ନୟାଗଡ଼ ଦର୍ପଣର ନୂତନ କାର୍ଯ୍ୟାଳୟ ଉଦଘାଟିତ ସହ ‘ମଦ ମଣିଷ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏବଂ ମିଡ଼ିଆ ହାଉସ ‘ଦର୍ପଣ ପବ୍ଲିକେଶନ’ର ନୂତନ କାର୍ଯ୍ୟାଳୟ ଆଜି ଦର୍ପଣ କ୍ୟାମ୍ପସରେ ଉଦଘାଟିତ ହେବା ସହିତ ଖବର କାଗଜ ଓ ନ୍ୟୁଜ ପୋର୍ଟାଲ ‘ନୟାଗଡ଼ ଦର୍ପଣ’ର ପ୍ରତିଷ୍ଠାତା ଗୀତିକଳ୍ପ ହରିଶ ପ୍ରଧାନଙ୍କ ଲିଖିତ ପୁସ୍ତକ ‘ମଦ ମଣିଷ’ ଉନ୍ମୋଚିତ ହୋଇଯାଇଛି। ଏଥିରେ ଉଦଘାଟକ ଭାବେ ନୟାଗଡ଼ର ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦାନ କରି କାର୍ଯ୍ୟାଳୟ ଏବଂ ପୁସ୍ତକ ଉନ୍ମୋଚନ କରିଥିବା ବେଳେ କବି ଗୋଦାବରୀଶ ମିଶ୍ର, ନିର୍ମଳ ଶୁରଦେଓ, ପ୍ରାଧ୍ୟାପକ ଉମେଶ ମହାପାତ୍ର, ବସିରନ ବିବି, ଡ଼ ସୁକାନ୍ତି ମହାନ୍ତି, ପ୍ରଭାସିନୀ ବରାଡ଼, ସମାଜସେବୀ ଦାମୋଦର ସାହୁ, ଏମ. ଔରଙ୍ଗଜେବ, ପ୍ରଭାସିନୀ ନନ୍ଦ, ପ୍ରହଲ୍ଲାଦ ପ୍ରଧାନ, ଧିରେନ୍ଦ୍ର ପଟ୍ଟନାୟକ, କାଵଜ୍ଞ ସ୍ଥିତପ୍ରଜ୍ଞ, ଅନୱର ଅଲ୍ଲୀ, ସାମ୍ବାଦିକ ପ୍ରଶାନ୍ତ ଜେନା, ସାମ୍ବାଦିକ…

Read More

ବିରୁଡ଼ା ପଞ୍ଚାୟତ ଆଜି ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ାରେ ଆଜି କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦୁଇଟି ପ୍ରକଳ୍ପ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶିଳାନ୍ୟାସ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬୨ଲକ୍ଷ ଟଙ୍କା ବ୍ୟୟରେ ବିରୁଡ଼ା ଆରଆଇ ସେଣ୍ଟର ପାଇଁ ଶିଳାନ୍ୟାସ କରାଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ୩୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିରୁଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବହୁ ଉପଯୋଗୀ ଗୃହକୁ ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ,…

Read More

‘ଘର ହିଁ ବିଦ୍ୟାଳୟ ପ୍ରକଳ୍ପ’ର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ‘ଘର ହିଁ ବିଦ୍ୟାଳୟ ପ୍ରକଳ୍ପ’ର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ସ୍ବର୍ଣ୍ଣଲତା ସାହୁ ଦୀପ ପ୍ରଜ୍ବଳନ କରିଥିଲେ। ଶ୍ରୀମତୀ ଭାଗ୍ୟଲତା ସାହୁ (ଶିଶୁବାଟିକା ପ୍ରମୁଖା) ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଶିଶୁର ସମଗ୍ର ବିକାଶରେ ପିତାମାତାଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ। ଜୀବନ କହିଲେ ଶିକ୍ଷା, ଶିକ୍ଷା କହିଲେ ଜୀବନକୁ ବୁଝାଏ । ଶିକ୍ଷା, ଚରିତ୍ର, ସଂସ୍କୃତିର ମିଳନରେ ଶିଶୁର ବିକାଶ ହୋଇଥାଏ। ସମାଜରେ ପ୍ରତ୍ୟେକ ବ୍ୟକ୍ତି ହିଁ ଶିଶୁର ପ୍ରଶିକ୍ଷକ। ପରିବେଶରୁ ହିଁ ଶିକ୍ଷା ମିଳିଥାଏ । ଧନ୍ୟବାଦ ଅର୍ପଣ ପରିଚାଳନା ସମିତିର ସଦସ୍ୟା ଜ୍ୟୋତ୍ସ୍ନାମୟୀ ନାୟକ କରିଥିଲେ। ବିଶେଷ ସୂଚନା ଓ ବନ୍ଦେ ମାତରମ୍ ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଶତାଧିକ ଅଭିଭାବକ ଉକ୍ତ…

Read More

ସୋହମ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡର ବିଶିଷ୍ଟ ସମାଜସେବୀ ଦାମ ସାର, ଅନୁଷ୍ଠାନର ସଭାନେତ୍ରୀ ଡ. କବିତା ମିଶ୍ର, ନୟାଗଡ଼ ମୁନିସପାଲିଟର ୦୩ ନଂ ୱାର୍ଡର କାଉନସିଲର ସ୍ୱୟଂପ୍ରଭା ମିଶ୍ର ଓ ଡାକ୍ତର ଜର୍ଜ ଦେବବ୍ରତ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ କୋଭିଡ ନିୟମ ପାଳନ କରାଯାଇ ୨୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସୋହମ ଅନୁଷ୍ଠାନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ । ଏଥିରେ ସମାଜସେବୀ ରୁଦ୍ର ପ୍ରସନ୍ନ ରଥ, ଅନୁଷ୍ଠାନର ଉପସଭାପତି ତଥା ପରିବେଶବିତ୍ ଅନାଦି ଚରଣ ମହାନ୍ତି, ବରିଷ୍ଟ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ଲଳିତ ମିଶ୍ର, ସୀତାରାମ ତ୍ରିପାଠୀ, ବିବୃ ବାହନ ରଥ,…

Read More

ବିଭିନ୍ନ ଦାବୀ ନେଇ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବରିଷ୍ଠ ସଦସ୍ୟ ସୁରେନ୍ଦ୍ରନାଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଶତପଥୀ, ନିତ୍ୟାନନ୍ଦ ରାଉତରାୟ, ବୈକୁଣ୍ଠ ନାଥ ସ୍ୱାଇଁ ଏବଂ ସୁନିଲ କୁମାର ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଆଜିର ସମାଜରେ ଅଧିକାଂଶ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ସମାଜ, ପ୍ରଶାସନ, ପରିବାର ଠାରୁ ଦୂରରେ ରହି ବିଷାଦ ତଥା ଘୋର ଦୁର୍ଦ୍ଦିନରେ କାଳ ଯାପନ କରୁଅଛନ୍ତି । ଅଧୂକାଂଶ ବାପା, ମା, ନିଜ ପୁଅ ଝିଅ ମାନଙ୍କ ଠାରୁ ନିର୍ଯ୍ୟାତିତ ହେବାର ନଜିର ମଧ୍ୟ ଅଛି। ଏହିପରି ୯୦ପ୍ରତିଶତ ଘଟଣା ଲୋକଲୋଚନ କିମ୍ବା ଗଣମାଧ୍ୟମକୁ ଆସିପାରୁନାହିଁ ।…

Read More

ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ମକରନ୍ଦ ବେଉରା ମୁଖ୍ୟ ଅତିଥିଭାବେ ଯୋଗଦେଇ ନିୟମିତ ପାଣିର ପରୀକ୍ଷା, ଜଳଜନିତ ସୃଷ୍ଟି ହେଉଥିବା ରୋଗ, ତାହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବୁଝାଇଥିଲେ । ଫ୍ଲୋରୋସିସ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ସ୍ଥାୟୀ ପରିବର୍ତ୍ତନ ଘଟିବା ପରେ ଫ୍ଲୋରୋସିସ ଚିକିତ୍ସା କରିବା କଷ୍ଟସାଧ୍ୟ ଅଟେ । ଏଥି ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥୁଲେ । ଫ୍ଲୋରୋସିସ ରୋଗର ନିରାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ଏହି ସଭାର ଉଦ୍ଦେଶ୍ୟ ବୋଲି ଡାଃ ମକରନ୍ଦ ବେଉରା ପ୍ରକାଶ କରିଥିଲେ…

Read More

ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆଲୋକିତ ହେବ ସମଗ୍ର ସହର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଓଡ଼ିଶା ଦିବସ ଓ ନୟାଗଡ଼ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟାପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୟାଗଡ଼ ଖେଳପଡ଼ିଆରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି…

Read More

ଟାଉନ ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଏକ ମାଲଗାଡି ଲାଇନଚ୍ୟୁତ ହୋଇଛି। ବର୍ତ୍ତମାନ ଦଶପଲ୍ଲା ରେଳ ଷ୍ଟେସନର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଅନୁରୂପ ଭାବେ ରେଳ ଲାଇନ ବିଛାଇବା କାମ ମଧ୍ୟ ଆଗେଇ ଚାଲିଛି। ଏଥିପାଇଁ ଆବଶ୍ୟକ ମେଣ୍ଟାଲ ଏହି ମାଲ ଗାଡିରେ ଆସିଥାଏ। ଏହି ମେଣ୍ଟାଲ ବୋଝେଇ ମାଲଗାଡି ଆଜି ମଧ୍ୟାହ୍ନରେ ନୟାଗଡ଼ ଟାଉନ ଷ୍ଟେସନର ୧ନଂ ପ୍ଲାଟଫର୍ମରେ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ଼ରୁ ଏକ ସ୍ୱତନ୍ତ୍ର ଟିମ ଆସିବା ପରେ ଏହାକୁ ଲାଇନ ଉପରକୁ ଅଣାଯିବ ବୋଲି ଷ୍ଟେସନ ପରିଚାଳକ ସଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି।

Read More

ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଚିଠି ଲେଖିଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ନୟାଗଡ଼ ଜିଲ୍ଲାର ଅନେକ ବାସିନ୍ଦା ନିକଟସ୍ଥ ବାଲେଶ୍ବର, ଭଦ୍ରକ ଓ କଟକ ଜିଲ୍ଲାରେ ବସବାସ କରୁଛନ୍ତି। ସେମାନେ ନୟାଗଡ଼କୁ ଆସୁଥିବା ଟ୍ରେନର ସଦ୍ ବ୍ୟବହାର କରି ପାରୁନାହାନ୍ତି। ଆର୍ଥିକ ଓ ସାମାଜିକ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଡ.ସାହୁ ଦାବି କରିଛନ୍ତି । ନୟାଗଡ଼ ବାସୀଙ୍କ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳର ନିହାତି ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ନୟାଗଡ଼ର ଅନେକ ବାସିନ୍ଦା ଟ୍ରେନ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ନୟାଗଡ଼ରୁ ଭଦ୍ରକ ଟ୍ରେନ…

Read More

ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା ମା’ ଦକ୍ଷିଣକାଳୀଙ୍କ ମନ୍ଦିର ନିକଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । “ଘାରିଛି କାଳିଆ ନିଶା” ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଲକ୍ଷ୍ମଣ ପଟେଲଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ବନାମଧନ୍ୟ ଗୀତିକାର ଔପନାସିକ ତପନ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା ପରେ ତାଙ୍କ ଲିଖତ “ଆସିଛି ଦେଖି ତୋ କଳା ବଦନକୁ” ସ୍ମରଣୀୟ ଭକ୍ତି ସଙ୍ଗୀତକୁ ନବ କିଶୋର ମିଶ୍ର ତାଙ୍କ ସୁଲଳିତ କଣ୍ଠରେ ଗାନ କରି ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଣକୃଷ୍ଣ ମହାରଣା, ବିଜୟାନନ୍ଦ ମହାପାତ୍ର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ।…

Read More