ନୟାଗଡ଼, (ନୟାଗଡ଼ ଦର୍ପଣ): ଆମ ଭାବନା ଓ ବିଚାରକୁ ସ୍ପଷ୍ଟ ବ୍ୟକ୍ତ କରିବାର ମାଧ୍ୟମ ହେଉଛି ମାତୃଭାଷା। ବହୁରାଷ୍ଟ୍ରୀୟକରଣ ସମୟରେ ମାତୃଭାଷା, ଗାଁ ଗହଳିର ଢଗଢମାଳିର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମୟରେ ବିଭିନ୍ନ ବୈଦ୍ଧିକ ପ୍ରାଚୀନ କୀର୍ତ୍ତି ସବୁର ରକ୍ଷାକରିବା ତଥା ମାତୃଭାଷାର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଓଡିଆ ଭାଷା ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆସନ୍ତା ସମୟରେ ଆମର ମାତୃଭାଷା ସମଗ୍ର ବିଶ୍ୱର ଭାଷାକୁ ପ୍ରଭାବିତ କରିବ ବୋଲି କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଅନୁଷ୍ଠିତ ବିଶ୍ୱ ମାତୃଭାଷା ଦିବସ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ନୟାଗଡର ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵନାଥ ମହାପାତ୍ର, ଅଶୋକ କୁମାର ନାୟକ, ଗୋଦାବରୀଶ ମିଶ୍ର, ଡ. ପ୍ରାଣକୃଷ୍ଣ ବେହେରା, ମହମ୍ମଦ ଓମାର ମଲ୍ଲିକ, ସୁଦର୍ଶନ ପ୍ରଧାନ ପ୍ରମୁଖ ମାତୃଭାଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କବି ଓ ଶିକ୍ଷାବିତ୍ ମହିଉଦ୍ଦିନ୍ ଆଉରଙ୍ଗଜେବ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ଯାର୍ପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା... -
ସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟ୍ ର ଜନ୍ମୋତ୍ସବ
ସମାଜ ସଂସ୍କାର ସମସ୍ତ ସାମ୍ବାଦିକ ମାନଙ୍କର ଦାୟିତ୍ଵ ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ସମ୍ବାଦ ପରମ୍ପରା’ ... -
ବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ
December 30, 2024 Jajati Comments Off on ବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାପଞ୍ଚାୟତ...