ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ହୋଲି ଫାମିଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ, ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପୋକ୍ସ ଏବଂ ସାଇବର ନିରାପତ୍ତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଶିକ୍ଷୟତ୍ରୀ ଅନିତା ସାହୁ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ କର୍ମଚାରୀ, ଆଇନସେବାର ମାଧ୍ୟମ ବର୍ଣନା କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକ୍ସ ଏବଂ ସାଇବର ନିରାପତ୍ତା ବୁଝାଇଥଲେ । ସଦସ୍ୟ ମହମ୍ମଦ ଉମର ମଲ୍ଲିକ ଏବଂ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଛାତ୍ର ଶୃଙ୍ଖଳା ଜାତୀୟତା ଏବଂ ନିରାପତା ଉପରେ ମତବ୍ୟକ୍ତ କରିଥିଲେ । ଅଧକ୍ଷା ସୁଶ୍ରୀ ହେଲନା ଜର୍ଜ, ପବିତ୍ର କୁମାର ବଡ଼ସେଠ, ଏହିପରି ସଚେତନତା କାର୍ଯ୍ୟକ୍ରମ ର ଉପାଦେୟତ ଉପଲବ୍ଧି କରିଥିଲେ ।…
Read MoreCategory: ଗଣିଆ ବ୍ଲକ
ଦିନରାତି ସିସିଟିଭି ନଜରରେ ନୟାଗଡ଼ ସହର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଅପରାଧ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସର ବଡ଼ ପଦକ୍ଷେପ। ସହରାଞ୍ଚଳରେ ଚୋରି ଡକାୟତି ଓ ବିଭିନ୍ନ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ସିସି ଟିଭି କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ଘଟୁଥିବା ଅଘଟଣର ଟିକିନିଖ୍ ଖବର ସିସିଟିଭି ନଜରରେ ରହିବ। ନୟାଗଡ଼ ଟାଉନ ଥାନା ନିକଟସ୍ଥ ଏସଡିପିଓ ଅଫିସର କାର୍ଯ୍ୟାଳୟରେ ଆଜି ସିସିଟିଭି କଣ୍ଟ୍ରୋଲ ରୁମ ଓ ପୁଲିସ ଅତିଥ୍ ଭବନର ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଆଜି ଉଦଘାଟନ କରିଛନ୍ତି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାସିଶ ସାହୁ, ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା…
Read Moreଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୧ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ କାର୍ଯ୍ୟକ୍ଷମ ଥିଲାବେଳେ ଅବଶିଷ୍ଟ ୪ଗୋଟି ବନ୍ଦ ଅଛି । ଜିଲ୍ଲାରେ ନୂତନ ୩ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ଖୋଲାଯିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ନିଷ୍ପତି ନିଆଯାଇଛି । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ଏବଂ ଟେକ୍ନୋଲୋଜିର ଅପବ୍ୟବହାର କରିବା ଦ୍ଵାରା ଲିଙ୍ଗ ଅନୁପାତ ହ୍ରାସ ହେବା, ସାମାଜିକ ବ୍ୟବସ୍ଥାକୁ ବିକୃତ କରିବାର ଏକ ପ୍ରମୁଖ କାରଣ । ତେଣୁ…
Read Moreବିଶ୍ୱ ସଙ୍ଗୀତ ଦିବସ ଅବସରରେ ଗଠିତ ହେଲା ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତ ଧାରା’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜୁନ ୨୧ ବିଶ୍ୱ ସଙ୍ଗୀତ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଙ୍ଗୀତାନୁଷ୍ଠାନ ମାନଙ୍କୁ ନେଇ ଗଠିତ ହେଲା ‘ସଙ୍ଗୀତଧାରା’ । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭୂ ମାନଙ୍କୁ ଲୋକ ଲୋଚନକୁ ଆଣି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ ସହିତ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗୀତଧାରାର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। ବିଧିବଦ୍ଧ ଭାବେ ଗଠିତ ହୋଇଥିବା ସଙ୍ଗୀତ ଧାରାର ମୁଖ୍ୟ ପୃଷ୍ଠପୋଷକ ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ରହିଥିବା ବେଳେ ଉପଦେଷ୍ଟା ଭାବେ ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ର ଏବଂ ଲକ୍ଷ୍ମୀଧର ମହାପାତ୍ର ରହିଛନ୍ତି। ସେହିପରି ସଭାପତି ଭାବେ ଡ. ବିଜୟ ଚୌଧୁରୀ, ଉପସଭାପତି ଡ. ନିର୍ମଳ ଶୁରଦେଓ, ସମ୍ପାଦକ ପ୍ରଶାନ୍ତ ଦାଶ, ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ…
Read Moreଗୋଛା ମାଳରେ ଆଦିବାସୀ ମେଳି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ୱାନରେ ଓଡଗାଁ ବ୍ଲକ ଗୋଛା ମାଳରେ ଆଦିବାସୀ ନେତା ଦୁତିକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ମେଳି ସଭା ଅନୁଷ୍ଠିତ ହୋଇଯାଇଛି ତା୧୯.୦୬.୨୩ରେ ! ଆଦିବାସୀ ଅଧିକାର ସଂଗ୍ରାମର ନେତୃତ୍ୱ ନେଉଥିବା ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଏହି ସଭାରେ କ୍ଷୋଭ ପ୍ରକାଶକରି କହିଥିଲେ ଯେ ବିକାଶ ଯୋଜନା ଆଳରେ ଆଦିବାସୀମାନଂକୁ ସେମାନଙ୍କ ପ୍ରକୃତିଦତ୍ତ ଅଧିକାର ଉପରେ ଆଘାତ ପୂର୍ଵକ ବଞ୍ଚିତ କରାଯାଉଛି!ବନ ଉନ୍ନୟନ ନିଗମ ଓଡଗାଁ ବ୍ଲକର ସହସ୍ରାଧିକ ହେକଟର ପତିତ ଅନାବାଦୀ ଜମି ଆଦିବାସୀମାନଙ୍କ ଭୋଗ ଦଖଲରୁ ଛଡାଇଆଣି କାଜୁ ରୋପଣ କରିଛନ୍ତି ଏବଂ ଗ୍ରାମବାସୀଙ୍କ ଅଗୋଚରରେ କାଜୁ ମାଫିଆ ମାନଙ୍କୁ ଶାଗମାଛ ଦରରେ ଟେକିଦେଇ ପ୍ରଚୁର କିଳାପୋତେଇ ଅର୍ଜନ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି!କୌଣସି ପରିସ୍ଥିତିରେ ବି ବାହାର କାଜୁ ମାଫିଆମାନଙ୍କୁ ଆଦିବାସୀ ମାଳରେ…
Read Moreସେବାଉତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ l ଏନେଇ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଗତ ୬ ବର୍ଷ ଧରି ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ସପ୍ତମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ଏହି ସେବା ଉତ୍ସବ ଅନୁଷ୍ଠିତ ହେବ l ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ…
Read Moreଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ବୈଠକ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ମଂଚାସୀନ ଯୁଗ୍ମ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀମତୀ ଲିପିକା ଦାସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିଲିପ କୁମାର ଜେନା ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଲାଇନ ବିଭାଗର ଅଧିକାରୀମାନଙ୍କୁ ସ୍ବାଗତ ଜଣାଇବା ସହ ଟେବୁଲ ଟପ୍ ବୈଠକ ଉପରେ ସୂଚନା ପ୍ରଦାନ କରି କହିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ସମଗ୍ର ଦେଶରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆନ୍ତବିଭାଗୀୟ ସମନ୍ଵୟ ରକ୍ଷା କରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ…
Read Moreମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ଘର ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ : ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ଗୃହରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ବେହେରା ମୋ ଘର ହେଉଛି ଗୋଟିଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ତାକୁ କିପରି ଅଧିକ ଯୋଗ୍ୟ ହିତାଧିକାରୀ ମାନେ ଏହାର ସୁବିଧା ପାଇପାରିବେ ତାହାରି ଉପରେ ଗୁରୁତ୍ଵାରୋପ କରିଥିଲେ। ଏହା ଆବାସ ଯୋଜନା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତି ପଞ୍ଚାୟତରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଠିକ୍ ସମୟରେ କରାଯାଇପାରିବ ସେ ଉପରେ ଉପରେ…
Read Moreସମର୍ପଣ ବୃଦ୍ଧାଶ୍ରମରେ ନିଆରା ବାହାଘର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ବାଳାଶ୍ରମର କନ୍ଯା ଆୟୂଷ୍ମତୀ ଜିନାର ବିବାହ ଉତ୍ସବ ଯୁବକ ଆୟୂଷ୍ମାନ୍ ଜିତେନ୍ଦ୍ରଙ୍କ ସହିତ ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ, ମହାନଦୀ ବନ୍ଯପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ସତ୍ଯ ରଂଜନ ଦାସଙ୍କ ସମେତ ବହୁ ମାନ୍ଯଗଣ ବ୍ଯକ୍ତି ଯୋଗଦେଇ ବରକନ୍ଯାଙ୍କୁ ଆଶୀର୍ବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶୈଳବାଳା ଦାସ, ରୋଟାରିଆନ୍ ରାଧେଶ୍ଯାମ ମୋହତା, ସମାଜସେବୀ ଅରୁଣ କୁମାର ମହାନ୍ତି, ସମର୍ପଣ ସଂପାଦକ ଶ୍ରୀଧର…
Read Moreକ୍ରମାଗତ ଭାବେ ବିଳମ୍ବିତ ରାତିରେ ଫେରୁଛି ପୁରୀ ଟ୍ରେନ, ଯାତ୍ରୀ ହନ୍ତସନ୍ତ, ନୟାଗଡ଼ ନାଗରିକ ମଞ୍ଚର ଉଦବେଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପୁରୀରୁ ନୂଆଗାଁ ରୋଡ଼ ଅଭିମୁଖେ ବାହାରୁ ଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ କିଛିଦିନ ହେଲା କ୍ରମାଗତ ଭାବେ ନୟାଗଡ଼ ଟାଉନ ଏବଂ ନୂଆଗାଁ ରୋଡ଼ରେ ବିଳମ୍ବିତ ରାତ୍ରରେ ପହଞ୍ଚୁଛି। ଫଳରେ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରେ ଯାଉଥିବା ଶହ ଶହ ଶ୍ରଦ୍ଧାଳୁ ବିଳମ୍ବିତ ରାତିରେ ଘରକୁ ଫେରିବା ପାଇଁ ବହୁ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ସୂଚନାଯୋଗ୍ୟ ଯେ ପ୍ରତ୍ୟହ ସକାଳ ୬.୪୫ରେ ନୂଆଗାଁରୁ ପୁରୀ ଅଭିମୁଖେ ଟ୍ରେନ ନଂ-୦୮୪୨୪ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ବାହାରି ପୁରୀରେ ସାଢ଼େ ୧୦ଟା ସୁଦ୍ଧା ପହଞ୍ଚିଥାଏ। ପୁନଶ୍ଚ ଏହି ଟ୍ରେନ ନଂ-୦୮୪୨୩ ସନ୍ଧ୍ୟା ୬ଟାରେ ପୁରୀରୁ ବାହାରି ସାଢ଼େ ୯ଟା ସୁଦ୍ଧା ନୂଆଗାଁରେ ପହଞ୍ଚି ଥାଏ। ଏହା ଦ୍ଵାରା ନୟାଗଡ଼, ନୂଆଗାଁ, ଦଶପଲ୍ଲା, ବାଣୀଗୋଛା, ମହିପୁର ଆଦି ସ୍ଥାନର ହଜାର ହଜାର ଯାତ୍ରୀ…
Read More