ଆଦର୍ଶ ଆଚରଣ ବିଧି ଉଲଂଘନ କରି ନିଲମ୍ବିତ ହେଲେ ଅଧ୍ୟାପକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଗତକାଲି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ଅଧ୍ୟାପକ ନିଲମ୍ବିତ । ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସର୍ବଶ୍ବର ମହାରଣାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ଵଧା ଦେବ ସିଂ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାଇ ଶ୍ରୀ ମହାରଣା ଭାପୁରରେ ବିଜୁ ଜନତା ଦଳର ରାଜନୈତିକ ପ୍ରଚାର ରାଲିରେ ଯୋଗ ଦେଇଥିଲେ । ଯାହା ବିଭିନ୍ନ ସମ୍ବାଦ ପତ୍ର ଏବଂ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ଏହା ଉପରେ ତଦନ୍ତ କରାଯିବା ପରେ ଖବରଟି ସତ୍ୟ ବୋଲି ଜଣାପଡ଼ିଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ସିଂଙ୍କ ଏପରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଅନ୍ୟ ସରକାରୀ କର୍ମଚାରୀମାନେ ଏପରି ରାଜନୈତିକ
କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ଏ ବିଷୟରେ ଶହେଥର ଚିନ୍ତା କରିବାକୁ ପଡ଼ିବ ବୋଲି କୁହାଯାଇଛି ।

Related posts