କୃଷକ ଗଣହତ୍ୟାର କଳାଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): କୃଷକ ଗଣହତ୍ୟାର କଳାଦିବସ ପାଳିତ। ୨୦୨୧ମସିହା ଅକ୍ଟୋବର ୩ତାରିଖରେ କୃଷକମାନଙ୍କ ବହୁବିଧ ଦାବି ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଉତ୍ତରପ୍ରଦେଶ ଖେରୀଠାରେ ସଂଗଠିତ ଚାଷୀ ପଟୁଆର ଉପରକୁ ଉଦ୍ଦେଶ୍ୟମୂଳକ ଭାବେ ଗାଡ଼ି ଚଢାଇ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ସାତଜଣ କୃଷକଙ୍କୁ ମାରିଦେଇ ଥିଲା। ଏହି ପରିପ୍ରେକ୍ଷୀରେ ଚାଷୀ ବିରୋଧୀ ମୋଦି ସରକାର ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ କିମ୍ବା ନୈତିକତା ଦୃଷ୍ଟିରୁ ସଂପୃକ୍ତ ମନ୍ତ୍ରୀଙ୍କୁ ପଦଚ୍ୟୁତ କଲେନାହିଁ। ସେଥିପାଇଁ ଏହି ଦିବସକୁ ସଂଯୁକ୍ତ କିଶନ ମୋର୍ଚ୍ଚା ପକ୍ଷରୁ ସରଣକୁଳ ଠାରେ କଳା ଦିବସ ଭାବେ ପାଳନ କରାଯାଇଛି । ରାଜ୍ୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିର କଟୁ ସମାଲୋଚନା କରିଛନ୍ତି ବିଶ୍ଵନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, ପବିତ୍ର…

Read More

ମହାମହିମ ରାଜ୍ୟପାଳଙ୍କ କରକମଳରେ ‘କଂସାରାତି’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼ଃ. ଗଣେସୀ ଲାଲଙ୍କ କରକମଳରେ ଉନ୍ମୋଚିତ ହେଲା ନୟାଗଡ଼ର ବିଶିଷ୍ଟ ଲେଖକ ପ୍ରଧାନ ପଣ୍ଡିତ ସ୍ୱର୍ଗତ ଚନ୍ଦ୍ରମଣୀ ପ୍ରଧାନ ଏବଂ ତାଙ୍କ ସହଧର୍ମିଣୀ ଡ଼ଃ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂସାରାତି’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା’। ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ଼ଃ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ଲିଖିତ ‘କଂସାରାତି’ ଏବଂ “ପ୍ରବନ୍ଧପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା”ର ଲେଖକ ହେଉଛନ୍ତି ପ୍ରଧାନ ପଣ୍ଡିତ ସ୍ବର୍ଗତ ଚନ୍ଦ୍ରମଣି ପ୍ରଧାନ। ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଡଃ. ସୁକାନ୍ତି ମହାନ୍ତିଙ୍କ ସମେତ କବି ଗୋଦାବରୀଶ ମିଶ୍ର, ଶିତୁ ପ୍ରକାଶ ରଥ, ଦିବ୍ୟଜ୍ଞ ସତ୍ୟପ୍ରଜ୍ଞ, ଜ୍ୟୋତିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେl

Read More

ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ଗୁରୁତ୍ବପୁର୍ଣ୍ଣ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର କଡା ପଦକ୍ଷେପ । ୬ଶହ ଟଙ୍କାରେ ଘର ଭଡା ନେଇ ମାଲିକ ୭ରୁ ୮ହଜାର ଟଙ୍କାରେ ଅନ୍ୟକୁ ଭଡା ଦେଉଛନ୍ତି । ମୁଳ ପଇସା ଛଅ ଶହ ଟଙ୍କା ଦେବାକୁ ଖାତିର କରୁନାହାନ୍ତି । ବାରମ୍ବାର ମାଗିଲେ ମଧ୍ୟ ଟଙ୍କା ଠିକ ସମୟରେ ଦେଉ ନାହାନ୍ତି । ଏଥିପାଇଁ ଆଜି ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ପରିଚାଳନା ବୈଠକ କରାଯାଇ ୨୦ନଂ ଘରକୁ ସିଲ କରାଯାଇଛି । ଅପରାହ୍ନ ଦୁଇ ଘଟିକା ସମୟରେ ପରିଚାଳନା ପରିଷଦର ସଭ୍ୟ ସଭ୍ୟାମାନଙ୍କୁ ନେଇ ଗୁରୁତ୍ବପୁର୍ଣ୍ଣ ବୈଠକ ବସିଥିଲା । ଆଜିଠାରୁ ଉକ୍ତ ଦୋକାନୀର ମାଲିକଙ୍କୁ ୩୦ଦିନର ମହଲତ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ମାଲିକ ଟଙ୍କା ନଦେଲେ ସମିତି ଦଖଲକୁ ନେବ ବୋଲି ନିଷ୍ପତି ନିଆଯାଇଛି…

Read More

ତୃତୀୟ ଦିନରେ ମର୍ଣ୍ଣି କ୍ଳବ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିନରେ ପହଞ୍ଚିଛି । ଆଜି ୨ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚ ନୟାଗଡ଼ ସ୍ପୋର୍ଟସ ହଷ୍ଟେଲ ବନାମ ଶରଣକୁଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ଖେଳରେ ଶରଣକୁଳ ୧-୦ ଗୋଲରେ ବିଜୟ ଲାଭ କରିଛି । ସେହିପରି ଦ୍ୱିତୀୟ ମ୍ୟାଚ ଇଟାମାଟି ବନାମ ନୟାଗଡ଼ କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଇଟାମାଟି ୧-୦ ଗୋଲରେ ବିଜୟ ଲାଭ କରିଛି । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଉମର ମଲ୍ଲିକ, ଏସକେ ବେଦାଲ, ସଞ୍ଜିବ କୁମାର ସୁବୁଦ୍ଧି, ବେଣୁଧର ସାହୁ ଓ ନୟାଗଡ଼ ଟାଉନ ଥାନା ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ଶିଆଳ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ମର୍ଣ୍ଣି…

Read More

ତନୟାଙ୍କୁ ଶୁଭେଚ୍ଛା ଜଣାଇଲା ଅନନ୍ୟା ଫାଉଣ୍ଡେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେନର ସଦସ୍ୟମାନେ ସମ୍ବାଦର ନୂତନ ସମ୍ପାଦିକା ତନୟା ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ସଦସ୍ୟମାନେ ଆଜି ଭୁବନେଶ୍ୱର ସ୍ବସ୍ତି ହୋଟେଲରେ ତନୟା ପଟ୍ଟନାୟକଙ୍କୁ ଭେଟିଥିଲେ ଓ ତନୟା ପଟ୍ଟନାୟକ ନୂତନ ଭାବେ ଗ୍ରହଣ କରିଥିବା ପଦବୀ ପାଇଁ ସଦସ୍ୟମାନେ ଖୁସି ବ୍ୟକ୍ତ କରିଥିଲେ। ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ। ତନୟା ପଟ୍ଟନାୟକଙ୍କ ପ୍ରତି ଅନନ୍ୟା ପରିବାରର ଥିବା ଅନାବିଳ ସ୍ନେହ ପାଇଁ ତନୟା ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ। ପରେ ସଦସ୍ୟମାନେ ସମ୍ବାଦର ୪୦ବର୍ଷ ପୂର୍ତ୍ତି ଅବସରରେ ସ୍ବସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ସିଂ ଠାକୁର ଯୋଗ ଦେଇଥିଲେ।

Read More

ସମର୍ପଣ(ବୃଦ୍ଧାଶ୍ରମ)ରେ ବିଶ୍ବ ବୟୋବୃଦ୍ଧ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହ ରେ ଆଜି ବିଶ୍ବ ବୟୋବୃଦ୍ଧ ଦିବସ ପାଳନ ହୋଇ ଯାଇଛି। ଏଇ ସପ୍ତାହବ୍ୟାପୀ ବିଶ୍ବ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ରମାକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ବାସ୍ଥ୍ଯ ସମିତି ତରଫରୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପା ନିଳିମା ଲାକ୍ରା,ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅଶୋକ କୁମାର ସାହୁ,ଜିଲ୍ଲା ଅଣସଂକ୍ରାମକ ରୋଗ ପରିଚାଳକ ଦୀନବନ୍ଧୁ ସାହୁ, ସ୍ବାସ୍ଥ୍ଯକର୍ମୀ ସ୍ବପ୍ନେଶ୍ବର ବେହେରା, ଗୋଷ୍ଠୀ ସ୍ବାସ୍ଥ୍ଯ ଅଧିକାରୀ ଅଞ୍ଜଳି ସାହୁ ଓ ଆଶିଷ କୁମାର ମଲ୍ଲିକ ସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ତାପରେ ସମସ୍ତ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା କରିବା…

Read More

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ସକାଳୁ ରାମଧୁନ ସହ ତ୍ରିନାଥ ଛକଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟବକ୍ତା ଭାବେ ନାଟ୍ୟକାର ଡ଼ଃ. ବିଜୟ କୁମାର ଚୌଧୁରୀ ଯୋଗଦେଇ ଗାନ୍ଧୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ମହମ୍ମଦ ଓମାର ମଲ୍ଲିକ ଗାନ୍ଧୀ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଗାନ୍ଧୀଜୀଙ୍କ ୧୫୪ ତମ ଓ ଶାସ୍ତ୍ରୀଜୀଙ୍କ ୧୧୯ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଛାତ୍ରଛାତ୍ରୀ ଓ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ଧୂପ ଦୀପ ପ୍ରଦାନ କରିଥିଲେ। ଏହାପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସଭାକକ୍ଷରେ ଥିବା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋଚିତ୍ରରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ବିଷୟରେ ସୁନ୍ଦର ବକ୍ତବ୍ଯ ରଖିଥିଲେ। ବିଦ୍ଯାଳୟର ସମ୍ପାଦକ ଶ୍ରୀଧର ସାହୁ ଗାନ୍ଧୀଜୀ ଅହିଂସା ପଥରେ ପଥିକ ହୋଇ ସମାଜକୁ ଦିଗଦର୍ଶନ ଦେଇଥିଲା ବେଳେ ଶାସ୍ତ୍ରୀଜୀ ଶାନ୍ତିପ୍ରିୟ ଥିଲେ…

Read More

ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ଅବସରରେ ପୂଜ୍ୟପୂଜା କମିଟି ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପରିସରରେ ଥିବା କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ରାମକୃଷ୍ଣ ବିଦ୍ୟାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସ୍ମୃତିଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ତରଫରୁ ସଂପାଦକ ଅରୁଣ ମହାନ୍ତି, ସଭ୍ୟ ପ୍ରଶନ୍ନ ବସନ୍ତିଆ, ସନ୍ତୋଷ ନାୟକ, ଅବିନାଶ ସାହୁ, ଧୀରେନ୍ଦ୍ର ପଟ୍ଟନାୟକ ଏବଂ ରାମକୃଷ୍ଣ ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Read More

ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଏଲଡର୍ସ ଭିଜନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଡାଇମଣ୍ଡ ଜୁବୁଲି ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରତି…

Read More