ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର କୃତୀ ସନ୍ତାନ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କୁ ‘ନୟାଗଡ଼ ବନ୍ଧୁ’,ବିଜ୍ଞାନ ସ୍ରଷ୍ଟା ପ୍ରଫେସର ହରପ୍ରସାଦ ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ପ୍ରତିଭା’ ସମ୍ମାନ, ସାରସ୍ୱତ ସାଧକ ତଥା ଗାଳ୍ପିକ ହାଡ଼ିବନ୍ଧୁ ମହାକୁଡ଼ଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ,ସୁନାମଧନ୍ୟ ଯଶସ୍ୱୀ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀଙ୍କୁ ‘ପଠାଣି ସାମନ୍ତ ଆଇନ ସେବା ରତ୍ନ’,ସ୍ତମ୍ଭକାର ଲଳିତ ମୋହନ ମିଶ୍ରଙ୍କୁ ଦାସରଥି ପଟ୍ଟନାୟକ ସାହିତ୍ୟ ସମ୍ମାନ’,ସମାଜସେବୀ ଅନାଦି ଚରଣ ମହାନ୍ତିଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’,ଯୁବ ସମାଜ ସେବୀ ପ୍ରଭାତ କୁମାର ସାହୁଙ୍କୁ ‘ପଠାଣି ସାମନ୍ତ ଯୁବ ସେବା ସମ୍ମାନ’,ସର୍ବଭାରତୀୟ…
Read MoreCategory: ନୟାଗଡ଼ ବ୍ଲକ
ବିଜେଡ଼ିରେ ସାମିଲ ହେଲେ ଇକିରି ପଞ୍ଚାୟତ ବିଜେପି ନେତା ଓ କର୍ମୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ଦିନକୁ ଦିନ ଶକ୍ତିଶାଳୀ ହେଉଛି । ବିରୋଧି ଦଳର ଅନ୍ତକନ୍ଦଳ ପାଇଁ ପ୍ରମୂଖ ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୂଳକ ଚିନ୍ତାଧାରାକୁ ନେଇ ବିରୋଧି ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ନୟାଗଡ଼ ବ୍ଲକ ଇକିରି ପଞ୍ଚାୟତର ପ୍ରମୂଖ ବିରୋଧି ନେତୃତ୍ୱ ଓ କର୍ମୀମାନେ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଇକିରି ପଞ୍ଚାୟତ ପ୍ରମୂଖ ନେତା ସୁଶାନ୍ତ କୁମାର ଦାସ ଏବଂ ୩୯ ଜଣ କର୍ମୀ ବିଜେଡିରେ ମିଶିଛନ୍ତି । ସେମାନଙ୍କ ମଧ୍ୟରେ ଶୁଦର୍ଶନ ପ୍ରଧାନ, ଶୁରେଶ କୁମାର ବେହେରା, ଶ୍ୟାମ ସୁନ୍ଦର ପରିଡା,…
Read Moreସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଡିସେମ୍ବର ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉପଲକ୍ଷ୍ୟେ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସୁରଗନ୍ଧର୍ବ ନବକିଶୋର ମିଶ୍ର,ଗୁରୁ ପ୍ରଭାତ ଦାଶ,ରଜନୀକାନ୍ତ ମହାପାତ୍ର,ନିର୍ମଳ ଶୂରଦେଓ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ସାହୁ,ପ୍ରଦୀପ୍ତ ରଥ,ଡ.ଆଶୁତୋଷ ମହାପାତ୍ର,ସ୍ୱପ୍ନେଶ୍ୱର ଜେନା,ବିଜୟାନନ୍ଦ ମହାପାତ୍ର,ଗୋପୀନାଥ ସେଠୀ,ଲକ୍ଷ୍ମୀଧର ମହାପାତ୍ର,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ନିଷ୍ପତ୍ତି ମୁତାବକ ଏହି ପ୍ରତିଯୋଗୀତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ…
Read Moreଗଞ୍ଜେଇ ବେପାରୀ ଗିରଫ, କାର ଜବତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଆଜି ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁନାଖଳାର ପ୍ରଣବ କୁମାର ଚିନରା ବୋଲି ଜଣାପଡ଼ିଛି। ଏହା ପୁର୍ବରୁ ୨୦୨୧ ମସିହାରେ ଗିରଫ ପ୍ରଣବ ନାଁ ରେ ଏକ ବ୍ରାଉନସୁଗାର କେସ ରଣପୁର ଥାନାରେ ରହିଛି। ମିଳିଥିବା ସୁଚନାନୁସାରେ ନୟାଗଡ଼ ଟାଉନ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇ ଘଡୁଆଳ ଛକଠାରେ ଏକ କାରକୁ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଗାଡ଼ିରୁ ୧୫କେଜି ଗଞ୍ଜେଇ ମିଳିଥିଲା। ଏଥିରେ ଥିବା ଆସାମୀକୁ ଗିରଫ କରିବା ସହିତ OD 02 AF 5995 କାରକୁ ପୁଲିସ ଜବତ କରିଛି । ନୟାଗଡ଼ ଟାଉନ ଥାନା କେସ୍ ନଂ ୩୧୩/୨୩ ରେ ଏକ ମାମଲା ରୁଜ କରାଯାଇ ଆସାମି ପ୍ରଣବ ଚିନରାକୁ କୋର୍ଟ ଚାଲାଣ…
Read Moreନୟାଗଡ଼ରେ ବିଜେଡି ଯୁବ ଓ ଛାତ୍ର କର୍ମଶାଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ବିଜୁ ଯୁବ ଓ ଛାତ୍ର ସଂଗଠନକୁ ନେଇ ଏକ କର୍ମଶାଳା ତଥା ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନ ତଥା ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଜେଡି ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ନବୀନ ଓଡ଼ିଶାର ସାରଥି ହେବା ପାଇଁ ଛାତ୍ର ଓ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବ ବିଜେଡି ରାଜ୍ୟ ସଭାପତି ତଥା ଚାନ୍ଦବାଲି…
Read Moreରୋଟାରୀ କ୍ଳବ୍ ରେ ସ୍ବାସ୍ଥ୍ଯ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡରେ ଅବସ୍ଥିତ ରୋଟାରୀ କ୍ଳବ୍ ପରିସରରେ ଆଜି ଏକ ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ସହାୟତା ରେ ଆୟୋଜିତ ଏହି ସ୍ବାସ୍ଥ୍ଯ ଶିବିରରେ ଏକ ଶହରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପରାମର୍ଶ ଗ୍ରହଣ କରିଥିଲେ। କଳିଙ୍ଗ ହସ୍ପିଟାଲ ର ଅର୍ଥୋପେଡିକ୍ ଡାକ୍ତର ଗୟାଧର ବେହେରା ଓ ଗ୍ଯାଷ୍ଟ୍ରୋ ସର୍ଜରୀ ଡାକ୍ତର ପ୍ରଦୀପ କୁମାର ସେଠୀ ରୋଗୀ ମାନଙ୍କୁ ପରାମର୍ଶ ଦେଇଥିଲା ବେଳେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଅବଦୁଲ ଆରିଫ ଖାନ୍, ସମ୍ପାଦକ ରୋଟାରିଆନ୍ ଶ୍ରୀଧର ସାହୁ, ରୋଟାରିଆନ୍ ସୁବୋଧ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ, ରୋଟାରିଆନ୍ ଜି ରଶ୍ମିରାଜ, ରୋଟାରିଆନ୍ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଶିବିର…
Read Moreଶିକ୍ଷୟିତ୍ରୀଙ୍କ ହୃଦଘାତରେ ପରଲୋକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦମୟନ୍ତୀ ଜାନୀ(୫୦)ଙ୍କ ହୃଦଘାତରେ ପରଲୋକ ଘଟିଛି। ସେ କିଛି ବର୍ଷ ଧରି ଥାଲାସେମିଆ ରୋଗରେ ଆକ୍ରାନ୍ତ ଥିବା ବେଳେ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ। ତେବେ ଗତ ଦୁଇ ଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ତାଙ୍କର ଏହି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ବିଭିନ୍ନ ଶିକ୍ଷକ ସଙ୍ଗଠନର କର୍ମକର୍ତ୍ତା ତଥା ଶିକ୍ଷକ ସମାଜ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି।
Read Moreଜିଲ୍ଲା ବିଜ୍ଞାନମେଳା ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଡିସେମ୍ବର ୫ ଏବଂ ୬ତାରିଖରେ ହେବାକୁ ଥିବା ଜିଲ୍ଲା ବିଜ୍ଞାନ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସୃଜନୀ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ, ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ,ରଣପୁର ବ୍ଲକ ଶିକ୍ଷାଧିକାରୀ ବନଲତା ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ସାହୁଙ୍କ ସମେତ ବିଭିନ୍ନ ଶିକ୍ଷକ ସଂଗଠନ କର୍ମକର୍ତ୍ତା ଏବଂ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ନୟାଗଡ଼ ବ୍ରଜେନ୍ଦ୍ୱ ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ବିଜ୍ଞାନ ମେଳାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା। ଚଳିତ ବର୍ଷ…
Read Moreସଙ୍ଗୀତଧାରା ପକ୍ଷରୁ ଭକ୍ତିସଙ୍ଗୀତ ପ୍ରତିଯୋଗୀତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏକ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ଆସନ୍ତା ଡିସେମ୍ବର ମାସ ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ପ୍ରତିଯୋଗୀମାନେ ଶାଳୀନତାଭିିକ ଭଜନ,ଜଣାଣ,ଧର୍ମୀୟ ଲଘୁସଙ୍ଗୀତ ଆଦି ପରିବେଷଣ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ବିନା ବାଦ୍ୟ ଯନ୍ତ୍ରରେ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ବାଦ୍ୟଯନ୍ତ୍ର ସହିତ…
Read Moreବ୍ଳକସ୍ତରୀୟ ବିଜ୍ଞାନମେଳା,ବିଜ୍ଞାନକୁ ବ୍ୟବହାର କଲେ ମେଳାର ସାର୍ଥକତା ମିଳିଥାଏ: ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ୨୮ତମ ବ୍ଲକସ୍ତରୀୟ ବିଜ୍ଞାନମେଳା ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଧାତାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ବିଜ୍ଞାନମେଳା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ବିଜ୍ଞାନମେଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଜ୍ଞାନର ବିଭିନ୍ନ ତଥ୍ୟକୁ ଦୈନନ୍ଦିନ ଜୀବନରେ ବ୍ୟବହାର କଲେ ବିଜ୍ଞାନମେଳାର ସାର୍ଥକତା ମିଳିଥାଏ ବୋଲି କହିଥାଏ । ଆଧୁନିକତାର ବଶବର୍ତ୍ତି ହୋଇ ଆମେ କଂସା ପିତ୍ତଳ ବାସନର ବ୍ୟବହାର ନକରି ଷ୍ଟିଲ ଆଲୁମିନିୟମ ପାତ୍ରର ବହୁଳ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛେ । ପୂର୍ବରୁ ଲୋକମାନେ ମାଟି ପାତ୍ରରେ ରୋଷେଇ କରିବା ସହିତ ବିଶୁଦ୍ଧ ଖାଦ୍ୟ ଖାଇ ନୀରୋଗ ରହୁଥିଲେ । ସେହିପରି ପ୍ୟାକେଟ ଯୁକ୍ତ ମସଲାର…
Read More