ସମ୍ପର୍କ ‘ଆଜି’ ଓ ‘କାଲି’ର

ଶରତ ଚନ୍ଦ୍ର ଷଡଙ୍ଗୀ (ଶିକ୍ଷକ)

ସାତ ଜନମର ତପସ୍ୟା କରି ମୁଁ
ପାଇଛି ତୁମକୁ ଆଜି
ତୁମ ସ୍ନେହ ମୋର ଅଭୁଲା ଅତୀତ
କରିଛି ମୋତେ ସେ ପାଜି

ତୁମେ ମୋ ସପନ ତୁମେ ମୋର ମନ
ତୁମେ ମୋର ପ୍ରାଣ ଧନ
ତୁମ ସାଥେ ରହି ବିତି ଯାଉ ମୋର
ବାକି ଥିବା ଏ ଜୀବନ

ଆଜି ଯା ଦେଖୁଛି ତୁମ ସାଥେ ରହି
କାଲି କି ହୋଇବ ବାସି
ସଞ୍ଜ ସକାଳରେ ତୁମକୁ ଖୋଜିବି
ତୁମେ ଚାଲି ଗଲେ ରୁଷି

ଗାଧୁଆ ତୋଠରେ ନିଇତି ଢାଳିବି
ଆଞ୍ଜୁଳା ରେ ଧରି ନୀର
ତୁମେ ମୋ ଦେବତା ତୁମେ ମୋ କରତା କରିବନି କେବେ ପର

ସଞ୍ଜ ଚଉରା ରେ ନିଇତି ଜାଳିବି
ତୁମ ନାମେ ସଞ୍ଜ ଦୀପ
ତୁମେ ଜାଳିଦେବ ମୋ ମନ ରାଇଜୁ
ଯଦି ଜନ୍ମ ନିଏ ପାପ

ଓଡଗାଁ, ନୟାଗଡ଼
ଫୋନ୍: ୮୭୬୩୨୧୦୯୦୪

Related posts