ନୟାଗଡ଼ ଜିଲ୍ଲା ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାର ତୃତୀୟ ସଂଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ତୃତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ପ୍ରାବନ୍ଧିକ ଚନ୍ଦ୍ର ଶେଖର ହୋତା, ସୁଧାଂଶୁ ପ୍ରଧାନ, ବିଭୁ ପ୍ରସାଦ ତ୍ରିପାଠୀ, ଅଜୟ ପଣ୍ଡା, ଶୁଭେନ୍ଦୁ ଶେଖର ରଥ ଯୋଗ ଦେଇଥିଲେ। ଅନୁଷ୍ଠିତ ଆଲୋଚନା ଚକ୍ରରେ ଲେଖକ, ପାଠକ ଓ ପ୍ରକାଶକଙ୍କ ମଧ୍ୟରେ ସମନ୍ଵୟ ରହିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ହୋତା କହିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏନେଇ ପ୍ରୟାସ ଆରମ୍ଭ କରିଥିଲେ। ଲେଖକ ପାଠକ ପ୍ରକାଶକ ସାମୁଖ୍ୟ ଗଠନ କରି ପ୍ରୟାସ ଆରମ୍ଭ କରିଥିଲେ। ଲେଖକ, ପାଠକ ଓ ପ୍ରକାଶକକୁ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ହୋତା ମତବ୍ୟକ୍ତ କରିଥିଲେ। ଲେଖାକୁ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ “ଆସ ଆମେ ଶିଶୁଙ୍କୁ ବୁଝିବା”ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଖଣ୍ଡପଡାରୋଡସ୍ଥ ନୀଳମାଧବ କଲ୍ଯାଣ ମଣ୍ଡପ ଠାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ତରଫରୁ ” ଆସ ଆମେ ଶିଶୁଙ୍କୁ ବୁଝିବା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ୩୫୦ ଜଣ ଅଭିଭାବକଙ୍କୁ ନେଇ ଶିଶୁ ମାନଙ୍କର ପ୍ରଗତିରେ ମାତାପିତାଙ୍କ ଭୂମିକା ବିଷୟରେ ଆଲୋଚନା ହୋଇଥିଲା । ବିଦ୍ଯାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଶୈକ୍ଷିକ ଶିବିରରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ପ୍ରାଧ୍ଯାପକ ପ୍ରମୋଦ କୁମାର ଦାଶ ଯୋଗଦେଇ ଥିଲା ବେଳେ ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ବାଳିକା ଶିକ୍ଷା ସଂଯୋଜିକା ସୁଶ୍ରୀ ଶ୍ରାବଣୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ…

Read More

ଅନନ୍ୟା ଫାଉଣ୍ଡେସନର ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନର ପକ୍ଷରୁ ଆଜି ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇ ଯାଇଛି। ଇଟାମାଟି ଥାନା ଅନ୍ତର୍ଗତ ନୋତର କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇ ଥିବା ଏହି ଶିବିରରେ ୮୨ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ। ଏଥି ମଧ୍ୟରୁ ୧୭ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଚିହ୍ନଟ ହୋଇଥିବା ୨୬ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ଭୁବନେଶ୍ୱରରେ ଆସନ୍ତା ସୋମବାର ଦିନ ମାଗଣା ଅସ୍ତ୍ରୋପଚାର କରାଯିବ। ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମ ପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସମାଜସେବୀ ଦାମୋଦର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ନୟାଗଡ଼ ବିଧାୟକ ଡଃ. ଅରୁଣ ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆୟୋଜକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Read More

ଅନନ୍ୟା ଫାଉଣ୍ଡେସନର ସଦସ୍ୟଙ୍କ ଦ୍ୱାରା ବାଳକ ଉଦ୍ଧାର

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ସନ୍ଧ୍ୟାରେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଇତଃସ୍ଥତଃ ଭାବେ ବୁଲୁଥିବା ଜଣେ ଆଠ ବର୍ଷର ବାଳକକୁ ଉଦ୍ଧାର କରି ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଇଟାମାଟି ଅଞ୍ଚଳର ସେ ବାଳକଟିର ଘର ହୋଇଥିବା ଜଣାପଡ଼ିଛି। ସେ ବାଳକର ମାଆ ବର୍ଷେ ହେଲା ମୃତ୍ୟୁ ବରଣ କରିଛନ୍ତି। ବାପା ନିଷ୍ଠୁର ଭାବେ ଅତ୍ୟାଚାର କରିବାରୁ ସେ ପନ୍ଦର ଦିନରୁ ଉର୍ଦ୍ଧ୍ବ ସମୟ ହେବ ଏଣେତେଣେ ବୁଲୁଛି। ଆଜି ସନ୍ଧ୍ୟାରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ପ୍ରକାଶଙ୍କ ଦୃଷ୍ଟି ଗୋଚର ହେବା ପରେ ସେ ଆଶୁତୋଷ, ସନ୍ତୋଷ, ସୁରେଶଙ୍କ ଉପସ୍ଥିତିରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଫୋନ କରିଥିଲେ। ପରେ ତପସ୍ୟା ଶିଶୁ ଗୃହର ଅଧିକାରୀ ମାନେ ବାଳକଟିକୁ ଉଦ୍ଧାର କରିଥିଲେ।

Read More

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ମୁନିସିପାଲିଟି ଅଫିସ୍‌ରେ ବିଜେଡି ବୈଠକ ପ୍ରସଙ୍ଗ ନୟାଗଡ଼,(ନୟାଗଡ଼ ଦର୍ପଣ): ଡ୍ରେନେଜ୍ ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିବା ପରେ ଏହାକୁ ନେଇ ବିଜୁ ଜନତା ଦଳ ମହଲରେ ଉତ୍ସାହ ପ୍ରକାଶ ପାଇଛି । ଏନେଇ ଗତକାଲି ବିଜେଡି ପକ୍ଷରୁ ନୟାଗଡ଼ ମୁନିସିପାଲିଟି ସଭାକକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏହି ସଭାର ଆୟୋଜନ କରିଥିଲେ। ଦଳୀୟ କାର୍ଯ୍ୟକ୍ରମ କିଭଳି ସରକାରୀ କାର୍ଯ୍ୟାଳୟରେ କରାଗଲା ବୋଲି ନୟାଗଡ଼ ବିଜେପି ପ୍ରଶ୍ନ ଉଠାଇଛି। ଏନେଇ ୪୮ଘଣ୍ଟା ମଧ୍ୟରେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଜିଲ୍ଲାପାଳଙ୍କୁ ଫେରାଦ ହେଲା ନୟାଗଡ଼ ବିଜେପି ଅଧିକାରୀ ସ୍ଵାତୀ ମିଶ୍ରଙ୍କୁ ବରଖାସ୍ତ କରିବାକୁ…

Read More

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଦ୍ୱିତୀୟ ସଂଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ କଥାକାର ଡ. ଅଜୟ ସ୍ଵାଇଁ, କଥାଶିଳ୍ପୀ ଡ. ଅରବିନ୍ଦ ରାୟ, ସାହିତ୍ୟ ଘର ସଂଯୋଜକ ଡ. ଶୁଭଶ୍ରୀ ଲେଙ୍କା, କବି ଓ ପ୍ରକାଶକ ବନୋଜ ତ୍ରିପାଠୀ ଯୋଗ ଦେଇଥିଲେ। ଫେସବୁକରେ କବିତା ଲେଖି ବହି ପ୍ରକାଶ କରିଦେଲେ କେହି କବି ହୋଇ ଯାଏନି। କବିକୁ ଈଶ୍ୱର ବୋଲି କୁହାଯାଏ ବୋଲି ପ୍ରକାଶକ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲି। ଲେଖକଙ୍କଠାରୁ ବଡ ହେଉଛନ୍ତି ପାଠକ। ସମସ୍ତେ ଲେଖକ ନୁହେଁ, ପାଠକ ହେବା ଆବଶ୍ୟକ ବୋଲି କହିଥିଲେ। ଦୁଃଖ ବେଳେ ବହିର ଆବଶ୍ୟକତା ପଡ଼ିଥାଏ ବୋଲି କହିଥିଲେ। ପାଠକ ଲେଖକକୁ ଈଶ୍ୱରଠାରୁ ଅଧିକ…

Read More

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦ ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବୁଧବାର ଉଦଘାଟିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଦକ୍ଷୀଣକାଳୀ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟକ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଖାତନାମା ସାହିତ୍ୟିକ ଡ. ଗୈାରହରୀ ଦାସ ସମ୍ମାନିତ ଅତିଥି ଭାବେ ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗ ଉଦଘାଟନ କରିଥିଲେ । ନୟାଗଡ଼ ମାଟିରେ ବସ୍ତୁ ଅପେକ୍ଷା ଭାବକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ବୋଲି ମୁଖ୍ୟ ଅତିଥି ଡ. ଦାସ କହିଥିଲେ । ବିଧାୟକ ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ ସମାଜରେ ମହୁମାଛିଙ୍କ ସଂଖ୍ୟା କମ ଓ ମଶାଙ୍କ ସଂଖ୍ୟା ଅଧିକ ବୋଲି କହିଥିଲେ । ଏହା ସହିତ ଅନେକ ଉପାଦେୟ…

Read More

ନୟାଗଡ଼ ଜିଲ୍ଲା ଅମଲା ସଂଘର ଗୁରୁତ୍ୱପୁର୍ଣ୍ଣ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଜିଲ୍ଲା ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲା କୃଷି ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅମଲା ସଂଘ ସଭାପତି ବାଳକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅମଲାମାନଙ୍କ ବିଭିନ୍ନ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ସହିତ ସେମାନଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିମୂଖ ରହୁଥିବା ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାର ଅମଲାମାନଙ୍କର ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଏବଂ କମ୍ପ୍ୟୁଟର ଡିପ୍ଲୋମା ଧାର୍ଯ୍ୟ କରିଥିବା ବେଳେ ସେହି ଅନୁଯାୟୀ ସେମାନଙ୍କୁ ୪୨୦୦ ଗ୍ରେଡ ପେ’ରେ ଦରମା ଦେବାପାଇଁ ସଂଘ ଦୀର୍ଘ ଦିନଧରି ଦାବି କରି ଆସୁଅଛି । ମାତ୍ର ସରକାର ବିଗତ ଦିନରେ ରାଜ୍ୟ ଅମଲା ସଂଘ ସହିତ ଆଲୋଚନା…

Read More

ନୟାଗଡ଼ ପାଇଁ ଗୌରବ ଆଣିଲେ ସ୍ବୟଂପ୍ରଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଇକୋନୋମିକ୍ସରେ ଗୋଲଡ଼ ମେଡାଲ ପାଇ ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡର ଝିଅ ସ୍ବୟଂପ୍ରଭା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଗ୍ରାମର ଝିଅ ସ୍ୱୟଂପ୍ରଭା ବେହେରା ଜିଲ୍ଲା ସମଗ୍ର ପାଇଁ ଆଣିଛନ୍ତି ଗୌରବ । ଶ୍ରୀଯୁକ୍ତ ସତ୍ୟବାଦୀ ବେହେରା ଓ ଶ୍ରୀମତି ଜୟନ୍ତୀ ବେହେରାଙ୍କ ଝିଅ ହେଉଛନ୍ତି ସ୍ୱୟଂପ୍ରଭା ବେହେରା । ଭୁବନେଶ୍ବର ରମାଦେବୀ ମହିଳା ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗରେ ଟପ୍ପର ହୋଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଉଦାହରଣ ପାଲଟିଛନ୍ତି ସ୍ୱୟଂପ୍ରଭା ବେହେରା | ସ୍ୱୟଂପ୍ରଭା ପିଲାଟି ଦିନରୁ ଅତି ସରଳ ଏବଂ ମେଧାଵୀ ଛାତ୍ରୀ ଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟର ୨ ୟ ସମାବର୍ତ୍ତନ ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗୋଲଡ଼ ମେଡାଲ ଓ ବୃତ୍ତି ପାଇଛନ୍ତି…

Read More

ଦକ୍ଷିଣକାଳୀ ପଡ଼ିଆରେ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା

ପୁସ୍ତକ ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରୟାସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ପୁସ୍ତକ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ହେବାକୁ ଯାଉଛି ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା । ଏଥିପାଇଁ ଶନିବାର ସଂନ୍ଧ୍ୟାରେ ନୟାଗଡ଼ ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଫେବୃୟାରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନିବାର୍ଯ୍ୟ କାରଣ ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ପଠାଣି ସାମନ୍ତ ଅଡିଟୋରିୟମ ପଡ଼ିଆ ବଦଳରେ ପୁସ୍ତକ ମହୋତ୍ସବ ପୂର୍ବ ନିଷ୍ପତ୍ତି ମୁତାବକ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସଂଖ୍ୟାଧିକ ପୁସ୍ତକ ବିକ୍ରେତା ଓ କ୍ୟାରିୟର କାଉନସେଲିଂ ସଂସ୍ଥା ଏହି କାର୍ଯ୍ୟକ୍ରମରେ ଯୋଗ…

Read More