ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଇନଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ରଙ୍କ ସଭାପତିତ୍ୱରେ ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ଓଡ଼ଗାଁ ବ୍ଲକର ପ୍ରାୟ ୫୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏ ଅବସରରେ ନୟାଗଡ଼ ବିଧାୟକ ମାନ୍ୟବର ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୪ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ୍ ପ୍ରଶାସନିକ ଅଧିକାରୀ ଏବଂ ଓଡ଼ଗାଁ ବ୍ଲକ୍ ସାମ୍ବାଦିକମାନଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଓ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ପ୍ରମୁଖ ଯୋଗଦେଇ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ସିଆରସିସି ସୁଶେନ୍ଦୁ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ସେମିନାରରେ ଶିକ୍ଷକ ରଞ୍ଜନ କୁମାର ଦାଶ,ଯଶୋବନ୍ତ ପଟ୍ଟନାୟକ, ରାଜେଶ କୁମାର ଷଡ଼ଙ୍ଗୀ, ରାଜସିଂ ବେହେରା ଓ ବିଜୟ କୁମାର ପୄଷ୍ଟି ପ୍ରମୁଖ ସାଧନକର୍ମୀ ଭାବେ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକର ସମସ୍ତ ସିଆରସିସିଙ୍କ ସମେତ ସଚ୍ଚିଦାନନ୍ଦ ଦାସ,ସୁକାନ୍ତ କୁମାର ସାହୁ, ଜୟକୄଷ୍ଣ ପ୍ରଧାନ,ଜଗନ୍ନାଥ ବାରିକ,ଦିଲ୍ଲୀପ କୁମାର ହୋତା, ମୋହନ ସାହୁ, ନାରାୟଣ ଡାକୁଆ ଆଦି ଶିକ୍ଷକ ନେତୄବୄନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶିକ୍ଷକ ନେତା ଶ୍ରୀଧର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଏବଂ ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ।ସର୍ବଶେଷରେ ବରିଷ୍ଠ ଶିକ୍ଷକନେତା ମନୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts