Blog

ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ ନୟାଗଡ଼ ବ୍ଲକ ସଭା ଗୃହରେ ବେଶ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦବାନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୁ ସାହିତ୍ୟିକ ତଥା ଗାଳ୍ପିକ ସତ୍ୟବାଦୀ ବଳିୟାରସିଂ ଯୋଗଦାନ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ଅତିଥିମାନେ ମାନପତ୍ର ଏବଂ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଐତିହାସିକ ସତ୍ୟବାଦୀ ବଳିୟାରସିଂହଙ୍କୁ ନୟାଗଡ଼ ସାରସ୍ୱତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଉମରକୋଟର ବିଶିଷ୍ଟ ସମାଜସେବୀ ତଥା…

Read More

ରୋହିବାଙ୍କ ଛାତ୍ରଛାତ୍ରୀଙ୍କ ଶକ୍ତି ସଂରକ୍ଷଣ ବାର୍ତ୍ତା

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଛାତ୍ର ଛାତ୍ରୀମାନେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବିଭିର୍ଣ୍ଣ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବୁଲି  ଶକ୍ତି ସଂରକ୍ଷଣବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ୨୦ ରୁ ୧୨ ଜଣ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ସ୍ଥାନୀୟ ରୋହିବାଙ୍କ ପଞ୍ଚାୟତ, ରୋହିବାଙ୍କ ବନରକ୍ଷୀଙ୍କ କାର୍ଯ୍ୟାଳୟ ଆଦି ବୁଲି ଶକ୍ତି ସରଂକ୍ଷଣ ବାର୍ତ୍ତା ପ୍ରେରଣ କରିବା ସହିତ ଅଫିସ କାନ୍ଥରେ ସରଂକ୍ଷଣ ପୋଷ୍ଟର ମାରିଥିଲେ। ଏସବୁ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ପିଲାଙ୍କୁ ସହଯୋଗ କରିଥିଲେ। ପ୍ରଥମେ ପୂର୍ଵ ପ୍ରସ୍ତୁତ ମତେ ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ସୂଚନା କ୍ରମେ ବିଭିର୍ଣ୍ଣ ପୋଷ୍ଟର, ଲିଫଲେଟ କୁ…

Read More

ପଠାଣି ସମାନ୍ତ ଜୟନ୍ତୀ ସମାରୋହ,ସଂସ୍କୃତି ଗବେଷକ ପ୍ରବୀର ପଟ୍ଟନାୟକଙ୍କୁ ‘ନୟାଗଡ଼ ଗୌରବ’ ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଶ୍ରୁତ ନଭବିଜ୍ଞାନୀ  ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ.ଗଣେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’  ବୌଦ୍ଧ ଓ ସଂସ୍କୃତି ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା ।ସେହିଭଳି ଅନୁଷ୍ଠାନ ପକ୍ଷରୁ  ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’,…

Read More

ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୮୫ଟି ମାମଲା ଫଏସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।  ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭୩୫୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୦୧ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୫ ଟି ଫଇସଲା କରାଯାଇ ୧୪୯୬୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୯ ଟି ମାମଲା ଫଇସଲା କରାଯାଇ ୮୪୦୦୦ ଟଙ୍କା ଆଦାୟ କରଯାଇଥିଲା। ସେଥି ମଧ୍ୟରୁ ଦୁଇଟି ବିବାହ ଜନିତ ସ୍ବାମୀ ସ୍ତ୍ରୀ କେସରେ ପରିବାର ଅଦାଲତ ବିଚାରପତିଙ୍କ ଦୃଢ ପ୍ରଚେଷ୍ଟାରେ ସ୍ବାମୀ ସ୍ତ୍ରୀ ଏକାଠି ହୋଇ…

Read More

ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱ ବିଶୃତ ଜ୍ୟୋତ୍ରିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଉପଲକ୍ଷେ ସାମନ୍ତ ଚନ୍ଦ୍ର ଶେଖର ସାଂସ୍କୃତିକ ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଥିବାପଠାଣି ସାମନ୍ତ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ ସାହୁ ଯୋଗଦେଇ ସାମନ୍ତଚନ୍ଦ୍ର ଶେଖରପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟଙ୍କ ସହ ସଭାପତି ପ୍ରମୋଦ ପଟ୍ଟନାୟକ, ରଣଜିତ ଦାସ, ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟଭୁଷଣ ବିଜୟ ଚୌଧୁରୀ, ବିଶ୍ଵନାଥ ମହାପାତ୍ର, ବାସୁଦେବ ମହାନ୍ତି, ନିର୍ମଳ ଚନ୍ଦ୍ର ସୁରଦେଓ, ପ୍ରତାପ ନନ୍ଦ, ଲକ୍ଷ୍ମୀଧର ସାହୁ, ଦାମୋଦର ସାହୁ, ପୂର୍ଣ୍ଣଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀଙ୍କ ସମେତ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ…

Read More

ନୟାଗଡ଼ ପୌର ପରିଷଦ ପକ୍ଷରୁ “ମୋ ଖତ” ବିକ୍ରୟ କେନ୍ଦ୍ର ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସପାଲିଟି ଦ୍ବାରା ଖୋଲାଯାଇଥିବା “ମୋ ଖତ” ବିକ୍ରୟ କେନ୍ଦ୍ରକୁ ଉଦ୍ଘାଟନ କଲେ ନୟାଗଡ଼ ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ। ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ, ପରିଷଦ ସଭ୍ୟା ସ୍ବୟଂପ୍ରଭା ମିଶ୍ର ଓ ଲକ୍ଷ୍ମୀଧର ମହାପାତ୍ର ଏବଂ ପରିମଳ ବିଶେଷଜ୍ଞ ଦିପକ କୁମାର ଜେନା । ଏହି ଜୈବିକ ଗତ କିଲୋ ପିଛା ୧୦ଟଙ୍କା ଧାର୍ଯ୍ୟ କରାଯାଇଛି। ଜଣେ ବ୍ୟକ୍ତି ଅତି କମରେ ୫କେଜି ଖତ ୫୦ଟଙ୍କା ଦେଇ ନେଇପାରିବ । ଏହି ଖତ ବିକ୍ରୟ କେନ୍ଦ୍ର ଅଳକା ସୋ ରୁମ୍ ସମ୍ମୁଖ ଦୁଃଖୀ ମାର୍କେଟରେ ଖୋଲା ଯାଇଛି । ପ୍ରତ୍ୟେକ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି କେନ୍ଦ୍ରରୁ ଖତ ବିକ୍ରୟ ପାଇଁ ମୁନିସିପାଲିଟ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଘାଟକ ଶ୍ରୀମତୀ ଖଟେଇ…

Read More

ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ ପାଇଁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଲେ ଜିଲ୍ଲା କଂଗ୍ରେସ ସଭାପତି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ କରାଇବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ବହୁ ଜିଲ୍ଲାରେ ମହୋତ୍ସବ ଗୁଡିକ ସ୍ୱତନ୍ତ୍ର ନାମକରଣ କରାଯାଇ ତାହାର ନିଜସ୍ୱ ପରିଚୟ ପାଉଥିବା ବେଳେ ନୟାଗଡ଼ ଜିଲ୍ଲାରେ ବିଗତ ୨୫ ବର୍ଷ ଧରି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ ତାହାକୁ ଗ୍ରହଣ କରାଯାଉ ନାହିଁ ବୋଲି ଉଲ୍ଲେଖ କରି ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ଅଫିସିଆଲ ଟୁଇଟର ହାଣ୍ଡେଲ ‘X‘ ରେ ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ କରିବା ପାଇଁ ଏକ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି। ଚିଠିର ନକଲ ମଧ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ ଟୁଇଟର ହାଣ୍ଡେଲରେ ଅପଲୋଡ଼ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏ ସମ୍ପର୍କ ରେ…

Read More

୯୫ ବର୍ଷିୟ ମହିଳା ଶ୍ରୀଜଗନ୍ନାଥ ସଂଗ୍ରହାଳୟକୁ ୨୦୦ ବର୍ଷର ପୁରୁଣା ସାମଗ୍ରୀ ଦାନ କଲେ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ ଅନ୍ତର୍ଗତ ମହିପୁର ଗାଁର ୯୫ ବର୍ଷିୟ ମହିଳା ସତ୍ୟଭାମା ସାହୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର, ଦୁର୍ଦ୍ଦୁରା ଅନୁଷ୍ଠାନକୁ ସ୍ବେଚ୍ଛାକୃତ ଭାବେ ବିଭିନ୍ନ ପୁରୁଣା ସାମଗ୍ରୀ ପ୍ରଦାନ କରିଛନ୍ତି। ଏଥିରେ ଦୁଇଶହ ବର୍ଷର ପୁରୁଣା ପାଟରା ବେତ ପେଡ଼ି ତାଙ୍କ ଯେଯେ ଶାଶୁ ଯୌତୁକରେ ଆଣିଥିଲେ, ସେ ସେହି ପେଡ଼ିକୁ ସାଇତି ରଖି ଆଜୀବନ ବ୍ୟବହାର କରି ଆସୁଥିଲେ। କେଉଁଦିନରୁ ପୁତୁରା ଧିରେନ୍ଦ୍ର କୁମାର ସାହୁ ସଂଗ୍ରହାଳୟକୁ ଦେବାକୁ ମନସ୍ଥ କରିଥିବା କଥା ଜଣାଇବା ପରେ ନିଜେ ସତ୍ୟଭାମା ତାଙ୍କର ସାଇତି ରଖିଥିବା ତାଲା ଚାବି ଥିବା ପୁରାତନ ଏହି ବେତ ତିଆରି ପାଟରା, ଓଜନ ମାପକ ୫୦କି.ଗ୍ରା ଦୁଇଟି, ବଡ଼ ସିନ୍ଧୁକ, କାଠ ନିର୍ମିତ ହାତ ପେଡି ଇତ୍ୟାଦିକୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରକୁ ଦାନ…

Read More

ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ନେଇ କ୍ରିୟାନୁଷ୍ଠାନ କମିଟି ଗଠନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସଦର ମହକୁମାରେ ନୟାଗଡ ମେଡିକାଲ କଲେଜ ସ୍ଥାପନ ଦାବିକୁ ଅଧିକ କ୍ରିୟାଶୀଳ କରିବାପାଇଁ ନୟାଗଡ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ସ୍ଥାନୀୟ ନିଳମାଧବ କଲ୍ଯାଣ ମଣ୍ଡପ ଠାରେ ଆହୁତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବସ୍ ଆସୋସିଏସନ ସଦସ୍ଯ, ବଣକସଂଘ ସଦସ୍ଯ , ରୋଟାରିଆନ, ଟ୍ରେଡ୍ ୟୁନିଅନ୍ ସଦସ୍ଯ, ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ଯକ୍ତିମାନେ ଯୋଗଦେଇଥିଲେ। ରାଜ୍ଯର ସବୁ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ସରକାର ଘୋଷଣା କରିଥିଲେ ମଧ୍ଯ ନୟାଗଡ ଜିଲ୍ଲାର ନାମ ଘୋଷଣା କରାଯାଇନଥିବାରୃ ଏହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏହାସହିତ ମେଡିକାଲ କଲେଜ ଚାନ୍ଦପୁରରେ କରିବାକୁ ବିଧାନସଭାରେ ଆଲୋଚନା ପରେ ନୟାଗଡ ଜିଲ୍ଲାର ୭ଟି ବ୍ଲକରେ ସାଧାରଣ…

Read More

ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଦାବିପତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ନୟାଗଡ଼ ଫାଉଣ୍ଡେସନ ତରଫରୁ ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତତସହିତ ଆଗାମୀ ତା୨୦.୧୨.୨୦୨୫ରିଖ ସନ୍ଧ୍ୟା ୬ଘଟିକା ସମୟେ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ  PWD ବଙ୍ଗଳା ପର୍ଯ୍ୟନ୍ତ ‘ମଶାଲ ଶୋଭାଯାତ୍ରା’ର ଆୟୋଜନ କରାଯିବା ନିମନ୍ତେ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଅଛି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ସାହୁ, ସମାଜସେବୀ ଶ୍ରୀଧର ପ୍ରଧାନ, ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ଅମ୍ଳାନ ଅଂଶୁମାନ ସାହୁ, ସୁଶୀଲ କୁମାର ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଓଁପ୍ରସାଦ ପ୍ରଧାନ, ଆଶୀର୍ବାଦ ପ୍ରଧାନ,…

Read More