ବିରୁଡ଼ା ପଞ୍ଚାୟତରେ ସକାଳୁ ସକାଳୁ ଅରୁଣଙ୍କ ନିର୍ବାଚନୀ ପ୍ରଚାର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଦୈନିକ ଶହ ଶହ ବିରୋଧି କର୍ମୀ ଦଳରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି। ଆଜି ସକାଳୁ ସକାଳୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଗ୍ରାମ ସୁଳିଆପଦା ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦ୍ୱାର ଦ୍ୱାର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା ନିବେଦନ କରିଛନ୍ତି । ଏଥି ସହିତ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଦେଇଛନ୍ତି । ବାଘେରା ଗ୍ରାମ ଠାରୁ ଚାଲି ଚାଲି ବରକୋଳିପାଟଣା ପର୍ଯ୍ୟନ୍ତ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ ।

ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ରହି ଅରୁଣଙ୍କୁ ଆଶୀର୍ବାଦ ଦେଇଥିଲେ । ଏହା ପରେ ଇକିରି ଗ୍ରାମ ପଞ୍ଚାୟତର ଖଇରପଟି ଗ୍ରାମ ଓ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତର ସୁନାଲଟି ଗ୍ରାମରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ । ବିଭିନ୍ନ ବାଜା ଓ ହୁଳହୁଳିରେ ଉକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବଂ ଚିନ୍ତାଧାରାକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ । ପ୍ରତ୍ୟେକ ଗାଁର ବରିଷ୍ଠ ନାଗରିକ, ଯୁବକ ଓ ମହିଳାଙ୍କୁ ଏକାଠି କରି ବିକାଶ ଓ ଉନ୍ନତୀ ପାଇଁ ବିଜୁ ଜନତା ଦଳକୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି । ଡବଲ ଶଙ୍ଖକୁ ବିଜୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଉପସ୍ଥାପନ କରିଛନ୍ତି । ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଏବଂ ବହୁ ନେତୃବୃନ୍ଦ ଓ କର୍ମୀ ସାମିଲ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିରୁଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦୁର୍ଯ୍ୟୋଧନ ଜେନା, ଦୁର୍ଯ୍ୟୋଧନ ଚମ୍ପତରାୟ, ପୂର୍ଣ୍ଣଚନ୍ଦ୍ର ସାହୁ, ସରୋଜ ବିଶ୍ୱାଳ, କାଳନ୍ଦୀ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ ।

Related posts