ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ

ନୂଆଗାଁ,(ନୟାଗଡ଼ ଦର୍ପଣ): ହାଇସ୍କୁଲକୁ ଉନ୍ନୀତ ହୋଇଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ଅବସରରେ କାପ୍ତାପଲ୍ଲୀ ପଞ୍ଚାୟତବାସୀ ସାଂସଦ ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିପାଇଁ ବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ପଞ୍ଚାୟତବାସୀ ବିଧାୟକଙ୍କୁ ବିରାଟ ପୁଷ୍ପମାଳ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ନବମ ଶ୍ରେଣୀରେ ନାମ ଲେଖାଇବା ପରେ ପାଠପଢ଼ାର ଶୁଭାରମ୍ଭ ହୋଇଥିଲା । ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ‘5-ଟି’ ଯୋଜନାରେ ସାମିଲ କରିବା ସହ ବିଦ୍ୟାଳୟରେ ଶିକ୍ଷକ ସମସ୍ୟାର ଶୂଘ୍ର ସମାଧାନ ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ…

Read More

ପୁଣିଥରେ ବିଜେଡି ରାଜ୍ୟ ସମ୍ପାଦକ ହେଲେ ଅନୱର ଅଲ୍ଲୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ରାଜନୀତି ଠାରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ବହୁ ଉଚ୍ଚ ପଦବୀରେ ସାମ୍ବାଦିକ ମାନେ ବିଭିନ୍ନ ଆସନ ଅଳଙ୍କୃତ କରିଥିବା ନଜିର ରହିଛି । ଓଡ଼ିଶା ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳ ପ୍ରମୁଖ ଦଳ ଭାବେ ଏକ ନମ୍ବର ସ୍ଥାନରେ ରହିଛି । ଏହି କ୍ରମରେ ନିକଟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲାରୁ ରାଜ୍ୟ ସମ୍ପାଦକ ଭାବେ ପୁଣି ଥରେ ସାମ୍ବାଦିକ ଅନଓ୍ବର ଅଲ୍ଲୀଙ୍କୁ ଦାୟିତ୍ଵ ଦେଇଛନ୍ତି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଦଳର ନୀତି ନିୟମ ଅନୁସାରେ କାର୍ଯ୍ୟ କରିବା ସହ ସଙ୍ଗଠନକୁ ସୁଦୃଢ କରିବା ଏବଂ ସମାଜସେବାରେ ନିଜକୁ ନିୟୋଜିତ ରଖିବେ ବୋଲି ପ୍ରକାଶ କରିଛନ୍ତି ନବ ନିଯୁକ୍ତ ରାଜ୍ୟ…

Read More

ନୟାଗଡ଼ ଜିଲ୍ଲାରେ ବନ୍ୟା ପାଇଁ ୩୦ଟି ସ୍କୁଲକୁ ଛୁଟି ଘୋଷଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୩୦ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ୧୨ଟି ସ୍କୁଲ, ଗଣିଆ ବ୍ଲକର ୯ଟି ସ୍କୁଲ ଓ ଖଣ୍ଡପଡ଼ା ବ୍ଲକର ୯ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ଫତେଗଡ଼, କରବର, ସାଶନ, ପଦ୍ମାବତୀ, କେନ୍ଦୁପଲ୍ଲୀ ପଞ୍ଚାୟତର ସ୍କୁଲ ଗୁଡିକ ଛୁଟି କରାଯାଇଛି । ସେହିପରି ଗଣିଆ ବ୍ଳକର କିଶୋର ପ୍ରସାଦ, ବେଲପଡ଼ା, ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତ ଗୁଡ଼ିକର ସ୍କୁଲ ଗୁଡ଼ିକୁ ଛୁଟି କରାଯାଇଛି। ସେହିପରି ଭାବେ ଖଣ୍ଡପଡ଼ା ବ୍ଲକର ବେଣାଗାଡ଼ିଆ, ସିଧାମୁଳା, କଣ୍ଟିଲୋ, କୁମ୍ଭାରପଡ଼ା ଓ ଶିଖରପୁର ପଞ୍ଚାୟତର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Read More

କଣ୍ଟ୍ରାକ୍ଟରଙ୍କ ମନମାନି ଦୁଇବର୍ଷ ଧରି ନିର୍ମାଣ ହୋଇନି ପୋଲ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ଠାରୁ ବଡ଼ପୁଟ ଛକ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବେୟରେ ନିର୍ମାଣ ହୋଇଛି ପିଚୁ ରାସ୍ତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାଣ୍ଠପୁର ପଞ୍ଚାୟତର ଧବଳେଇ ଗ୍ରାମ ନିକଟସ୍ଥ କେନାଲ ଉପରେ ନିର୍ମାଣ ହୋଇଛି ଏକ ପୋଲ। ଦୀର୍ଘ ଦୁଇବର୍ଷ ହେଲା ଏହି ପୋଲ ନିର୍ମାଣ ହୋଇ ରାସ୍ତା ସଂଯୋଗ ପାଇଁ ମାଟି ପଡିନଥିବାରୁ କେନାଲ ଉପରେ ଡାଇଭର୍ଶନ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଗାଡିମୋଟର ଯାତାୟତ କରୁଛି। ଏଥିଯୋଗୁଁ ଦୁଇ ବର୍ଷ ଭିତରେ ଅନେକ ଥର ଛୋଟବଡ଼ ଦୁର୍ଘଟଣାମାନ ଘଟିଛି। ଗତ କିଛିଦିନ ପୂର୍ବେ ଏହି ଡାଇଭର୍ଶନରେ ଏକ କାର କେନାଲ ମଧ୍ୟକୁ ଖସି ପଡ଼ିଥିବା ବେଳେ ଆଜି ସକାଳେ ଏକ ୧୬ଚକିଆ ଆନ୍ଧ୍ର ଟ୍ରକ କେନାଲ ମଧ୍ୟକୁ ଖସିଯାଇଛି। ଏଥିରେ ବସିଥିବା ୧୦ଜଣ ଶ୍ରମିକ ଶ୍ରେଣୀର…

Read More

“ମୋ ମାଟି ମୋ ମା” ଭିଡିଓ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଉପଲକ୍ଷ୍ୟେ ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ” (କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ‘ସେବା ଅନୁଷ୍ଠାନ’ ନୟାଗଡରେ ଏକ ହୃଦୟ ଛୁଆଁ ଦେଶାତ୍ମବୋଧକ ସଙ୍ଗୀତ, ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି।ସଙ୍ଗୀତର ରଚୟିତା ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ସ୍ବର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ।ଉନ୍ମୋଚନ ସମୟରେ ସଞ୍ଜୟ ସାହୁ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ମହାପାତ୍ର, ଅଶୋକ ମଲ୍ଲ, ଦିଲ୍ଲୀପ ସାହୁ, କିଶୋର ମହାପାତ୍ର, ଚିତ୍ତରଞ୍ଜନ ନାୟକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ସୃଜନ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହିତ ସହଯୋଗୀ ଅନୁଷ୍ଠାନ ଚମତ୍କାର, ନାଟ୍ୟଧାରାର ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ…

Read More

‘ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ’ ଏବଂ ‘ସତ୍ୟମ କମ୍ପ୍ୟୁଟର’ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଅବସରରେ ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ସତ୍ୟମ କମ୍ପ୍ୟୁଟର ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସତ୍ୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ୧୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପରାମର୍ଶଦାତା ବିଭୁତି ଭୁଷଣ ପଟ୍ଟନାୟକ ଏବଂ ସତ୍ୟମର ନିର୍ଦେଶକ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏ‌ହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ପବିତ୍ର ସାହୁ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ ଏବଂ କାଜଲ ଡାକୁଆ ।

Read More

ସମର୍ପଣ (ବୃଦ୍ଧାଶ୍ରମ)ରେ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାଧୀନତାର ଅମ୍ରୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା ଦିବସ ସମର୍ପଣ ପରିସରରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ ଷ୍ଟେଟ ବ୍ଯାଙ୍କ ( କ୍ରୁଷି ଉନ୍ନୟନ) ଶାଖାର ମୂଖ୍ଯ ପରିଚାଳକ ଶ୍ରୀଯୁକ୍ତ ଶିବରାମ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଜି ପ୍ରତ୍ଯେକ ଆଦିବାସୀ ଅଧୁଷିତ ଅଞ୍ଚଳରେ ମଧ୍ଯ ଅତି ସୁନ୍ଦର ଭାବେ ଦେଖିବାକୁ ମିଳିଛି ବୋଲି ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଦାମୋଦର ସାହୁ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ, କାର୍ଯ୍ଯନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ଉପସ୍ଥିତ ଥିଲାବେଳେ ସଦସ୍ଯ ଶ୍ରୀକାନ୍ତ କୁମାର ପଟ୍ଟନାୟକ, ମଦନମୋହନ ମହାପାତ୍ର, ରାଧେଶ୍ଯାମ ମୋହୋତା, ରବିନ୍ଦ୍ର କୁମାର ସାହୁ, ମିହିର…

Read More

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲାର ବିଚାର ବିଭାଗୀୟ ସମସ୍ତ ଅଦାଲତଙ୍କ ପକ୍ଷରୁ ୪୮୩୩ଗୋଟି ମାମଲା ଆଗତ କରାଯାଇ ୩୯୯୬ଗୋଟି ମାମଲାର ଫଇସଲା ହୋଇ ଟ.୨,୧୧,୭୪,୪୭୫/- (ଦୁଇ କୋଟି ଏଗାର ଲକ୍ଷ ଚଉସ୍ତରୀ ହଜାର ଚାରିଶହ ପଞ୍ଚସ୍ତୋରୀ ଟଙ୍କା) ଆଦାୟ ପାଇଁ ଧାର୍ଯ୍ୟ ହୋଇଅଛି । ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ନୟାଗଡ଼ ଜିଲ୍ଲା ଜଜ୍ ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ କୋର୍ଟ ପକ୍ଷରୁ ୬୦ଗୋଟି ଗାଡ଼ିମଟର ଦୁର୍ଘଟଣା ଜନିତ ମାମଲା ଆଗତ ହୋଇ ୧୭ଗୋଟି ମାମଲା ଫଇସଲା ହୋଇ ରେକର୍ଡ ସଂଖ୍ୟକ କ୍ଷତିପୂରଣ ଜମାରାଶି ଟ.୧,୧୬,୫୪, ୦୦୦/ -( ଏକ କୋଟି ଷୋହଳ ଲକ୍ଷ ଚଉବନ ହଜାର ଟଙ୍କା) ବୀମାରାଶି ଦେବାକୁ ବୀମା କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ…

Read More

ଭୋଟର ପଂଜୀକରଣ ନିମନ୍ତେ ସଚେତନତା ରଥ

ନୟାଗଡ଼,(ନୟାଗଡ଼ ଦର୍ପଣ): ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧ୍ୟାକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ପଂଜୀକରଣ ଏବଂ ଆଧାର ସଂଯୋଗୀକରଣର ଜନସଚେତନତା ପାଇଁ ଏକ ସଚେତନତା ରଥ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଦୀର୍ଘ ଆଠ ଦିନ ବ୍ୟାପି ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଂଚଳ ପରିକ୍ରମା କରି ଭୋଟର ତ୍ରୁଟି ସଂଶୋଧନ ସହ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ, ଭୋଟର ପରିଚୟ ପତ୍ର ବଦଳ, ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ, ମତଦାନ କେନ୍ଦ୍ରର ନିର୍ଦ୍ଧାରଣ ଓ ପରିବର୍ତନ, ଭୋଟର ତାଲିକାର ଅସଙ୍ଗତି ଦୂରୀକରଣ, ଭୋଟରମାନଙ୍କର ଉନ୍ନତମାନର ଫଟୋ ସଂଗ୍ରହ ଓ ଆଧାର ସଂଯୋଗୀକରଣ ଇତ୍ୟାଦି ଉପରେଜନସଚେତନତା ସୃଷ୍ଟି କରାଯିବ…

Read More

ନୟାଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଜ୍ୟସ୍ତ, ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଜିଲ୍ଲା କଂଗ୍ରେସ

ଜିଲ୍ଲା ଶିକ୍ଷା ଅଧିକାରୀ ଅସଦ ଉପାୟରେ ଲୁଟିଲେଣି ୬୦ଲକ୍ଷରୁ ଉର୍ଦ୍ଧ୍ବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଜ୍ୟସ୍ତ। ଜିଲ୍ଲାର ଉପାନ୍ତ ଅଞ୍ଚଳ ଦଶପଲ୍ଲା, ଗଣିଆ, ରଣପୁର, ଭାପୁର, ଓଡଗାଁ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବକୁ ପୂରଣ କରାଯାଇ ପାରୁନଥିବା ବେଳେ ପୁଣି ସେଠାରୁ ୫୦ହଜାର ଟଙ୍କା ଆଦାୟ କରାଯାଇ ଶିକ୍ଷକମାନଙ୍କୁ ନୟାଗଡ ସହରର ଆଖପାଖ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ଅଣାଯାଉଛି ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ। ଏହି ମର୍ମରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଚିଠିରେ ଦର୍ଶାଯାଇଛି, ଆବଶ୍ୟକ ଶିକ୍ଷକ ପଦବୀ ନଥିବା ନୟାଗଡ ସହରର ୧୦ କିଲୋମିଟର ପରିଧି ମଧ୍ୟରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ଜିଲ୍ଲାର ଅଶିଟି ଘରୋଇ…

Read More