ପ୍ରାର୍ଥୀପତ୍ର ଦାଖଲ କଲେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ଛାନିଆ

ନୟାଗଡ଼:(ନୟାଗଡ଼ ଦର୍ପଣ): ମୁଣ୍ଡ ଉପରେ ନିର୍ବାଚନ। ନୟାଗଡ଼ରେ ପୁଣି ଶକ୍ତି ପ୍ରଦର୍ଶନ କଲେ ଅରୁଣ ସାହୁ। ଆଜି ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଅରୁଣ ସାହୁ। ପ୍ରତ୍ୟେକ ଦିନ ନୂଆ ନୂଆ ରଣନିତୀ ପ୍ରସ୍ତୁତ କରୁଛି ବିଜେଡି। ଯେଉଁଥିପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଶକ୍ତିଶାଳୀ ହେବାରେ ଲାଗିଛି। ଆଜିର ବିଶାଳ ଶୋଭାଯାତ୍ରା ହିଁ ଏହା ବୟାନ କରୁଛି। ବିଜେଡିରୁ ବିଧାନସଭା ଆସନରେ ଲଢ଼ୁଥ‌ିବା ନୟାଗଡ଼ର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଆଜି ନୟାଗଡ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରୁ ନୟାଗଡ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପ୍ରାୟ ୨କିମି ବ୍ୟାପି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ୨୦ହଜାରରୁ ଉର୍ଦ୍ଧ୍ବ ମହିଳା, ଛାତ୍ର, ଯୁବ ବିଜେଡିର ବରିଷ୍ଠ କର୍ମକର୍ତାମାନେ ସାମିଲ ହୋଇଥିଲେ।

ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଆମର ଦରକାର ନବୀନ ସରକାର, ବିଜେଡି ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ଅରୁଣ ଭାଇ ଜିନ୍ଦାବାଦ ଓ ଜୋଡି ଶଙ୍ଖ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଉଥିଲା ପୁରା ନୟାଗଡ଼ ସହର। ଏହି ରାଲିରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ବିଜେଡି ସହ ସଂଯୋଜିକା ତଥା ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତକାଉନସିଲର ଓ ନୟାଗଡ଼ ବ୍ଳକର ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ବରିଷ୍ଠ ବିଜେଡି ନେତା ମାନେ ସାମିଲ ହୋଇଥିଲେ। ଆସନ୍ତା ନିର୍ବାଚନରେ ପୁଣି ଥରେ ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଜୁଜନତା ଦଳ ତାହର ସ୍ଥିତି ଜାହିର କରିବା ସହିତ ୬ଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ଭୋଟ ମାଧ୍ୟ୍ୟମରେ ଜିତାଇବୁ ବୋଲି ନୟାଗଡ ଭୋଟର ମାନେ ମତ ପ୍ରକାଶ କରିଛନ୍ତି।

Related posts