ସୁସାହିତ୍ୟିକ ତଥା ସାମ୍ବାଦିକ ମନୋରଞ୍ଜନ ନନ୍ଦଙ୍କ ସ୍ମୃତି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ସୁସାମ୍ବାଦିକ ତଥା ସାହିତ୍ୟ ପତ୍ରିକା “ବିଭାବନା”ର ସମ୍ପାଦକ ସ୍ବର୍ଗତ ମନୋରଞ୍ଜନ ନନ୍ଦ (ଢେଙ୍କାନାଳ)ଙ୍କ ସପ୍ତମ ଶ୍ରଦ୍ଧାମାସିକ ସ୍ମୃତିସଭା ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା ଉଷା ମିଶ୍ରଙ୍କ ସଂଯୋଜନାରେ ପରମ୍ପରା ସମ୍ପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ସଭାପତିତ୍ୱରେ ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ପଧାନୀ ବୃନ୍ଦାବନ ମହାପାତ୍ର, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଅନୁବାଦକ ତଥା ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟ ନିର୍ଦ୍ଦେଶକ ଡ଼ଃ. ଆଶୁତୋଷ ମିଶ୍ର ଯୋଗଦେଇଥିବା ବେଳେ ସ୍ବର୍ଗତ ମନୋରଞ୍ଜନ ନନ୍ଦଙ୍କ ପୁତ୍ର ମାନସ ନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l ସାମ୍ବାଦିକ ରାମକୃଷ୍ଣ ରଥ, କବି ଶେଖ ଅବଦୁଲ ଖାଲିକ ପ୍ରମୁଖ ସ୍ବର୍ଗତ ଆତ୍ମାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ l ସେହିପରି କବି ସାରଙ୍ଗଧର ଇନ୍ଦ୍ରଜିତ, ବିଜୟ ଲଷ୍ମୀ ଦାସ ଓ ଗୋପୀନାଥ ସେଠୀ ପ୍ରମୁଖ ଅନେକ କବି / କବୟିତ୍ରୀ କବିତା ପାଠ କରିଥିଲେ l ପରିଶେଷରେ ସ୍ବର୍ଗତ ନନ୍ଦଙ୍କ ସୁପୁତ୍ର ମାନସ ନନ୍ଦ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Related posts