ନ଼ୟାଗଡର ସିନ୍ଦୁରିଆ, ମାଛିପଡା ଓ ଇଟାମାଟି ଗ୍ରାମରେ ଇଦ୍ ପର୍ବ ଧୁମଧାମରେ ପାଳିତ।
ଆଜି ଏପ୍ରିଲ୍ ୧୧ ବିଶ୍ଵ ଛେନାପୋଡ଼ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ଛେନାପୋଡ଼ ଦିବସ ପାଳିତ ହେଉଛି।
୧-ଆରମ୍ଭ ହେଲା ନିର୍ବାଚନ ପ୍ରସ୍ତୁତି । ଷ୍ଟ୍ରଙ୍ଗରୁମକୁ ଆସିଲା ଇଭିଏମ୍ । କଡା ସୁରକ୍ଷା ବନ୍ଦୋବସ୍ତ, ବ୍ୟାପକ ପୁଲିସ ଫୋର୍ସ ମୁତୟନ।
୨-ଓଡିଶା କଂଗ୍ରେସ ପ୍ରଚାର କମିଟି ତାଲିକା ପ୍ରକାଶ : ଭକ୍ତ ଦାସ କମିଟି ଅଧ୍ୟକ୍ଷ।
୩-କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋରଦାର, ବିଶାଳ ରୋଡ଼ ସୋ’ରେ ଜନସମର୍ଥନ ଲୋଡିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।
୪-ନିର୍ବାଚନ ପୂର୍ବରୁ ମହମ୍ମଦ ମୋକିମଙ୍କୁ ବଡ଼ ଝଟକା । ଭିଜିଲାନ୍ସ କୋର୍ଟଙ୍କ ୩ ବର୍ଷ ଜେଲ୍ ଦଣ୍ଡାଦେଶକୁ କାଏମ ରଖିଲେ ହାଇକୋର୍ଟ ।
୫-ପଣା ସଂକ୍ରାନ୍ତିରୁ ପ୍ରବଳ ତାତି , ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା।
୬-ସିଟିଟିସି ଓ ସିପେଟ୍ ଡିପ୍ଲୋମା ପ୍ରବେଶିକା ପରୀକ୍ଷା ପାଇଁ କୋଚିଂର ସୁବିଧା, ଯୋଗାଯୋଗ:9937201957
୭-୨୫ବର୍ଷ ପରେ ମିଳିଲା ନ୍ୟାୟ; ଫେଲ୍ କରିଥିଲା ସମ୍ବଲପୁର ୟୁନିଭର୍ସିଟି,ଏବେ ଦେବ ୫ଲକ୍ଷର କ୍ଷତିପୂରଣ।
୮-ତେଜିଲା ଭୁବନେଶ୍ୱର ‘ମଧ୍ୟ’ ରାଜନୀତି, ଅପରାଜିତାଙ୍କୁ ଭେଟିଲେ ବୁନୁ ବିରୋଧୀ ଗୋଷ୍ଠୀ।
୯-ଚନ୍ଦନେଶ୍ଵର: ଚଡ଼କ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ,ଶିବ-କାମିନା ବିବାହ ସମ୍ପନ୍ନ।
୧୦-ପ୍ରଦୂଷଣ ବଳୟରେ ଝାରସୁଗୁଡ଼ା, ବାୟୁ ଗୁଣବତ୍ତା ସୂଚକାଙ୍କ ୧୦୦ ପାର୍।
୧୧-ନିର୍ବାଚନ ସମ୍ବନ୍ଧୀୟ ହୋର୍ଡିଂରେ ସ୍ପଷ୍ଟ ଭାବେ ରହିବ ମୁଦ୍ରାକାର ଓ ପ୍ରକାଶକଙ୍କ ନାମ।
୧୨-ବହଡାଗୋଡା:ମାଟି ଧସି ତିନି ମହିଳା ମୃତ,ଚାରି ଗୁରୁତର।
୧୩-‘୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି’,ଗୋଟିଏ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ବଦଳିପାରେ:ପ୍ରଭାରୀ ବିଜୟ ପାଲ ସିଂ ତୋମାର
୧୪-ଆଉ ଟାଟୁ କରିପାରିବେନି ପୁଲିସ୍ କର୍ମଚାରୀ, ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ।
୧୫-ନୂଆଦିଲ୍ଲୀ:ଖୋଲିବ ୧୧୨ ନୂଆ ଭେଷଜ ମହାବିଦ୍ୟାଳୟ।
୧୬-ଛତିଶଗଡ:କୁମ୍ଭାରୀ ଖପରି ରୋଡରେ ୫୦ ଫୁଟ୍ ତଳକୁ ଖସିଲା ବସ୍,୧୨ ମୃତ, ୧୫ ଆହତ।
୧୭-ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ – ୨୫୨ ପ୍ରାର୍ଥୀଙ୍କ ନାଁରେ ଅଛି ଅପରାଧିକ ମାମଲା
୧୮-IPL:ଶେଷ ବଲରେ ଜିତି ରାଜସ୍ଥାନର ବିଜୟଧାରା ଭାଙ୍ଗିଲା ଗୁଜୁରାଟ।
୧୯-୭୫ ହଜାର ସୃଚକାଙ୍କ ଅତିକ୍ରମ କଲା BSE Sensex,ନିବେଶକ ପାଇଲେ ୨ ଲକ୍ଷ କୋଟି।
୨୦-ଅନିଲ ଅମ୍ବାନୀଙ୍କୁ ଡିଏମଆରସି ମାମଲାରେ ସୁପ୍ରିମ୍ ଝଟକା,ହାତରୁ ଚାଲିଗଲା ୮ ହଜାର କୋଟି।
୨୧-ବିଭ୍ରାନ୍ତିକର ବିଜ୍ଞାପନ ମାମଲା, ଗ୍ରହଣ ହେଲାନି ରାମଦେବଙ୍କ କ୍ଷମା, ସୁପ୍ରିମକୋର୍ଟ କହିଲେ- ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ।