ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଳକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମାଆର ଭାବାନାକୁ ପୋଷଣ କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଅନ୍ତେବାସୀ ମାନଙ୍କ ପାଇଁ ଆରିଷା, କାକରା ଆଦି ପିଠା ପ୍ରସ୍ତୁତ କରି ଆଣିବା ସହିତ ସମସ୍ତ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନ କରିଥିଲେ। ସାଥିରେ ଥିଲେ ବ୍ଳକ୍ ଶିକ୍ଷା ଅଧିକାରୀ। ଉଭୟ ଅଧିକାରୀ ଅନ୍ତେବାସୀ ମାନଙ୍କ ସହିତ ଦହୁ ସମୟ ଅତିବାହିତ କରି ଖୁସି ଅନୁଭବ କରିଥିଲେ। ସମର୍ପଣ କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଓ ସଂପାଦକ ଶ୍ରୀଧର ସାହୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏତାଦୃଶ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ…
Read MoreCategory: ନୟାଗଡ଼ ବ୍ଲକ
ବାଲୁଗାଁରେ ସେବା ଉତ୍ସବ, ମନମୋହିଲା ଓଡିଶୀ ନୃତ୍ୟ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -୨୦୨୪ ଆଜି ବାଲୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲୁଗାଁ ଅଂଚଳର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ଚପଲ ବଣ୍ଟନ କରିଯାଇଥିଲା। ଏହାପରେ ବାଲୁଗାଁ ଛକରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ବିଭିର୍ଣ୍ଣ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପରେ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୟାଗଡ଼ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁର ଯୁବ…
Read Moreଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ସଚେତନତା ସଭା ଏବଂ ସଫ୍ଟ ଟଏସ ପ୍ରଶିକ୍ଷଣ ଶିବିର
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣ କୁଳ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସଚେତନତା ସଭା ଏବଂ ସଫ୍ଟ୍ ଟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦେଇଛନ୍ତି। ସେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ବିଷୟରେ ମତ ଦେଇଛନ୍ତି, ମୁଖ୍ୟ ବକ୍ତା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ ଦକ୍ଷତା ବିକାଶ ଦ୍ଵାରା ନିଯୁକ୍ତି ନିଶ୍ଚିତ ଓ ଶିକ୍ଷା ବ୍ୟର୍ଥ ନୁହେଁ ବୋଲି କହିଛନ୍ତି। ସେହିପରି ଜିଲ୍ଲା ଶ୍ରମ ଓ ନିଯୁକ୍ତି ବିଭାଗ ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଧନ୍ଦାମୂଳକ ଶିକ୍ଷା ଦ୍ଵାରା ଶିକ୍ଷାର୍ଥୀ କିପରି ଓ କେଉଁ କେଉଁ ନିଯୁକ୍ତି ପାଇପାରିବେ…
Read Moreଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ବୃକ୍ଷ ରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ଅଧ୍ୟକ୍ଷ, ପ୍ରସନ୍ନ କୁମାର ବସନ୍ତିଆଙ୍କ ନେତୃତ୍ୱ ରେ ଓ ପି. କେ. ଦାସ ରେଲୱେ ଅଧିକାରୀ ଙ୍କ ସହଯୋଗ ରେ ରେଲୱେ କଲୋନୀ ନୟାଗଡ ଠାରେ ବୃକ୍ଷ ରୋପଣ ହୋଇଯାଇଛି। ଏଥି ନିମନ୍ତେ ବିଭିନ୍ନ ପ୍ରକାରର ଚାରା ଯଥା – ଆମ୍ବ, ଓଉ, ଆତ, ଅଶୋକ, ଅର୍ଜୁନ, ମେହଗାନି, ମହାଲିମ୍ବ, କରଞ୍ଜ ପ୍ରଭୃତି ବୃକ୍ଷ ରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ,କାମାକ୍ଷା ପ୍ରସାଦ ଦାଶ, ଅନାଦି ଚରଣ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ଉଦୟନାଥ ନାୟକ, ଅବିନାଶ ସାହୁ, ଶ୍ରୀଧର ସାହୁ,ଲଷ୍ମୀକାନ୍ତ ଦାସ, ଗୋବିନ୍ଦ ସାହୁ ପ୍ରଭୃତି ଅଂଶଗ୍ରହଣ କରିଥିଲେ। ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ ଯେ, ଗଛ ବଞ୍ଚିଲେ…
Read More‘ଏସ୍.ଏ.କରିମ୍ ସ୍ମୃତି କମିଟି’ ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ ସମାଜସେବୀ ତଥା ଲୋକପ୍ରିୟ ଶ୍ରମିକନେତା ଶେଖ୍ ଅବଦୁଲ କରିମଙ୍କ ବିୟୋଗରେ ତାଙ୍କର ପ୍ରିୟ ବିଦ୍ୟାଳୟ ସିନ୍ଦୁରିଆ ହାଇସ୍କୁଲ ପରିସରରେ ଖ୍ୟାତନାମା ସାହିତ୍ୟିକ ନାଟ୍ୟ ଭୁଷଣ ଡ଼ଃ ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଚଳିତ ଜୁଲାଇ ୨୧ରେ ‘ଏସ୍.ଏ.କରିମ୍ ସ୍ମୃତି କମିଟି ‘ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପଟ୍ଟଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ନୀରବ ଶ୍ରଦ୍ଧାଞ୍ଜଳି ପରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ଜନପ୍ରତିନିଧି, ଶ୍ରମିକନେତା, ମୁରବିଶ୍ରେଣୀର ପ୍ରତିନିଧି, ଦିବଙ୍ଗତ କରିମଙ୍କ ସହପାଠୀମାନେ ତାଙ୍କର ଉତ୍ସର୍ଗୀକୃତ ନୀତିନିଷ୍ଠ ଜୀବନ, ସମାଜର ଶୋଷିତବର୍ଗ ମଣିଷମାନଙ୍କ ପାଇଁ ତାଙ୍କ ପ୍ରତିବଦ୍ଧତା, ତାଙ୍କ ସରଳ ନିରାଡମ୍ବର ଜୀବନ, ବନ୍ଧୁବତ୍ସଳତା ତାଙ୍କୁ ଅମର କରି ରଖିବ ବୋଲି ସ୍ମୃତିଚାରକମାନେ ବ୍ୟକ୍ତ କରିଥିଲେ। ଆବାହକ ସାଥୀ ବିଶ୍ଵନାଥ ମହାପାତ୍ର ପ୍ରାରମ୍ଭିକ ବକ୍ତବ୍ୟ ଉପସ୍ଥାପନ କଲାପରେ…
Read Moreସୁଶାନ୍ତ ପାତ୍ରଙ୍କ ‘ଲଡ଼ୁବାବା ପାର କରେଗା’ ଭଜନ ଲୋକାର୍ପିତ
ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ବତ ସାଧକ ସୁଶାନ୍ତ ପାତ୍ରଙ୍କ ସୁମଧୁର ଭଜନ ‘ଲଡ଼ୁବାବା ପାର କରେଗା’ ଲୋକାପିର୍ତ ହୋଇ ଯାଇଛି। ଶ୍ରୀ ପାତ୍ରଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବାଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନୟାଗଡ଼ ନିଜେ ଲେଖକ ସୁଶାନ୍ତ ପାତ୍ର, ସମାଜସେବୀ ଦାମୋଦର ସାହୁ, ଅଧ୍ୟାପିକା ନୀଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଶିକ୍ଷକ ପରମାନନ୍ଦ ସ୍ବାଇଁ, ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ, ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଜୟକୃଷ୍ଣ ସାହୁ, ଯୁବ କବି ନୀଳମାଧବ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ବରିଷ୍ଠ ସାହିତ୍ୟିକ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ବିଶିଷ୍ଟ ସାରସ୍ବତ ସାଧକ ତଥା ଗୁରୁକୁଳ ପବଲିସିଙ୍ଗ ହାଉସର ସତ୍ତ୍ଵାଧିକାରୀ ଡ.ସୁରେଶଚନ୍ଦ୍ର…
Read Moreନୟାଗଡ଼ କେସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ
ନୟାଗଡ଼: ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଅନୁଷ୍ଠାନ କେସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାର କାଉନସିଲ ସଭାପତି ବୃନ୍ଦାବନ ପଣ୍ଡା ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲାର ବରିଷ୍ଠ ଅଧିବକ୍ତା ମନୋରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା କ୍ଲବର ପୁରୁଖା ସଦସ୍ୟ ପ୍ରମୋଦ ପଟ୍ଟନାୟକ ଯୋଗଦାନ କରି ଆସନ୍ତା ଦୁଇବର୍ଷ ପରେ କ୍ଳବ ଶହେ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଏକ ୧୦୦ତମ ଜୁବୁଲି ପାଳନ କମିଟି ଗଠନ କରିବା ସହିତ ଏବେଠାରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ…
Read Moreନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ଗୋପୀନାଥ ସାହୁ ମା ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ନିର୍ଣ୍ଣାୟକ ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସେମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟଅତିଥି ଶ୍ରୀ ଗୋପୀନାଥ ସାହୁ ଦୈନନ୍ଦୀନ ଜୀବନରେ ବିଜ୍ଞାନ ର ଆବଶ୍ୟକତା, ଛାତ୍ରଛାତ୍ରୀ ଙ୍କ ମନରେ ବିଜ୍ଞାନ ମନସ୍ଥତା ସୃଷ୍ଟି ନିମନ୍ତେ ପତ୍ରପତ୍ରିକା ପଠନ ନିମନ୍ତେ ଅଧ୍ୟୟନ ମନୋବୃତି ର ବିକାଶ ହେବା ଇତ୍ୟାଦି ସମ୍ପର୍କ ରେ ଆହ୍ୱାନ ଦେଇଥିଲେ। ବୈଜ୍ଞାନିକ ମାନଙ୍କ ଉଦାହରଣ ଦେଇ ନିଜେ ପ୍ରତ୍ୟେକ ଛାତ୍ର ବିଜ୍ଞାନୀ ହେବାପାଇଁ ପ୍ରେରଣା…
Read Moreରିଜର୍ଭ ପୋଲିସ୍ କାର୍ଯ୍ଯାଳୟ ପରିସରରେ ନୟାଗଡ଼ ପୋଲିସ ଓ ରୋଟାରୀ କ୍ଳବ୍ ତରଫରୁ ମେଗା ରକ୍ତଦାନ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ରକ୍ତ ଦାନ ମହତ୍ ଦାନ। ରକ୍ତ ଦାନ ଦ୍ବାରା ଆଉ ଗୋଟିଏ ଜୀବନ ବଞ୍ଚି ପାରୁଥିବା ବେଳେ ଅନ୍ୟ ମୁଁହରେ ହସ ଫୁଟାଇ ମହାପୁଣ୍ୟ ଅର୍ଜନ କରିବାର ବଳିଷ୍ଠ ମାଧ୍ଯମ ହେଉଛି ରକ୍ତଦାନ। ଏହି ଭଳି ଏକ ମହତ୍ ପ୍ରୟାସରେ ନୟାଗଡ଼ ପୋଲିସ୍ ଓ ରୋଟାରୀ କ୍ଳବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ଏକ ମେଗା ରକ୍ତଦାନ ଶିବିର। ଏହି ଶିବିରରୁ ମୋଟ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଓ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼…
Read More୭୮ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ନୟାଗଡ଼ରେ ୭୮ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ବୈଠକ ଡାକିବାର ପ୍ରାସଙ୍ଗିକତା ଉପରେ କହିଥିଲେ । ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦାସ ଚଳିତ ବର୍ଷ ସ୍ୱାଧୀନତା ଦିବସ କିପରି ସମସ୍ତଙ୍କ ସହଯୋଗରେ ଅତି ସୁନ୍ଦର ଭାବେ ପାଳନ କରାଯିବ ତାହା ଉପରେ ଆଲୋଚନା କରିଥିଲେ । ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ସହିତ ଆଉ ଯଦି କିଛି ଅଧିକ କାର୍ଯ୍ୟକ୍ରମ ଯୋଗ କରିବାର ଅଛି ବୈଠକରେ ସେ…
Read More