Blog

“ୟଶ” ଏବଂ “କରୋନା”କୁ ନେଇ ଜିଲ୍ଲା ପ୍ରଶାସନର ବୈଠକ

ନୟାଗଡ଼: ନୟାଗଡ ଜିଲ୍ଲାରେ ଅବଶ୍ୟମ୍ଭାବୀ ବାତ୍ୟା “ୟଶ” ଓ ଜିଲ୍ଲାରେ କ୍ରମାଗତ ଭାବରେ ବଢି ଚାଲିଥିବା କାରୋନା ସଂକ୍ରମଣର ପ୍ରତିରୋଧ ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରିକୃତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ କାର୍ଯ୍ୟର ଉତ୍ତମ ପରିଚାଳନାକୁ ନିଶ୍ଚିତ କରାଇବା ନିମନ୍ତେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି.ଡି.ଓ. ଏବଂ ସ୍ବେଚ୍ଛାସବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ସି.ଡି.ପି.ଓ, ସୁପରଭାଇଜର ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥାକ୍ରମେ ଅପରାହ୍ନ ୧ଘଟିକା ଏବଂ ୪ଘଟିକା ସମୟରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଗତ ଦିନରେ “ଅମ୍ଫାନ” ଓ “ଫନି” ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନ ଗୁଡିକକୁ ପ୍ରାଧାନ୍ୟ ଦେଇ ସେ ସବୁ ସ୍ଥାନର ଲୋକ ମାନଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା…

Read More

ଚାନ୍ଦପୁର ପୋଲିସର ଚଢାଉ, ୭ ଜୁଆଡି ଗିରଫ

ରଣପୁର: ଚାନ୍ଦପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ ୭ ଜୁଆଡିଙ୍କୁ ଗିରଫ କରାଯାଇଛି । ସଟଡାଉନ ସମୟରେ କୋଭିଡ ନିୟମକୁ ମାନି ନଥିଲେ ଅମାନିଆ । ଗତକାଲି ରାତିରେ ଚାନ୍ଦପୁର ରାମଚଣ୍ଡି ମନ୍ଦିର ପାଖରେ ୭ ଜଣ ଜୁଆଡି ମିଶି ଜୁଆ ଖେଳୁଥିଲେ । ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସମେତ ଥାନାର ଅନ୍ୟ କର୍ମଚାରୀ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ । ତାଙ୍କଠାରୁ ୨୬୭୦ ଟଙ୍କା ଜବତ କରିବା ସହ କୋଭିଡ ନିୟମ ଅବମାନନା ପାଇଁ ୧୪ ହଜାର ଟଙ୍କା ଫାଇନ ଗଣିଛନ୍ତି । ଏଥିସହ ସେମାନଙ୍କ ମୋବାଇଲ ଜବତ କରାଯାଇଛି । ଚାନ୍ଦପୁର ଥାନାରେ ୭୩/୨୨୧ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

Read More

ନୟାଗଡ଼ରୁ ୨୦୦୩ ମସିହାରେ ରେକର୍ଡ଼ିଂ ହୋଇଥିବା “ଫେରିଆ ସାଥି” ଗୀତଟିକୁ ଗୀତିକଳ୍ପ ହରିଶ ପ୍ରଧାନ ରଚନା କରିଥିବା ବେଳେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଶିବ ରଥ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୁ ସୁନା।

Read More

ଖରା ଛାଇ

ଜୀବନ ଜ୍ୟୋତି ଷଡଙ୍ଗୀଜୀବନ ଟା ଗୋଟିଏ ଖରା ଛାଇ ଖେଳସେ ଖେଳରେ ତୁମେ ଜଣେ ପକା ଖେଳୁଆଳହାରିବା ଜିତିବା ନୁହେଁ ସେ ଖେଳର ନିୟମକେବଳ ପ୍ରେମ ଓ କେଇ ପଦ କଥାର ବନ୍ଧନ ନିଛାଟିଆ ଖରା ବେଳେ ପଚାରେ ଛାଇକୁକେବେ ତୁମେ ଛୋଟ ହୁଅ ?କେବେ ହୁଅ ବଡ ?ଉତ୍ତର ନ ପାଇ କିଛି ମନେ ମନେ ଭାବେସତ ରେ କଣ ଜୀବନ ଟାଖରା ଛାଇ ଖେଳ ? ପିଜି, ଉଦ୍ଭିଦ ବିଜ୍ଞାନ ଛାତ୍ରରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟ, ରାୟଗଡାଫୋନ୍ :୬୩୭୨୭୭୧୭୨୭

Read More

ସମ୍ପର୍କ ‘ଆଜି’ ଓ ‘କାଲି’ର

ଶରତ ଚନ୍ଦ୍ର ଷଡଙ୍ଗୀ (ଶିକ୍ଷକ) ସାତ ଜନମର ତପସ୍ୟା କରି ମୁଁପାଇଛି ତୁମକୁ ଆଜିତୁମ ସ୍ନେହ ମୋର ଅଭୁଲା ଅତୀତକରିଛି ମୋତେ ସେ ପାଜି ତୁମେ ମୋ ସପନ ତୁମେ ମୋର ମନତୁମେ ମୋର ପ୍ରାଣ ଧନତୁମ ସାଥେ ରହି ବିତି ଯାଉ ମୋରବାକି ଥିବା ଏ ଜୀବନ ଆଜି ଯା ଦେଖୁଛି ତୁମ ସାଥେ ରହିକାଲି କି ହୋଇବ ବାସିସଞ୍ଜ ସକାଳରେ ତୁମକୁ ଖୋଜିବିତୁମେ ଚାଲି ଗଲେ ରୁଷି ଗାଧୁଆ ତୋଠରେ ନିଇତି ଢାଳିବିଆଞ୍ଜୁଳା ରେ ଧରି ନୀରତୁମେ ମୋ ଦେବତା ତୁମେ ମୋ କରତା କରିବନି କେବେ ପର ସଞ୍ଜ ଚଉରା ରେ ନିଇତି ଜାଳିବିତୁମ ନାମେ ସଞ୍ଜ ଦୀପତୁମେ ଜାଳିଦେବ ମୋ ମନ ରାଇଜୁଯଦି ଜନ୍ମ ନିଏ ପାପ ଓଡଗାଁ, ନୟାଗଡ଼ଫୋନ୍: ୮୭୬୩୨୧୦୯୦୪

Read More

ସଦର ଥାନା ପୁଲିସ୍ ଦ୍ଵାରା ବିଦେଶୀ ମଦ ଜବତ, ଜଣେ ଗିରଫ

ନୟାଗଡ଼: ସଦର ଥାନା ପୁଲିସ୍ ଆଜି ସିତାରାମପୁର ରେଲୱେ ଓଭରବ୍ରିଜ୍ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ଚୋରା ମଦ ଓ ସ୍କୁଟି ଜବତ କରିବା ସହିତ ମଦ ବେପାରୀ କୈଳାସ ସାହୁକୁ ଗିରଫ୍ କରିଛି। ସୂଚନାନୁସାରେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ଢେଙ୍କେଣା ପଞ୍ଚାୟତ ଅଧିନରେ ଥିବା ସିତାରାମପୁର ଅଞ୍ଚଳରେ ଚୋରାରେ ମଦ ବ୍ୟବସାୟ ହେଉଥିଲା । ସଦର ଥାନା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବା ବେଳେ କୈଳାସ ସାହୁ ଏକ ସ୍କୁଟିରେ ମଦ ନେଇ ଯାଉଥିଲା । ପୁଲିସ ଅଟକାଇବାରୁ ଗାଡ଼ି ଛାଡି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ କାବୁ କରି ଥାନାକୁ ଆଣିଥିଲା । ସ୍କୁଟିରୁ ୧୬.୧୪୦ମିଲି ଲିଟର ବିଅର, ଇମ୍ପିରାଲବ୍ଲୁ ମଦ ଓ ସ୍କୁଟି ଜବତ କରିଛି ପୁଲିସ୍ । ଥାନାରେ କେସ୍ ନଂ ୭୫/୨୧ରେ ଏକ…

Read More

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ

ନୟାଗଡ଼: ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସରେ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟରେ ପାଳିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପ୍ରାୟ ୨୦୦ ରୋଗୀ ଅନ୍ତେବାସୀ, ସମର୍ପଣ ବୃଦ୍ଧାଶ୍ରମ ଅନ୍ତେବାସୀ ଏବଂ ସହରାଞ୍ଚଳ ବାସହୀନ ଅସହାୟ କେନ୍ଦ୍ର ଅନ୍ତେବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ଦୁଗ୍ଧ, ପାଉଁରୁଟି, ସାନିଟାଇଜର, ମାସ୍କ ହାତ ଧୁଆ ସାବୁନ ପ୍ରଦାନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ଜିଲ୍ଲା କଂଗ୍ରେସ ଉପସଭାପତି କମଳ ଚରଣ ସାହୁ, ଜିଲ୍ଲା ଯୁବ କଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ନୟାଗଡ଼ ବ୍ଲକ କଂଗ୍ରେସ…

Read More