ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଟାଉନ ପୁଲିସ ୨୬ଟି ଚୋରା ସାଇକେଲ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଅଲେଖ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସଠାରୁ ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଡିମିରିପାଟଣା ଗ୍ରାମର କୁମର ସାହୁ, ପ୍ରଶାନ୍ତ କୁମାର ନାୟକ, ବାଲୁଗାଁ ପଞ୍ଚାୟତ ନୂଆକଣ୍ଟାବଣିଆ ଗ୍ରାମର ହରେଶ ସ୍ବାଇଁ ଓରଫ ମନୁଆ ବୋଲି ସୂଚନା ମିଳିଛି। ଗତ ୧୧ ତାରିଖ ନୟାଗଡ଼ ସହର ଓଡଗାଁ ଛକ ଜିନିୟସ ସୋରୁମ ସାମ୍ନାରୁ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରୀ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା। ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଘଟଣାର ତଦନ୍ତ ଦାୟିତ୍ଵ ନେଇଥିଲେ। ସିସିଟିଭି ଫୁଟେଜ୍ ଆଧାରରେ କୁମର ସାଇକେଲ ଚୋରୀ କରିଥିବା ସ୍ପଷ୍ଟ ହୋଇଥିଲା । କୁମରକୁ ପୁଲିସ ପ୍ରଥମେ ହେପାଜତକୁ ନେବା ପରେ ସେ ସବୁ ସତ ମାନିଥିଲା। ମୁଖ୍ୟ ଅଭିଯୁକ୍ତ ଅଲେଖ ପ୍ରଧାନ କଥାରେ ପରିଚାଳିତ ହୋଇ ଏବଂ ତାହାଠାରୁ ନିଶାଦ୍ରବ୍ୟ ସେବନ କରି ସେମାନେ ଦୀର୍ଘଦିନ ଧରି ଏହି ଚୋରୀ କାମ କରି ଆସୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ସାଇକେଲ ଚୋରୀ କରି ଏହାକୁ କ୍ରିଦାଶପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିକ୍ରି କରାଯାଉଥିଲା। ଅଭିଯୁକ୍ତଙ୍କ ଠାରୁ ସୂଚନା ପାଇଁ ପୁଲିସ ୨୬ଟି ସାଇକେଲ ଜବତ କରିଛି। ଏନେଇ ଆଜି ଅପରାହ୍ନରେ ନୟାଗଡ଼ ଟାଉନଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରିଣୀ ବିଜୟା ସାହୁ ସୂଚନା ଦେବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା କହିଛନ୍ତି।
Related posts
-
ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା... -
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି... -
ପିମିଟ କଲେଜ ଓଡ଼ଗାଁରେ ବାଲ୍ୟ ବିବାହ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସ୍ଥିତ ପିମିଟ କଲେଜ ପରିସରରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...