ପରମ୍ପରାର ବିଷୁବ ମିଳନ ସାରସ୍ଵତ ସମାରୋହ

ନୟାଗଡ, (ନୟାଗଡ଼ ଦର୍ପଣ): ସାହିତ୍ୟ ଜୀବନର କଥା କୁହେ। ଜୀବନ ହିଁ ସାହିତ୍ୟର ଭାବ ଓ ଆଧାର, ଜୀବନ ବିନା ସାହିତ୍ୟିକ ଟିଏ ତାର ସୃଷ୍ଟିକୁ କେବେହେଲେ ଆଗକୁ ନେଇପାରିବ ନାହିଁ ଏବଂ ତାର ସୃଷ୍ଟି ପ୍ରାଣବନ୍ତ ଓ ଆଦୃତ ହୋଇପାରିବ ନାହିଁ ବୋଲି “ପରମ୍ପରା” ର ବିଷୁବ ମିଳନରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । “ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ନୂଆ ରାଜବାଟିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣାକେନ୍ଦ୍ର ଠାରେ ଆୟୋଜିତ “ପରମ୍ପରା” ର ବିଷୁବ ମିଳନ ସାରସ୍ଵତ ସମାରୋହ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଭାବେ ଡ. କୀର୍ତ୍ତନ ନାରାୟଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ଡ଼. ବୈରାଗୀ ଚରଣ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ଅଧ୍ୟାପିକା ନିଳୀମା ନନ୍ଦ ଓ ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ଏହି ଅବସରରେ ସମାଜସେବୀ ଦାମୋଦର ସାହୁଙ୍କର ‘ପ୍ରଭୁ ଗୀତିକା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ୬ଜଣ ପ୍ରତିଭାଧରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ‘ପରମ୍ପରା’ର ସମ୍ପାଦକ ଏହାକୁ ପରିଚାଳନା କରିଥିଲେ।

Related posts