ନୟାଗଡ଼, (ନୟାଗଡ଼ ଦର୍ପଣ): ନଭେମ୍ବର ୦୯ ତାରିଖକୁ ଜାତୀୟ ଆଇନ ସେବା ଦିବସରୂପେ ସମଗ୍ର ଭାରତ ବର୍ଷରେ ପାଳିତ କରାଯାଏ । ଏହି ପରିପ୍ରେକ୍ଷୀରେ, ନୟାଗଡ ଜିଲ୍ଲା ଓ ଦୌରା ଜଜଏଲକେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶକ୍ରମେ, ଏନ. ଏସ. ଏସ . ଏମ . ପି. ଉଚ୍ଚ ବିଦ୍ୟାଳୟ, ନବଘନପୁରରେ ଏହି ଦିବସ ପାଳିତ ହୋଇଅଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ର ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଛାତ୍ରଛାତ୍ରୀମାନଙ୍କୁ ଚଳିତ ବର୍ଷର ଜାତୀୟ ଆଇନ ସେବା ଦିବସ ପାଳନ ପ୍ରସଙ୍ଗ, “ସମସ୍ତଙ୍କ ପାଇଁ ନ୍ୟାୟ: ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ଶ୍ରେଣୀର ସଶକ୍ତିକରଣ” ଜଣାଇଥିଲେ । ଏହି ଦିବସର ତାତ୍ପର୍ଜ୍ୟକୁ ବୁଝାଇବାକୁ ଯାଇ, ଦେଶର ଯେକୌଣଷି ନାଗରିକ, ଯେକୌଣଶି ପୃଷ୍ଠଭୂମିରୁ ଆସନ୍ତୁ ନା କାହିକି, ପ୍ରତ୍ୟକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ଦର୍ଶାଇଥିଲେ । ବିଶେଷକରି ଦଳିତ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟା ଲଘୁ ସଂପ୍ରଦାୟପରି ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କଠାରେ ଆଇନଗତ ସଚେତନତା ପହଞ୍ଚିବା ଉଦ୍ଦେଶ୍ୟରେ, ଏକ ରାଲିର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ, ପ୍ଲାକାର୍ଡ ଏବଂ ପତ୍ରିକା ବିତରଣକରି ସଚେତନତା କରିଥିଲେ । ଉତ୍ସାହ ଏବଂ ଉଦ୍ଦୀପନା ସହିତ ନବଘନପୁର ପଞ୍ଚାୟତକୁ ସମ୍ପୂର୍ଣ ଭ୍ରମଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଯୋଗେନ୍ଦ୍ର ନାୟକ, ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ଶିକ୍ଷକ ଓ ଶିକ୍ଷୟତ୍ରୀ, ପ୍ରାଧିକରଣର ସମସ୍ତ କର୍ମଚାରୀ, ଆଇନ ସହାୟତା କର୍ମୀ ଏବଂ ଆରକ୍ଷୀ ବନ୍ଧୁମାନେ, ସଚେତନତା କାର୍ଯକ୍ରମରେ ଅଂଶଗ୍ରହଣ କରି, ଏହାର ବ୍ୟାପକ ସଚେତନତା ପାଇଁ ସହଯୋଗ କରିଥିଲେ ।