ଅଧ୍ୟାପକ ଅଧ୍ୟାପିକାଙ୍କ ନଗ୍ନ ଭିଡିଓ ଚିତ୍ର ଭାଇରାଲ ପ୍ରସଙ୍ଗରେ ଉଭୟଙ୍କୁ ବହିଷ୍କାର ଦାବୀ କଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ଜନୈକ ବରିଷ୍ଠ ଅଧ୍ୟାପକ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଅଧ୍ୟାପିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ନୟାଗଡ ଏବଂ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନର ସମ୍ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ। ଅଧ୍ୟାପିକା ଜଣଙ୍କ ନାରିଜାତିର ସମସ୍ତ ଶାଳୀନତା କୁ ଭୃକ୍ଷେପ ନକରି ନିଜ ନଗ୍ନ ଶରୀରକୁ ଭିଡିଓ କଲିଂରେ ସେୟାର କରି ନିଜର ଚାରିତ୍ରିକ ବିଶୃଙ୍ଖଳିତ ଆଚରଣ ପାଇଁ ଦୁଇ ଅଧ୍ୟାପକ ଅଧ୍ୟାପିକାଙ୍କୁ ବହିଷ୍କାର କରିବା ପାଇଁ ଉଭୟ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ଭେଟି ଦାବୀ ଜଣାଇବା ସହ ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କୁ ମଧ୍ୟ ଦାବୀ କରିଛନ୍ତି କଂଗ୍ରେସ ନେତା। ନଗ୍ନ ଭିଡିଓର ସତ୍ୟତାକୁ ଆଧାର କରି ଟାଉନ ଥାନା ପୋଲିସ ପ୍ଲେନ ପେପର ଏତଲା ଦାୟର କରି ଦୁଇ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ନୟାଗଡ ଏସଡିପିଓ ସ୍ନେହାଶିଷ ସାହୁଙ୍କ ସହ ଆଇନଗତ ଦିଗ ସମ୍ପର୍କରେ କଂଗ୍ରେସ ନେତା ରଣଜିତ ଦାଶ ଏବଂ କମଳ ଚରଣ ସାହୁ ଆଲୋଚନା କରିଛନ୍ତି। ସମ୍ପ୍ରତ୍ତି ନୟାଗଡରେ ନାରୀ ଦୁଷ୍କର୍ମ, ଛାତ୍ରୀ ବ୍ୟଭିଚାର, କଲେଜ କର୍ମଚାରୀଙ୍କ ନଗ୍ନ ଭିଡିଓ ଭାଇରାଲ ଭଳି ସମ୍ବେଦନଶୀଳ ଘଟଣା ବୃଦ୍ଧି ପାଉଥିବା ଚିନ୍ତାଜନକ ବୋଲି କଂଗ୍ରେସ ପକ୍ଷରୁ ପ୍ରେସ ବିବୃତିରେ କୁହାଯାଇଛି। ବହିଷ୍କାର ପ୍ରସଙ୍ଗରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଆସନ୍ତା କାଲି ଲିଖିତ ଅଭିଯୋଗ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସ ସୂଚନା ଦେଇଛନ୍ତି।

Related posts