Blog

ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ସ୍ବର୍ଣ୍ଣ, ୩ରୌପ୍ୟ ଏବଂ ୨ କାଂସ୍ୟ ପଦକ

ନୟାଗଡ, (ନୟାଗଡ଼ ଦର୍ପଣ): କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୩ୟ  ରାଜ୍ୟସ୍ତରୀୟ ଓପନ ଟାଇକୋଣ୍ଡ ଚମ୍ପିୟନସିପ ୨୦୨୬ ଚଳିତ ଏପ୍ରିଲ ମାସ ତା ୨୪ ଠାରୁ ତା ୨୬ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ ମାର୍ଶାଲ ଆର୍ଟ ଆକାଡେମୀ, ନୂଆ ରାଜବାଟି, ନୟାଗଡର ମୋଟ ୭ଜଣ ଖେଳାଳି ତଥା ଟିମକୋଚ ଶିବାନନ୍ଦ ରାୟଗୁରୁ ତଥା ଟିମ ମ୍ୟାନେଜର ସୌମ୍ୟରଞ୍ଜନ ସାହୁ ଏବଂ ଜାତୀୟ ରେଫରୀ ଆସିସ ଓମ ପ୍ରକାଶ ଭାଗ ନେଇଥିଲେ। ସେଥିମଧ୍ୟରୁ କ୍ୟାଡେଟ ବିଭାଗରେ ସାସ୍ବତ ସମ୍ବିତ ପ୍ରଧାନ ସ୍ବର୍ଣ୍ଣପଦକ, ଅଜିତେସ ପ୍ରଧାନ ରୌପ୍ୟପଦକ,  ଶ୍ରୀୟାସି ସାହୁ ରୌପ୍ୟପଦକ ଏବଂ ଅଖିଳେଶ ମହାନ୍ତି କାଂସ୍ୟପଦକ ହାସଲ କରିଥିବା ବେଳେ  ସବ-ଜୁନିୟର ବିଭାଗରେ ପ୍ରିତମ ପିୟୁସ ମିଶ୍ର ସ୍ବର୍ଣ୍ଣପଦକ, ଏସ ମମରାଜ ସାହିବ ରୌପ୍ୟପଦକ ଏବଂ ଦେବାଶିଷ ପ୍ରଧାନ କାଂସ୍ୟପଦକ ହାସଲକରି ମୋଟ…

Read More

ଇଣ୍ଡି ମେଣ୍ଟର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସଂସଦରେ ମହିଳା ବିଲ୍‌କୁ ବିରୋଧୀ ଦଳମାନେ ବାଧାପ୍ରାପ୍ତ କରିବା ପରେ, ସେମାନଙ୍କର ଅସଲ ଚେହେରା ଓ ମହିଳା ବିରୋଧୀ ମାନସିକତାକୁ ଜନସାଧାରଣଙ୍କ ସମ୍ମୁଖରେ ଉଜାଗର କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ନୟାଗଡ଼ ପୁରୁଣା ରାଜବାଟୀ ପରିସରରେ ନୟାଗଡ଼ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ଏପ୍ରିଲ ୧୬ ଏବଂ ୧୭ ତାରିଖରେ ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଲ୍‌ଗୁଡିକୁ ବିରୋଧ କରି କଂଗ୍ରେସ ସମାଜବାଦୀ ପାର୍ଟି, ଟିଏମସି (TMC) ଏବଂ ଡିଏମକେ (DMK) ଦେଶର ଅଧା ଜନସଂଖ୍ୟାକୁ ବିଶ୍ବାସଘାତକତା କରିଛନ୍ତି ଏବଂ ସେମାନଙ୍କର ମହିଳା-ବିରୋଧୀ ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ପଦାରେ ପକାଇଛନ୍ତି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କୁ ଭାଗିଦାରୀ ଦେବା…

Read More

ନୟାଗଡ ମୁଖ୍ୟଚିକିତ୍ସାଳୟ ପରିସରରେ ଦେବଦୂତ ସେବା ପରିଷଦ ପକ୍ଷରୁ ଦହିପଣା ବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ମୁଖ୍ୟଚିକିତ୍ସାଳୟ ଦେଵଦୂତ ସେବା ପରିଷଦ ତରଫରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟଫାଟକ ଠାରେ ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଦେବଦୂତ ସେବା ପରିଷଦ ତରଫରୁ  ସ୍ଵେଚ୍ଛାସେବିମାନଙ୍କୁ ନେଇ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।  ଯେଉଁମାନେ ମେଡିକାଲ ଆସୁଥିଲେ ସେ ରୋଗି ହୁଅନ୍ତୁ କି ତାଙ୍କ ସମ୍ପକିୟ ହୁଅନ୍ତୁ ସମସ୍ତକୁ ସ୍ଵେଚ୍ଛାସେବିମାନଙ୍କ ସହାୟତାରେ ପଣା ବଣ୍ଟନ କରାଯାଇଥିଲା । ଡହ ଡହ ଖରା ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ଏପରି ପଣା ପିଇବାକୁ ମିଳିଥିବାରୁ ଜନ ସାଧାରଣ ବେଶ ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା ।  ଦେଵଦୂତ ସେବା ପରିଷଦର ମୁଖ୍ୟ ଉମାକାନ୍ତ ମହାପାତ୍ର, ସମ୍ପାଦକ ପ୍ରଭୁଦତ୍ତ ପ୍ରଧାନଙ୍କ ସମେତ ଫାର୍ମାସିଷ୍ଟ ପ୍ରସିତ ପଟ୍ଟନାୟକ,  ସମାଜସେବୀ ପବିତ୍ର…

Read More

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

ନୟାଗଡ, (ନୟାଗଡ଼ ଦର୍ପଣ): ତୃତୀୟ ଦିନର ଖେଳ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ.ସି ବାଇଗୁଣିଆ ଏବଂ ବାଈଗୁଣିଆ ଗାର୍ଲ୍ସ ଏଫ.ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।ଏହି ଖେଳରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍ସି ୨-୦ ଗୋଲରେ ବିଜୟୀ ହୋଇଛି। ଆଜିର ଖେଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ ପ୍ରଦୀପ୍ତ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରିଥିଲେ। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିବାବେଳେ ମ୍ୟାଚ୍ କମିସନର ଭାଵେ କମରୁଦ୍ଦିନ ଖାଁ ରହିଥିଲେ। ଆଜିର ଖେଳକୁ ମୂଖ୍ୟ ରେଫରି ଭାବେ ପ୍ରତାପ ମୁଦୁଲି, ସହାୟକ ରେଫରି ଭାଵେ ପ୍ରକାଶ ବିଶ୍ବାଳ, ସତ୍ୟବାନ ସାହୁ ଥିବାବେଳେ ଚତୁର୍ଥ ରେଫରି ଭାଵେ ଜ୍ୟୋତି ରଂଜନ କଳସ ଖେଳ ପରିଚାଳନା କରିଥିଲେ। ଫାଓ ଏବଂ ଜିଲ୍ଲା ଆଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ନୟାଗଡ ଖେଳ…

Read More

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ମଧୁସ୍ମିତା ରଥ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଡ଼. ସୁଶାନ୍ତ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼. ବନମାଳୀ ପ୍ରଧାନ ADPHO, (VBD), ଡିପିଏମ୍, ପ୍ରକାଶ ବାନାର୍ଜୀ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ, ଏବଂ ଅଗ୍ରଦୂତ ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଏହି ଅବସରରେ ଉକ୍ତ ବୈଠକରେ ମ୍ୟାଲେରିଆ ରୋଗ ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୨୦୧୬ ବର୍ଷ ଏହି ରୋଗର ପ୍ରକୋପ ଖୁବ ଅଧିକ ଥିଲା। ଜିଲ୍ଲାରେ…

Read More

ଜିଲ୍ଲା ସ୍ତରୀୟ କର୍ମଶାଳା
“ଆସ ଜାଣିବା ଆମ ବଜେଟ”

ନୟାଗଡ,(ନୟାଗଡ଼ ଦର୍ପଣ): “ଆସ ଜାଣିବା ଆମ ବଜେଟ” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସୃଜନ ସମ୍ମିଳନୀ କକ୍ଷରେ ଦିବା ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ତଥା ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ଜିଲ୍ଳା ପରିଷଦ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଳା ପଞ୍ଚାୟତ ଅଧିକାରୀ ଝାଡେଶ୍ୱର ଦାସ ଏବଂ ବିଶେଷଜ୍ଞ ଭାବେ ଅଟୋନମସ କଲେଜର ଅଧ୍ୟାପକ(ଅର୍ଥନୀତି) ଆଶୁତୋଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କର୍ମଶାଳାର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ…

Read More

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼ ଜିଲ୍ଲା ର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵାଵେଳେ ସମ୍ମାନୀୟ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ସାଂସଦ କନ୍ଧମାଳଙ୍କ ପ୍ରତିନିଧି ରାଘବ ମଲ୍ଲିକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଝାଡେଶ୍ୱର ଦାସ, ବ୍ଲକ ଉନ୍ନୟନ ଅଧିକାରୀ  ଐଶ୍ୱର୍ଯ୍ୟା ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା।…

Read More

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଦ୍ବିତୀୟ ଦିନର ଖେଳ ଶରଣକୁଳ ଗାର୍ଲ୍ସ ଏଫ.ସି ଏବଂ ସୋଲପଟା ଗାର୍ଲ୍ସ ଏଫ.ସି ମଧ୍ୟରେ ମ୍ୟାଚ୍ ଡ୍ର ରହିଲା ନୟାଗଡ, (ନୟାଗଡ଼ ଦର୍ପଣ): ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ  ପରିପ୍ରେକ୍ଷୀରେ ନୟାଗଡ ସ୍ଥିତ ଖେଳ ପଡିଆରେ ଦ୍ବିତୀୟ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି । ଦ୍ବିତୀୟ ଦିନର ଖେଳ ମୂଖ୍ୟତଃ ଦୁଇ ଗାର୍ଲ୍ସ ଟିମ୍ ମଧ୍ୟରେ ହୋଇ ଯାଇଛି। ଏହି ଖେଳରେ ଶରଣକୁଳ ଗାର୍ଲ୍ସ ଟିମ୍ ସୋଲପଟା ଗାର୍ଲ୍ସ ଟିମ ପରସ୍ପରକୁ ଭେଟିଥିଲେ। ତେବେ ନିର୍ଦ୍ଧାରିତ ସମୟରେ କହି କାହାରିକୁ ଗୋଲ ଦେଇ ନପାରିବାରୁ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ତେବେ ଏହି ଦୁଇ ଟିମ୍ ଲିଗ୍ ପର୍ଯ୍ୟାୟରେ ପୁନଶ୍ଚ ପରସ୍ପରକୁ ଭେଟିବେ ବୋଲି ଜଣାପଡ଼ିଛି। ଏହି ମ୍ୟାଚରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ…

Read More

ଖଣ୍ଡପଡା ଏସଡ଼ିପିଓ ମଦନଙ୍କୁ ନିଲମ୍ବନ ସହିତ ଗିରଫ ନକଲେ କଂଗ୍ରେସ କରିବ ମହିଳା ଆନ୍ଦୋଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏସପି ଏସ ସୁଶ୍ରୀଙ୍କ ଅପାରଗତା ପାଇଁ ଜିଲ୍ଲାରେ ଆଇନଶୃଙ୍ଖଳା ବେଲଗାମ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ଏସପି ଏସ ସୁଶ୍ରୀ ସମ୍ପୂର୍ଣ୍ଣ ବିଫଳ। ନୟାଗଡ଼ ଜିଲ୍ଲାରେ ଏସପି କିଏ ଏସ ସୁଶ୍ରୀ ନା ସୁବାସ ଚନ୍ଦ୍ର ପଣ୍ଡା ତାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି ବୋଲି ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ଥାନାରେ ଚୋରି ରାହାଜାନି, ଡକାୟତି କ୍ରମଶଃ ବୃଦ୍ଧି ପାଉଛି। ପ୍ରଚୁର ଦେଶୀ ମଦ, ଚୋରା ଗଞ୍ଜେଇ ଏବଂ ଧଳା ଜହର କାରବାରରେ ଜିଲ୍ଲା ହବ ପାଲଟିଛି। ମହାନଦୀରୁ ବେଆଇନ ବାଲି ଚାଲାଣ, ମାଙ୍କେଡା ପଥର ବେଆଇନ ଖନନ, ଚୋରାଚାଲାଣ ସବୁ ପୋଲିସ ଜାଣତରେ ଚାଲିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି…

Read More

ତଥାସ୍ତୁ ଓ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଶିକ୍ଷାନବିଶ କାର୍ଯ୍ୟକ୍ରମ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସଭାକକ୍ଷ ରେ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଓ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ର ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି ଶିକ୍ଷାନବିଶ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାରେ ସୃଜନ ଓ ବ୍ୟାକରଣ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଆଧାରିତ ଏହି ଶିକ୍ଷାନବିଶ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ସ୍ମିତାରାଣୀ ରାଉତରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ବିଭାଗୀୟ ମୁଖ୍ୟ ବିକେଶ କୁମାର ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଅତିଥି ଭାବେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ କୃଷ୍ଣାକୁମାରୀ ଦାସ , ବିଶିଷ୍ଟ ସାହିତ୍ୟିକା ବସିରନ ବିବି ଓ ତଥାସ୍ତୁ ର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ଶିକ୍ଷାନିବିଶ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ କେବଳ ପ୍ରଶିକ୍ଷଣ…

Read More