ଉମେଶ ଚନ୍ଦ୍ର ମହାପାତ୍ର
ଦୀନବନ୍ଧୁ ହେ, କୃପାସିନ୍ଧୁ ହେ
ଏମିତିକା ବେଶ କାହିଁ ହୋଇଛ
ପାଦନାହିଁ ତବ ଚାଲୁଛ କିପରି
ହାତ ନାହିଁ ତୁମ ଖାଉଛ କିପରି
କାନ ନାହିଁ ତବ ଶୁଣୁଛ କିପରି
ଚକା ନୟନରେ ଖାଲି ଦେଖୁଛ
ବନ୍ଦ ପାଟିରେ କେମିତି କହୁଛ.. ।।
ସୁନା ମୁକୁଟକୁ ଲଗାଇଣ ପ୍ରଭୁ
ରଜା ବେଶ ବୋଲି ତାକୁ କହୁଛ
ସୁନାର ଖଡ଼ୁକୁ ହାତରେ ଲଗାଇ
ହାତ ବୋଲି ତୁମେ ତାକୁ କହୁଛ ।।
ତୁଳସୀ ପତରେ ମାଳ କରି ପ୍ରଭୁ
ଭକତ ଜନଙ୍କୁ ଟାଣି ନେଉଛ
ପିନ୍ଧି କରି ରାଧା ମନ ମୋହୁଛ ।।
ଗୋଡ଼ବୋଲି ଯୋଡ଼େ କହୁଛ
ପାଖେ ରଖି ତାକୁ ଗୋଡ଼ କହୁଛ
ନିର୍ମାଲ୍ୟ କୈବଲ୍ୟ ପାଶେ ରଖି ପ୍ରଭୁ
ଭକତ ଜନଙ୍କୁ ଟାଣି ନେଉଛ।।
ଏମିତିକା ବେଶ ଅତି ମନଲୋଭା
କାହିଁକି ଏପରି ତୁମେ ହେଉଛ
କହେ ଉମାଈଶ ପ୍ରଭୁ ତୁମ ଦାସ
ମର୍ତ୍ତ୍ୟ ମଣ୍ଡଳକୁ ଟାଣି ନେଉଛ ।।
ନୟାଗଡ଼, ମୋ – 9437106737