ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଛଅଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ହାସ୍ୟରସାତ୍ମକ ନାଟକ ‘ସୋମରସ’। ଆଜିକାଲି ଦୁନିଆରେ ସବୁକିଛି ପରିବର୍ତ୍ତନ ହେଇଛି । ମଣିଷର ଚାଲିଚଳନ, ଆଚାର ବ୍ୟବହାର, ସଂପର୍କ ସବୁକିଛି । ନିଜ ହାତରେ ନିଜେ ୨୨ ହାତେ । ଯେକୌଣସି କାମ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଖୋସାମତି କରିବାକୁ ପଡ଼ୁଛି । ଶୁଭ କାମ ହେଉ କିମ୍ବା ବିପଦବେଳେ,ବିନା ସୋମରସ ବା ବିନା ମଦରେ କିଛି ବି କାମ ହେଉନି । ବର୍ତ୍ତମାନ ସମାଜର ମୁଖ୍ୟ ରସ ହେଉଛି ସୋମରସ। ଏପରି ଏକ ବିଷୟ ବସ୍ତୁକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ସୋମରସ। ଚଳଚିତ୍ର ଓ ଟିଭି ଜଗତର ସୁପ୍ରସିଦ୍ଧ ହାସ୍ୟ କଳାକାର ପ୍ରଜ୍ଞାରଞ୍ଜନ ଖଟୁଆଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଏହି ନାଟକକୁ ଭୁବନେଶ୍ୱରର ମ୍ୟାଜିକ ଥିଏଟରର…
Read MoreBlog
କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ ଠାରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ଓଡ଼ଗାଁ ତହସିଲଦାର ଡ. ମାନସରଞ୍ଜନ ଭୋଇ ମୁଖ୍ୟ ଅତିଥି, ମଣ୍ଡଳ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସୌଦାମିନୀ ମହାପାତ୍ର, ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଶାବାରୀର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ପୂର୍ବତନ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତ୍ରିଲୋଚନ ସାମନ୍ତରାୟ, ଶିକ୍ଷକ ଶୁସେନ୍ଦୁ ଷଡ଼ଙ୍ଗୀ ଓ ଶିକ୍ଷୟିତ୍ରୀ ମଧୁସ୍ମିତା ଆଚାରୀ ମଞ୍ଚାସୀନ ଥିଲେ। ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ପ୍ରଥମେ ରଘୁନାଥଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପ,…
Read Moreଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁବାଟିକା ବିଭାଗ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ପ୍ରଥମ ପର୍ଯ୍ୟାୟର ଚତୁର୍ଥ ସୋପାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଂଶୀଧର ମହାବିଦ୍ୟାଳୟ, ଇଟାମାଟିରର ଅବସରପ୍ରାପ୍ତ ଅଧ୍ୟକ୍ଷ ହରପ୍ରସାଦ ରଣସିଂ ମହୋଦୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଧାନାଚାର୍ଯ୍ୟ ପ୍ରକାଶ ଜୀବନ ପାଳ ମୁଖ୍ୟ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଆଜିର ଆଲୋଚ୍ୟ ବିଷୟ ଔପଚାରିକ ଓ ଅନୌପଚାରିକ ଶିକ୍ଷା ବିଷୟରେ ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ। ଶିଶୁ ଭାଇଭଉଣୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ, ବିଷୟକୁ ନେଇ ନୃତ୍ୟ, ପ୍ରାୟୋଗିକ (ଜନ୍ମଦିନ ପାଳନ, ଗଣେଶଙ୍କ ଚତୁରତା ବାଲନାଟ୍ୟ) କରାଯାଇଥିଲା। ପରିଚାଳନା ସମିତିର ସଦସ୍ୟା ସୁବାସିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି…
Read Moreଡ଼ଃ ଜ୍ଞାନଦୀପ ପ୍ରଧାନଙ୍କୁ ଆଇପିସିଏମଏସ ୟୁନିଭରସିଟି ଫ୍ରାନ୍ସରେ ଡକ୍ଟରେଟ୍ ଲାଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶଙ୍ଖେଇ ଗ୍ରାମର ତିକ୍ଷ୍ଣ ଗବେଷକ ପଦାର୍ଥ ବିଜ୍ଞାନରେ ନୂତନ ଉଦ୍ଭାବନ କରିଛନ୍ତି। ଆଇପିସିଏମଏସ ୟୁନିଭରସିଟି ଫ୍ରାନ୍ସର ଦୀକ୍ଷାନ୍ତ ସମାରୋହରେ ଓଡିଶାର ନୟାଗଡ଼ ଜିଲ୍ଲାର ସ୍ୱାଭିମାନୀ ପୁଅ ଡ଼ଃ ଜ୍ଞାନଦୀପ ପ୍ରଧାନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ସମ୍ମାନ ଦିଆଯାଇଛି। ଏକ ପ୍ରତିଭାଶାଳୀ ଗବେଷକ ଭାବେ ପରିଚିତ ଡ଼ଃ. ପ୍ରଧାନ ତାଙ୍କ ଡ଼କ୍ଟରେଟ୍ କାର୍ଯ୍ୟ ପ୍ରଫେସର ମାଥିୟ୍ୟୁ ବାଇଲ୍ଲେୟୂଲଙ୍କ ତତ୍ତ୍ୱାବଧାନରେ ଆଇପିସିଏମଏସ ୟୁନିଭରସିଟି, ଫ୍ରାନ୍ସ ପଦାର୍ଥ ବିଜ୍ଞାନ ବିଭାଗରେ ସମ୍ପୂର୍ଣ୍ଣ କରିଛନ୍ତି। ତାଙ୍କ ଗବେଷଣାର ମୁଖ୍ୟ କ୍ଷେତ୍ର ଥିଲା ବକ୍ର ଚୁମ୍ବକରେ ଘୂର୍ଣ୍ଣନ ତରଙ୍ଗର ଗତିଶୀଳତା। ପଦାର୍ଥ ବିଜ୍ଞାନ ପାଇଁ ସେ ଗତି ଦିଗରେ ନୂତନ ଉଦ୍ଭାବନ କରିଛନ୍ତି, ଯାହା ଗତିଜ ଶକ୍ତିରେ ନୂଆ ଆଶା ଦେଇପାରେ। ଡ଼ଃ ପ୍ରଧାନଙ୍କର ଏହି ଗବେଷଣା କାର୍ଯ୍ୟ ବିଶ୍ୱବ୍ୟାପୀ ମାନ୍ୟତା ପାଇଛି, ଏବଂ ସେ ବିଭିନ୍ନ ଆନ୍ତର୍ଜାତୀୟ ପତ୍ରିକାରେ…
Read Moreନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକର କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି । ଅପରାହ୍ନରେ ମଞ୍ଚ ପୂଜା କରାଯାଇ ସ୍ଥାନୀୟ କଳାକାର ଓ କୁନି କୁନି ପ୍ରତିଭାମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ କନ୍ଧମାଳ ସାଂସଦ ତଥା ନୂଆଗାଁ ମହାତ୍ସବ କମିଟି ଓ ପଲ୍ଲିଶ୍ରୀ ମେଳାର ଅଧ୍ୟକ୍ଷ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବି ନାରାୟଣ ବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟ୍ୟମେଳାର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସ୍ବସ୍ତି ଝଙ୍କାର, ରାଉରକେଲା ପ୍ରଯୋଜିତ ନାଟକ ‘ବିଶ୍ୱାସର ଆତ୍ମଲିପି’ । ଅବିଶ୍ୱାସ,ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍ଣ-କ୍ଷତାକ୍ତ । ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ମଧ୍ୟରେ କିପରି ସନ୍ଦେହ ଦୁଇଟି ଆତ୍ମାକୁ କ୍ଷତ ବିକ୍ଷତ କରେ ତାହାର ଏକ ସୁନ୍ଦର ପ୍ରତିଫଳନକୁ ନିଖୁଣ ଅଭିନୟ ମାଧ୍ୟମରେ ପରିପ୍ରକାଶ କରିଥିଲେ କଳାକାର ମାନେ। ସନ୍ଦେହ’ ପୁରୁଷର ସହଜାତ ପ୍ରବୃତ୍ତି ଏବଂ ସମର୍ପଣରେ ନାରୀ ହୁଏ ମହନୀୟା ମହୀୟସୀ । ପ୍ରଫେସର ଅବିନାଶ ଦାସ ଏବଂ ତାଙ୍କ ପତ୍ନୀ ଆଶା ଦେବୀଙ୍କ ଭିତରେ ଏକ ସୁନ୍ଦର ସୃଜନ ପରିବାରଟିଏ ଗଢି ଉଠିଥାଏ । ପରସ୍ପର ଭିତରେ ଏତେ ନିବିଡ଼ପଣ, ସେମାନଙ୍କୁ ନ ଦେଖିଲେ ଚିନ୍ତା କରାଯାଇ ପାରିବନି । ହଠାତ୍ ପରିବାର ଭିତରେ ଉଠିଲା ଝଡ଼ ।…
Read Moreଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡିର ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତ ରାଜ ଦିବସ ବାତିଲ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭା ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ବାବୁଙ୍କୁ ଅସମ୍ମାନକୁ ଓଡ଼ିଶା ବାସୀ ଗାଁ ଗାଁରେ ବିରୋଧ କରିବେ ବୋଲି ଉପସ୍ଥିତ ନେତାମାନେ କହିଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁ ବିଶ୍ୱରେ ପରିଚିତ ଥିଲେ। ବିଜୁ ବାବୁ ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲେ। ସାଢ଼େ ଚାରି କୋଟି ଓଡ଼ିଆ ବିଜୁ ବାବୁଙ୍କୁ ସମ୍ମାନ ଦେଉଥିବା ବେଳେ ବିଜେପି ସରକାର ବହୁତ୍ ବଡ଼ ଛଳନା କରିଛି ବୋଲି ମତ ପ୍ରକାଶ ପାଇଥିଲା। ବିଜେପି ସରକାର ଭୟଭୀତ ହୋଇ ଏଭଳି ନିଷ୍ପତି ନେଇଛି ବୋଲି ବରିଷ୍ଠ ବିଜେଡି ନେତ୍ରୀ ଇରାନୀ…
Read Moreମହାବୀର ବଣିକ ମହାସଂଘର ୧୪ତମ ବାର୍ଷିକ ଉତ୍ସବ ପାଳିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଅଗ୍ରଣୀ ସଂଗଠନ ମହାବୀର ବଣିକ ମହାସଂଘ ମଙ୍ଗଳବାର ଦିନ ଅନୁଷ୍ଠାନର ୧୪ତମ ବାର୍ଷିକ ସାରସ୍ୱତ ଉତ୍ସବ ପାଳନ କରିଛି। ସମସ୍ତ ୧୪ ଗୋଟି ବଜାର ସମ୍ପୂର୍ଣ ବନ୍ଦ କରି ସ୍ଥାନୀୟ ବିଶ୍ୱ କର୍ମା ବାଜ଼ାର ଠାରୁ ପ୍ରଭୁ ମହାବୀରଙ୍କ ପୂଜା ପରେ ନାମ ସଂକୀର୍ତନ ଦ୍ୱରା ମହାସଂଘକୁ ଉତ୍ସସିତ ସ୍ୱାଗତ କରି ଥିଲେ। ଅନୁରୂପ ଭାବେ ବିଭିନ୍ନ ବଜାର ସଂଘ ପକ୍ଷରୁ ଶୋଭାଯାତ୍ରାକୁ ସ୍ଵାଗତ କରିବା ଶହ ଅଭିବାଦନ ଜଣାଇ ଥିଲେ। ପଟୁଆର ଯିବାବେଳେ ସହର ମଧ୍ୟରେ ଥିବା ବିଭିନ୍ନ ମହାପୁରୁଷ, ସାରସ୍ୱତ ସାଧକମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା। ପରେ ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୁ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିରରେ ପୂଜାର୍ଚନା କରି ସଭା ମଞ୍ଚ ମହାବୀର ମହାସଂଘର ନିଜସ୍ୱ କାର୍ଯ୍ୟାଳୟକୁ ଶୋଭାଯାତ୍ରା…
Read Moreବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କାହିଁକି : ଡ଼. ଅରୁଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଜୁ ବାବୁଙ୍କର ସାହସିକତା ଓ ଓଡିଶା ପ୍ରତି ତାଙ୍କର ଅବଦାନ ଉପରେ ଟିପ୍ପଣି ପ୍ରଦାନ କରିଥିଲେ । ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ ହୋଇ ଆସୁଥିଲା । ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ଆଜିର ଦିବସକୁ ପଞ୍ଚାୟତ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ୪ର୍ଥ ସଂଧ୍ୟା: ସମ୍ବଲପୁରୀ ନାଟକ ‘ଭାବନୁ ଅଭାବ’ରେ ବାନ୍ଧି ହେଲେ ଦର୍ଶକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସମ୍ବଲପୁରୀ ଭାଷାର ସମ୍ପୂର୍ଣ ପାରିବାରିକ ନାଟକ ‘ଭାବନୁ ଅଭାବ’ । ବୁଧବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଅତିଶ କୁମାର ଶତପଥୀ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଅଦୃଶ୍ୟ ନାଟ୍ୟାଶ୍ରମ, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ବେହେରା, ଅତିଶ କୁମାର ଶତପଥୀ, ରାହୁଲ ମହାନନ୍ଦ, ସୁମିତ୍ରା ମହାକୁଡ଼ ଏବଂ ପଙ୍କଜିନୀ ମେହେରଙ୍କ ଅଭିନୟ ଯାଦୁ ସମସ୍ତ ଦର୍ଶକଙ୍କୁ ଭାବର ଡୋରିରେ ବାନ୍ଧି ରଖିଥିଲା। ଏହି ନାଟକରେ ସଙ୍ଗୀତ ଦେଇଥିଲେ ଗିରିଜା ଶଙ୍କର ମିଶ୍ର ଏବଂ ଘନଶ୍ୟାମ…
Read More