ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ୭୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡଗାଁ ବ୍ଲକ ବନ୍ୟାଞ୍ଚଳାଧିକାରୀ ଅଭିମନ୍ୟୁ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରଘୁନାଥ ମଲ୍ଲିକ, ସମ୍ମାନୀତ ଅତିଥିଭାବେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ, ଫରେଷ୍ଟର ସୌମ୍ୟ ରଞ୍ଜନ ଦଳେଇ, ରୋହିବାଙ୍କ ଗ୍ରାମ ସମ୍ପାଦକ କାହ୍ନୁଚରଣ ଗୌଡ଼ ଯୋଗ ଦେଇଥିବାବେଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସଭାପତି ଆସନ ଅଳଙ୍କୃତ କରିଥିଲେ। ପ୍ରତିଯୋଗୀମାନେ ରୋହିବାଙ୍କ ଚଣ୍ଡେଶ୍ୱର ମହାଦେବଙ୍କ ପାଖରୁ ମଶାଲ ଆଣି ମୁଖ୍ୟାତିଥୀ ରେଞ୍ଜର ଶ୍ରୀ ମଲ୍ଲିକଙ୍କୁ ପ୍ରଦାନ…
Read MoreBlog
ମାନ୍ୟବର ନ୍ୟାୟମୂର୍ତ୍ତିଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ମୁରାହରି ଶ୍ରୀ ରମଣ ନୟାଗଡ଼ର ଅଧିଷ୍ଠାତ୍ରୀଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ। ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନ୍ୟାୟ ମୂର୍ତ୍ତିଙ୍କ ସହ ତାଙ୍କ ସହଧର୍ମିଣୀଙ୍କୁ ଉତ୍ତରୀୟ ଓ ମା’ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଓ ଅନ୍ୟାନ୍ୟ ବିଚାରପତିଙ୍କ ସମେତ ଓକିଲ ସଙ୍ଘ ସଭାପତି ଆଇନଜୀବୀ ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନ୍ୟାୟ ମୂର୍ତ୍ତି ମା’ଙ୍କ ଦର୍ଶନ କରି ଆନନ୍ଦ ପ୍ରକଟ କରିବା ସଂଗେ ସଂଗେ ମନ୍ଦିର ପରିଚାଳନା ସମ୍ପର୍କରେ ସବିଶେଷ ଖବର ନେଇଥିଲେ।
Read Moreଉଦଯାପିତ ହେଲା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ-୨୦୨୫
ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପି.ଟି.ଏସ ଗ୍ରାଉଣ୍ଡରେ ନୟାଗଡ ଜିଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ ୨୦୨୫ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଉଦୀୟମାନ ଯୁବ କ୍ରୀଡା ପ୍ରତିଭା ମାନେ ଯୋଗ ଦେଇଥିଲେ। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଅନୁଷ୍ଠିତ ପ୍ରତିଯୋଗିତା ମୂଳକ ବିଭିନ୍ନ ବର୍ଗର ଖେଳରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡା ପ୍ରତିଭାମାନଙ୍କୁ ସାର୍ଟିଫିକେଟ ସହ ମେଡାଲ ଦେଇ ପୁରସ୍କୃତ କରି ଥିଲେ। ଏହି ପୁରସ୍କାର ବିତରଣ ଉତ୍ସବକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବାବେଳେ ସମ୍ମାନିତ ଅତିଥିଭାବେ ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଆଇଟିଆଇ କଲେଜର ଅଧକ୍ଷ କାନ୍ତି ରଞ୍ଜନ ସାହୁ ଯୋଗ ଦେଇଥିଲେ। ଜିଲ୍ଲା ଆଥଲେଟିକ…
Read Moreପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରୀ, ସମାଜସେବୀ ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ ରାମଙ୍କ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରି, ସମର୍ପିତ ସମାଜସେବୀ, ପ୍ରଗତିଶୀଳ ରାଜନେତା ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ କୁମାର ରାମଙ୍କ ଆକସ୍ମିକ ଏବଂ ଅକାଳ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ। ଜଣେ ମେଳାପି ଏବଂ ବନ୍ଧୁ ବତ୍ସଳ ଭାବେ ସେ ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ ବୋଲି ସ୍ୱର୍ଗତ ଶ୍ରବଣ ରାମଙ୍କ ଉଦ୍ଦେଶ୍ୟରେ ଇଟାମାଟି ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଇଟାମାଟି ଦୋଳ ମଣ୍ଡପ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟବସାୟୀ, ବୁଦ୍ଧିଜୀବି, ଶିକ୍ଷାବିତ୍, ତଥା ଶ୍ରବଣ ପ୍ରେମୀମାନେ ଯୋଗଦାନ କରି ମତ ବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ଶ୍ରବଣ କୁମାର ରାମ୍ ପିଲାଟି ଦିନରୁ କିପରି ବିହାର ରୁ ଇଟାମାଟି ମାରୱାଡ଼ି ସାହିର ପ୍ରତିଷ୍ଠିତ ବ୍ୟବସାୟୀ ସୁକା…
Read Moreଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ
ରାଜସୁନାଖଳା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ଉଚ ବିଦ୍ୟାଳୟର ୧୯୮୫ ମେଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାଜସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ରନାଥ ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ସେତେବେଳର ଗୁରୁ-ଶିଷ୍ୟ ପରମ୍ପରା କେତେ ମହାନ୍ ଛଳ ଛଳ ଆଖିରେ ବର୍ଣ୍ଣନା କରିଥିଲେ ଏବଂ ବିଦ୍ୟାଳୟର ପୁରାତନ କୃତି ଛାତ୍ର ଗୋଦାବରୀ ନାୟକ ମୁଖ୍ୟ ବକ୍ତାଭାବେ ଯୋଗଦେଇ ସେତେବେଳର ଶିକ୍ଷା ପଦ୍ଧତି, ଅନୁଶାସନ ଓ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ଆବାହକ ସନ୍ତୋଷ କୁମାର ବେହେରାଙ୍କ ଉଦ୍ୟମରେ ଦୀର୍ଘ ୪୦ ବର୍ଷ ପରେ ଅନେକ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ ଏବଂ…
Read Moreସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟର ସ୍ୱନକ୍ଷେତ୍ର ଉତ୍ସବ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ରୁ ପ୍ରକାଶିତ ସାପ୍ତାହିକ ଓଡ଼ିଆ ଖବର କାଗଜ ଓ ପାକ୍ଷିକ ଇଂରାଜୀ ଖବର କାଗଜ ର ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ , ଓଡ଼ିଶା ସାହିତ୍ୟ ଏକାଡେମୀ ର ଜଗତସିଂହପୁର ଜିଲ୍ଲା ସଦସ୍ୟ ଅକ୍ଷୟ କୁମାର ରାଉତ , ଏବଂ ଓଡ଼ଗାଁ ସମବାୟ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସଭାପତିତ୍ବ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ । ଅତିଥି ମାନେ ସାମ୍ବାଦିକତା ର ସ୍ୱରୂପ ଓ ସାମ୍ବାଦିକ ର କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ କବିତା…
Read Moreସାପ୍ତାହିତ ଖବରକାଗଜ ‘ନୟାଗଡ଼ ଭଏସ୍’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେଲା ନୂତନ ସାପ୍ତାହିକ ଖବର କାଗଜ ‘ନୟାଗଡ଼ ଭଏସ୍’ । ନୟାଗଡ଼ ଖଣ୍ଡପଡ଼ା ରୋଡ଼ ସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ଆଜି ଏହାର ପ୍ରଥମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଓ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ ଯୋଗ ଦେଇଥିଲେ। ଅତିଥି ମାନେ ନୟାଗଡ଼ ଭଏସ୍ ଗୋଟିଏ ସ୍ଥାନୀୟ ଖବର କାଗଜ ଭାବେ ଲୋକଙ୍କ ଆଶା ଆକାଂକ୍ଷା କୁ ନଜର ରେ ରଖି ଖବର ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ…
Read Moreଡିସେମ୍ବର ୮ରୁ୧୨ତାରିଖ ରାଜସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ଉଦଘାଟନ କରିବେ ବାଚସ୍ପତି। ଉଦଯାପନୀ ଉତ୍ସବରେ ଯୋଗଦେଇପାରନ୍ତି ରାଜ୍ୟପାଳ ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ…
Read Moreଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ଏବଂ ବ୍ଲକ ଏନଏସି ସଭାପତି ମନୋନୟନ ପ୍ରକ୍ରିୟା ପାଇଁ ଦଳୀୟ ସାଙ୍ଗଠନିକ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ମାର୍ଗଦର୍ଶନ କ୍ରମେ ନୟାଗଡ଼ ଜିଲ୍ଲାରେ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ସାଙ୍ଗଠନିକ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ସଂଗଠନ ସୃଜନ ଦ୍ୱାରା ମନୋନୀତ ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଦଳୀୟ ବୈଠକରେ ଜିଲ୍ଲା ବ୍ୟାପି ପ୍ରତ୍ୟେକ ବ୍ଲକ ମୁନିସିପାଲିଟି ଏବଂ ଏନଏସି ରେ ସଭାପତି ଚୟନ ପାଇଁ ଡିସିସି ସଭାପତିଙ୍କ ନେତୃତ୍ୱରେ ୭ ବରିଷ୍ଠ ନେତୃମଣ୍ଡଳୀ ଙ୍କର ଏକ କମିଟି ଗଠନ କରାଯିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି କମିଟି ଜିଲ୍ଲା ର ପ୍ରତ୍ୟେକ ବ୍ଲକ ଏନଏସି ଗସ୍ତ କରି ବିଭିନ୍ନ ପଞ୍ଚାୟତ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଙ୍କ ସହିତ ଆଲୋଚନା…
Read Moreଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଡିସେମ୍ବର ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରୀୟଦିନି ଫାଉଣ୍ଡେସନ, ନୟାଗଡ଼ ଦ୍ବାରା ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସର୍ବ ପ୍ରଥମେ ସ୍ଵତନ୍ତ୍ର ଶିଶୁ ମାନଙ୍କ ମଧ୍ୟରେ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସମାଜସେବୀ ଭାଗିରଥି ବାଇ ଏବଂ ଜିଲ୍ଲା ରକ୍ତ ଭଣ୍ଡାରର କାଉନସିଲର ଅଜୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଗଲା। ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ଆଲୋକପାତ କଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ ଡକ୍ଟର…
Read More