ନୟାଗଡ଼ ନିର୍ବାଚନ ମଣ୍ଡଳୀର ୪୭ଟି ପଞ୍ଚାୟତରେ ଅରୁଣଙ୍କ ବାଇକ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଆଜି ତା ଦମ ଦେଖାଇଛି । ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି, ନେତା ଓ କର୍ମୀମାନେ ୪୭ ପଞ୍ଚାୟତରେ ଭିନ୍ନ ଭିନ୍ନ ବାଇକ ଶୋଭାଯାତ୍ରାରେ ସାମିଲ କରିଛନ୍ତି । ନୟାଗଡ଼ ବ୍ଲକର ୨୯ପଞ୍ଚାୟତ ଓ ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରତି ପଞ୍ଚାୟତରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଜରିଆରେ ବିଜୁ ଜନତା ଦଳ ଆଜି ତାର ଦମ ଦେଖାଇଛି ।

ଏହି ବାଇକ୍ ଶୋଭାଯାତ୍ରାରେ ବହୁ ଛାତ୍ର, ଯୁବକ ସାମିଲ ହୋଇଥିଲେ । ନୋତର ଓ ଲାଠିପଡ଼ାଠାରେ ଅନୁଷ୍ଠିତ ବାଇକ ଶୋଭାଯାତ୍ରାରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ସାମିଲ ହୋଇଥିଲେ । ଉକ୍ତ ଶୋଭାଯାତ୍ରା ଜରିଆରେ ଅରୁଣ ନବୀନଙ୍କ ବିକାଶର ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ରଖିଥିଲେ । ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ଶୋଭାଯାତ୍ରାରେ ସରପଞ୍ଚ, ସମିତିସଭ୍ୟ ଏବଂ ସ୍ଥାନୀୟ ନେତୃତ୍ୱ ସାମିଲ ହୋଇଥିଲେ ।

Related posts