ନୟାଗଡ, (ନୟାଗଡ଼ ଦର୍ପଣ):ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇଛି। ଏହି ମେଳା ୫ଦିନ ବ୍ୟାପି ଅନୁଷ୍ଠିତ ହେବ। ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଭାଗର ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ସଂମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ବ୍ଳକ ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ, ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଯୋଗ ଦେଇଥିଲେ। ସରକାର ଦେଉଥିବା ପ୍ରୋତ୍ସାହନକୁ ସତ ପ୍ରତିଶତ କାମରେ ଲଗାଇ ଓଡିଶାକୁ ଅନ୍ୟ ରାଜ୍ୟ ତୁଳନାରେ ଆଗକୁ ନେବାକୁ ସଂକଳ୍ପ ନେବାକୁ ଆବଶ୍ୟକ ବୋଲି ବିଧାୟକ ଡ଼ଃ ସାହୁ କହିଥିଲେ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ଚଳିତ ବର୍ଷ ନୟାଗଡ଼ ଜିଲ୍ଲାକୁ ଅଧିକଗୁରୁତ୍ୱ ଦିଆ ଯାଇଥିବା ପ୍ରକାଶ କରିଥିଲେ। କୃଷି ଓ କୃଷକ ପାଇଁ ସରକାର ଯେଉଁ ଯୋଜନାମାନ କରିଛନ୍ତି କୃଷକ ଉପକୃତ ହେଉଛନ୍ତି ବୋଲି ଇଂ ଦେବାଶିଷ ପଟ୍ଟନାୟକ କହିଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର କୃଷି ବଜେଟ କରିଥିବାରୁ ରାଜ୍ୟର ବହୁ ଚାଷୀ ଉପକୃତ ହେଉଥିବା କଥା ପ୍ରକାଶ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଦ୍ୱାରା କୃଷକ ମାନଙ୍କର ଚାଷ କାର୍ଯ୍ୟ ଆଉ ଦୁଇଗୁଣିତ ହୋଇଛି ବୋଲି ପ୍ରକାଶ କରିଥିଲେ। କୃଷି କ୍ଷେତ୍ରରେ ରାଜ୍ୟ ଅନେକବାର କୃଷି କର୍ମଣ ପୁରସ୍କାର ପାଇଥିବା କହିଥିଲେ। ଦିନେ ଭୋକର କଳାହାଣ୍ଡି ଆଜି ବିକାଶର କଳାହାଣ୍ଡି ପାଲଟିଛି ବୋଲି ଉଦାହରଣ ରଖିଥିଲେ। ଏହି ଅବସରରେ ପ୍ରତ୍ୟକ ଦିନ କୃଷକ ମାନଂକୁ ନେଇ ତାଲିମ ପ୍ରଦାନ କରାଯାଉଥିବା ସୂଚନା ଦେଇଥିଲେ। ପରିଶେଷରେ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା... -
ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି... -
ପିମିଟ କଲେଜ ଓଡ଼ଗାଁରେ ବାଲ୍ୟ ବିବାହ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସ୍ଥିତ ପିମିଟ କଲେଜ ପରିସରରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...