ନୟାଗଡ଼, (ନୟାଗଡ଼ ଦର୍ପଣ): ଆମ ଭାବନା ଓ ବିଚାରକୁ ସ୍ପଷ୍ଟ ବ୍ୟକ୍ତ କରିବାର ମାଧ୍ୟମ ହେଉଛି ମାତୃଭାଷା। ବହୁରାଷ୍ଟ୍ରୀୟକରଣ ସମୟରେ ମାତୃଭାଷା, ଗାଁ ଗହଳିର ଢଗଢମାଳିର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମୟରେ ବିଭିନ୍ନ ବୈଦ୍ଧିକ ପ୍ରାଚୀନ କୀର୍ତ୍ତି ସବୁର ରକ୍ଷାକରିବା ତଥା ମାତୃଭାଷାର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଓଡିଆ ଭାଷା ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆସନ୍ତା ସମୟରେ ଆମର ମାତୃଭାଷା ସମଗ୍ର ବିଶ୍ୱର ଭାଷାକୁ ପ୍ରଭାବିତ କରିବ ବୋଲି କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଅନୁଷ୍ଠିତ ବିଶ୍ୱ ମାତୃଭାଷା ଦିବସ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ନୟାଗଡର ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵନାଥ ମହାପାତ୍ର, ଅଶୋକ କୁମାର ନାୟକ, ଗୋଦାବରୀଶ ମିଶ୍ର, ଡ. ପ୍ରାଣକୃଷ୍ଣ ବେହେରା, ମହମ୍ମଦ ଓମାର ମଲ୍ଲିକ, ସୁଦର୍ଶନ ପ୍ରଧାନ ପ୍ରମୁଖ ମାତୃଭାଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କବି ଓ ଶିକ୍ଷାବିତ୍ ମହିଉଦ୍ଦିନ୍ ଆଉରଙ୍ଗଜେବ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ... -
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର... -
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ...