ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସପାଲିଟି ଦ୍ବାରା ଖୋଲାଯାଇଥିବା “ମୋ ଖତ” ବିକ୍ରୟ କେନ୍ଦ୍ରକୁ ଉଦ୍ଘାଟନ କଲେ ନୟାଗଡ଼ ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ। ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ, ପରିଷଦ ସଭ୍ୟା ସ୍ବୟଂପ୍ରଭା ମିଶ୍ର ଓ ଲକ୍ଷ୍ମୀଧର ମହାପାତ୍ର ଏବଂ ପରିମଳ ବିଶେଷଜ୍ଞ ଦିପକ କୁମାର ଜେନା । ଏହି ଜୈବିକ ଗତ କିଲୋ ପିଛା ୧୦ଟଙ୍କା ଧାର୍ଯ୍ୟ କରାଯାଇଛି। ଜଣେ ବ୍ୟକ୍ତି ଅତି କମରେ ୫କେଜି ଖତ ୫୦ଟଙ୍କା ଦେଇ ନେଇପାରିବ । ଏହି ଖତ ବିକ୍ରୟ କେନ୍ଦ୍ର ଅଳକା ସୋ ରୁମ୍ ସମ୍ମୁଖ ଦୁଃଖୀ ମାର୍କେଟରେ ଖୋଲା ଯାଇଛି । ପ୍ରତ୍ୟେକ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି କେନ୍ଦ୍ରରୁ ଖତ ବିକ୍ରୟ ପାଇଁ ମୁନିସିପାଲିଟ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଘାଟକ ଶ୍ରୀମତୀ ଖଟେଇ ନିଜେ ୫କୈଜି ‘ମୋ ଖତ’ କିଣି ନେଇଥିବା ଦେଖାଯାଇଥିଲା।
ନୟାଗଡ଼ ପୌର ପରିଷଦ ପକ୍ଷରୁ “ମୋ ଖତ” ବିକ୍ରୟ କେନ୍ଦ୍ର ଉଦଘାଟିତ
