର୍ଶ ଏବଂ ମାଗଣା ଚିକିତ୍ସା କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ସୋନାଲିକା ମନ୍ଥନ ପ୍ରିୟଦିନୀ ରିହାବ କେୟାରର ନିର୍ଦ୍ଦେଶକ ଡ. ପ୍ରୀତମ ମହାପାତ୍ର, ସଂପାଦକ ପବିତ୍ର ମୋହନ ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ଶରତ କୁମାର ସାହୁ, ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଶ୍ରବଣ କୁମାର ରାମ, ଭାଗୀରଥି ବାଇ, ସମାଜସେବୀ ଦାମୋଦର ସାହୁ, ‘ଅହିରା’ର…
Read Moreନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଶିଳ୍ପିରାଣୀ ନାୟକ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ସଂଯୋଜନା ତଥା ମୋ’ବିଦ୍ୟାଳୟ ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅଭିଭାବକ ବୈଠକରେ ବିଦ୍ୟାଳୟର ଶତାଧିକ ଅଭିଭାବକ ଯୋଗଦାନ କରି କମିଟି ଗଠନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ପରିଚାଳନା କମିଟି ଗଠନ ସମ୍ପର୍କିତ ସରକାରଙ୍କ ନିର୍ଦ୍ଦେଶନାମା ବିଷୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କର ଉପସ୍ଥିତ ଅଭିଭାବକ ମାନଙ୍କୁ ବିସ୍ତୃତଭାବେ ବୁଝାଇଥିଲେ । ପରେ ନିୟମାନୁସାରେ କମିଟିକୁ ୬ଜଣ ପୁରୁଷ ଏବଂ ୬ଜଣ ମହିଳା ସଦସ୍ୟ ମୋଟ ୧୨ଜଣ ଅଭିଭାବକ ନିର୍ବାଚିତ…
Read More