ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!! “। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ। ଅନୁଷ୍ଠାନର ସଭାପତି କିଷାନ କୁମାର ଦାସ, ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ ଓ ନାଟ୍ୟକାର ବିଶ୍ବନାଥ ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ନାଟକର ଶୁଭାରମ୍ଭ କରିଥିଲେ। ବିଧାୟକ ଡ ଅରୁଣ କୁମାର ସାହୁ ନାଟକ ଜୀବନକୁ ବୋଧ ଦିଏ ବୋଲି ମତ ପ୍ରକାଶ କରିଥିଲେ। ଦ୍ବିତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ ଏବଂ…
Read MoreBlog
ରେଳ ପ୍ଲାଟଫର୍ମରେ ଗଭୀର ଗର୍ତ୍ତ, ବିଭାଗ ନିରବଦ୍ରଷ୍ଟା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ରେଳ ପ୍ଲାଟଫର୍ମର ପୂର୍ବ ପାର୍ଶ୍ଵରେ ମାଟି ଦବିଯାଇ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହା ଫଳରେ ରେଳଯାତ୍ରୀ ମାନେ ଦୈନିକ ଛୋଟମୋଟ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ତଳୁ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେବଳ ନାମକୁ ମାତ୍ର ଏହି ଗର୍ତ୍ତ ଚାରିପାଖରେ ବାଲି ବସ୍ତା ରଖାଯାଇ ଏହାକୁ ଘେରାବନ୍ଦୀ କରି ରଖାଯାଇଛି। ତେବେ ରାତ୍ର ସମୟରେ ଟ୍ରେନରେ ଫେରୁଥିବା ଯାତ୍ରୀମାନଙ୍କୁ ଏହା ଦେଖା ଯାଉନଥିବାରୁ ଏହା ମଧ୍ୟରେ ପଡ଼ି ଅନେକ ଆଘାତପ୍ରାପ୍ତ ହେଉଥିବା ଜଣା ପଡିଛି। ଏ ବିଷୟରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଷ୍ଟେସନ ପରିଚାଳକ ପ୍ରଦୀପ୍ତ କୁମାର ବରାଡ଼ଙ୍କୁ ଅଭିଯୋଗ କରାଯାଇଥିବା ବେଳେ…
Read Moreପତ୍ନୀ ହତ୍ୟାକାରୀ ସ୍ବାମୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ ଶରଣକୁଳ ଥାନାରେ ଏକ ଲିଖିତ ଏତଲା ଅନିଲ କୁମାର ଜେନା, ଅନିଲଙ୍କ ମାମୁଁ ଝୋଟ ଓ ମାଆଙ୍କ ବିରୋଧରେ ତାଙ୍କ କନ୍ୟା ସୁଭଦାକୁ ହତ୍ୟା କରିଥିବା ଅଭିଯୋଗ କରି ଉଲ୍ଲେଖ କରିଥିଲେ କି, ତାଙ୍କ କନ୍ୟା ଶୁଭଦା ସ୍ୱାଇଁ ଙ୍କୁ ଅଭିଯୁକ୍ତ ଅନିଲ କୁମାର ଜେନା ଯିଏ କି କନ୍ଧମାଳ ଜିଲ୍ଲା ରେ ଥିବା ୮ମ ବାଟାଲିୟନ ରେ ହାବିଲଦାର ପଦବୀ ରେ କାର୍ଯ୍ୟ କରୁଥିଲେ ତାଙ୍କ ସହିତ ହିନ୍ଦୁ ବୈଦିକ ରୀତିରେ ବିବାହ ଦେଇଥିଲେ । ବିବାହ ର ୨/୩ ମାସପରେ ସୁଭଦା ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଅନିଲ ଅନ୍ୟ ଏକ ଝିଅ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି ତେଣୁ ସେ ବିରୋଧ କରିବାରେ ଅନିଲ ତାଙ୍କ ମାମୁଁ ଓ…
Read Moreମହାବିଦ୍ୟାଳୟର କନିଷ୍ଠ କିରାଣୀଙ୍କ ବିୟୋଗରେ ଶୋକସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟର କାଯ୍ୟରତ କନିଷ୍ଠ କିରାଣୀ ଲଷ୍ମୀଧର ସାହୁଙ୍କ ଅକାଳ ବିୟୋଗ ହୋଇଯାଇଛି। ଏଥି ନିମନ୍ତେ ମହାବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀଙ୍କୁ ନେଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଷ୍ମୀକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଲୀଳା ସେଠୀ, ବରିଷ୍ଠ ଅଧ୍ୟାପକ ଅଖିଳ କୁମାର ହୋତା, ଅଶୋକ କୁମାର ମିଶ୍ର ଏବଂ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗଦାନ କରିଥିଲେ। ଏଥିରେ ସମସ୍ତେ ତାଙ୍କର ୩୨ବର୍ଷ ଚାକିରୀ ଜୀବନର ସ୍ମୃତିଚାରଣ କରିବା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
Read Moreନୟାଗଡ଼ରେ ଉଦ୍ଘାଟିତ ହେଲା ସିରିୟସ୍ ଜୋନ୍ ର ନାଟକ ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଆରମ୍ଭ ହେଲା ନାଟକ ମହୋତ୍ସବ। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଉଦ୍ଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଇଁ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି, ନାଟକ ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ସହାୟକ ହୁଏ ବୋଲି ମତ ରଖିଥିଲେ। ଏହି ଅବସରରେ ବହୁ ଚର୍ଚ୍ଚିତ ନାଟକ ବାଞ୍ଝ ମଞ୍ଚସ୍ଥ ହୋଇଥିଲା। ଇଂ ଅଜୟ ମହାପାତ୍ରଙ୍କ ଲିଖିତ ଏହି ଗପକୁ ନାଟ୍ଯରୂପ ଦେଇଥିଲେ କୈଳାସ ଚନ୍ଦ୍ର ଓଝା ଓ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀଯୁକ୍ତ ଯାମିନୀକାନ୍ତ ମିଶ୍ର। ସାମାଜିକ ରୀତିନୀତି ବ୍ଯବସ୍ଥା, ବିଚାରବୋଧ ଆଧାରିତ ଏହି ସଂସ୍ଥାରଧର୍ମୀ ନାଟକ ବାଞ୍ଝର ସହ ନିର୍ଦେଶନା ଦାୟିତ୍ବରେ ଶ୍ରୀଯୁକ୍ତ ପ୍ରଶାନ୍ତ…
Read Moreଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଶୁକ୍ରବାର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ଥିବା ବେଳେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ନାହିଁ।ଏଣୁ ନୟାଗଡ଼ ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନେ ସରକାରୀ ଖବର ସଂଗ୍ରହ କରିବା ଓ ପଠାଇବା ପାଇଁ ହଇରାଣ ହୋଇ ଆସୁଛନ୍ତି। ସାମ୍ବାଦିକ ମାନଙ୍କର ସୁବିଧା ଉଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏକ ପ୍ରେସ ରୁମ ଖୋଲିବା ପାଇଁ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ପ୍ରମୋଦ ପଟ୍ଟନାୟକ, ଉପ ସଭାପତି ସୁବାସ ମହାପାତ୍ର, ସମ୍ପାଦକ ପ୍ରଦୀପ୍ତ ରଥ, ଅଫିସ ସମ୍ପାଦକ ପୁରୁଷୋତ୍ତମ ମହାପାତ୍ର,…
Read Moreରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚୋରା ବାଲି ହାଇୱା ଧରପଗଡ଼ ପ୍ରସଙ୍ଗ
ନୟାଗଡ଼(ନୟାଗଡ଼ ଦର୍ପଣ): ଖଣ୍ଡପଡା ଭାପୁର ଗଣିଆ ତହସିଲ ଅନ୍ତର୍ଗତ ମହାନଦୀର ସମସ୍ତ ସରକାରୀ ବାଲିଘାଟରୁ ନିଲାମଧାରୀମାନେ ତହସିଲଦାର, ପୋଲିସ ଏବଂ ଖଣି ଅଧିକାରୀଙ୍କ ଜାଣତରେ ଜାଲ ଟ୍ରାଞ୍ଜିଟ ପାସ କାଟି ପ୍ରତ୍ୟେକ ଦିନ ଶହଶହ ଟ୍ରିପ ବାଲି ହାଇୱା ଚୋରା ଚାଲାଣ କରାଯାଇ ଲକ୍ଷାଧିକ ଟଙ୍କା ମୁନାଫା ଉଠାଉ ଥିବାର ଯେତେ ଅଭିଯୋଗ ଦେଲେ ମଧ୍ୟ ନାଁ ଖଣି ଅଧିକାରୀ କୌଣସି ଅଭିଯୋଗ ଶୁଣୁଥିଲେ ନା ପୋଲିସ ପ୍ରଶାସନ ଶୁଣୁଥିଲା। ଯୋଜନାବଦ୍ଧ ଭାବେ ମିଲିଭଗତ ଲୁଟ ହେଉଥିଲା ମହାନଦୀ ବାଲି, ଏପରି ସ୍ଥଳେ ମାନ୍ୟବର ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା କଣ୍ଟିଲୋ- ଭୁବନେଶ୍ୱର ରାସ୍ତାର ବରକୋଳି ଠାରେ ବହୁ ବାଲି ବୋଝେଇ ହାଇୱାକୁ ଅଚାନକ ଅଟକାଇ ଜାଲ ଟ୍ରାଞ୍ଜିଟ ପାସ ଥିବାର ଦେଖି ପ୍ରାୟ ୨୦ଟି ବେଆଇନ ବାଲି ହାଇୱାକୁ ପ୍ରଶାସନ ଜିମା ଦେବା…
Read Moreପ୍ରଧାନ ମନ୍ତ୍ରୀଙ୍କ ସ୍ଵଚ୍ଛ ଅଭିଯାନ ଆହ୍ୱାନରେ ଅନୁପ୍ରାଣିତ ନୟାଗଡ଼ର ସିଭିଲ ସୋସାଇଟି
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ନୟାଗଡ଼ର ସିଭିଲ ସୋସାଇଟି ପକ୍ଷରୁ ୧୪ଜାନୁଆରୀ ଠାରୁ ୨୨ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ନୟାଗଡ଼ ସ୍ଥିତ ସମସ୍ତ ମନ୍ଦିର ଓ ଦେବାଳୟ ଗୁଡ଼ିକରେ ସ୍ଵଚ୍ଛ ଅଭିଯାନ ଚାଲିଛି। ଗତ କାଲି ତା ୧୪-୦୧-୨୦୨୫ ମକର ସଂକ୍ରାନ୍ତିରେ ଜଗନ୍ନାଥ ମନ୍ଦିରକୁ ସ୍ଵଚ୍ଛ କରାଯାଇଥିଲା ଏବଂ ଆଜି ସକାଳ ୮ ଟା ରୁ ୧୦ଟା ସମୟରେ ଖଣ୍ଡପଡ଼ା ରୋଡ଼ ସ୍ଥିତ ହନୁମାନ ମନ୍ଦିର ସ୍ଵଚ୍ଛ କରାଯାଇଛି। ଆଗକୁ ଅନ୍ୟ ମନ୍ଦିର ଗୁଡିକ ସଫା କରାଯିବ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ସିଭିଲ ସୋସାଇଟି ନୟାଗଡ଼ର ଅଧ୍ୟକ୍ଷ ଗୋଦାବରୀଶ ସାହୁ, ଭଗବତୀଚରଣ ପଟ୍ଟନାୟକ, ଭେଟେରାନ ଶରତ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମଟି ବହୁତ ଭଲରେ ଚାଲିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ସଦସ୍ୟ ବସନ୍ତ ରାଉତ, ବିପିନି କୁମାର ସାହୁ, ନବକୃଷ୍ଣ ସାହୁ, ଅଜୟ…
Read Moreଦୈନିକ ଖବର କାଗଜ ‘ଦର୍ଶନ’ର ୨୨ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶାଖାର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ୍ ଇଟାମାଟି ସ୍ଥିତ ଜୟଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଦୈନିକ ଖବରକାଗଜ ‘ଦର୍ଶନ’ର ୨୨ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶାଖାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ସମାଜର ଉନ୍ନତି, ପ୍ରଗତି, ବିକାଶ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ସମାଜ ଗଠନରେ ନାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କ ଅଭିଭାଷଣରେ ଉପସ୍ଥାପନ କରି ସାମ୍ବାଦିକମାନେ ତାଙ୍କ କଲମ ମୁନରେ ନୂଆ ନୂଆ ଇତିହାସ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇ ‘ଦର୍ଶନ’ ଖବରକାଗଜର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଦର୍ଶନ ସମ୍ପାଦକ ଇଂ ବିଭୂତି ଭୂଷଣ…
Read Moreବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୧୩ ଜାନୁଆରୀ ୧୮୪୩ରେ ବାଲେଶ୍ୱର ଜିଲ୍ଲା ମଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବେ ପରିଚିତ। କେବଳ ଉପନ୍ୟାସ ବା ଗଳ୍ପ ନୁହେଁ କବିତା, ଅନୁବାଦ ସାହିତ୍ୟ, ଭ୍ରମଣ କାହାଣୀ ସହ ପତ୍ର ପତ୍ରିକା ସମ୍ପାଦନା କ୍ଷେତ୍ରରେ ଫକୀର ମୋହନଙ୍କ ଅବଦାନ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ତତସହିତ ଭାଷା ସାହିତ୍ୟ ଆନ୍ଦୋଳନର ସେ ଥିଲେ ଯଥାର୍ଥ ସେନାପତି। ୧୮୬୮ ମସିହାରେ ନିଜସ୍ୱ ପ୍ରଚେଷ୍ଟାବଳରେ ବାଲେଶ୍ୱରଠାରେ ଓଡ଼ିଶାର ଦ୍ୱିତୀୟ ଛାପାଖାନା ଉତ୍କଳ ପ୍ରେସ ପ୍ରତିଷ୍ଠା କରିଥିଲେ। ନିଜର କାଳଜୟୀ ଲେଖାପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଫକୀର ମୋହନଙ୍କ ଜୟନ୍ତୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ନୟାଗଡ଼ର ମିଳିତ ସହଯୋଗରେ ଆଜି ସ୍ଥାନୀୟ ନୀଳମାଧବ…
Read More