ମିଶନ ଶକ୍ତି ଉପଦେଷ୍ଟାଙ୍କ ନୟାଗଡ଼ ଗସ୍ତ, ଖଣ୍ଡପଡ଼ା ଏବଂ ଭାପୁରରେ ମିଶନ ଶକ୍ତି ମା’ମାନଙ୍କ ସହ ଆଲୋଚନା

ନୟାଗଡ଼,(ନୟାଗଡ଼ ଦର୍ପଣ): ମିଶନ ଶକ୍ତିର ଉପଦେଷ୍ଟା ଡାଃ ଲୋପାମୁଦ୍ରା ବକ୍ସିପାତ୍ର ନୟାଗଡ଼ ଜିଲ୍ଲାର ଖଣ୍ଡପଡା ଏବଂ ଭାପୁର ଗସ୍ତ କରିଛନ୍ତି। ଖଣ୍ଡପଡ଼ା ବ୍ଲକ ସଭା କକ୍ଷରେ ମିଶନ ଶକ୍ତିର କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଏବଂ GPLFs BLFର ଲିଡର ମାନଙ୍କ ସହିତ ଆଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ଓ ଉପକାରିତା ବିଷୟର ଆଲୋଚନା କରିଥିଲେ। ବ୍ଲକ ସ୍ତରରେ ତାଲିମ୍ର ବ୍ୟବସ୍ତା କରି SHGରୁ SMEହେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତି ପଞ୍ଚାୟତରେ SHGରୁ SME କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଦରକାର। ଇ.ସି ସଦସ୍ୟମାନେ ପ୍ରତି ପଞ୍ଚାୟତରେ ବୁଲି ବୁଲି SHGମାନଙ୍କୁ ବୁଝାଇବା ଦର୍କାର। ବ୍ୟାଙ୍କ୍ ରୁଣ ସୁଧ ରିହାତି scooty ମିଶନ ଶକ୍ତି ଘର ପଞ୍ଚାୟତ ମହାସଂଘ ଘର ପାଇଁ ଟଙ୍କା ଠାରୁ ଆରମ୍ଭ କରି ମିଶନ ଶକ୍ତି କାଫେ, ମିଶନ ଶକ୍ତି ବଜାର, ମିଶନ ଶକ୍ତି ପାଇଁ ଗାଡି ବ୍ୟବସ୍ତା ସହିତ ୟୁନିଫର୍ମ ସାଢ଼ୀ ବ୍ଲେଜର ଏବଂ ଦୁବାଇ ଗସ୍ତ କଥା କହିଥିଲେ। ସରକାରଙ୍କ ଅନ୍ୟ ବିଭାଗ ସହିତ ସମନ୍ୱୟରେ SHGମାନଙ୍କୁ ଜୀବିକା କାର୍ଯ୍ୟକ୍ରମରେ ଭାଗ ନେଇଥିବା କଥା ମଧ୍ୟ କହିଥିଲେ। ଏହାପରେ ବନମାଳିପୁରରେ ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀର ଜୀବିକା କାର୍ଯ୍ୟକ୍ରମ ଦେଖିଥିଲେ। ସେହିପରି ଭାପୁର ଗସ୍ତ ରେ ଭାପୂର ଠାରେ ଏକ ବୈଠକ କରିଥିଲେ। ବ୍ଲକର ବିଡିଓ ଭାଇସ ଚେୟାରମ୍ୟାନ୍ ମିଶନ ଶକ୍ତିର ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ। ତାପରେ ବିଜିପୁର ରେ SHG ମାନଙ୍କ ଦ୍ଵାରା କରାଯାଇଥିବା ପରିବା ଚାଷ ଦେଖି ଫେରିଥିଲେ।

Related posts