Blog

ନୟାଗଡ଼ ସାମ୍ବାଦିକ ଭବନର ନୂତନ ସଭାଗୃହ ଶୁଭ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସାମ୍ବାଦିକ ଭବନ ସଭା ଗୃହ ଶୁଭ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ଵାରା ସଭା ଗୃହ ଉଦଘାଟନ କରାଯାଇଥିଲା। ଏହି ଅବସରରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସଭାପତି ସ୍ବାଗତ ଅଭିଭାଷଣ ରଖିବା ସହ ନୟାଗଡ଼ ବିଧାୟକଙ୍କ ସହଯୋଗ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ସୁସ୍ଥ ପରିବେଶ ଭଲ ଖବର…

Read More

ମଣ୍ଡଳସ୍ତରୀୟ ‘ନିଷ୍ଠା’ ପ୍ରଶିକ୍ଷଣ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର  “ନିଷ୍ଠା – ସମତା ଓ ଅନ୍ତର୍ନିବେଶୀ ଶିକ୍ଷା” ‘ଅନୁଷ୍ଠିତ ହୋଇଯାଇଛି।  ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ  ବିଭିନ୍ନ ବିଦ୍ୟାଳୟରୁ ୬୧ ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ।  ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀଙ୍କ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ପ୍ରଶିକ୍ଷକ ଭାବେ ପ୍ରଣତୀ ମହାପାତ୍ର,ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ  ଓ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ସାର୍ବଜନୀନ ଶିକ୍ଷଣ ଢାଞ୍ଚା ର ବ୍ୟବହାର କରି ଏକ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷରେ ସମତାପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟ ସମ୍ପାଦନା କରିବା…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ ” ଉତ୍ତମ ଅଭିଭାବକ ହେବାର କଳା ଶୀର୍ଷକ ଆଲୋଚନା ଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସ୍ରୁଜନ ସଭାଗୃହରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ତରଫରୁ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କୁ ନେଇ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସେମିନାରରେ ରିସୋର୍ସ ପର୍ସନ ତଥା ମୁଖ୍ଯ ଅତିଥି ଭାବେ ମାନ୍ଯବର ବିଧାୟକ, ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସାମୂହିକ ଗାନ କରାଯାଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା। ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସ୍ବାଗତ ଅଭିଭାଷଣ ପରେ ବିଦ୍ଯାଳୟର ଛାତ୍ରୀ ସୁଶ୍ରୀ ବିଶ୍ବବିଜିତା…

Read More

ବିଶ୍ଵ ଧରିତ୍ରୀ ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦିନକୁ ଦିନ ପୃଥିବୀ ପୃଷ୍ଟର ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଗ୍ଲୋବାଲ ୱର୍ମୀଙ୍ଗ ତଥା ପ୍ରଦୂଷଣ ସୃଷ୍ଟିକାରୀ ମନ୍ୟୁଷ୍ୟ କେବଳ ଆଜିର ଦିନକୁ ଖୁସି ମିଜାଜରେ ବିତେଇ ଆସନ୍ତା କାଲି ନିଜର ବଂଶଧର ମାନଙ୍କ ପାଇଁ ଚିନ୍ତିତ ନହୋଇ ସମସ୍ତ ଜୀବଜନ୍ତୁ ଓ ଉଦ୍ଭିଦ ଜଗତର ଧ୍ୱଂସ କରି ଚାଲିଛି। ୪.୬ ବିଲିଅନ ବର୍ଷ ପୂର୍ବେ ସୃଷ୍ଟି ପୃଥିବୀକୁ ମାତ୍ର ୨ ହଜାର ବର୍ଷ ଭିତରେ ଯାହା କରି ସାରିଲାଣି ଏଥିରୁ ଜଣାପଡୁଛି ଯେ ୮ ଗ୍ରହ ମଧ୍ୟରୁ ନିଆରା ଏ ପୃଥିବୀ ଆଉ ୨ ଶହ ବର୍ଷ ଜୀବିତ ହୋଇ ରହିବ ନାହିଁ।  ବରଫାର୍ଚ୍ଛନ ହୋଇ ରହିଥିବା ପୃଥିବୀ ଏକ ନିଆଁ ପିଣ୍ଡୁଳା ପାଲଟି ଯିବ। ପୃଥିବୀକୁ ସୁରକ୍ଷା ଦେବାପାଇଁ ଜୋରରେ ଅଣ୍ଟା ଭିଡିଛନ୍ତି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ…

Read More

ପିଲାଙ୍କ ମନରେ ପ୍ରେରଣା ଏବଂ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭରିଥାଏ ଅଦମ୍ୟ ଉତ୍ସାହ ଏବଂ ପ୍ରେରଣା । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ସରୋଜ ନଳିନୀ ଦାସ, କୈଳାସ ଚନ୍ଦ୍ର ରଥ ଏବଂ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କଠୋର ପରିଶ୍ରମ ସହିତ ପାଠପଢ଼ା…

Read More

ସମୂହ ଦୀପଦାନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତକାଲି କାଶ୍ମୀରର ପହେଲେଗାଓ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ଅତ୍ୟନ୍ତ ବର୍ବୋରଚିତ ତଥା ହୃଦୟ ବିଦାରକ ନରସଂହାର ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ।  ନାମ ଏବଂ ଧର୍ମ ପଚାରି ଯେପରି ୨୭ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲା ତାହାଠାରୁ ଘୃଣ୍ୟ କାର୍ଯ୍ୟ ଆଉ କଣ ଥାଇପାରେ। ଏହି ଘୃଣ୍ୟ କାର୍ଯ୍ୟର ଦୃଢ଼ ନିନ୍ଦା ଏବଂ ପ୍ରତିବାଦ ତଥା ଦିବଂଗତ ଆତ୍ମା ମାନଙ୍କର ସଦଗତି ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଆଜି ସନ୍ଧ୍ୟା ୭ଟା ସମୟରେ ଦୀପଦାନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସାହୁ,ମଡେଲ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ମାନସ ରଞ୍ଜନ ଶତପଥୀ, ଅଧ୍ୟାପକ ଡ.…

Read More

ବିଶ୍ୱ ହାସ୍ୟ ଦିବସ ଏବଂ ହସି ହସାଅ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୫ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୪ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ବ୍ୟଙ୍ଗ କବିମାନଙ୍କୁ ନେଇ ହସି ହସାଅ ଆସରରେ ଜ୍ଞାନ ହୋତା, ସତ୍ୟାନାଶ, ଡ.କୁଳାଙ୍ଗାର, ବୋଲଗଡ଼ ଏକ୍ସପ୍ରେସ, ମନ ମାଷ୍ଟ୍ରେ, ଆର୍ତ୍ତତ୍ରାଣ ମିଶ୍ର, ରବିନ୍ଦ୍ର ରାଉତ, ସତ୍ୟବ୍ରତ ପାଣିଗ୍ରାହୀ, ବିଭୁ ମିଶ୍ର, ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ଡ. ରମାକାନ୍ତ…

Read More

ମଣ୍ଡଳସ୍ତରୀୟ ‘ନିଷ୍ଠା’ ପ୍ରଶିକ୍ଷଣ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ‘ନିଷ୍ଠା’ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ  ବିଭିନ୍ନ ବିଦ୍ୟାଳୟରୁ ୫୬ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନୟାଗଡ଼, ଧନେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ଭାବେ ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,ପ୍ରଣତୀ ମହାପାତ୍ର ଓ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ସାର୍ବଜନୀନ ଶିକ୍ଷଣ ଢାଞ୍ଚାର ବ୍ୟବହାର କରି ଏକ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷରେ ସମତାପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟ ସମ୍ପାଦନା କରିବା, ଭିନ୍ନତା ମଧ୍ୟରେ ଏକତା  ତାହା ସମସ୍ତ ଶିକ୍ଷକ- ଶିକ୍ଷିକାମାନେ ଅନୁଭବ କରିବା ସହ  ଛାତ୍ରଛାତ୍ରୀଙ୍କୁ ସାଦରେ…

Read More

ରେଳ ଷ୍ଟେସନ ସଫେଇ ଏବଂ ଆବର୍ଜନା ପୋଡ଼ି

ନୟାଗଡ଼,(ନୟାଗଡ଼ ଦର୍ପ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଂଗୃହିତ ଆବର୍ଜନା ଗୁଡ଼ିକରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଛି । ରେଳ ଷ୍ଟେସନ ପରିସର ତଥା ରେଳ ଧାରଣାରେ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ,ପାଉଚ, ଜରି,କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ଡଷ୍ଟବିନ ସାହାଯ୍ୟରେ ସଂଗ୍ରହ କରାଯାଇଥିଲା । ସେହିପରି ଷ୍ଟେସନ ପରିସର ଏବଂ ଏହାର ଆଖପାଖରେ ଉଠିଥିବା ଅନାବନା ଗଛ,ଘାସ ଇତ୍ୟାଦିକୁ କଟାଯାଇ ପରିଷ୍କାର କରାଯାଇଥିଲା। ଶେଷରେ ସଂଗୃହିତ ଅଳିଆ ଆବର୍ଜନା ଗୁଡ଼ିକୁ ଷ୍ଟେସନର ଶେଷ ପାର୍ଶ୍ୱରେ ଏକତ୍ରିତ କରାଯାଇ ସେଥିରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଥିଲା।ନୟାଗଡ଼ ନାଗରିକ ମଞ୍ଚ…

Read More

ମାଦକ ଦ୍ରବ୍ୟ ସହିତ ମୋବାଇଲକୁ  ନିଶା ମୁକ୍ତ ଭାବେ ପାଳିଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ

ଓଡଗାଁ, (ନୟାଗଡ଼ ଦର୍ପଣ): ଶନିବାର ଭଳି ଆଜିର ଦିନକୁ କିଛି ନିଆରା ଢଙ୍ଗରେ ପାଳିବା ପାଇଁ ନୟାଗଡ଼ ଜିଲ୍ଲା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ମାଦକ ଦ୍ରବ୍ୟ ସହିତ ମୋବାଇଲକୁ ନିଶାମୁକ୍ତ ଭାବେ ପାଳନ କଲେ। ନୟାଗଡ଼ ଜିଲ୍ଲା ଓ ରୋହିବାଙ୍କ ଶାଖା ତରଫରୁ ବ୍ରହ୍ମା କୁମାରୀ କଳ୍ପନା ଭଉଣୀ, ମିନି ଭଉଣୀ, ଶାନ୍ତି ଭଉଣୀ, ବ୍ରହ୍ମା କୁମାର ମନୋରଞ୍ଜନ ଭାଈ, ଅଖିଳ ଭାଈଙ୍କ ସମେତ ୧୨ ଜଣ  ନିଶା ମୁକ୍ତ ଭାରତ ଅଭିଯାନ ରଥ ସହିତ ବିଦ୍ୟାଳୟରେ ଆସି ଯୋଗଦେଇଥିଲେ। ରଥରେ ଖଚିତ LCD ଦ୍ଵାରା ବିଭିନ୍ନ ମାଦକ ଦ୍ରବ୍ୟର ବ୍ୟବହାରର କୁପରିଣାମ ଓ ମାରାତ୍ମକ ରୋଗ କ୍ୟାନସରର କାରଣ, ପାରିବାରିକ ଅଶାନ୍ତି, କଳହ, ମୃତ୍ୟୁ ଆଦି କାର୍ଯ୍ୟ କାରଣ…

Read More