ନୟାଗଡ଼ରେ “ସୃଜନିକା”ର ରଜପର୍ବ ଅନୁଷ୍ଠିତ

ନୟାଗଡ,(ନୟାଗଡ଼ ଦର୍ପଣ): ଓଡ଼ିଶା ସଂସ୍କୃତି ଓ ପରମ୍ପରା ର ବାର ମାସରେ ତେର ପର୍ବ। ଏଇ ପର୍ବ ପର୍ବାଣୀ ମଧ୍ୟରେ ଭାଇଚାରାର ସମ୍ପର୍କ ଗଢ଼ିଉଠେ। ସମସ୍ତ ଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ର ବୃଦ୍ଧି ଘଟିଥାଏ ବୋଲି “ସୃଜନିକା” ର ରଜ ପର୍ବରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ “ସୃଜନିକା” ର ରଜପର୍ବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପିକା ପ୍ରିୟମ୍ବଦା ଦାଶ ଓ ସମ୍ବର୍ଦ୍ଧନା ପରିବାର ର ସଭାପତି ନିରାକାର ସ୍ୱାଇଁ ଯୋଗ ଦେଇଥିଲେ।ଏହି ଅବସରରେ ଏକ ରାଜୟସ୍ତରୀୟ କବିତା ପାଠୋତ୍ସବ ର ଆୟୋଜନ ହୋଇଥିଲା ଏବଂ ଏଥିରେ କବିତା ଗୁଡ଼ିକୁ ହରପ୍ରିୟା ଦ୍ବିବେଦୀ ଓ ନୀଳମାଧବ ମିଶ୍ର ସଂଯୋଜନା କରିଥିଲେ। ଅତିଥିମାନେ ବରିଷ୍ଠ ସାହିତ୍ୟିକ ଗୋଲକ ବିହାରୀ ନାୟକ, ବରିଷ୍ଠ କବୟିତ୍ରୀ ପ୍ରିୟମ୍ବଦା ଦାଶ, ବରିଷ୍ଠ କବି ବିରେନ୍ କୁମାର ହୋତା, ଆଦର୍ଶ କବୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ଓ ଆଦର୍ଶ ସାହିତ୍ୟ ସଂଗଠକ ଦୀନବନ୍ଧୁ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୃଜନିକା ର ଉପସଭାପତି ଅଧ୍ୟାପିକା ନିଳୀମା ନନ୍ଦ ପରିଷଦ ର କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିବା ବେଳେ ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ।

Related posts